ବିଦ୍ୟାଧର ନାଏକ
ବିଦ୍ୟାଧର ନାଏକ | |
|---|---|
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୬୭ | |
| ପୂର୍ବ ଅଧିକାରୀ | କନକଲତା ଦେବୀ |
| ପର ଅଧିକାରୀ | ପ୍ରତାପ ଚନ୍ଦ୍ର ପଟ୍ଟନାୟକ |
| ନିର୍ବାଚନ ମଣ୍ଡଳୀ | ବଡ଼ମ୍ବା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ସେପ୍ଟେମ୍ବର ୨୦, ୧୯୨୦ |
| ମୃତ୍ୟୁ | ୨୩ ଅପ୍ରେଲ ୨୦୦୭ (ବୟସ ୮୬) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ବାପା/ବୋଉ | ହାତୀ ରାଉତରାୟ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବିଦ୍ୟାଧର ନାଏକ (୨୦ ସେପ୍ଟେମ୍ବର ୧୯୨୦ - ୨୩ ଅପ୍ରେଲ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିଦ୍ୟାଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଦ୍ୟାଧର ନାଏକ ୧୯୨୦ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହାତୀ ରାଉତରାୟ ।[୧] ବିଦ୍ୟାଧରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଦ୍ୟାଧର ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିଦ୍ୟାଧର ମାନସିଂହ ୨୦୦୭ ମସିହାର ଅପ୍ରେଲ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।