ନେହେରୁ ପ୍ଲେସ

ଉଇକିପିଡ଼ିଆ‌ରୁ
ଦକ୍ଷିଣ ଦିଲ୍ଲୀର ଏକ ମୁଖ୍ୟ ବ୍ୟବସାୟୀକ ଅଞ୍ଚଳ : ନେହେରୁ ପ୍ଲେସ 

Coordinates: 28°32′50″N 77°15′03″E / 28.54722°N 77.25083°E / 28.54722; 77.25083 ନେହେରୁ ପ୍ଲେସ (ହିନ୍ଦୀ : नेहरू प्लेस) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗରର ଦକ୍ଷିଣ ଅଞ୍ଚଳରେ ଥିବା ଏକ ବୃହତ ଆର୍ଥିକ , ବ୍ୟବସାୟୀକ ତଥା ବାଣିଜ୍ୟ କେନ୍ଦ୍ର । ଏହାର ଆର୍ଥିକ କେନ୍ଦ୍ର ଭାବରେ ଗୁରୁତ୍ୱ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ଏହା ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ମୁଖ୍ୟ ବ୍ୟବସାୟ କେନ୍ଦ୍ର  ରହିବା ସହ ଏଠାରେ ବହୁ ପ୍ରତିଷ୍ଠାନର ମୁଖ୍ୟାଳୟ ରହିଛି । ଦକ୍ଷିଣ ଏସିଆର ଏକ ମୁଖ୍ୟ ସୂଚନା କାରିଗରୀ କେନ୍ଦ୍ର ଭାବରେ ଏହାର ସୁନାମ ରହିଛି । 

୧୯୮୦ ମସିହାରେ ଏହା ନିର୍ମିତ ହେଇଥିଲା । ଏଠାରେ ଅନେକ ସଂଖ୍ୟାରେ ୪ ମହଲା ବିଶିଷ୍ଟ ଅଟ୍ଟାଳିକା ସମୂହ ଭୂତଳ ପାର୍କିଂ ସହ ନିର୍ମିତ ହେଇଥିଲା । ଏହି ଅଟ୍ଟାଳିକା ମାନଙ୍କ ଚତୁର୍ଦିଗରେ ପ୍ରଶସ୍ତ ପଦଚଳା ରାସ୍ତା ସମୂହ ନିର୍ମିତ । 

ଅବସ୍ଥିତି ଓ ଯାତାୟତ [ସମ୍ପାଦନା]

ଏହା ଦିଲ୍ଲୀର ବାହାର ରିଙ୍ଗ ରୋଡରେ ରହିବା ସହ ଦିଲ୍ଲୀର ଅନନ୍ୟ ଅଞ୍ଚଳ ସହ ଉତ୍ତମ ଭାବରେ ସଂଯୁକ୍ତ । ନେହେରୁ ପ୍ଲେସ ମେଟ୍ରୋ ଷ୍ଟେସନ ଏହି ଅଞ୍ଚଳ ସହ ପ୍ରସିଦ୍ଧ ଲୋଟସ ମନ୍ଦିରକଳକାଜି ମନ୍ଦିରକୁ ସଂଯୁକ୍ତ କରିଥାଏ ।  

  •  ଏହାର ନିଜସ୍ୱ ମେଟ୍ରୋ ଷ୍ଟେସନ ରହିଛି ।
  • ନିଜାମୁଦ୍ଦିନ ରେଳ ଷ୍ଟେସନଠାରୁ ଏହା ୩୦ ମିନିଟର ରାସ୍ତା 
  • ନୂଆ ଦିଲ୍ଲୀ ରେଳ ଷ୍ଟେସନଠାରୁ ଏହା ୧ ଘଣ୍ଟାର ରାସ୍ତା 
  • ଏହାର ନିଜସ୍ୱ ବସ ଟର୍ମିନାଲ " ନେହେରୁ ପ୍ଲେସ ବସ ଟର୍ମିନାଲ " ରହିଛି 

ସ୍ଥାୟୀ ଭୂସମ୍ପତ୍ତି ଓ ବ୍ୟବସାୟ ପ୍ରତିଷ୍ଠାନ [ସମ୍ପାଦନା]

ଏଠାରେ ଅଫିସ ଓ ହୋଟେଲ ପାଇଁ ସ୍ଥାନ ମିଳିଥାଏ । ଅନୁ ସ୍ତରୀୟ ସୂଚନା ସେବା ସହ କମ୍ପ୍ୟୁଟର ହାର୍ଡୱେର , ସର୍ଭର , ସଫ୍ଟୱେର ଇତ୍ୟାଦିର ଏଠାରେ ବିରାଟ ବଜାର ରହିଛି । ଏଠାରେ ଅନେକ କମ୍ପ୍ୟୁଟର ନିର୍ମାତାଙ୍କ ନିଜସ୍ୱ  ବିକ୍ରୟ ଓ ଗ୍ରାହକ ସେବା କେନ୍ଦ୍ର ରହିଥିବାରୁ ଏହା କମ୍ପ୍ୟୁଟର ବ୍ୟବହାର କାରୀଙ୍କ ପାଇଁ ଏକ ବହୁ ଆଦୃତ ବଜାର ଭାବରେ ରହିଛି । ଏଠାରେ ବ୍ୟବହୃତ କମ୍ପ୍ୟୁଟର , ପ୍ରିଣ୍ଟର ଆଦିର ମଧ୍ୟ ବହୁତ ପୁନଃ-ବିକ୍ରୟ ହେଇଥାଏ । ଅନେକ କ୍ଷୁଦ୍ର ଦୋକାନରେ ବିନା ଲାଇସେନ୍ସ ଥିବା କମ୍ପ୍ୟୁଟର ସଫ୍ଟୱେର ମଧ୍ୟ ଏଠାରେ ବିକ୍ରୟ ହେଇଥାଏ । ଏଠାରେ ବଜାରରେ ବହୁ ଦ୍ରବ୍ଯ ଲିଖିତ ଦରଠାରୁ କମରେ ମିଳିଥାଏ । 

 ଏଠାରେ ଅନେକ ବେଙ୍କ , ବହୁଦେଶୀୟ କର୍ପୋରେସନ , ରେଷ୍ଟୁରାଣ୍ଟ ଓ କ୍ଷୁଦ୍ର ହୋଟେଲ ସମୂହ ରହିବା ସହ ଏହାର ସୀମା ନିକଟରେ ବୃହତ ହୋଟେଲ ମାନ ରହିଛି । ଏଠାରେ ବହୁ ସଂଖ୍ୟକ ଡିଜିଟାଲ ଛାପାଖାନା ସମୂହ ରହିଛି । ସମସ୍ତ ପ୍ରକାର ଛପା କାର୍ଯ୍ୟଦ୍ୱାରା ଏଠାରେ ୧୦୦ କୋଟି ତାଙ୍କର ବ୍ୟବସାୟ ହେଇଥାଏ । ମୁଖ୍ୟ ବଜାର ରବିବାର ଦିନ ବନ୍ଦ ରହୁଥିଲେ ମଧ୍ୟ ରାସ୍ତା କଡ ଖୋଲା ବଜାର ସବୁଦିନ ଖୋଲା ରହିଥାଏ । 

ନେହେରୁ ପ୍ଲେସ ନିକଟସ୍ଥ ଅଞ୍ଚଳ ସମୂହ [ସମ୍ପାଦନା]

ଦକ୍ଷିଣ ଦିଲ୍ଲୀର ଅନ୍ୟ ଅଞ୍ଚଳ ସବୁ [ସମ୍ପାଦନା]

  •  ସଂଗମ ବିହାର 
  • ପୂର୍ବ କୈଲାଶର ପୂର୍ବାଞ୍ଚଳ 
  • ଲାଜପତ ନଗର 
  • ମେହେରାଉଲି 
  • ମାଲବୀୟ ନଗର
  • ସାକେତ 
  • ଦକ୍ଷିଣ ଏକ୍ସଟେନସନ 
  • ଜାଇତପୁର
  • ଦକ୍ଷିଣ ପୁରୀ 

ପୁନଶ୍ଚ ଦେଖଣା[ସମ୍ପାଦନା]

କନ୍ନାଟ ପ୍ଲେସ ଦିଲ୍ଲୀ

ଆଧାର [ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]