ସବ୍ୟସାଚୀ ପଣ୍ଡା
ସାବ୍ୟସାଚୀ ପଣ୍ଡା ନକ୍ସଲ ସଂଗଠନର ଜଣେ ମୂଖ୍ୟ ନେତା। ମାଓବାଦୀ ସଂଗଠନରେ ସେ ମାଓ ନେତା ସୁନିଲ ନାମରେ ପରିଚିତ । ଦୀର୍ଘ ୧୬ ବର୍ଷ ମଧ୍ୟରେ ଅନେକ ହତ୍ୟା, ହିଂସା ଘଟଣାରେ ଓଡ଼ିଶାର ୬ଟି ଜିଲ୍ଲାରେ ରହିଛି ତାଙ୍କ ବିରୋଦ୍ଧରେ ରହିଛି ୬୧ଟି ଜଘନ୍ୟ ମାମଲା। ୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାବ୍ୟସାଚୀ ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହୋଇଛନ୍ତି । .[୧]
ପ୍ରାରମ୍ଭିକ ଜୀବନ
ମାଓବାଦୀ ସଂଗଠନ
ପ୍ରଥମେ ବାପା ମାଆଙ୍କ ସହ ଝଗଡା କରି ସାବ୍ୟସାଚୀ ଘର ଛାଡିଥିଲେ । ପରେ ବିଶିଷ୍ଟ ବାମପନ୍ଥୀ ନେତା ନାଗଭୂଷଣ ପଟ୍ଟନାୟକଙ୍କ ସହ ରହି ସିପିଆଇ (ଏମଏଲ) ସଂଗଠନ ପାଇଁ କାମ କରିଥିଲେ । ହେଲେ ସଂଗଠନରେ ବିଶୃଂଖଳା ସୃଷ୍ଟି ଓ ୧୯୯୬ ରେ ନାଗଭୂଷଣଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ସିପିଆଇ (ଏମଏଲ)ରୁ ବିତାଡିତ ହୋଇଥିଲେ । ଏହାପରେ ସେ ନକ୍ସଲ ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡ଼ା ଜିଲ୍ଲା ପଦ୍ମପୁର ମୋଚିକିପଦରଛକରେ ରହି ନିଜସ୍ଵ ସଂଗଠନ କୁଇ ଲବଙ୍ଗ ସଂଘ ଗଢି଼ ଏହାର ନେତୃତ୍ଵ ନେଇଥିଲେ । ତାଙ୍କର ବଡ଼ ଅପରାଧ ଥିଲା ୨୦୦୧ରେ ପଦ୍ମପୁର ବ୍ଲକର ଜଣେ ମଦ ଦୋକାନୀକୁ ହତ୍ୟା । ପ୍ରାୟ ଚାରି ବର୍ଷ କୁଇ ଲବଙ୍ଗ ସଂଘର ନେତୃତ୍ଵ ନେବା ପରେ ସିପିଆଇ (ଏମଏଲ) ଆନ୍ଧ୍ର- ଓଡ଼ିଶା ବର୍ଡ଼ର (ଏଓବି) ଜୋନାଲ କମିଟିରେ ଯୋଗ ଦେଇଥିଲେ । ଏହାପରେ ସିପିଆଇ(ମାଓବାଦୀ) ସଂଗଠନର ବାଶଦାରା ବିଭାଗର ସଚିବ ଭାବେ ନେତୃତ୍ଵ ନେଇଥିଲେ ।
ଅପରାଧ ଓ ହିଂସା
୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ
ଇଟାଲୀ ପର୍ଯ୍ୟଟକ ଅପହରଣ
ଆଧାର
- ↑ "Odisha's top Maoist Sabyasachi Panda arrested in Ganjam district". IANS. news.biharprabha.com. Retrieved 20 July 2014.
ବାହାର ତଥ୍ୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |