ବିକାନେରୀ ଭୁଜିଆ
ଅନ୍ୟ ନାମ | Bhujia |
---|---|
ପରଷା | ଶୁଖିଲା ଜଳଖିଆ, |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ରାଜସ୍ଥାନ, ଗୁଜରାଟ |
ମୁଖ୍ୟ ଉପାଦାନ | Moth bean, ବେସନ, ବାଦାମ ତେଲ |
ପ୍ରକାର ଭେଦ | ସେଓ |
ବିକାନିର ଭୁଜିଆ ପ୍ରାୟତଃ ଭୁଜିଆଭାବେ ଜଣା । ଏକ ଲୋକପ୍ରିୟ ଶୁଖିଲା ଜଳଖିଆ ଖାଦ୍ୟ ଅଟେ । ଫିକା ହଳଦିଆ ରଙ୍ଗର ଏହି ଖାଦ୍ୟଦ୍ରବ୍ୟର ମୁଖ୍ୟ ଉପାଦାନ ବେସନ ଏବଂ ମସଲା ଅଟେ । ଏହି ଦ୍ରବ୍ୟ ରାଜସ୍ଥାନର ବିକାନିର ସହରରୁ ପ୍ରଥମେ ତିଆରି ହୋଇଥିଲା । ଏଥିଲାଗି ବିକାନିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ଏକ ଜେନେରିକ ନାମ ଭାବେ ଏବଂ ୨୦୧୦ରେ ବିକାନିର ଭୁଜିଆ ଭାରତୀୟ ଭୌଗଳିକ ସଂକେତ ଭାବେ ଅନୁମୋଦିତ ତଥା ପଂଜିକୃତ ହୋଇଥିଲା ।[୧] ବର୍ତ୍ତମାନ ଭିନ୍ନ ଭିନ୍ନ ସ୍ୱାଦରେ ବିଭିନ୍ନ ଉପାଦାନ ପକାଇ ଭୁଜିଆ ତିଆରି ହେଉଛି ।
ରାଜସ୍ଥାନର ଗ୍ରାମାଞ୍ଚଳରେ 'ବିକାନିର ଭୁଜିଆ' ପ୍ରସ୍ତୁତି ବ୍ୟବସାୟ ୨.୫ ଅୟୁତ ବିଶେଷ କରି ମହିଳାମାନଙ୍କୁ ଜୀବିକା ଯୋଗାଉଛି । ଏହା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପେପ୍ସିକୋ ଏବଂ ଭାରତୀୟ ସ୍ନାକ କମ୍ପାନୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛି ଯେଉଁମାନେ ଭୁଜିଆ ନାମକୁ ମଧ୍ୟ ବ୍ୟବହାର କରୁଛନ୍ତି । [୨][୩] ବର୍ଷ ବର୍ଷ ଧରି ବହୁ ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ଏକ ପ୍ୟାଟେଣ୍ଟ ହୋଇଥିଲା ।[୪][୫][୬]
ଇତିହାସ
[ସମ୍ପାଦନା]୧୮୭୭ ମସିହାରେ ମହାରାଜା ଶ୍ରୀ ଡୁଙ୍ଗର ସିଂଙ୍କ ସମୟରେ ବିକାନିରରେ ଭୁଜିଆ ତିଆରି ଆରମ୍ଭ ହୋଇଥିଲା ।[୭]
ପ୍ରସ୍ତୁତି ପ୍ରଣାଳୀ
[ସମ୍ପାଦନା]ବିନ ବେସନ, ମସଲା, ଚଣା ଡାଲି ବେସନ, ସେଲ୍ୟୁଲୋଜ ଗୁଣ୍ଡ, ଡାଲି, ଲୁଣ, ନାଲି ଲଙ୍କା, ଗୋଲମରିଚ, ଲବଙ୍ଗ, ଅଳେଇଚ, ବାଦାମ ତେଲ, ଇତ୍ୟାଦିରୁ ଏକ ତରଳମିଶ୍ରଣ ପ୍ରସ୍ତୁତା କରାଯାଇ ଏକ ଛାଂଚରୁ ତେଲ କଢାଇକୁ ପକାଯାଇ ଛଣାଯାଏ ।
ଆଧାର
[ସମ୍ପାଦନା]- ↑ "Camel country: Known for its sand dunes and bhujia, Bikaner." The Tribune. January 18, 2009.
- ↑ "The whole world's bhujia". indiatogether.org. 26 July 2005.
- ↑ "India: TNCs muscling into cottage industry sectors". TWN (Third World Network). Jan 11, 1996. Archived from the original on September 27, 2011. Retrieved February 9, 2016.
- ↑ "A copyright for Bikaneri bhujia, Hyderbadi haleem". Indian Express. Sep 14, 2010.
- ↑ "Registered Geographical Indications (GI)" (PDF). Geographical Indication Registry (India).
- ↑ "Patent shield soon from copycat GI Joes". Economic Times. 24 Feb 2007.
- ↑ http://www.thehindu.com/features/metroplus/Food/in-search-of-bikaneri-bhujia/article3945487.ece
ବାହାର ଲିଙ୍କ
[ସମ୍ପାଦନା]- Bikaneri Bhujia Recipe at Tarla Dalal
- Bikaneri Bhujia in making