ଚିତ୍ତରଞ୍ଜନ ପାର୍କ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚିତ୍ତରଞ୍ଜନ ପାର୍କ
neighbourhood
Country India
StateDelhi
DistrictNew Delhi (formerly South Delhi)
MetroNew Delhi
Languages
Time zoneUTC+5:30 (IST)
PIN

ଚିତ୍ତରଞ୍ଜନ ପାର୍କ  (Bengali: চিত্তরঞ্জন পার্ক), ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗରର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ  ସମ୍ଭ୍ରାନ୍ତ ଆବାସିକ ଅଞ୍ଚଳ । ଏହାକୁ ୧୯୬୦ ମସିହାରେ ପୂର୍ବ ପାକିସ୍ଥାନର ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ଆବାସ (UPDP) ଭାବରେ ସ୍ଥାପନ କରାଯାଇ ଏଠାରେ ବହୁ ସଂଖ୍ୟକ ବଙ୍ଗାଳୀ ସଂପ୍ରଦାଯର ଲୋକଙ୍କ ଆବାସ ରହିଛି । ଏହାକୁ ୧୯୮୦ ମସିହାରେ ଦେଶାବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ନାମରେ ପୁନର - ନାମିତ କରାଯାଇଥିଲା । ଏଠାରେ କଲିକତା ସହର ସଦୃଶ ରାସ୍ତାକଡ ଖାଦ୍ୟ ଷ୍ଟଲ , ମାଛ ବଜାର , ମନ୍ଦିର ଓ ସଂସ୍କୃତିକ କେନ୍ଦ୍ର ରହିଛି । ଏଠାରେ ଦୁର୍ଗାପୂଜା , କାଳୀ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହେଇଥାଏ । 

ଇତିହାସ [ସମ୍ପାଦନା]

 ଭାରତ ବିଭାଜନ ସମୟରେ ପୂର୍ବ ବଙ୍ଗ ଅଞ୍ଚଳ ପାକିସ୍ଥାନକୁ ଯିବାରୁ ବହୁ ସଂଖ୍ୟକ ଲୋକ ଶରଣାର୍ଥୀ ଭାବରେ ଭାରତକୁ ଆସି ରହିଲେ । ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସେହି ଅଞ୍ଚଳର ବଙ୍ଗାଳୀ ସଂପ୍ରଦାଯର ଅନେକ ବ୍ୟକ୍ତି ପରିବାର ସହ ଦିଲ୍ଲୀରେ ବସବାସ କଲେ ।ଚନ୍ଦ୍ର କୁମାର ମୁଖାର୍ଜୀ , ଆଶୁତୋଷ ଦତ୍ତ , ତତ୍ କାଳୀନ ମୁଖ୍ୟ ନିର୍ବାଚନ ଆୟୋଗ ଶ୍ୟାମପ୍ରସନ୍ନ ସେନବର୍ମା [୧]ଆଦି ବିଶିଷ୍ଟ ବଙ୍ଗାଳୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାଦ୍ୱାରା ୧୯୬୦ ମସିହାରେ ଭାରତ ସରକାର ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଥିବା ଅନାବାଦି ଅରଣ୍ୟ ଜମି ଦିଲ୍ଲୀରେ ରହୁଥିବା ଶରଣାର୍ଥୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ସେଠାରେ ସେମାନେ ବାସ ଗୃହ ନିର୍ମାଣ କରି ରହିଲେ । ସେହି ଜାଗା ୯୯ ବର୍ଷ ପାଇଁ ଲିଜ ସୂତ୍ରରେ ଦିଆଯାଇଥିଲା , କିନ୍ତୁ ପରେ ସ୍ଥାୟୀ ଭାବରେ ଦିଆଗଲା  ତଥା ବଙ୍ଗୀୟ ସମାଜ କର୍ଜୟାଳୟ ସ୍ଥାପିତ ହେଇଥିଲା । ଏହି ଅଞ୍ଚଳ ଚତୁର୍ଦିଗରେ କାଳକାଜୀ , ଗ୍ରେଟର କୈଲାଶ II , ଅଳକାନନ୍ଦା ଓ ଗୋବିନ୍ଦପୁରୀ ଇଲାକା ରହିଛି । ନେହେରୁ ପ୍ଲେସ ମଧ୍ୟ ଏହା ନିକଟବରତି ସ୍ଥାନରେ ରହିଛି । 

ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିରରେ କାଲୀ ପ୍ରତିମୂର୍ତି 


ଜନବସତି [ସମ୍ପାଦନା]

ମୁଖ୍ଯତଃ ପୂର୍ବ ବଙ୍ଗର ଶରଣାର୍ଥୀ ଭାରତୀୟ ମାନଙ୍କୁ ପ୍ଲଟ ଦିଆଯାଇଥିଲେ ମଧ୍ୟ କାଳ କ୍ରମେ ତାହା ପୁନର-ବିକ୍ରୟ ହେଇ ଅନ୍ୟ ଅଧିବାସୀମାନେ ମଧ୍ୟ ସେଠାରେ ରହୁଛନ୍ତି । ଅଧିକ ସଂଖ୍ୟାରେ ପୂର୍ବତନ ସରକାରୀ କର୍ମଚାରୀ , ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ଓ ଅଧିକାରୀମାନେ ସେଠାରେ ରହନ୍ତି । [୨]

ବଙ୍ଗାଳୀ ସଂପ୍ରଦାଯଙ୍କ କେନ୍ଦ୍ର ସ୍ଥଳୀ [ସମ୍ପାଦନା]

 ସ୍ୱାଧୀନତାର ବହୁ ପୂର୍ବରୁ ୧୭୦୦ ଶତାବ୍ଦୀରୁ ମଧ୍ୟ ଅନେକ ସଂଖ୍ୟାରେ ବଙ୍ଗାଳୀ ପରିବାର ଦିଲ୍ଲୀରେ ଆସି ସ୍ଥାୟୀ ଭାବରେ ବସବାସ କରୁଥିଲେ । ଦିଲ୍ଲୀର ତିସ ହଜାରି ଅଞ୍ଚଳରେ ଦିଲ୍ଲୀ ସହରର ପ୍ରଥମ କାଳୀ-ବାରି ମଧ୍ୟ ସ୍ଥାପିତ ହେଇଥିଲା । ମୂଳତଃ ପଶ୍ଚିମ ବଙ୍ଗରେ ବଡ ଧାରଣରେ ପାଳିତ ହଉଥିବା ଦୂର୍ଗା ପୂଜା ଓ କାଳୀ  ପୂଜା ବଙ୍ଗୀୟମାନେ ଦିଲ୍ଲୀକୁ ଆଣିଥିଲେ । ୧୮୪୨ ମସିହାରେ ଦିଲ୍ଲୀରେ ସାର୍ବଜନୀନ ଆକାରରେ ଦୁର୍ଗାପୂଜାର ପ୍ରଚଳନ ହେଇଥିଲା । ୧୯୪୭ ମସିହା ପରେ ବହୁ ସଂଖ୍ୟାରେ ବଙ୍ଗାଳୀ ପରିବାର ଦିଲ୍ଲୀ ଆସିବାରୁ ସେମାନେ ତିମିରପୁର ଅଞ୍ଚଳ କାରୋଲ ବାଗ ଓ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ସ୍ଥାପିତ ହେଲେ । i.[୩]

ଚିତ୍ତରଞ୍ଜନ ପାର୍କ ହେଲା ପରେ ଏହା ବଙ୍ଗାଳୀ ସଂପ୍ରଦାଯର ମୁଖ୍ୟ ସଂସ୍କୃତିକ ଓ ସାମାଜିକ ଯୋଗାଯୋଗ କେନ୍ଦ୍ର ହେଲା । ସେଠାରେ ନିୟମିତ ଭାବରେ ବଙ୍ଗାଳୀ ନାଟକ , ସଂଗୀତ ପରିବେଷଣ ହେଇଆସୁଛି ଓ ଅନେକ ସମୟରେ ପଶ୍ଚିମ ବଙ୍ଗ ତଥା ବାଂଲା ଦେଶରୁ କଳାକାରମାନେ ଆସି ପରିବେଷଣ କରିଥାନ୍ତି । ଏଠାରେ ଥିବା ବଜାରରେ ମାଛ , ବଙ୍ଗାଳୀ ମିଷ୍ଠାନ୍ନ ଓ ଅନ୍ୟ ବଙ୍ଗୀୟ ଦ୍ରବ୍ଯ ଉପଲବ୍ଧ ହେଇଥାଏ ।   

୨୦୦୮ମସିହା ସାର୍ବଜନୀନ ଦୁର୍ଗ ପୂଜାର ମେଢ 

ଗମନାଗମନ [ସମ୍ପାଦନା]

ଏଠାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦର ୧୭ କିଲୋମିଟର , ନୂଆ ଦିଲ୍ଲୀ ରେଳ ଷ୍ଟେସନ ୧୬ କିଲୋମିଟର ନିଜାମୁଦ୍ଦିନ ରେଳ ଷ୍ଟେସନ ୯ କିଲୋମିଟର ଦିଲ୍ଲୀ ମେଟ୍ରୋ ଷ୍ଟେସନ ୧ କିଲୋମିଟର ଦୂରରେ ଅବସ୍ଥିତ । 

ପୁନଶ୍ଚ ଦେଖଣା [ସମ୍ପାଦନା]

କନ୍ନାଟ ପ୍ଲେସ

ଆଧାର [ସମ୍ପାଦନା]

  1. http://epdpassociationcrpark.blogspot.com/2009/02/established-in-1954-and-registered.html
  2. Hiroshi Ishii; Katsuo Nawa (2007). Social Dynamics in Northern South Asia: Political and social transformations in north India and Nepal. Manohar. p. 311. ISBN 81-7304-729-4.
  3. "From Bengal, but staunchly Delhiites". Hindustan Times. July 6, 2011. Archived from the original on 2011-12-04.

ବାହାର ଲିଙ୍କ [ସମ୍ପାଦନା]