Jump to content

କଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK)

ଉଇକିପିଡ଼ିଆ‌ରୁ
୨୩:୨୫, ୨୨ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kalahandi Balangir Koraput Region") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କଳାହାଣ୍ଡି , ବଲାଙ୍ଗିର , କୋରାପୁଟ ଅଞ୍ଚଳ ( KBK), ଭାରତୀୟ ରାଜ୍ୟ ଓଡିଶା ର ଏକ ଅର୍ଥନୈତିକ ପଛୁଆ ଅଞ୍ଚଳ । ଏହି ଚିର ମରୁଡି ଗ୍ରସ୍ତ ଅଞ୍ଚଳ ଭାରତ ର ଏକ ସର୍ବାଧିକ ଅନଗ୍ରସର ଅଞ୍ଚଳ ଭାବରେ ପରିଚିତ । 

 ଭୌଗୋଳିକ ଅବସ୍ଥିତି  ୧୯୯୨ -୯୩ ମସିହା ପୂର୍ବରୁ ଏହି ଅଞ୍ଚଳ ୩ ଟି ଜିଲା ତଥା କଳାହାଣ୍ଡି , ବଲାଙ୍ଗିରକୋରାପୁଟ ଭାବରେ ଥିଲା । ଏହା ଓଡିଶା ର ଦକ୍ଷିଣ ପଶ୍ଚିମ ଅଞ୍ଚଳ ରେ ଆନ୍ଧ୍ର ପ୍ରଦେଶ  ଓ ଛତିଶଗଡ ରାଜ୍ୟ ର  ସୀମା କୁ ଲାଗି ରହିଛି ।୧୯୯୨-୯୩ ମସିହା ରେ ଓଡିଶା ସରକାର ଙ୍କ ଦ୍ଵାରା ୮ ଟି ଜିଲ୍ଲା ଭାବରେ ପୁନର୍ଗଠନ କରାଯାଇଥିଲା ।"The old districts of Koraput, Balangir and Kalahandi (popularly known as KBK districts ) have since 1992-93 been divided into eight districts: Koraput, Malkangiri, Nabarangpur, Rayagada, Balangir, Subarnapur, Kalahandi and Nuapada ", http://www.kbk.nic.in/  ଏହା ଦ୍ଵାରା ସେହି ଅଞ୍ଚଳ ସବୁ ମାଲକାନଗିରି , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ରାୟଗଡା , ନୂଆପଡା , ବଲାଙ୍ଗିରସୁବର୍ଣପୁର , ଏହି ପରି ୮ ଟି ସ୍ଵତନ୍ତ୍ର ଜିଲା ଭାବେ ଗଠିତ ହେଇଥିଲା । ଏହି ଆଠଟି ଜିଲ୍ଲା ରେ ସମୁଦାଯ ୧୪ ଟି ସବ୍ ଡିଭିଜନ , ୩୭ ଟି ବ୍ଲକ , ୮୦ ଟି CD ବ୍ଲକ ୧,୪୩୭ ଟି ଗ୍ରାମ ପଞ୍ଚାଯତ , ଓ ୧୨,୨୯୩ ଟି ଗ୍ରାମ ରହିଛି । KBK ଅଞ୍ଚଳ ର ଏହି ୮ ଟି ଜିଲ୍ଲା ର ସମୁଦାୟ ଲୋକସଂଖ୍ୟା ଓଡିଶା ରାଜ୍ୟ ର ୧୯.୭୨ % ହେଇଥିବା ବେଳେ ଆୟତନ ଅନୁସାରେ ଏହା ୩୦.୫୯ % ଅଞ୍ଚଳ ରେ ବ୍ୟାପ୍ତ । ଏହି ଅଞ୍ଚଳ ର ୯୦% ଲୋକ ଗ୍ରାମାଞ୍ଚଳ ରେ ବସବାସ କରିଥାନ୍ତି । ଏଠାରେ ଜନ ଘନତ୍ଵ ମାତ୍ର ୧୯୨ / ବର୍ଗ କିଲୋମିଟର । ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ର ଜଣ ଘନତ୍ଵ ହାରାହାରି ୨୩୬/ ବର୍ଗ କିଲୋମିଟର ରହିଥିଲା । ଏହାର ସମୁଦାଯ ଆୟତନ ମଧ୍ୟ ରୁ ପ୍ରାୟ ଏକ ତୃତୀଯାଂଶ ବା ୧୬, ୧୩୧ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ରେ ପୂର୍ଣ । ଏହା ମଧ୍ୟ ରୁ ୫,୪୭୩ ବର୍ଗ କିଲୋମିଟର ଘଞ୍ଚ ଅରଣ୍ୟ ରହିଛି । Although one third (16,131 sq. km.) of the geographical area of this region is recorded as forests, only 11.3 per cent (5,473 sq. km) is actually dense forest, http://nmap.nfi.org.in/article/kbk-crushed-under-callousness/  ଶିକ୍ଷ୍ୟା ଓ ଅର୍ଥନୈତିକ ସ୍ଥିତି 

ଏହି ଅଞ୍ଚଳ ରେ ଶିକ୍ଷ୍ୟା ମଧ୍ୟ ଅତ୍ୟନ୍ତ ପଛୁଆ ଭାବରେ ରହିଛି । ପୁରୁଷ ସାକ୍ଷ୍ୟରତା ହାର ଜାତୀୟ ହାର ଠାରୁ କମ ହେଇଥିବା ବେଳେ ମହିଳା ସାକ୍ଷ୍ୟରତା ହାର ମାତ୍ର ୨୪.୭୨ % ରହିଥିବା ୧୯୯୨  ଜନଗଣନା ଅନୁସାରେ ଜଣା ଯାଏ । ଏଠାରେ ଅଧିବାସୀ ମାନଙ୍କ ଆର୍ଥିକ ଅବସ୍ଥା ଅତି ଦରିଦ୍ର କୁହାଯାଇ ପାରେ । ୧୯୭୨ ମସିହା ରେ ଦାରିଦ୍ରତା ସୀମା ରେଖା ତଳେ ଥିବା ପରିବାର ମାନଙ୍କ ଗଣନା ରେ ଏହି ଅଞ୍ଚଳ ରେ ୭୨ % ପରିବାର ଦାରିଦ୍ରତା ସୀମା ରେଖା ତଳେ ରହିଥିବାର ଜଣାଯାଇଥିଲା । ଏହି ସଂଖ୍ୟା ୧୯୯୨ ଆକଳନ ରେ ୮୨ % ରହିଥିଲା । KBK ଅଞ୍ଚଳ ର ୪୯ ଟି ବ୍ଲକ କୁ "ଅତ୍ୟନ୍ତ ପଛୁଆ " ଘୋଷଣା କରାଯାଇଥିବା ବେଳେ ଅନ୍ୟ ୨୮ ଟି ବ୍ଲକ କୁ "ପଛୁଆ "  ଭାବରେ ଚିହ୍ନଟ କରାଯାଇଥିଲା । ଏହି ଅଞ୍ଚଳ ରେ କ୍ରମାଗତ ବୃଷ୍ଟିହୀନତା ଜନିତ ମରୁଡି ଗ୍ରସ୍ତ ରହିବା ସହ ଅନାହାର , ପୃଷ୍ଟିହୀନତା , ସାଧାରଣ ସେବା ରୁ ବଞ୍ଚିତ ହେବା ପରି କଠୋର ସମସ୍ୟା ସବୁ ରହିଆସିଛି । 

ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ରେ ଏହି ଅଞ୍ଚଳ ଯୋଗାଯୋଗ , ଜଳସେଚନ , ଚିକିସ୍ଥା ସୁବିଧା , ଶିକ୍ଷ୍ୟା ସୁବିଧା ଅନ୍ୟାନ୍ୟ ଜନ ସେବା ବିଷୟ ରେ ସାଧାରଣ ମାନ ଦଣ୍ଡ ଅନୁସାରେ ଖୁବ ପଛୁଆ ରହିଛି । 

 କେବିକେ ଉନ୍ନୟନ ଯୋଜନା  କେନ୍ଦ୍ର ସରକାର ଙ୍କ ଯୋଜନା ଆୟୋଗ KBK ଅଞ୍ଚଳ କୁ ଏକ ବହୁତ ଅନୁନ୍ନତ ଅଞ୍ଚଳ ଭାବରେ ଚିହ୍ନଟ କରି ତାର ସ୍ଵତନ୍ତ୍ର ଉନ୍ନୟନ ପାଇଁ ଯୋଜନା ମାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି ଅଞ୍ଚଳ ପାଇଁ ସ୍ଵତନ୍ତ୍ର ଉନ୍ନୟନ ଯୋଜନା " ବିଜୁ କେବିକେ ଯୋଜନା " ନାମରେ ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥା ଅନୁସାରେ ରାସ୍ତା ନିର୍ମାଣ , ପାନୀଯ ଜଳ ଯୋଗାଣ , ଜଳସେଚନ ଆଦି ବ୍ୟବସ୍ଥା ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।ଚିକିସ୍ଥା ର ସୁଧାର ପାଇଁ ମଧ୍ୟ ସ୍ଵତନ୍ତ୍ର ଦ୍ରୁଷ୍ଟି ଦିଆ ଯାଉଛି । http://www.orissalinks.com/orissagrowth/topics/rural-programs/programs-for-special-districts/biju-kbk-yojana 

ବାହ୍ୟ ଆଧାର ସମୂହ