ବିମ୍ବିସାର
ବିମ୍ବିସାର | |
---|---|
Bimbisara welcomes the Buddha | |
ଶାସନକାଳ | c. 544 – c. 492 BCE (52 years) |
ପୂର୍ବାଧିକାରୀ | Bhattiya |
ଉତ୍ତରାଧିକାରୀ | Ajatashatru |
ଜୀବନସାଥୀ | Kosala Devi Chellana Khema |
ସନ୍ତାନସନ୍ତତିଗଣ | |
Ajatashatru, Abhay | |
ବାପା | Bhattiya |
ଜନ୍ମ | c. 558 BCE |
ମୃତ୍ୟ | c. 491 BCE |
ଧର୍ମ | Buddhism, Jainism |
ବିମ୍ବିସାର (c. 558 – c. 491 BC 558 – c. 491 BC)[୧][୨] ଖ୍ରୀଷ୍ଟପୂର୍ବ 558ରୁ 491[୩] ମସିହା ଯାଏ ଭାରତୀୟ ରାଜ୍ୟ ମଗଧର ରାଜା ଥିଲେ । ସେ ହରୟଙକା [୪]ବଂଶର ଥିଲେ । ରାଜା ଭଟ୍ଟିୟ ତାଙ୍କର ପିତା ଥିଲେ । ସେ ପ୍ରଥୟମେ ଏକ ବିଶାଳ ମଗଧ ରାଜ୍ୟର ପରିକଳ୍ପନା କରି ଅଙ୍ଗେ ରାଜ୍ୟକୁ ଆକ୍ରମଣ କରି ଅଧିଗ୍ରହଣ କରିଥିଲେ । କ୍ରମଶଃ ମଗଧ ଏକ ବିଶାଳ ସମ୍ଭ୍ରାଜ୍ୟରେ ପରିଣତ ହେଇଥିଲା । [full citation needed]
ତାଙ୍କ ସମୟ କାଳରେ ସଂସ୍କୃତିର ଉନ୍ନତି ହେବା ସହ ବୌଦ୍ଧ ଧର୍ମର ମଧ୍ୟ ପ୍ରସାର ଘଟିଥିଲା । ତାଙ୍କଦ୍ୱାରା ପ୍ରସିଦ୍ଧ ବୌଦ୍ଧ ସହର ରାଜଗିରି ସ୍ଥାପିତ ହେଇଥିଲା । ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅଜାତଶତ୍ରୁ ସିଂହାସନ ଆରୋହଣ କରିଥିଲେ । .[୫]
ଜୀବନୀ
[ସମ୍ପାଦନା]ବିମ୍ବିସାର ଏକ ଗ୍ରାମକୁ ପରିବର୍ଦ୍ଧନ କରି ତାହାକୁ ପାଟଳିପୁତ୍ରରେ ପରିଣତ କରିଥିଲେ । [୬] ସେ ସେ3ନା ବାହିନୀ ଧରି ଅଙ୍ଗ ରାଜ୍ୟ ସହ ଯୁଦ୍ଧ କରି ସେହି ରାଜ୍ୟକୁ ନିଜ ରାଜ୍ୟରେ ମିସେଇଥିଲେ । ତାହାଦ୍ୱାରା ରାଜା ବ୍ରାହମଦତ୍ତ ତାଙ୍କ ପିତାଙ୍କୁ ପରାଜିତ କରିଥିବାର ପ୍ରତିଶୋଧ ନେଇଥିଲେ । ଅଙ୍ଗ ବିଜଯ ପରେ ସେ ରାଜକୁମାର କୁନିକାଙ୍କୁ ସେଠାରେ ଗାଦିନଶିନ କରିଥିଲେ । [୭]
ବୈବାହିକ ସମ୍ବନ୍ଧ
[ସମ୍ପାଦନା]ବିମବିଶାର ବୈବାହିକ ସମ୍ବନ୍ଧକୁ ରାଜ୍ୟ ବର୍ଦ୍ଧନ ପାଇଁ ବ୍ୟବହାର କରିଥିଲେ । ସେ ମହା କୋଶଳ ର4ଆଜ୍ୟର ରାଜକୁମାରୀ କୋଶଳ ଦେବୀଙ୍କୁ ବିବାହ କରି କାଶୀକୁ ଯୌତୁକ ହିସାବରେ ପାଇଥିଲେ । [୮]ଏହି ବିବାହଦ୍ୱାରା ତନିକର କୋଶଳ ରାଜ୍ୟ ସହ ଥିବା ତିକ୍ତତା ଦୂର ହେଇଥିଲା ଓ ତାହା ପରେ ସେ ଅନନ୍ୟ କ୍ଷୁଦ୍ର ରହୟ ସବୁ ଜୟ କରିଥିଲେ । ବୈଶାଳୀର ଲିଛଭି [୯]ରାଜକୁମାରୀଙ୍କୁ ସେ ଦ୍ୱିତୀୟ ପତ୍ନୀ ଭାବରେ ବିବାହ କରି ସମ୍ଭ୍ରାଜ୍ୟ ଆହୁରି ବିସ୍ତାର କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ସେ ସମୟର ପ୍ରଥା ଅନୁସାରେ ଅଜାତଶତ୍ରୁ ତାଙ୍କ ପିତାଙ୍କୁ କାରାଗାରରେ ରଖିଥିଲେ ଓ ନିଜେ ସିଂହାସନ ଆରୋହଣ କରିଥିଲେ । ଅଜାତଶତ୍ରୁଙ୍କ ପୁତ୍ର ଜନ୍ମ ହେଲା ବେଳକୁ ସେ ପିତାଙ୍କୁ କାରା ମୁକ୍ତ କରିବାକୁ ଗଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । [୪]
ବୌଦ୍ଧ ପରମ୍ପରା
[ସମ୍ପାଦନା]ବୌଦ୍ଧ ଲିପି ଅନୁସାରେ ବିମ୍ବିସାର ବୁଦ୍ଧଙ୍କୁ ତାଙ୍କର ଦିବ୍ୟଜ୍ଞାନ ଆହରଣ ପୂର୍ବରୁ ଭେଟିଥିଲେ ।[୧୦] ତାଙ୍କ ପତ୍ନୀ ମଲ୍ଲିକା [୧୧]ଯିଏ ବୁଦ୍ଧଙ୍କ ଅନୁଗାମୀ ଥିଲେ , ସେ ବିମ୍ବିସାରଙ୍କୁ ଭେଟେଇ ଥିଲେ । ପରେ ସେ ନିଜେ ବୁଦ୍ଧଙ୍କ ଶିଷ୍ୟ ହେଇଗଲେ ଓ ତାଙ୍କଦ୍ୱାରା ବିଶେଷ ପ୍ରଭାବିତ ହେଇଥିଲେ । [୧୨]
ଜୈନ ପରମ୍ପରା
[ସମ୍ପାଦନା]ଜୈନ ଲିଖନରେ ମଧ୍ୟ ବିମ୍ବିସାରଙ୍କ ନାମ ଉଲ୍ଲେଖ ରହିଛି । ସେ ଜୈନ ମୁନି ଯମଧାରଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ସେ ମହାବୀରଙ୍କ ସମାବର୍ତନ ସଭାକୁ ଯାଉଥିଲେ । [୧୩] .[୧୪]
ପ୍ରବାଦ ଅଛି ବିମବିସର ନିଜକୁ ନିଜେ ହତ୍ୟା କରିଥିଲେ ଓ ପାତାଳରେ ପୁନର୍ଜନ୍ମ ଲଭିଥିଲେ । ଜୈନ ଲିପିରେ ଉଲ୍ଲେଖ ଥିଲା ଯେ ସେ ମହାପଦ୍ମ ବା ପ୍ରଥମ ତିରଥଙ୍କର ଭାବରେ ପୁନର୍ଜନ୍ମ ଗ୍ରହଣ କରିବେ
ପୁନଶ୍ଚ ପଠନ
[ସମ୍ପାଦନା]- Jarasandha
ନୋଟ ସବୁ
[ସମ୍ପାଦନା]- ↑ Rawlinson, Hugh George. (1950) A Concise History of the Indian People, Oxford University Press. p. 46.
- ↑ Muller, F. Max. (2001) The Dhammapada And Sutta-nipata, Routledge (UK). p. xlvii.
- ↑ Indian History -APC - APC Publishers, India
- ↑ ୪.୦ ୪.୧ Stearns, Peter N. (2001) The Encyclopedia of World History, Houghton Mifflin. pp. 76-78.
- ↑
{{cite web}}
: Empty citation (help) - ↑ Sastri 1988, p. 11.
- ↑ Upinder Singh 2016, p. 269.
- ↑ Eck, Diana. (1998) Banaras, Columbia University Press. p. 45.
- ↑ Luniya, Bhanwarlal Nathuram. (1967) Evolution of Indian Culture, Lakshmi Narain Agarwal. p. 114.
- ↑ "Pabbaja Sutta: The Going Forth". www.accesstoinsight.org. Retrieved 15 ଡିସେମ୍ବର 2016.
- ↑ "Piyajatika Sutta: From One Who Is Dear". www.accesstoinsight.org. Retrieved 15 ଡିସେମ୍ବର 2016.
- ↑ "Dahara Sutta: Young". www.accesstoinsight.org. Retrieved 15 ଡିସେମ୍ବର 2016.
- ↑ Dalal, Roshen (2010), Hinduism: An Alphabetical Guide, India: Penguin Books
- ↑ Leshyas
ଆଧାର
[ସମ୍ପାଦନା]- Dundas, Paul (2002), The Jains (Second ed.), Routledge, ISBN 0-415-26605-X
{{citation}}
: More than one of|ISBN=
and|isbn=
specified (help) - Jain, Hiralal; Upadhye, Dr. Adinath Neminath (2000), Mahavira his Times and his Philosophy of Life, Bharatiya Jnanpith
- Jaini, Padmanabh S. (1998), The Jaina Path of Purification, Delhi: Motilal Banarsidass, ISBN 81-208-1578-5
{{citation}}
: More than one of|ISBN=
and|isbn=
specified (help) - Raychaudhuri, Hemchandra (1923), Political History of Ancient India, University of Calcutta
- Sastri, Kallidaikurichi Aiyah Nilakanta, ed. (1988), Age of the Nandas and Mauryas (Second ed.), Delhi: Motilal Banarsidass, ISBN 81-208-0465-1
{{citation}}
: More than one of|ISBN=
and|isbn=
specified (help) - Singh, G. P., Early Indian Historical Tradition and Archaeology
- Singh, Upinder (2016), A History of Ancient and Early Medieval India: From the Stone Age to the 12th Century, Pearson Education, ISBN 978-93-325-6996-6
{{citation}}
: More than one of|ISBN=
and|isbn=
specified (help) - von Glasenapp, Helmuth (1999), Jainism: An Indian Religion of Salvation, Delhi: Motilal Banarsidass, ISBN 81-208-1376-6
{{citation}}
: More than one of|ISBN=
and|isbn=
specified (help)