ମୁଣ୍ଡନ ସଂସ୍କାର

ଉଇକିପିଡ଼ିଆ ରୁ
Jump to navigation Jump to search

ବୈଦିକ ସଂସ୍କୃତିରେ କେଶକୁ ଶିଖା ବୋଲି କହାଯାଏ । ସେଥିପାଇଁ ପ୍ରତ୍ୟେକ ସ୍ତ୍ରୀ ତଥା ପୁରୁଷ ମସ୍ତିଷ୍କରେ କେଶ ରଖିଥାନ୍ତି । ଜନ୍ମରୁ ସାତବର୍ଷ ମଧ୍ୟରେ ଶିଶୁଙ୍କୁ ମୁଣ୍ଡନ କରିବା ଆବଶ୍ୟକ । ଏଥିପାଇଁ ମୁଣ୍ଡନ ସଂସ୍କାର ବା ଚୂଡ଼ାକର୍ମ ସଂସ୍କାର କରାଯାଇଥାଏ । ଏହାଫଳରେ ପିଲାମାନଙ୍କ ମସ୍ତିଷ୍କ ଦୃଢ଼ ହୋଇଥାଏ ତଥା ତାଙ୍କର ବୁଦ୍ଧି ଅଧିକ ତୀକ୍ଷ୍‌ଣ ହୋଇଥାଏ । ୬ରୁ ୮ବର୍ଷ ବୟସରେ ଉପନୟନ ସଂସ୍କାର କରାଯାଏ । ଏଥିରେ ଶିଶୁଙ୍କୁ ଜନେୟୁ ପିନ୍ଧାଯାଇ ଗୁରୁଙ୍କଠାରୁ ଆଶୀର୍ବାଦ ନେଇ ଶିକ୍ଷା ଗ୍ରହଣ କରିବା ଉଚିତ୍‌ । କିନ୍ତୁ ବର୍ତ୍ତମାନ ୩ବର୍ଷ ବୟସରେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି । ମସ୍ତିଷ୍କରେ ଶିର ମୁଣ୍ଡନ କରାଯାଉଥିଲେ ମଧ୍ୟ ମସ୍ତିଷ୍କରେ ଅଳ୍ପ କେଶ ରଖୁଥିଲେ । ମସ୍ତିଷ୍କର ମଧ୍ୟଭାଗରେ ଆତ୍ମାଙ୍କ ସ୍ଥାନ ରହିଛି । ଭୌତିକ ବିଜ୍ଞାନାନୁସାରେ ଏହା ମସ୍ତିଷ୍କର କେନ୍ଦ୍ର । ଶରୀର ପ୍ରତ୍ୟେକ ଅଙ୍ଗ, ବୁଦ୍ଧି ଏବଂ ମନକୁ ନିୟନ୍ତ୍ରଣ କରିଥାଏ ମସ୍ତିଷ୍କ । ଋଷି ଓ ମୁନିମାନେ ବୁଝିବିଚାରି କେଶ ରଖିବା ପ୍ରଥା ଆରମ୍ଭ କରିଥିଲେ । ଧାର୍ମିକ ଗ୍ରନ୍ଥାନୁସାରେ ସହସ୍ରାର ଚକ୍ରର ଆକାର ଗାଈର ଖୁର ସହ ସମାନ ହୋଇଥାଏ । ଏଥିପାଇଁ କେଶର ଆକାର ଶିଖା ଭଳି ହୋଇଥିଲେ ଗାଈର ଖୁର ସହ ସମାନ ବୋଲି ଋଷିମାନେ ବିଶ୍ୱାସ କରିଥାନ୍ତି । ଯେଉଁ ସ୍ଥାନରେ କେଶ ରଖିବା ପରମ୍ପରା ରହିଛି ସେଠାରେ ସୁଷୁମ୍ନା ନାଡ଼ି ରହିଥାଏ । କୌଣସି ବ୍ୟକ୍ତିର କୁଣ୍ଡଳୀରେ ରାହୁର ପ୍ରଭାବ ପଡ଼ିଥାଏ ତ ତା’ ମଥାରେ ତିଲକ ବା କେଶ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ । ମୁଣ୍ଡନ ସଂସ୍କାର ସ୍ୱାସ୍ଥ୍ୟ ପ୍ରତି ବେଶ ହିତକର ହୋଇଥାଏ । ଜନ୍ମ ପରେ ଶିଶୁକୁ ପରିଷ୍କାର କଲେ ମଧ୍ୟ ତା’ର ମସ୍ତିଷ୍କରେ ଥିବା କେଶରେ କୀଟାଣୁ, ବ୍ୟାକ୍ଟେରିଆ ଏବଂ ଜୀବାଣୁ ଲାଗିରହିଥାଏ । ଖାଲି ଧୋଇଲେ ମୁଣ୍ଡରୁ ତାହା ସହଜରେ ବାହାରିନଥାଏ । ଏଥିପାଇଁ ଥରେ ମୁଣ୍ଡନ କରିବା ଜରୁରୀ ବୋଲି ମୁନିଋଷି ଓ ବୈଜ୍ଞାନିକମାନେ ମତ ଦେଇଛନ୍ତି । ବର୍ଷକ ମଧ୍ୟରେ ପିଲାମାନଙ୍କର ମୁଣ୍ଡନ କରାଯାଇଥାଏ । ମୃତ୍ୟୁ ସମୟରେ ମଧ୍ୟ ମୁଣ୍ଡନ କାର୍ଯ୍ୟ କରାଯାଇଥାଏ । କାରଣ ପାର୍ଥିବ ଶରୀରକୁ ଦାହ କରାଉଥିବା ବେଳେ କିଛି ଜୀବାଣୁ ଆମ ଶରୀରରେ ପ୍ରବେଶ କରିଥାନ୍ତି । ନଦୀରେ ସ୍ନାନ କରିବା ଏବଂ ଖରାରେ ବସିବାଦ୍ୱାରା ଜୀବାଣୁ ସମ୍ପୂର୍ଣ୍ଣ ମରିନଥାନ୍ତି । ଜୀବାଣୁକୁ ସଂପୂର୍ଣ୍ଣ ନାଶ କରିବା ପାଇଁ ମୁଣ୍ଡନ କରାଯାଇଥାଏ । [୧]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା-୨, ୬.୭.୨୦୧୪