ବିବାହ
ବିବାହ କହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ସାମାଜିକ ଓ ଆଇନଗତ ସ୍ୱିକୃତି ସହିତ ସହାବସ୍ଥାନ ଓ ପରସ୍ପର ପ୍ରତି ତଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ ।[୧] ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୂଖ୍ୟତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କେତେକ ସଂସ୍କୃତିରେ କୌଣସି ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ୟତାମୂଳକ । କେତେକ ସଂସ୍କୃତିରେ ସ୍ଥିରିକୃତ ବିବାହ, ବାଲ୍ୟ ବିବାହ, ଏକାଧିକ ବିବାହ ଓ ବଳପୂର୍ବକ ବିବାହ ପ୍ରଥା ଅଛି । ଅନ୍ୟ ପକ୍ଷରେ ଏହି ଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥି ।[୨] ବିବାହକୁ ସ୍ୱୀକୃତ ଦିଏ ରାଜ୍ୟ, ସଂଗଠନ, ଆଦିବାସୀ ଦଳ, ସ୍ଥାନୀୟ ଗୋଷ୍ଟି ବା ସମ୍ମାନନୀୟ ବ୍ୟକ୍ତି । ବିବାହକୁ ଅନେକ ଏକ ଅନୁବନ୍ଧିତ କାନୁନୀ ବିବାହ ମନେକରନ୍ତି । କାନୁନୀ ବିବାହରେ ଧାର୍ମିକ କ୍ରିୟା ସମ୍ପାଦିତ ହୁଏ ନାହିଁ । ବିଂଶ ଶତାବ୍ଦୀରେ ଆଗରୁ ଅଣସ୍ୱିକୃତ ଥିବା ଭିନ୍ନ ଜାତି ବିବାହ, ଭିନ୍ନ ବିଶ୍ୱାସ ବିବାହ ଓ ସମଲିଙ୍ଗୀ ବିବାହକୁ ଅନେକ ଦେଶ ସ୍ୱିକୃତି ଦେଇସାରିଛନ୍ତି । ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର(ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରୁ ଗୋଟିଏ ।
ଅଷ୍ଟବିଧ ବିବାହ
[ସମ୍ପାଦନା]ପ୍ରାଚୀନ ହିନ୍ଦୁମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ପ୍ରଚଳିତ ଥିଲା ।[୩]
ବ୍ରାହ୍ମ
[ସମ୍ପାଦନା]କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାରଦ୍ୱାରା ଭୂଷିତ କରି ବିଦ୍ୱାନ ଓ ସଦାଚାରସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବା ।
ଦୈବ
[ସମ୍ପାଦନା]ଜ୍ୟୋତିଷ୍ଟୋମାଜି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋହିତଙ୍କୁ ଦୈବକାର୍ଯ୍ୟ ସିଦ୍ଧି କାମନାରେ ଅଳଙ୍କୃତ କନ୍ୟାକୁ ସମ୍ପ୍ରଦାନ କରିବା ।
ଆର୍ଯ୍ୟ
[ସମ୍ପାଦନା]ଯାଗାଦି ଅବଶ୍ୟକର୍ତ୍ତବ୍ୟ କର୍ମର ସାହାଯ୍ୟାର୍ଥେ ବରଠାରୁ ଗୋଟିଏ ବା ହଳେ ବଳୀବର୍ଦ୍ଦ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂଅ କନ୍ୟାଦାନ କରିବା ।
ପ୍ରାଜାପତ୍ୟ
[ସମ୍ପାଦନା]ତୁମ୍ଭେମାନେ ଉଭୟେ ଗାର୍ହସ୍ଥ୍ୟ ଧର୍ମ ଆଚରଣ କର କନ୍ୟାପିତା ଏହା କହି ଯଥାବିଧି ବରକୁ କନ୍ୟାଦାନ କରିବା ।
ଆସୁର
[ସମ୍ପାଦନା]କନ୍ୟାକୁ କିଣି କରି ଗ୍ରହଣ ପୂର୍ବକ ବିବାହ କରିବା ।
ଗାନ୍ଧର୍ବ
[ସମ୍ପାଦନା]କନ୍ୟା ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ । ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ ।
ରାକ୍ଷସ
[ସମ୍ପାଦନା]କନ୍ୟାପକ୍ଷୀୟ ଲୋକମାନଙ୍କୁ ଇଚ୍ଛା ବିରୁଦ୍ଧରେ କନ୍ୟାକୁ ବଳପୂର୍ବକ ହରଣ କରି ବିବାହ କରିବା । ()
ପୈଶାଚ
[ସମ୍ପାଦନା]ନିର୍ଜନରେ ନିଦ୍ରା ବା ମଦ୍ୟପାନଦ୍ୱାରା ଅଚେତନା ବା ଉନ୍ମତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ ।[୪][୫]
ବିବାହାଙ୍ଗ
[ସମ୍ପାଦନା]ଗୃହ୍ୟସୂତ୍ରମତେ ବିବାହ କର୍ମରେ ବରକନ୍ୟାଙ୍କର କର୍ତ୍ତବ୍ୟ ୧୩ଗୋଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣି ମିଳେ: ପାଣିଗ୍ରହଣ, ବିବାହ ହୋମ, ଲାଜ ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧୃବଦର୍ଶନ, ଯାନାରୋହଣ, ବିବାହାଗ୍ନିକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନିପରିଚରଣ, ପକ୍ଷାଦିରେ ସ୍ଥାଳିପାକ, ଗର୍ଭାଧାନ
ଆଉରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Haviland, William A.; Prins, Harald E. L.; McBride, Bunny; Walrath, Dana (2011). Cultural Anthropology: The Human Challenge (13th ed.). Cengage Learning. ISBN 978-0-495-81178-7. "A nonethnocentric definition of marriage is a culturally sanctioned union between two or more people that establishes certain rights and obligations between the people, between them and their children, and between them and their in-laws."
- ↑ Country Reports on Human Rights Practices for 2008, Vol. 1, p. 1353, US Department of State.
- ↑ ପଣ୍ଡା, ବ୍ରହ୍ମାନନ୍ଦ. "ଭାରତୀୟ ସଂସ୍କୃତିରେ ବିବାହ". ଧରିତ୍ରୀ. Retrieved 16 December 2016.
- ↑ Manusmriti 3.27-34.
- ↑ https://imarriages.com/advice/hindu-matrimonyhttps://imarriages.com/advice/hindu-matrimony
ଅଧିକ ତଥ୍ୟ
[ସମ୍ପାଦନା]- African Marriage Rituals Archived 2009-06-21 at the Wayback Machine.
- For Better, for Worse: British Marriages, 1600 to the Present John Gillis. 1985. Oxford University Press. ISBN 0-19-503614-X
- "Legal Regulation of Marital Relations: An Historical and Comparative Approach – Gautier 19 (1): 47 – International Journal of Law, Policy and the Family".
- "Marriage – its various forms and the role of the State" on BBC Radio 4's In Our Time featuring Janet Soskice, Frederik Pedersen and Christina Hardyment
- Radical principles and the legal institution of marriage: domestic relations law and social democracy in Sweden – Bradley 4 (2): 154 – International Journal of Law, Policy and the Family
- Recordings Archived 2011-03-12 at the Wayback Machine. & Photos Archived 2011-03-12 at the Wayback Machine. from a College Historical Society debate on the role of marriage, featuring Senator David Norris and Senator Ronan Mullen.
- Early Human Kinship was Matrilineal by Chris Knight. (Scholarly debates on 'group marriage' and the history of the family).
- The Delights of Wisdom Concerning Marriage (“Conjugial”) Love, After Which follows the Pleasures of Insanity Concerning Scortatory Love. by Emanuel Swedenborg (Swedenborg Society 1953)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |