ନେହେରୁ ପ୍ଲେସ
Coordinates: 28°32′50″N 77°15′03″E / 28.54722°N 77.25083°E ନେହେରୁ ପ୍ଲେସ (ହିନ୍ଦୀ : नेहरू प्लेस) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗର ର ଦକ୍ଷିଣ ଅଞ୍ଚଳ ରେ ଥିବା ଏକ ବୃହତ ଆର୍ଥିକ , ବ୍ୟବସାୟୀକ ତଥା ବାଣିଜ୍ୟ କେନ୍ଦ୍ର । ଏହାର ଆର୍ଥିକ କେନ୍ଦ୍ର ଭାବରେ ଗୁରୁତ୍ଵ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ଏହା ଦକ୍ଷିଣ ଦିଲ୍ଲୀ ଅଞ୍ଚଳ ରେ ମୁଖ୍ୟ ବ୍ୟବସାୟ କେନ୍ଦ୍ର ରହିବା ସହ ଏଠାରେ ବହୁ ପ୍ରତିଷ୍ଠାନ ର ମୁଖ୍ୟାଳୟ ରହିଛି । ଦକ୍ଷିଣ ଏସିଆ ର ଏକ ମୁଖ୍ୟ ସୂଚନା କାରିଗରୀ କେନ୍ଦ୍ର ଭାବରେ ଏହାର ସୁନାମ ରହିଛି ।
୧୯୮୦ ମସିହା ରେ ଏହା ନିର୍ମିତ ହେଇଥିଲା । ଏଠାରେ ଅନେକ ସଂଖ୍ୟା ରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା ସମୂହ ଭୂତଳ ପାର୍କିଂ ସହ ନିର୍ମିତ ହେଇଥିଲା । ଏହି ଅଟ୍ଟାଳିକା ମାନଙ୍କ ଚତୁର୍ଦିଗ ରେ ପ୍ରଶସ୍ତ ପଦଚଳା ରାସ୍ତା ସମୂହ ନିର୍ମିତ ।
ଅବସ୍ଥିତି ଓ ଯାତାୟାତ
ଏହା ଦିଲ୍ଲୀ ର ବାହାର ରିଙ୍ଗ ରୋଡ ରେ ରହିବା ସହ ଦିଲ୍ଲୀ ର ଅନନ୍ୟ ଅଞ୍ଚଳ ସହ ଉତ୍ତମ ଭାବରେ ସଂଯୁକ୍ତ । ନେହେରୁ ପ୍ଲେସ ମେଟ୍ରୋ ଷ୍ଟେସନ ଏହି ଅଞ୍ଚଳ ସହ ପ୍ରସିଦ୍ଧ ଲୋଟସ ମନ୍ଦିର ଓ କଳକାଜି ମନ୍ଦିର କୁ ସଂଯୁକ୍ତ କରିଥାଏ ।
- ଏହାର ନିଜସ୍ଵ ମେଟ୍ରୋ ଷ୍ଟେସନ ରହିଛି ।
- ନିଜାମୁଦ୍ଦିନ ରେଳ ଷ୍ଟେସନ ଠାରୁ ଏହା ୩୦ ମିନିଟ ର ରାସ୍ତା
- ନୂଆ ଦିଲ୍ଲୀ ରେଳ ଷ୍ଟେସନ ଠାରୁ ଏହା ୧ ଘଣ୍ଟା ର ରାସ୍ତା
- ଏହାର ନିଜସ୍ଵ ବସ ଟର୍ମିନାଲ " ନେହେରୁ ପ୍ଲେସ ବସ ଟର୍ମିନାଲ " ରହିଛି
ସ୍ଥାୟୀ ଭୂସମ୍ପତ୍ତି ଓ ବ୍ୟବସାୟ ପ୍ରତିଷ୍ଠାନ
ଏଠାରେ ଅଫିସ ଓ ହୋଟେଲ ପାଇଁ ସ୍ଥାନ ମିଳିଥାଏ । ଅନୁ ସ୍ତରୀୟ ସୂଚନା ସେବା ସହ କମ୍ପୁଟର ହାର୍ଡୱେର , ସର୍ଭର , ସଫ୍ଟୱେର ଇତ୍ୟାଦି ର ଏଠାରେ ବିରାଟ ବଜାର ରହିଛି । ଏଠାରେ ଅନେକ କମ୍ପୁଟର ନିର୍ମାତା ଙ୍କ ନିଜସ୍ଵ ବିକ୍ରୟ ଓ ଗ୍ରାହକ ସେବା କେନ୍ଦ୍ର ରହିଥିବାରୁ ଏହା କମ୍ପୁଟର ବ୍ୟବହାର କାରୀ ଙ୍କ ପାଇଁ ଏକ ବହୁ ଆଦୃତ ବଜାର ଭାବରେ ରହିଛି । ଏଠାରେ ବ୍ୟବହୃତ କମ୍ପୁଟର , ପ୍ରିଣ୍ଟର ଆଦି ର ମଧ୍ୟ ବହୁତ ପୁନଃ-ବିକ୍ରୟ ହେଇଥାଏ । ଅନେକ କ୍ଷୁଦ୍ର ଦୋକାନ ରେ ବିନା ଲାଇସେନ୍ସ ଥିବା କମ୍ପୁଟର ସଫ୍ଟୱେର ମଧ୍ୟ ଏଠାରେ ବିକ୍ରୟ ହେଇଥାଏ । ଏଠାରେ ବଜାର ରେ ବହୁ ଦ୍ରବ୍ଯ ଲିଖିତ ଦର ଠାରୁ କମ ରେ ମିଳିଥାଏ ।
ଏଠାରେ ଅନେକ ବେଙ୍କ , ବହୁଦେଶୀୟ କର୍ପୋରେସନ , ରେଷ୍ଟୁରାଣ୍ଟ ଓ କ୍ଷୁଦ୍ର ହୋଟେଲ ସମୂହ ରହିବା ସହ ଏହାର ସୀମା ନିକଟ ରେ ବୃହତ ହୋଟେଲ ମାନ ରହିଛି । ଏଠାରେ ବହୁ ସଂଖ୍ୟକ ଡିଜିଟାଲ ଛାପାଖାନା ସମୂହ ରହିଛି । ସମସ୍ତ ପ୍ରକାର ଚାପା କାର୍ଯ୍ୟ ଦ୍ଵାରା ଏଠାରେ ୧୦୦ କୋଟି ତାଙ୍କର ବ୍ୟବସାୟ ହେଇଥାଏ । ମୁଖ୍ୟ ବଜାର ରବୁବାର ବନ୍ଦ ରହୁଥିଲେ ମଧ୍ୟ ରାସ୍ତା କଡା ଖୋଲା ବଜାର ସବୁଦିନ ଖୋଲା ରହିଥାଏ ।
ନେହେରୁ ପ୍ଲେସ ନିକଟସ୍ଥ ଅଞ୍ଚଳ ସମୂହ
- ଚିରାଗ ଦିଲ୍ଲୀ
- ପୂର୍ବ କୈଲାଶ
- ଗ୍ରେଟର କୈଲାଶ
- ସରିତା ବିହାର
- କୈଲାଶ କଲୋନୀ
- ଓଖାଳା
- କାଳକାଜି
- ଗୋବିନ୍ଦପୁରୀ
- ଯଶୋଲା ବିହାର
- ଚିତ୍ତରଞ୍ଜନ ପାର୍କ
- ନୟନୀ
- ସନ୍ତ ନଗର
ଦକ୍ଷିଣ ଦିଲ୍ଲୀ ର ଅନ୍ୟ ଅଞ୍ଚଳ ସବୁ
- ସଂଗମ ବିହାର
- ପୂର୍ବ କୈଲାଶ ର ପୂର୍ବାଞ୍ଚଳ
- ଲାଜପତ ନଗର
- ମେହେରାଉଲି
- ମାଲବୀୟ ନଗର
- ସାକେତ
- ଦକ୍ଷିଣ ଏକ୍ସଟେନସନ
- ଜାଇତପୁର
- ଦକ୍ଷିଣ ପୁରୀ
ଆଧାର ସମୂହ
- http://www.delhimetrorail.com/OtherDocuments/Route_Map.pdf
- http://www.printweek.in/Gallery/338687,picture-gallery-nehru-place-decoded.aspx/1