ହୟଗ୍ରୀବ ମାଧବ ମନ୍ଦିର
Hayagriva Madhava Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kamrup |
Location | |
ସ୍ଥାନ | Hajo |
Country | India |
Architecture | |
Urbarishi |
Reconstructed by: Raghudeva Narayanହୟଗ୍ରୀବ ମାଧବ ମନ୍ଦିର (ଅସମୀୟା: হয়গ্ৰীৱ মাধৱ মন্দিৰ) ଭାରତୀୟ ରାଜ୍ୟ ଆସାମ ର ରାଜଧାନୀ ଗୁଆହାଟି[୧] ଠାରୁ 30 କିଲୋମିଟର ପଶ୍ଚିମ କୁ ରହିଥିବା ହଜି ନାମକ ସ୍ଥାନ ର ମୋନିକୁଟ ପାହାଡ [୧]ରେ ଅବସ୍ଥିତ । ବର୍ତମାନ ର ମନ୍ଦିର 1583 ମସିହା[୨] ରେ ରାଜା ଟଘୁଦେବା ନାରାୟଣ ଙ୍କ ଦ୍ଵାର ନିର୍ମିତ ହେଇଥିଲା । ଏଇତିହାସିକ ମାନଙ୍କ ସୂତ୍ର ଅନୁସାରେ ପାଲ ବଂଶ ର ରାଜା ମାନେ 6 ଷ୍ଠ ଶତାବ୍ଦୀ ରେ ସେଠାରେ ମୂଳ ମନ୍ଦିର ନିର୍ମାଣ କରିଥିଲେ ।
ମନ୍ଦିର ଓ ସ୍ଥାପତ୍ୟ ଶୈଳୀ ଏହା ଏକା ପ୍ରସ୍ତର ନିର୍ମିତ ମନ୍ଦିର । ଏଠାରେ ହୟଗ୍ରୀବ ମାଧବ ଙ୍କ ପ୍ରତିମୂର୍ତି ରହିଛି । କେତେକ ବୌଦ୍ଧ ଙ୍କ ବିଶ୍ଵାସ ଯେ ଭଗବାନ ବୁଦ୍ଧ ନିର୍ବାଣ ପ୍ରାପ୍ତ ହେଲା ସ୍ଥାନ ରେ ମନ୍ଦିର ନିର୍ମିତ ହେଇଥିଲା । ଏହା ସେ ସମୟ ରେ ସର୍ବାଧିକ ବିଖ୍ୟାତ ହିନ୍ଦୁ ମନ୍ଦିର ରହିଥିଲା । ଏହି ବିଇଶାଳ ମନ୍ଦିର ରେ ଭଗବାନ ବିଷ୍ଣୁ ଙ୍କ ନରସିଂହ ଅବତାର କୁ ପୂଜା କରାଯାଇଥାଏ । ମନ୍ଦିର କାନ୍ଥ ରେ ଅନେକ ଧାଡି ହାତୀ ପ୍ରତିମୂର୍ତି ରହିଥାଏ । ପ୍ରାଚୀନ ଆସାମୀୟ ସ୍ଥାପତ୍ୟ କଳା ଅନୁସାରେ ମନ୍ଦିର ନିର୍ମିତ ହେଇଥିଲା । ଏହି ମନ୍ଦିର ନିକଟ ରେ ଏକା ବିଶାଳ ପୁଷ୍କରିଣୀ ରହିଛି , ଯାହାକୁ ମାଧବ ପୁଖରୀ କୁହାଯାଏ ।
ପର୍ବ ପାଳନ
ଏଠାରେ ଡଉଲ , ବିହୁ ଓ ଜନ୍ମାଷ୍ଟମୀ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା ଉଭୟ ହିନ୍ଦୁ ଓ ବୌଦ୍ଧ ମାନେ ଉପାସନା କରିଥିବା ଏକ ବିରଳ ପିଠ । ଦୂର ଦୂରାନ୍ତ ସ୍ଥାନ ରୁ ବୌଦ୍ଧ ଭିକ୍ଷୁ ମାନେ ଏଠାକୁ ଆସି ଉପାସନା କରିଥାନ୍ତି । ଆହୋମ ରାଜା କମଲେଶ୍ଵର ଙ୍କ ସମୟ ରେ ରାଜା ଙ୍କ ପ୍ରଥମ ପତ୍ନୀ ଶୟାନୀ ମନ୍ଦିର ପାଇଁ ଭୂମି ପ୍ରଦାନ କରିଥିଲେ ।