ବିମ୍ବିସାର

ଉଇକିପିଡ଼ିଆ ରୁ
Jump to navigation Jump to search

ବିମ୍ବିସାର
Bimbisara welcomes the Buddha
Founder of Haryanka dynasty
ଶାସନକାଳ ପ୍ରାୟ 544 – c. 492 BCE (52 years)
ପୂର୍ବାଧିକାରୀ Bhattiya
ଉତ୍ତରାଧିକାରୀ Ajatashatru
Spouse Kosala Devi
Chellana
Khema
ସନ୍ତାନସନ୍ତତିଗଣ
Ajatashatru, Abhay
ବାପା Bhattiya
ଜନ୍ମ c. 558 BCE
ମୃତ୍ୟ c. 491 BCE
ଧର୍ମ Buddhism, Jainism

ବିମ୍ବିସାର  (ପ୍ରାୟ 558 – c. 491 BC 558 – c. 491 BC)[୧][୨]  ଖ୍ରୀଷ୍ଟପୂର୍ବ 558ରୁ 491[୩] ମସିହା ଯାଏ ଭାରତୀୟ ରାଜ୍ୟ ମଗଧର ରାଜା ଥିଲେ । ସେ ହରୟଙକା [୪]ବଂଶର ଥିଲେ । ରାଜା ଭଟ୍ଟିୟ ତାଙ୍କର ପିତା ଥିଲେ । ସେ ପ୍ରଥୟମେ ଏକ ବିଶାଳ ମଗଧ ରାଜ୍ୟର ପରିକଳ୍ପନା କରି ଅଙ୍ଗେ ରାଜ୍ୟକୁ ଆକ୍ରମଣ କରି ଅଧିଗ୍ରହଣ କରିଥିଲେ । କ୍ରମଶଃ ମଗଧ ଏକ ବିଶାଳ ସମ୍ଭ୍ରାଜ୍ୟରେ ପରିଣତ ହେଇଥିଲା । [full citation needed]

ତାଙ୍କ ସମୟ କାଳରେ ସଂସ୍କୃତିର ଉନ୍ନତି ହେବା ସହ ବୌଦ୍ଧ ଧର୍ମର ମଧ୍ୟ ପ୍ରସାର ଘଟିଥିଲା । ତାଙ୍କଦ୍ୱାରା ପ୍ରସିଦ୍ଧ ବୌଦ୍ଧ ସହର ରାଜଗିରି ସ୍ଥାପିତ ହେଇଥିଲା । ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅଜାତଶତ୍ରୁ ସିଂହାସନ ଆରୋହଣ କରିଥିଲେ । .[୫]

ଜୀବନୀ [ସମ୍ପାଦନା]

ବିମ୍ବିସାର ଏକ ଗ୍ରାମକୁ ପରିବର୍ଦ୍ଧନ କରି ତାହାକୁ ପାଟଳିପୁତ୍ରରେ ପରିଣତ କରିଥିଲେ । [୬] ସେ ସେ3ନା ବାହିନୀ ଧରି ଅଙ୍ଗ ରାଜ୍ୟ ସହ ଯୁଦ୍ଧ କରି ସେହି ରାଜ୍ୟକୁ ନିଜ ରାଜ୍ୟରେ ମିସେଇଥିଲେ । ତାହାଦ୍ୱାରା ରାଜା ବ୍ରାହମଦତ୍ତ ତାଙ୍କ ପିତାଙ୍କୁ ପରାଜିତ କରିଥିବାର ପ୍ରତିଶୋଧ ନେଇଥିଲେ । ଅଙ୍ଗ ବିଜଯ ପରେ ସେ ରାଜକୁମାର କୁନିକାଙ୍କୁ ସେଠାରେ ଗାଦିନଶିନ କରିଥିଲେ । [୭]

ବୈବାହିକ ସମ୍ବନ୍ଧ [ସମ୍ପାଦନା]

ବିମବିଶାର ବୈବାହିକ ସମ୍ବନ୍ଧକୁ ରାଜ୍ୟ ବର୍ଦ୍ଧନ ପାଇଁ ବ୍ୟବହାର କରିଥିଲେ । ସେ ମହା କୋଶଳ ର4ଆଜ୍ୟର ରାଜକୁମାରୀ କୋଶଳ ଦେବୀଙ୍କୁ ବିବାହ କରି କାଶୀକୁ ଯୌତୁକ ହିସାବରେ ପାଇଥିଲେ । [୮]ଏହି ବିବାହଦ୍ୱାରା ତନିକର କୋଶଳ ରାଜ୍ୟ ସହ ଥିବା ତିକ୍ତତା ଦୂର ହେଇଥିଲା ଓ ତାହା ପରେ ସେ ଅନନ୍ୟ କ୍ଷୁଦ୍ର ରହୟ ସବୁ ଜୟ କରିଥିଲେ । ବୈଶାଳୀର ଲିଛଭି [୯]ରାଜକୁମାରୀଙ୍କୁ ସେ ଦ୍ୱିତୀୟ ପତ୍ନୀ ଭାବରେ ବିବାହ କରି ସମ୍ଭ୍ରାଜ୍ୟ ଆହୁରି ବିସ୍ତାର କରିଥିଲେ । 

ମୃତ୍ୟୁ [ସମ୍ପାଦନା]

Bimbisara's jail, where King Bimbisara was imprisoned, in Rajgir

ସେ ସମୟର ପ୍ରଥା ଅନୁସାରେ ଅଜାତଶତ୍ରୁ ତାଙ୍କ ପିତାଙ୍କୁ କାରାଗାରରେ ରଖିଥିଲେ ଓ ନିଜେ ସିଂହାସନ ଆରୋହଣ କରିଥିଲେ । ଅଜାତଶତ୍ରୁଙ୍କ ପୁତ୍ର ଜନ୍ମ ହେଲା ବେଳକୁ ସେ ପିତାଙ୍କୁ କାରା ମୁକ୍ତ କରିବାକୁ ଗଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । [୪]

ବୌଦ୍ଧ ପରମ୍ପରା[ସମ୍ପାଦନା]

King Bimbisara, depicted in Burmese art, offering his kingdom to the Buddha.

ବୌଦ୍ଧ ଲିପି ଅନୁସାରେ ବିମ୍ବିସାର ବୁଦ୍ଧଙ୍କୁ ତାଙ୍କର ଦିବ୍ୟଜ୍ଞାନ ଆହରଣ ପୂର୍ବରୁ ଭେଟିଥିଲେ ।[୧୦] ତାଙ୍କ ପତ୍ନୀ ମଲ୍ଲିକା [୧୧]ଯିଏ ବୁଦ୍ଧଙ୍କ ଅନୁଗାମୀ ଥିଲେ , ସେ ବିମ୍ବିସାରଙ୍କୁ ଭେଟେଇ ଥିଲେ । ପରେ ସେ ନିଜେ ବୁଦ୍ଧଙ୍କ ଶିଷ୍ୟ ହେଇଗଲେ ଓ ତାଙ୍କଦ୍ୱାରା ବିଶେଷ ପ୍ରଭାବିତ ହେଇଥିଲେ । [୧୨]

ଜୈନ ପରମ୍ପରା [ସମ୍ପାଦନା]

ଜୈନ ଲିଖନରେ ମଧ୍ୟ ବିମ୍ବିସାରଙ୍କ ନାମ ଉଲ୍ଲେଖ ରହିଛି । ସେ ଜୈନ ମୁନି ଯମଧାରଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ସେ ମହାବୀରଙ୍କ ସମାବର୍ତନ ସଭାକୁ ଯାଉଥିଲେ । [୧୩] .[୧୪]

 ପ୍ରବାଦ ଅଛି ବିମବିସର ନିଜକୁ ନିଜେ ହତ୍ୟା କରିଥିଲେ ଓ ପାତାଳରେ ପୁନର୍ଜନ୍ମ ଲଭିଥିଲେ । ଜୈନ ଲିପିରେ ଉଲ୍ଲେଖ ଥିଲା ଯେ ସେ ମହାପଦ୍ମ ବା ପ୍ରଥମ ତିରଥଙ୍କର ଭାବରେ ପୁନର୍ଜନ୍ମ ଗ୍ରହଣ କରିବେ 

ପୁନଶ୍ଚ ପଠନ [ସମ୍ପାଦନା]

  • Jarasandha

ନୋଟ ସବୁ [ସମ୍ପାଦନା]

  1. Rawlinson, Hugh George. (1950) A Concise History of the Indian People, Oxford University Press. p. 46.
  2. Muller, F. Max. (2001) The Dhammapada And Sutta-nipata, Routledge (UK). p. xlvii.
  3. Indian History -APC - APC Publishers, India
  4. ୪.୦ ୪.୧ Stearns, Peter N. (2001) The Encyclopedia of World History, Houghton Mifflin. pp. 76-78.
  5. Empty citation (help)
  6. Sastri 1988, p. 11.
  7. Upinder Singh 2016, p. 269.
  8. Eck, Diana. (1998) Banaras, Columbia University Press. p. 45.
  9. Luniya, Bhanwarlal Nathuram. (1967) Evolution of Indian Culture, Lakshmi Narain Agarwal. p. 114.
  10. "Pabbaja Sutta: The Going Forth". www.accesstoinsight.org. Retrieved 15 ଡିସେମ୍ବର 2016.
  11. "Piyajatika Sutta: From One Who Is Dear". www.accesstoinsight.org. Retrieved 15 ଡିସେମ୍ବର 2016.
  12. "Dahara Sutta: Young". www.accesstoinsight.org. Retrieved 15 ଡିସେମ୍ବର 2016.
  13. Dalal, Roshen (2010), Hinduism: An Alphabetical Guide, India: Penguin Books
  14. Leshyas

ଆଧାର ସମୂହ [ସମ୍ପାଦନା]