Jump to content

ବିନାୟକ ଦାମୋଦର ସାବରକର

ଉଇକିପିଡ଼ିଆ‌ରୁ
ବିନାୟକ ଦାମୋଦର ସାବରକର
ସାବରକର
ଜନ୍ମ(1883-05-28)୨୮ ମଇ ୧୮୮୩
ଭାଗୁର,[୧] ନାସିକ ଜିଲ୍ଲା, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ଇଣ୍ଡିଆ (ବର୍ତ୍ତମାନ ସମୟର ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୨୬ ଫେବୃଆରୀ ୧୯୬୬(1966-02-26) (ବୟସ ୮୨)
ବମ୍ବେ, ମହାରାଷ୍ଟ୍ର, ଭାରତ
ଜାତୀୟତାବ୍ରିଟିଶ ଭାରତୀୟ, (୧୮୮୩-୧୯୪୭)
ଭାରତ (୧୯୪୭-୧୯୬୬)
ଅନ୍ୟ ନାମବୀର ସାବରକର, ସ୍ୱତନ୍ତ୍ରବୀର ସାବରକର
ବୃତ୍ତି(ସମୂହ)ରାଜନୀତିଜ୍ଞ, ଲେଖକ, ସକ୍ରିୟତାବାଦୀ
ପ୍ରସିଦ୍ଧିହିନ୍ଦୁତ୍ୱ
ରାଜନୈତିକ ଦଳଅଖିଳ ଭାରତୀୟ ହିନ୍ଦୁ ମହାସଭା
ବୈବାହିକ-ସାଥୀ
Yamunabai
(m. ୧୯୦୧; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
[୨]
ସମ୍ପର୍କୀୟଗଣେଶ ଦାମୋଦର ସାବରକର (ଭାଇ)

ବିନାୟକ ଦାମୋଦର ସାବରକର, ମରାଠୀ ଉଚ୍ଚାରଣ: [ʋinaːjək saːʋəɾkəɾɾ]; ୨୮ ମଇ ୧୮୮୩ - ୨୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଓ ଲେଖକ ଥିଲେ । ସାବରକର ୧୯୨୨ ମସିହାରେ ରତ୍ନଗିରିରେ ଜେଲରେ ଥିବା ବେଳେ ହିନ୍ଦୁତ୍ୱର ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଆଦର୍ଶ ବିକାଶ କରିଥିଲେ । ସେ ହିନ୍ଦୁ ମହାସଭାରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ ।[୩] ସେ ତାଙ୍କ ଆତ୍ମଜୀବନୀ ଲେଖିବା ପରଠାରୁ ସମ୍ମାନଜନକ ଉପସର୍ଗ 'ବୀର' (ଅର୍ଥାତ ସାହସୀ) ବ୍ୟବହାର କରିବା ଆରମ୍ଭ କରିଥିଲେ । ସାବରକର ହିନ୍ଦୁ ମହାସଭାରେ ଯୋଗ ଦେଇ ହିନ୍ଦୁତ୍ୱ (ହିନ୍ଦୁତ୍ୱ)[୪] ଶବ୍ଦକୁ ଲୋକପ୍ରିୟ କରି ଭାରତର ସାରସ୍ୱରୂପ ଏକ ସାମୂହିକ "ହିନ୍ଦୁ" ପରିଚୟ ସୃଷ୍ଟି କରିଥିଲେ । ସାବରକର ଜଣେ ନାସ୍ତିକ ଥିଲେ ।[୫]

ସାବରକର ଜଣେ ହାଇସ୍କୁଲ ଛାତ୍ର ଭାବରେ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଏବଂ ପୁଣେର ଫର୍ଗୁସନ ମହାବିଦ୍ୟାଳୟରେ ଏହା ଜାରି ରଖିଥିଲେ । ସେ ଓ ତାଙ୍କ ଭାଇ ଅଭିନବ ଭାରତ ସୋସାଇଟି ନାମରେ ଏକ ଗୁପ୍ତ ସୋସାଇଟି ପ୍ରତିଷ୍ଠା କରିଥିଲେ । ଆଇନ ଅଧ୍ୟୟନ ପାଇଁ ଯେତେବେଳେ ସେ ବ୍ରିଟେନ ଯାଇଥିଲେ, ସେତେବେଳେ ସେ ଇଣ୍ଡିଆ ହାଉସ୍ ଏବଂ ଫ୍ରି ଇଣ୍ଡିଆ ସୋସାଇଟି ଭଳି ସଂଗଠନ ସହିତ ନିଜକୁ ଜଡ଼ିତ କରିଥିଲେ । ବିପ୍ଳବୀ ଉପାୟରେ ସମ୍ପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ପାଇଁ ସେ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ ।[୬] ୧୮୫୭ ମସିହାର ଭାରତୀୟ ବିଦ୍ରୋହ ବିଷୟରେ ସେ ପ୍ରକାଶିତ ପୁସ୍ତକ ମଧ୍ୟରୁ ଗୋଟିଏ ପୁସ୍ତକକୁ ବ୍ରିଟିଶ ଔପନିବେଶିକ କର୍ତ୍ତୃପକ୍ଷ ନିଷିଦ୍ଧ କରିଥିଲେ ।[୭]

୧୯୧୦ ମସିହାରେ ବିପ୍ଳବୀ ଗୋଷ୍ଠୀ ଇଣ୍ଡିଆ ହାଉସ୍ ସହ ସମ୍ପର୍କ ପାଇଁ ସାବରକରଙ୍କୁ ଗିରଫ କରାଯାଇ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତ ଫେରିବା ସମୟରେ ସାବରକର ଷ୍ଟିମସିପ୍ ଏସ୍ ଏସ୍ ମୋରିଆରୁ ଡେଇଁ ଫ୍ରାନ୍ସରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିବା ବେଳେ ଜାହାଜଟି ମାର୍ସେଲିସ ବନ୍ଦରରେ ଅଟକି ରହିଥିଲା । ତେବେ ଫ୍ରାନ୍ସ ବନ୍ଦର ଅଧିକାରୀମାନେ ତାଙ୍କୁ ବ୍ରିଟିଶ ସରକାରଙ୍କୁ ଫେରାଇ ଦେଇଥିଲେ । ଭାରତ ଫେରିବା ପରେ ସାବରକରଙ୍କୁ ୫୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସେଲୁଲାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ୧୯୨୪ ମସିହାରେ ସେ ଇଂରେଜମାନଙ୍କୁ ଏକାଧିକ କ୍ଷମା ଆବେଦନ ଲେଖିବା ପରେ ବ୍ରିଟିଶ ଅଧିକାରୀମାନେ ତାଙ୍କୁ ମୁକ୍ତ କରିଥିଲେ ।[୮] ଜେଲରୁ ମୁକୁଳିବା ପରେ ସେ ବ୍ରିଟିଶ ଶାସନର କୌଣସି ସମାଲୋଚନାକୁ ଏକପ୍ରକାର ବନ୍ଦ କରିଦେଇଥିଲେ ।[୯]

୧୯୩୭ ମସିହା ପରେ ସେ ହିନ୍ଦୁ ରାଜନୈତିକ ଓ ସାମାଜିକ ଏକତାକୁ ସମର୍ଥନ କରି ଜଣେ ଶକ୍ତିଶାଳୀ ବକ୍ତା ଓ ଲେଖକ ଭାବରେ ବ୍ୟାପକ ଭ୍ରମଣ ଆରମ୍ଭ କରିଥିଲେ । ୧୯୩୮ ମସିହାରେ ସେ ମୁମ୍ବାଇରେ ମରାଠୀ ସାହିତ୍ୟ ସମ୍ମିଳନୀର ସଭାପତି ଥିଲେ । ହିନ୍ଦୁ ମହାସଭାର ସଭାପତି ଭାବରେ କାର୍ଯ୍ୟ କରୁଥିବା ସାବରକର ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ବିଚାରକୁ ସମର୍ଥନ କରିଥିଲେ । ସାବରକର ଶିଖ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, "ଯେତେବେଳେ ମୁସଲମାନମାନେ ପାକିସ୍ତାନର ଦିବାସ୍ୱପ୍ନରୁ ଜାଗ୍ରତ ହେବେ, ସେମାନେ ପଞ୍ଜାବରେ ଏକ ଶିଖସ୍ତାନ ପ୍ରତିଷ୍ଠା ଦେଖିବେ" । ସାବରକର କେବଳ ହିନ୍ଦୁବାଦ, ହିନ୍ଦୁ ରାଷ୍ଟ୍ର ଏବଂ ହିନ୍ଦୁ ରାଜ ବିଷୟରେ କହୁନଥିଲେ, ବରଂ ସେ ପଞ୍ଜାବରେ ଶିଖମାନଙ୍କ ଉପରେ ନିର୍ଭର କରି ଶିଖସ୍ତାନ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ।[୧୦][୧୧]

୧୯୩୯ ବେଳକୁ ଉଭୟ ସାବରକର ଓ ମୁସଲିମ୍ ଲିଗ୍ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ପରାସ୍ତ ହେବା ହେତୁ ସେ ଲିଗ୍ ସହ ମେଣ୍ଟ କରିଥିଲେ । ସେ ଦ୍ୱିରାଷ୍ଟ୍ରୀୟ ସିଦ୍ଧାନ୍ତକୁ ମଧ୍ୟ ସମର୍ଥନ କରିଥିଲେ । ସେ ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନକୁ ବିରୋଧ କରିବା ସହ ଏହାକୁ ଆନୁଷ୍ଠାନିକ ଭାବେ ବର୍ଜନ କରିଥିଲେ ।[୧୨] ଏପରିକି ସେ "ଆପଣଙ୍କ କର୍ମସ୍ଥଳୀରେ ରୁହନ୍ତୁ" ଶୀର୍ଷକ ଏକ ଚିଠି ଲେଖିବା ପର୍ଯ୍ୟନ୍ତ ଯାଇଥିଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କ ପାଇଁ ନିଯୁକ୍ତ ହୋଇଥିଲେ । ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ସାବରକରଙ୍କ ବିରୋଧରେ ସହ-ଷଡ଼ଯନ୍ତ୍ରକାରୀ ଭାବରେ ମୋକଦମା ହୋଇଥିଲା । ତେବେ ପ୍ରମାଣ ଅଭାବରୁ କୋର୍ଟରୁ ସେ ଛାଡ଼ ପାଇଥିଲେ ।

ଆଧାର[ସମ୍ପାଦନା]

  1. "Vinayak Damodar Savarkar | Biography, History, & Books | Britannica". Archived from the original on 25 July 2019. Retrieved 27 February 2020.
  2. "Yamunabai Vinayak (Mai) Savarkar". Archived from the original on 2023-04-05. Retrieved 2023-08-15.
  3. "Vinayak Damodar Savarkar | Biography, History, & Books | Britannica". www.britannica.com (in ଇଂରାଜୀ). 2023-07-28. Retrieved 2023-08-15.
  4. "Hindutva is not the same as Hinduism said Savarkar". www.telegraphindia.com (in ଇଂରାଜୀ). Retrieved 2023-08-15.
  5. Nandy, Ashis (2014-01-02). "A disowned father of the nation in India: Vinayak Damodar Savarkar and the demonic and the seductive in Indian nationalism". Inter-Asia Cultural Studies (in ଇଂରାଜୀ). 15 (1): 91–112. doi:10.1080/14649373.2014.882087. ISSN 1464-9373.
  6. "News Today - An English evening daily published from Chennai". web.archive.org. 2010-02-06. Archived from the original on 2010-02-06. Retrieved 2023-08-15.
  7. Visana, Vikram (2021-12). "Savarkar before Hindutva: Sovereignty, Republicanism, and Populism in India, c.1900–1920". Modern Intellectual History (in ଇଂରାଜୀ). 18 (4): 1106–1129. doi:10.1017/S1479244320000384. ISSN 1479-2443. {{cite journal}}: Check date values in: |date= (help)
  8. Jha, Dhirendra K. (2022-01-04). Gandhi's Assassin: The Making of Nathuram Godse and His Idea of India (in ଇଂରାଜୀ). Penguin Random House India Private Limited. ISBN 978-93-5492-168-1.
  9. Devare, Aparna (2013-04-03). History and the Making of a Modern Hindu Self (in ଇଂରାଜୀ). Routledge. ISBN 978-1-136-19708-6.
  10. Some Recent Speeches and Writings of Mr. Jinnah - Jamiluddin Ahmad.
  11. Bhide A.s (1825). Whirl-wind Propaganda.
  12. Bapu, Prabhu (2013). Hindu Mahasabha in Colonial North India, 1915-1930: Constructing Nation and History (in ଇଂରାଜୀ). Routledge. ISBN 978-0-415-67165-1.

ବାହାର ଲିଙ୍କ[ସମ୍ପାଦନା]