ହୟଗ୍ରୀବ ମାଧବ ମନ୍ଦିର

ଉଇକିପିଡ଼ିଆ‌ରୁ
ହୟଗ୍ରୀବ ମାଧବ ମନ୍ଦିର
Hayagriva Madhava Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKamrup
Location
ସ୍ଥାନHajo
CountryIndia
Architecture
Urbarishi

ହୟଗ୍ରୀବ ମାଧବ ମନ୍ଦିର (ଅସମୀୟା: হয়গ্ৰীৱ মাধৱ মন্দিৰ)  ଭାରତୀୟ  ରାଜ୍ୟ ଆସାମର ରାଜଧାନୀ ଗୁଆହାଟି[୧]ଠାରୁ 30 କିଲୋମିଟର ପଶ୍ଚିମକୁ ରହିଥିବା ହଜି ନାମକ ସ୍ଥାନର ମୋନିକୁଟ ପାହାଡ [୧]ରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିର 1583 ମସିହା[୨]ରେ ରାଜା ଟଘୁଦେବା ନାରାୟଣଙ୍କ ଦ୍ୱାର ନିର୍ମିତ ହେଇଥିଲା । ଏଇତିହାସିକମାନଙ୍କ ସୂତ୍ର ଅନୁସାରେ ପାଲ ବଂଶର ରାଜାମାନେ 6 ଷ୍ଠ ଶତାବ୍ଦୀରେ ସେଠାରେ ମୂଳ ମନ୍ଦିର ନିର୍ମାଣ କରିଥିଲେ । 

ମନ୍ଦିର ଓ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

  ଏହା ଏକା ପ୍ରସ୍ତର ନିର୍ମିତ ମନ୍ଦିର । ଏଠାରେ ହୟଗ୍ରୀବ ମାଧବଙ୍କ ପ୍ରତିମୂର୍ତି ରହିଛି । କେତେକ ବୌଦ୍ଧଙ୍କ ବିଶ୍ୱାସ ଯେ ଭଗବାନ ବୁଦ୍ଧ  ନିର୍ବାଣ ପ୍ରାପ୍ତ ହେଲା ସ୍ଥାନରେ ମନ୍ଦିର ନିର୍ମିତ ହେଇଥିଲା । ଏହା ସେ ସମୟରେ ସର୍ବାଧିକ ବିଖ୍ୟାତ ହିନ୍ଦୁ ମନ୍ଦିର ରହିଥିଲା । ଏହି ବିଇଶାଳ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାରକୁ ପୂଜା କରାଯାଇଥାଏ । ମନ୍ଦିର କାନ୍ଥରେ ଅନେକ ଧାଡି ହାତୀ ପ୍ରତିମୂର୍ତି ରହିଥାଏ । ପ୍ରାଚୀନ ଆସାମୀୟ ସ୍ଥାପତ୍ୟ କଳା ଅନୁସାରେ ମନ୍ଦିର ନିର୍ମିତ ହେଇଥିଲା । ଏହି ମନ୍ଦିର ନିକଟରେ ଏକା ବିଶାଳ ପୁଷ୍କରିଣୀ ରହିଛି , ଯାହାକୁ ମାଧବ ପୁଖରୀ କୁହାଯାଏ । 


ପର୍ବ ପାଳନ [ସମ୍ପାଦନା]

ଏଠାରେ ଡଉଲ , ବିହୁ ଓ ଜନ୍ମାଷ୍ଟମୀ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା  ଉଭୟ ହିନ୍ଦୁ ଓ ବୌଦ୍ଧମାନେ ଉପାସନା କରିଥିବା ଏକ ବିରଳ ପିଠ । ଦୂର ଦୂରାନ୍ତ ସ୍ଥାନରୁ ବୌଦ୍ଧ ଭିକ୍ଷୁମାନେ ଏଠାକୁ ଆସି ଉପାସନା କରିଥାନ୍ତି । ଆହୋମ ରାଜା କମଲେଶ୍ୱରଙ୍କ ସମୟରେ ରାଜାଙ୍କ ପ୍ରଥମ ପତ୍ନୀ ଶୟାନୀ ମନ୍ଦିର ପାଇଁ ଭୂମି ପ୍ରଦାନ କରିଥିଲେ । 

ଆଧାର [ସମ୍ପାଦନା]

  1. ୧.୦ ୧.୧ "Hayagriva Madhava Temple - Hayagriva Madhava Temple Hajo, Hayagriva Madhava Temple Assam". Bharatonline.com. Retrieved 2013-04-23.
  2. MustSeeIndia.com. "Hajo: Hayagriva Madhava Temple, Hajo Tourist Places to Visit for". Mustseeindia.com. Archived from the original on 2012-07-21. Retrieved 2013-04-23.