କେସାରିଆ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kesariya
केसरिया
Kasariya
Hamlet
Nickname: 
Kesaputta
Country India
StateBihar
DistrictEast Champaran
Languages
Time zoneUTC+5:30 (IST)
PIN
845424

କେସାରିଆ ,  ଭାରତୀୟ ରାଜ୍ୟ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାର  ଏକ ସହର ।ଏହା ଜାତୀୟ ରାଜପଥ 28 ଉପରେ ଥିବା ରାମପୁର ଖଜୁରିଆ ନିକଟରେ ଅବସ୍ଥିତ । ଏଠାରେ ମୌର୍ଯ୍ୟ ସମ୍ରାଟ ଅଶୋକ ଏକ ସ୍ତୂପ ନିର୍ମାଣ କରିଥିଲେ ।  

ଇତିହାସ ଓ ବୌଦ୍ଧ କୀର୍ତ୍ତି [ସମ୍ପାଦନା]

 ପ୍ରାଚୀନ କାଳରେ କେସାରିଆର ନାମ କେଶପୁଟ୍ଟା ଥିଲା । ଏହା କଲମାମାନଙ୍କଦ୍ୱାରା ଶାସିତ ଏକ ଗଣତନ୍ତ୍ର ଥିଲା । ପରେ ଏହା କୋଶଳର ଶାସକ ମାନଙ୍କଦ୍ୱାରା ଅଧିକୃତ ହେଇଥିଲା । କୁହା ଯାଏ ବୁଦ୍ଧ ଦିବ୍ୟଜ୍ଞାନ ପାଇବା ଆଗରୁ ତାଙ୍କର ଶିକ୍ଷକ ଥିବା ଅଲାରା କଲମ ଏହି ସହରରେ ରହୁଥିଲେ । ବୁଦ୍ଧ ଙ୍କର ଏହି ସହର ସହ ସମ୍ବନ୍ଧ ମଧ୍ୟ ଥିଲା । ଜାତକ କଥା ଅନୁସାରେ ବୁଦ୍ଧ ତାଙ୍କର ପୂର୍ବ ଜନ୍ମରେ ଏହି ଅଞ୍ଚଳର ଶାସକ ଥିଲେ । ବୁଦ୍ଧ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲା ପରେ ଏହି ସ୍ଥାନକୁ ଆସି ତାଙ୍କର ଏକ ବହୁ ଉପଯୋଗୀ ଶିକ୍ଷା ଦେଇଥିଲେ । ସେହି ସୂତ୍ରକୁ କେଶପୁତ୍ତୀୟ ଶୁତ୍ତା ବା କାଲାମ ଶୁତ୍ତା କୁହାଯାଇଥାଏ । ଏଠାରେ ରହିଥିବା ସ୍ତୂପ ଭଗବାନ ବୁଦ୍ଧଙ୍କ ସମ୍ମାନାର୍ଥେ ସେ ଅନେକ ଦିନ ପରଭ୍ରମଣ କଳା ପରେ ଯେଉଁ ସ୍ଥାନରେ ନିର୍ବାଣ ପ୍ରାପ୍ତ ହେଇଥିଲେ ସେହି ସ୍ଥାନରେ ନିର୍ମିତ ହେଇଥିଲା ବୋଲି କୁହାଯାଏ ।  ଏହା ପ୍ରଥମେ ଏକ ମୃତ୍ତିକା ନିର୍ମିତ ସ୍ତୂପ ଥିଲା । ତାହାକୁ ପରେ ମୌର୍ଯ୍ୟ , ଶ୍ରୁଙ୍ଗ ଓ କୁଶାଣ ମାନଙ୍କ ଶାସନ ଯୁଗରେ ପୁନର ନିର୍ମାଣ କରାଯାଇଥିଲା । ପରିବ୍ରାଜକ ହୁଏନ ସାଙ୍ଗ ଏହି ସ୍ତୂପ ବିଷୟରେ ତାଙ୍କର ଭ୍ରମଣ କାହାଣୀରେ ଉଲ୍ଲେଖ କରିଛନ୍ତି । 

 1998 ମସିହାରେ ଖନନ ସମୟରେ ଏହି ସ୍ତୂପ ନିକଟସ୍ଥ ଅଞ୍ଚଳରୁ ଅନେକ ଇସ୍ଲାମିକ ମୁଦ୍ରା , ଶର , ତମର ଓ ଟେରାକୋଟ୍ଟା ଦ୍ରବ୍ଯ । ମୃତ୍ତିକା ନିର୍ମିତ ଲେମ୍ପ ସବୁ ମିଳିଥିଲା ବୁଦ୍ଧଙ୍କ ଅନେକ ପ୍ରତିକୃତି ମଧ୍ୟ ମିଳିଥିବାର ଜଣାଜାଏ । 

କେସାରିଆ ସ୍ତୂପ [ସମ୍ପାଦନା]

1958 ମସିହାର ଖନନ ସମୟରେ ଏହି ସ୍ତୂପ ଅବିଷ୍କୃତ ହେଇଥିଲା । ଏହା 200ରୁ 750 ମସିହା ଭିତରେ ନିର୍ମିତ ହେଇଥିବା କୁହାଯାଇଥାଏ । ରାଜା ଚକ୍ରବର୍ତୀଙ୍କ କାଳରେ ନିର୍ମିତ ହେଇଥିବାର ଅନୁମାନ କରା ଯାଏ । 

ବିରାଟ ରାମାୟଣ  ମନ୍ଦିର [ସମ୍ପାଦନା]

କେସାରିଆଠାରେ  ରେ ଏକ ବିଶାଳ କାୟ ରାମାୟଣ ମନ୍ଦିର ନିର୍ମାଣର ପରିକଳ୍ପନା କରା ଯାଇ କାର୍ଯ୍ୟକାରୀ ହେବାକୁ ଯାଉଛି ।[୧] [1]ଏଥିପାଇଁ 2012 ମସିହାରେ 500 କୋଟି ଟଙ୍କାର ଅଟାକଳ କରାଯାଇଥିଲା । .[2] ସମ୍ପୂର୍ଣ୍ଣ ହେଲେ ଏହା ବିଶ୍ୱର ସର୍ବବୃହତ ଧାର୍ମିକ ସ୍ଥାପତ୍ୟ ହେବ ବୋଲି କୁହାଯାଏ । [3] କମ୍ବୋଡିଆର ଅଂକୋର ୱାଟ ବର୍ତ୍ତମାନ 215 ଫୁଟ ଉଛର ସର୍ବବୃହତ ମନ୍ଦିର ରହିଛି । ରାମାୟଣ ମନ୍ଦିର ତାହାର ଦ୍ୱିଗୁଣ ହେବାର କୁହାଯାଏ । .[4]

ଆଧାର [ସମ୍ପାଦନା]