Jump to content

ବାହାର ବାନୁ ବେଗମ

ଉଇକିପିଡ଼ିଆ‌ରୁ
ବାହାର ବାନୁ ବେଗମ
ମୋଗଲ ସାମ୍ରାଜ୍ୟର ରାଜକୁମାରୀ

ଜୀବନସାଥୀ ତାହମୁରାସ୍ ମିର୍ଜା
ବାପା ଜାହାଙ୍ଗୀର
ମାଆ କରାମସି
ଜନ୍ମ ୯ ଅକ୍ଟୋବର ୧୫୯୦
ଲାହୋର, ମୁଗଲ ସାମ୍ରାଜ୍ୟ
ମୃତ୍ୟ ୮ ସେପ୍ଟେମ୍ବର ୧୬୫୩(1653-09-08) (ବୟସ ୬୨)
ଆଗ୍ରା, ମୁଗଲ ସାମ୍ରାଜ୍ୟ
ସମାଧି ମରିୟମ-ଉଜ-ଜମାନିର ସମାଧି
ଧର୍ମ ସୁନୀ ଇସଲାମ

ବାହାର ବାନୁ ବେଗମ (ପାର୍ସୀ: بهار بانو بیگم ୯ ଅକ୍ଟୋବର ୧୫୯୦ - ୮ ସେପ୍ଟେମ୍ବର ୧୬୫୩) ("ବ୍ଲୁମିଙ୍ଗ୍ ଲେଡି" ନାମରେ ମଧ୍ୟ ଜଣାଶୁଣା), ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଝିଅ ଏବଂ ମୋଗଲ ସାମ୍ରାଜ୍ୟର ରାଜକୁମାରୀ ଥିଲେ ।[୧]

ଜନ୍ମ[ସମ୍ପାଦନା]

ବାହାର ବାନୁ ବେଗମ ୯ ଅକ୍ଟୋବର ୧୫୯୦ ମସିହାରେ ତାଙ୍କ ଜେଜେବାପା ସମ୍ରାଟ ଆକବରଙ୍କ ସମୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା କରାମସି, ରାଠୋର ପରିବାରର ରାଜା କେଶବ ଦାସଙ୍କ ଝିଅ ଥିଲେ ।[୨] ସେହି ଦିନ ମାରବାଡ଼ର ଉଦୟ ସିଂଙ୍କ ଝିଅ ଜଗତ ଗୋସାଇଁ, ବେଗମ ସୁଲତାନ ବେଗମ ନାମକ ଅନ୍ୟ ଜଣେ ଝିଅଙ୍କୁ ଜନ୍ମ ଦେଇଥିଲେ ।[୩] ସେ ତାଙ୍କ ପିତାଙ୍କର ସପ୍ତମ ସନ୍ତାନ ଏବଂ ପଞ୍ଚମ ଝିଅ ଥିଲେ, କିନ୍ତୁ ତାଙ୍କ ମାତାଙ୍କର ଏକମାତ୍ର ଝିଅ ସନ୍ତାନ ଥିଲେ ।

ବିବାହ[ସମ୍ପାଦନା]

୧୬୨୫ ମସିହାରେ, ରାଜକୁମାର ଡାନିୟଲ ମିର୍ଜାଙ୍କ ବଡ ପୁଅ ଏବଂ ଆକବରଙ୍କ ନାତି ରାଜକୁମାର ତହମୁରାସ ମିର୍ଜା, ମୁଗଲମାନଙ୍କ ଶକ୍ତି ଆଗରେ ଆତ୍ମସମର୍ପଣ କରିଥିଲେ । ଏହାପୂର୍ବରୁ ତାଙ୍କ ସାନଭାଇ ରାଜକୁମାର ହୁଶଙ୍ଗ ମିର୍ଜା ମଧ୍ୟ ମୁଗଲମାନଙ୍କ ଶକ୍ତି ଆଗରେ ଆତ୍ମସମର୍ପଣ କରିଥିଲେ । ଏହାଦେଖି ଜାହାଙ୍ଗୀର ବାହାର ବାନୁ ବେଗମଙ୍କ ବିବାହ ତହମୁରାସ ମିର୍ଜାଙ୍କ ସହ ଏବଂ ରାଜକୁମାର ଖୁସ୍ରାଉ ମିର୍ଜାଙ୍କ ଝିଅ ହୋଶମନ୍ଦ ବାନୁ ବେଗମଙ୍କ ବିବାହ ହୁଶଙ୍ଗ ମିର୍ଜାଙ୍କ ସହିତ କରେଇଥିଲେ ।[୪]

୨୮ ଅକ୍ଟୋବର ୧୬୨୭ ମସିହାରେ ତାଙ୍କ ପିତା ଜାହାଙ୍ଗୀରଙ୍କ ଦେହାନ୍ତ ପରେ ତାଙ୍କ ସାନଭାଇ ରାଜକୁମାର ଶାହାରିଆର ମିର୍ଜା ନିଜକୁ ସମ୍ରାଟ ବୋଲି ଘୋଷଣା କରିଥିଲେ । ଖୁସ୍ରାଉ ମିର୍ଜାଙ୍କ ପୁତ୍ର ଦାୱର ବାଖ ଲାହୋରରେ ସିଂହାସନ ଆରୋହଣ କରିଥିଲେ । ଶାହଜାହାନ ୧୯ ଜାନୁଆରୀ ୧୬୨୮ ମସିହାରେ ସିଂହାସନ ଆରୋହଣ କରିଥିଲେ ଏବଂ ୨୩ ଜାନୁଆରୀରେ ସେ ଶାହାରିଆର, ବାହାର ବାନୁ ବେଗମଙ୍କ ସ୍ୱାମୀ ତହମୁରାସ ମିର୍ଜା ଏବଂ ତାଙ୍କ ଭାଇ ହୁଶଙ୍ଗ ମିର୍ଜା, ଖୁସ୍ରାଉ ମିର୍ଜାଙ୍କ ପୁତ୍ର ଦୱତ ବାଖ ଏବଂ ଗରସପ ମିର୍ଜାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ବାହର ବାନୁ ବେଗମ ୮ ସେପ୍ଟେମ୍ବର ୧୬୫୩ ମସିହାରେ ଷାଠିଏ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କୁ ଶାହଜାହାନଙ୍କ ଜେଜେମା ମରିୟମ-ଉଜ-ଜମାନିଙ୍କ ସମାଧିରେ କବର ଦିଆଯାଇଥିଲା ।[୬][୭]

ଆଧାର[ସମ୍ପାଦନା]

  1. Balabanlilar, Lisa (January 15, 2012). Imperial Identity in Mughal Empire: Memory and Dynastic Politics in Early Modern Central Asia. I.B. Tauras. pp. X. ISBN 978-1-848-85726-1.
  2. Beveridge, Henry; Rogers, Alexander (1909). The Tūzuk-i-Jahāngīrī, Volume II. pp. 19 n. 3.
  3. Beveridge, Henry (1907). Akbarnama of Abu'l-Fazl ibn Mubarak - Volume III. Asiatic Society, Calcutta. p. 880.
  4. Jahangir, Emperor; Thackston, Wheeler McIntosh (1999). The Jahangirnama : memoirs of Jahangir, Emperor of India. Washington, D. C.: Freer Gallery of Art, Arthur M. Sackler Gallery, Smithsonian Institution; New York: Oxford University Press. pp. 436.
  5. Proceedings of the Asiatic Society of Bengal. The Society. 1869. pp. 217–8.
  6. Khan, Inayat; Begley, Wayne Edison (1990). The Shah Jahan Nama of 'Inayat Khan: an abridged history of the Mughal Emperor Shah Jahan, compiled by his royal librarian: the nineteenth-century manuscript translation of A.R. Fuller (British Library, add. 30,777). Oxford University Press. p. 489.
  7. Kanbo, Muhammad Saleh. Amal e Saleh al-Mausoom Ba Shahjahan Nama (Persian) - Volume 3. pp. 132–133.