ହୟଗ୍ରୀବ ମାଧବ ମନ୍ଦିର
ହୟଗ୍ରୀବ ମାଧବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kamrup |
Location | |
ସ୍ଥାନ | Hajo |
Country | India |
Architecture | |
Urbarishi |
ହୟଗ୍ରୀବ ମାଧବ ମନ୍ଦିର (ଅସମୀୟା: হয়গ্ৰীৱ মাধৱ মন্দিৰ) ଭାରତୀୟ ରାଜ୍ୟ ଆସାମର ରାଜଧାନୀ ଗୁଆହାଟି[୧]ଠାରୁ 30 କିଲୋମିଟର ପଶ୍ଚିମକୁ ରହିଥିବା ହଜି ନାମକ ସ୍ଥାନର ମୋନିକୁଟ ପାହାଡ [୧]ରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିର 1583 ମସିହା[୨]ରେ ରାଜା ଟଘୁଦେବା ନାରାୟଣଙ୍କ ଦ୍ୱାର ନିର୍ମିତ ହେଇଥିଲା । ଏଇତିହାସିକମାନଙ୍କ ସୂତ୍ର ଅନୁସାରେ ପାଲ ବଂଶର ରାଜାମାନେ 6 ଷ୍ଠ ଶତାବ୍ଦୀରେ ସେଠାରେ ମୂଳ ମନ୍ଦିର ନିର୍ମାଣ କରିଥିଲେ ।
ମନ୍ଦିର ଓ ସ୍ଥାପତ୍ୟ ଶୈଳୀ
[ସମ୍ପାଦନା]ଏହା ଏକା ପ୍ରସ୍ତର ନିର୍ମିତ ମନ୍ଦିର । ଏଠାରେ ହୟଗ୍ରୀବ ମାଧବଙ୍କ ପ୍ରତିମୂର୍ତି ରହିଛି । କେତେକ ବୌଦ୍ଧଙ୍କ ବିଶ୍ୱାସ ଯେ ଭଗବାନ ବୁଦ୍ଧ ନିର୍ବାଣ ପ୍ରାପ୍ତ ହେଲା ସ୍ଥାନରେ ମନ୍ଦିର ନିର୍ମିତ ହେଇଥିଲା । ଏହା ସେ ସମୟରେ ସର୍ବାଧିକ ବିଖ୍ୟାତ ହିନ୍ଦୁ ମନ୍ଦିର ରହିଥିଲା । ଏହି ବିଇଶାଳ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାରକୁ ପୂଜା କରାଯାଇଥାଏ । ମନ୍ଦିର କାନ୍ଥରେ ଅନେକ ଧାଡି ହାତୀ ପ୍ରତିମୂର୍ତି ରହିଥାଏ । ପ୍ରାଚୀନ ଆସାମୀୟ ସ୍ଥାପତ୍ୟ କଳା ଅନୁସାରେ ମନ୍ଦିର ନିର୍ମିତ ହେଇଥିଲା । ଏହି ମନ୍ଦିର ନିକଟରେ ଏକା ବିଶାଳ ପୁଷ୍କରିଣୀ ରହିଛି , ଯାହାକୁ ମାଧବ ପୁଖରୀ କୁହାଯାଏ ।
ପର୍ବ ପାଳନ
[ସମ୍ପାଦନା]ଏଠାରେ ଡଉଲ , ବିହୁ ଓ ଜନ୍ମାଷ୍ଟମୀ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା ଉଭୟ ହିନ୍ଦୁ ଓ ବୌଦ୍ଧମାନେ ଉପାସନା କରିଥିବା ଏକ ବିରଳ ପିଠ । ଦୂର ଦୂରାନ୍ତ ସ୍ଥାନରୁ ବୌଦ୍ଧ ଭିକ୍ଷୁମାନେ ଏଠାକୁ ଆସି ଉପାସନା କରିଥାନ୍ତି । ଆହୋମ ରାଜା କମଲେଶ୍ୱରଙ୍କ ସମୟରେ ରାଜାଙ୍କ ପ୍ରଥମ ପତ୍ନୀ ଶୟାନୀ ମନ୍ଦିର ପାଇଁ ଭୂମି ପ୍ରଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Hayagriva Madhava Temple - Hayagriva Madhava Temple Hajo, Hayagriva Madhava Temple Assam". Bharatonline.com. Retrieved 2013-04-23.
- ↑ MustSeeIndia.com. "Hajo: Hayagriva Madhava Temple, Hajo Tourist Places to Visit for". Mustseeindia.com. Archived from the original on 2012-07-21. Retrieved 2013-04-23.