ବ୍ରହ୍ମା ମନ୍ଦିର, ବିନ୍ଦୁସାଗର
ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ତଥା ମନ୍ଦିରମାଳ ନଗରି ଭୁବନେଶ୍ବର ରେ ଅବସ୍ଥିତ । ଏହା ବିନ୍ଦୁସାଗର ପୁଷ୍କରିଣୀ ର ପୂର୍ବ ତଟ ନିକଟ ରେ ଅବସ୍ଥିତ । ଲିମଗରାଜ ମନ୍ଦିର ରାସ୍ତା ରେ ଗଲେ ଏହି ମନ୍ଦିର କୁ ପହଞ୍ଚି ହୁଏ ।
ପ୍ରବାଦ
ଲୋକ ମୁଖ ରେ କଥିତ ଅଛି ବ୍ରହ୍ମା ଭୁବନେଶ୍ବର କୁ ଆସି ମହାଦେବ ଲିଙ୍ଗରାଜ ଙ୍କ ଅଧିଷ୍ଠାନ ଉତ୍ଶାବ ରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସ ରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜ ଙ୍କ ରୁକୁଣା ରଥ ର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟ ରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା ।
ସ୍ଥାପତ୍ୟ
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିର ର ୧୫ ତମ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥା କୁ ଆସିବାରୁ ତାକୁ ଗଜପତି ଙ୍କ ଅମଳ ରେ ପୁନରୁଢହର କରାଯାଇଥିଲା । ଏହି ମନ୍ଦିର ରେ ବ୍ରହ୍ମା ଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି । ଲିଙ୍ଗରାଜ ମନ୍ଦିର କୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ ଦର୍ଶନ ଅସମ୍ପୂର୍ଣ ରାହିଜାଏ ।
ପୁନଶ୍ଚ ଦେଖଣା
ଆଧାର
ବାହ୍ୟ ସଂଯୋଗ ସବୁ
ଏହି ଲେଖା ଟି ଅସମ୍ପୂର୍ଣ ଅଟେ । ଆପଣ ଏହାକୁ ସମ୍ପୂର୍ଣ କରି ୱିକିପିଦେୟା କୁ ସାହାଜ୍ଯ କରି ପାରିବେ । |