Jump to content

ବିଜୟିନୀ ଶତପଥୀ

ଉଇକିପିଡ଼ିଆ‌ରୁ
ବିଜୟିନୀ ଶତପଥୀ
ଜନ୍ମ
ପେଷାନୃତ୍ୟାଙ୍ଗନା ଓ ଗୁରୁ
ଜୀବନସାଥୀମହେଶ ଭଟ୍ଟ
ପୁରସ୍କାରଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର, ମାହାରୀ ସମ୍ମାନ

ବିଜୟିନୀ ଶତପଥୀ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅଟନ୍ତି ।[୧] ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ୨୦୦୬ ମସିହାରେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ମାହାରୀ ସମ୍ମାନ ମଧ୍ୟ ଲାଭ କରିଛନ୍ତି ।

ବିଜୟିନୀ, ଭୁବନେଶ୍ୱରର ଓଡ଼ିଶା ନୃତ୍ୟ ଏକାଡ଼େମୀରେ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକ ଶିକ୍ଷା ହାସଲ କରିବା ପରେ, ସେ ବେଙ୍ଗାଳୁରୁର ନୃତ୍ୟଗ୍ରାମ ଅନୁଷ୍ଠାନରେ ରହି ଅଧିକ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେଠାରେ ସେ କ୍ରମେ ମୁଖ୍ୟ ଓଡ଼ିଶୀ ନର୍ତ୍ତକୀ ଭୂମିକା ଗ୍ରହଣ କରିଥିଲେ । ସେଠାରେ ସୁରୂପା ସେନଙ୍କ ସହ ତାଙ୍କର ଯୁଗଳବନ୍ଦୀ ଏକ ସଫଳ ନୃତ୍ୟ ନିର୍ଦ୍ଦେଶିକା ଓ ନର୍ତ୍ତକୀର ଯୋଡ଼ି ଭାବରେ ପ୍ରମାଣିତ ହୋଇଥିଲା[୨] ଓ ସେମାନେ ୨୫ ବର୍ଷ ଧରି ଏକାଠି ନୃତ୍ୟ ପରିବେଷଣ କରିଥିଲେ । ଉଭୟ ବିଜୟିନୀ ଓ ସୁରୂପା ନୃତ୍ୟଗ୍ରାମ ଅନୁଷ୍ଠାନର ନିର୍ଦ୍ଦେଶକ ପଦବୀ ମଣ୍ଡନ କରିବା ସହିତ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିଲେ । ପରେ ବିଜୟିନୀ ନୃତ୍ୟଗ୍ରାମ ଅନୁଷ୍ଠାନରୁ ଅଲଗା ହୋଇ, ନିଜର ଏକକ ନୃତ୍ୟ ପରିବେଷଣ କରିବାକୁ ଆରମ୍ଭ କରିଥିଲେ ।[୩] ବିଜୟିନୀ, ଫଟୋଗ୍ରାଫର ମହେଶ ଭଟ୍ଟଙ୍କୁ ବିବାହ କରିଛନ୍ତି ।[୪]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୦୬ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ପ୍ରଦତ୍ତ)[୫]
  • ମାହାରୀ ସମ୍ମାନ[୬]
  1. ↑ "A Great Odissi Dancer Conjures Gods and Demons Alone". www.nytimes.com. The New York Times. Archived from the original on 19 March 2021. Retrieved 19 March 2021.
  2. ↑ Poorva Rajaram. "Getting the HIP right". www.old.tehelka.com. Tehelka. Archived from the original on 19 March 2021. Retrieved 19 March 2021.
  3. ↑ Chitra Swaminathan. "Bijayani Satpathy on why she wants to dance solo". www.thehindu.com. The Hindu. Archived from the original on 19 March 2021. Retrieved 19 March 2021. {{cite web}}: |archive-date= / |archive-url= timestamp mismatch; 22 ଫେବୃଆରୀ 2021 suggested (help)
  4. ↑ "Dance conversations with Surupa Sen and Bijayini Satpathy". www.indiatoday.in. The India Today. Archived from the original on 19 March 2021. Retrieved 19 March 2021.
  5. ↑ "SANGEET NATAK AKADEMI Yuva Puraskar List of Awardees". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 19 March 2021. Retrieved 19 March 2021.
  6. ↑ "ARTISTE'S PROFILE". ccrtindia.gov.in. Retrieved 4 March 2021.