Jump to content

କେସାରିଆ

ଉଇକିପିଡ଼ିଆ‌ରୁ
୧୯:୧୬, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kesaria") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kesariya
केसरिया
Kasariya
Hamlet
Nickname: 
Kesaputta
Country India
StateBihar
DistrictEast Champaran
Languages
Time zoneUTC+5:30 (IST)
PIN
845424

କେସାରିଆ ,  ଭାରତୀୟ ରାଜ୍ୟ ବିହାର ର ପୂର୍ବ ଚମ୍ପାରନ ଜିଲ୍ଲା ର  ଏକ ସହର ।ଏହା ଜାତୀୟ ରାଜପଥ 28 ଉପରେ ଥିବା ରାମପୁର ଖଜୁରିଆ ନିକଟ ରେ ଅବସ୍ଥିତ । ଏଠାରେ ମୌର୍ଯ୍ୟ ସମ୍ରାଟ ଅଶୋକ ଏକ ସ୍ତୂପ ନିର୍ମାଣ କରିଥିଲେ ।  

ଇତିହାସ ଓ ବୌଦ୍ଧ କୀର୍ତି 

 ପ୍ରାଚୀନ କାଳ ରେ କେସାରିଆ ର ନାମ କେଶପୁଟ୍ଟା ଥିଲା । ଏହା କଲମା ମାନଙ୍କ ଦ୍ଵାରା ଶାସିତ ଏକ ଗଣତନ୍ତ୍ର ଥିଲା । ପରେ ଏହା କୋଶଳ ର ଶାସକ ମାନଙ୍କ ଦ୍ଵାରା ଅଧିକୃତ ହେଇଥିଲା । କୁହା ଯାଏ ବୁଦ୍ଧ ଦିବ୍ୟଜ୍ଞାନ ପାଇବା ଆଗରୁ ତାଙ୍କର ଶିକ୍ଷକ ଥିବା ଅଲାରା କଲମ ଏହି ସହର ରେ ରହୁଥିଲେ । ବୁଦ୍ଧ ଙ୍କର ଏହି ସହର ସହ ସମ୍ବନ୍ଧ ମଧ୍ୟ ଥିଲା । ଜାତକ କଥା ଅନୁସାରେ ବୁଦ୍ଧ ତାଙ୍କର ପୂର୍ବ ଜନ୍ମ ରେ ଏହି ଅଞ୍ଚଳ ର ଶାସକ ଥିଲେ । ବୁଦ୍ଧ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲା ପରେ ଏହି ସ୍ଥାନ କୁ ଆସି ତାଙ୍କର ଏକ ବହୁ ଉପଯୋଗୀ ଶିକ୍ଷୟା ଦେଇଥିଲେ । ସେହି ସୂତ୍ର କୁ କେଶପୁତ୍ତୀୟ ଶୁତ୍ତା ବା କାଲାମ ଶୁତ୍ତା କୁହାଯାଇଥାଏ । ଏଠାରେ ରହିଥିବା ସ୍ତୂପ ଭଗବାନ ବୁଦ୍ଧ ଙ୍କ ସମ୍ମାନାର୍ଥେ ସେ ଅନେକ ଦିନ ପରଭ୍ରମଣ କଳା ପରେ ଯେଉଁ ସ୍ଥାନ ରେ ନିର୍ବାଣ ପ୍ରାପ୍ତ ହେଇଥିଲେ ସେହି ସ୍ଥାନ ରେ ନିର୍ମିତ ହେଇଥିଲା ବୋଲି କୁହାଯାଏ ।  ଏହା ପ୍ରଥମେ ଏକ ମୃତ୍ତିକା ନିର୍ମିତ ସ୍ତୂପ ଥିଲା । ତାହାକୁ ପରେ ମୌର୍ଯ୍ୟ , ଶ୍ରୁଙ୍ଗ ଓ କୁଶାଣ ମାନଙ୍କ ଶାସନ ଯୁଗ ରେ ପୁନର ନିର୍ମାଣ କରାଯାଇଥିଲା । ପରିବ୍ରାଜକ ହୁଏନ ସାଙ୍ଗ ଏହି ସ୍ତୂପ ବିଷୟ ରେ ତାଙ୍କର ଭ୍ରମଣ କାହାଣୀ ରେ ଉଲ୍ଲେଖ କରିଛନ୍ତି । 

 1998 ମସିହା ରେ ଖନନ ସମୟ ରେ ଏହି ସ୍ତୂପ ନିକଟସ୍ଥ ଅଞ୍ଚଳ ରୁ ଅନେକ ଇସ୍ଲାମିକ ମୁଦ୍ରା , ଶର , ତମର ଓ ଟେରାକୋଟ୍ଟା ଦ୍ରବ୍ଯ । ମୃତ୍ତିକା ନିର୍ମିତ ଲେମ୍ପ ସବୁ ମିଳିଥିଲା ବୁଦ୍ଧ ଙ୍କ ଅନେକ ପ୍ରତିକୃତି ମଧ୍ୟ ମିଳିଥିବାର ଜଣାଜାଏ । 

କେସାରିଆ ସ୍ତୂପ 

1958 ମସିହା ର ଖନନ ସମୟ ରେ ଏହି ସ୍ତୂପ ଅବିଷ୍କୃତ ହେଇଥିଲା । ଏହା 200 ରୁ 750 ମସିହା ଭିତରେ ନିର୍ମିତ ହେଇଥିବା କୁହାଯାଇଥାଏ । ରାଜା ଚକ୍ରବର୍ତୀ ଙ୍କ କାଳ ରେ ନିର୍ମିତ ହେଇଥିବାର ଅନୁମାନ କରା ଯାଏ । 

ବିରାଟ ରାମାୟଣ  ମନ୍ଦିର 

କେସାରିଆ ଠାରେ  ରେ ଏକ ବିଶାଳ କାୟ ରାମାୟଣ ମନ୍ଦିର ନିର୍ମାଣ ର ପରିକଳ୍ପନା କରା ଯାଇ କାର୍ଯ୍ୟକାରୀ ହେବାକୁ ଯାଉଛି । [1]ଏଥିପାଇଁ 2012 ମସିହା ରେ 500 କୋଟି ଟଙ୍କା ର ଅଟାକଳ କରାଯାଇଥିଲା । .[2] ସମ୍ପୂର୍ଣ ହେଲେ ଏହା ବିଶ୍ଵ ର ସର୍ବବୃହତ ଧାର୍ମିକ ସ୍ଥାପତ୍ୟ ହେବ ବୋଲି କୁହାଯାଏ । [3] କମ୍ବୋଡିଆ ର ଅଂକୋର ୱାଟ ବର୍ତମାନ 215 ଫୁଟ ଉଛ ର ସର୍ବବୃହତ ମନ୍ଦିର ରହିଛି । ରାମାୟଣ ମନ୍ଦିର ତାହାର ଦ୍ଵିଗୁଣ ହେବାର କୁହାଯାଏ । .[4]

ଆଧାର ସମୂହ