Jump to content

ଇଟାମାଟି ଗ୍ରାମ

ଉଇକିପିଡ଼ିଆ‌ରୁ
୧୬:୧୨, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Itamati") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Itamati
Jadumani Nagar
village
Country India
StateOdisha
DistrictNayagarh
Elevation
122 m (400 ft)
Languages
Time zoneUTC+5:30 (IST)
PIN
752068 []
Nearest cityNayagarh
Websiteodisha.gov.in

ଇଟାମାଟି  ଭାରତୀୟ ରାଜ୍ୟ ଓଡିଶା ର ନୟାଗଡ ଜିଲ୍ଲା ର ଏକ ଗ୍ରାମ । .[]ଏହା ନୟାଗଡ ସହର ରୁ 6 କିଲୋମିଟର ଦୂର ଓ ଏହା ଏକ ବାଣିଜ୍ୟିକ କେନ୍ଦ୍ର ଭାବରେ ପରିଚିତ । 

ବାଣିଜ୍ୟ 

ଏଠାରେ 100 ବର୍ଷ ରୁ ପୁରାତନ ଏକ ବିଶାଳ  ବଜାର ଅଞ୍ଚଳ ରହିଛି । ସେଠାରେ କିଛି ପ୍ରାଚୀନ ଦୋକାନ ସମେତ ଆଧୁନିକ ବଜାର କାରବାର ମଧ୍ୟ ହେଇଥାଏ । 

ବିଶିଷ୍ଟ ଅଧିବାସୀ 

ଏଠାରେ ପ୍ରସିଦ୍ଧ ଓଡିଆ ଲେଖକ ଉତ୍କଳଘଣ୍ଟା କବି ଯଦୁମଣି ମହାପାତ୍ର 1783 ମସିହା ରେ ଜନ୍ମ ଗ୍ରହା କରି 1868ମସିହା ରେ ପରଲୋକ ଗମନ କରିଥିଲେ । ସେ ରାଜା ବିନୟକ ସିଂହ ମାନଧାତା ଙ୍କ ମୁଖ୍ୟ କବି ଥିଲେ । ଯଦୁମଣି " ରାଘବ ବିଳାସ " ଓ "ପ୍ରାଣବନ୍ଧୁ ପୁରଣଚନ୍ଦର " ରଚନା କରିଥିଲେ । ତାଙ୍କର ସୃଷ୍ଟି କୁ କବି ସମ୍ରାଟ ଉପେନ୍ଦ୍ରଭାଞ୍ଜ ଙ୍କ ଲେଖା ସହ ତୁଳନା କରାଯାଇଥାଏ । 

ଶିକ୍ଷ୍ୟା 

ଏଠାରେ ଏକ ଜୁନିଅର କଲେଜ , ଏକ ଡିଗ୍ରୀ କଲେଜ ସହ ଉଭୟ ବାଳକ ଓ ବାଳିକା ହାଇ ସ୍କୁଲ ଓ ଅନେକ ପ୍ରାର୍ଥମିକ ବିଦ୍ୟାଳୟ ସବୁ ରହିଛି । 

ମନ୍ଦିର ସମୂହ 

ଏଠାରେ ବହୁ ସଂଖ୍ୟା ରେ ମନ୍ଦିର ସବୁ ରହିଛି । ତନ୍ନ ମଧ୍ୟ ରୁ ମୁଖ୍ୟ ଗୁଡିକ ହେଲା ,

  •  ସତ୍ୟନାରାୟଣ ମନ୍ଦିର 
  • ମାଁ ନାରାୟଣୀ ମନ୍ଦିର 
  • ଜଗନ୍ନାଥ ମନ୍ଦିର 
  • ଗୋପୀନାଥ ମନ୍ଦିର 
  • ଚିତ୍ରାକୁଟ ବିହାରୀ ମଠ 
  • ଦଣ୍ଡ କାମନା ମନ୍ଦିର 
  • ମାଁ କାଲୀ ମନ୍ଦିର 
  • ମାଁ ମଙ୍ଗଳା ମନ୍ଦିର 

ଯାନିଯାତରା 

"ପଞ୍ଚୁ ଦୋଳ "ନାମରେ ଦୋଳ ଯାତ୍ରା ଏଠାରେ ପ୍ରସିଦ୍ଧ । ଏହା 4 ଦିନ ଧରି ହୁଏ ଓ ଯାତ୍ରା , ଅପେରା ସବୁ ହୁଏ । ଏଠାରେ ଭୂମିପୁତ୍ର ଯଦୁମଣି ଙ୍କ ଜନ୍ମ ବାର୍ଷିକୀ ବଡ ଆଡମ୍ବର ସହକାରେ ହୁଏ । 

ଆଧାର ସମୂହ 

  1. "Pincode of ITAMATI, ORISSA". getpincode.info. 2012. Retrieved 20 April 2012. ITAMATI, ORISSA
  2. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ