ବଲ୍ଲଭଦାସ ଐଦାନ ମୋହତା
Justice ବଲ୍ଲଭଦାସ ଐଦାନ ମୋହତା | |
---|---|
15th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 28 September 1994 – 25 April 1995 | |
ପୂର୍ବ ଅଧିକାରୀ | ଗିରୀଶ ଠାକୁରଲାଲ ନାନାବତୀ |
ପର ଅଧିକାରୀ | ଶୈଳେନ୍ଦୁନାଥ ଫୁକନ୍ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୬ ଅପ୍ରେଲ ୧୯୩୩ |
ମୃତ୍ୟୁ | ୩ ଜୁଲାଇ ୨୦୧୮ |
ବଲ୍ଲଭଦାସ ଐଦାନ ମୋହତା (୨୬ ଏପ୍ରିଲ ୧୯୩୩– ୩ ଜୁଲାଇ ୨୦୧୮) ଏକ ଭାରତୀୟ ନ୍ୟାୟାଧୀଶ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଥିଲେ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]୧୯୩୩ ମସିହା ଏପ୍ରିଲ୍ ୨୬ରେ ମହାରାଷ୍ଟ୍ରର ଆକୋଲାରେ ତାଙ୍କର ଜନ୍ମ । ସେ ଆକୋଲାର ନୂତନ ଇଂରାଜୀ ହାଇସ୍କୁଲରେ ତାଙ୍କ ସ୍କୁଲ ଶିକ୍ଷା ହାସଲ କରିଥିଲେ । କାନପୁରର ଡି.ଏ.ଭି. କଲେଜରୁ ସ୍ନାତକ ଡିଗ୍ରୀ ହାଅସଲ କରିଥିଲେ ଏବଂ ନାଗପୁର ଲା ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିଥିଲେ ।
ଓକିଲାତି ବ୍ୟତୀତ ସେ ବହୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସେ ଜଡିତ ଥିଲେ। ମୋହତା ନିଜ ଜୀବନୀକୁ ନେଇ "ଟାଇମ୍ ଏଣ୍ଡ ଚାନ୍ସ" ନାମକ ଏକ ପୁସ୍ତକ ରଚନା କରିଥିଲେ । ତାଙ୍କ ଦ୍ୱାରା ଲେଖାଯାଇଥିବା ଏକାଧିକ ଲେଖା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି । ସେ ରାଧାଦେବୀ ଗୋୟଙ୍କା ମହିଳା ମହାବିଦ୍ୟାଳୟର ସ୍ଥାପକ ଅଧ୍ୟକ୍ଷ ଥିଲେ । ୧୯୬୮ରେ ପ୍ରଥମଥର ପାଇଁ ଏବଂ ୧୯୭୩ରେ ଦ୍ୱିତୀୟଥର ପାଇଁ ସେ ମହାରାଷ୍ଟ୍ର ବାର୍ କାଉନ୍ସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୧୯୭୪ ମସିହାରେ ସମ୍ମତିକ୍ରମରେ ସେ ସେହି କାଉନସିଲର ଉପ ସଭାପତି ନିର୍ବାଚିତ ହୋଇଥିଲେ । ୧୯୬୬-୬୭ ମସିହାରେ ସେ ଆକୋଲାର ରୋଟାରି କ୍ଲବର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
୧୯୭୯ ମସିହାର ଏପ୍ରିଲ୍ ୨୭ରେ ସେ ବମ୍ବେ (ମୁମ୍ବାଇ) ଉଚ୍ଚନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ[୨] ଏବଂ ୧୯୯୪ ସାଲର ସେପ୍ଟେମ୍ବର ୨୮ରୁ ୧୯୯୫ ସାଲର ଏପ୍ରିଲ୍ ୨୫ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ।[୩] ତାଙ୍କ ମୁଖ୍ୟ ନ୍ୟାୟାଧୀଶ ପଦକାଳୀନ ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସେ ଭାରତ ପକ୍ଷରୁ ଶ୍ରୀଲଙ୍କା, ପାକିସ୍ତାନ ଏବଂ ଭୁଟାନରେ ଆୟୋଜିତ ସାର୍କ୍ ଲ ପରିଷଦରେ ଭାଗ ନେଇଥିଲେ । ଜଷ୍ଟିସ୍ ମୋହତା କେନ୍ଦ୍ର ସରକାର ଦ୍ୱାରା ଗଠିତ ଆଇନ ସାହାଯ୍ୟ ଯୋଜନାକୁ କାର୍ଯ୍ୟକରିତ କରିବା ପାଇଁ ଗଠିତ କମିଟିର ସଦସ୍ୟ ମଧ୍ୟ ଥିଲେ । ସେ ଔରଙ୍ଗାବାଦରେ ଏକ IA ବିମାନ ଦୁର୍ଘଟନା ତଦନ୍ତ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।[୪]
ଆକୋଲାରେ ୮୫ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେେ ।[୫][୬][୭][୮]
ଆଧାର
[ସମ୍ପାଦନା]- ↑ "Odisha History | Chief Justice". www.odishahistory.com. Retrieved 18 December 2024.
- ↑ "Official Website of High Court of Bombay". bombayhighcourt.nic.in (in ଇଂରାଜୀ). Retrieved 2024-12-18.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 18 December 2024.
- ↑ Bureau, Sambad English (4 July 2018). "Former Odisha HC Chief Justice VA Mohta passes away". Sambad English (in ଇଂରାଜୀ). Retrieved 18 December 2024.
- ↑ Bureau, Odishatv. "Justice VA Mohata no more". odishatv.in (in ଇଂରାଜୀ). Retrieved 18 December 2024.
- ↑ "Justice VA Mohata, Former Chief Justice of Odisha High Court Passes Away in Nagpur | India.com". www.india.com (in ଇଂରାଜୀ). Retrieved 18 December 2024.
- ↑ "Former Odisha HC Chief Justice V. A. Mohata passes away". business-standard.com. Retrieved 18 December 2024.
- ↑ Pioneer, The. "Ex- Orissa Chief Justice Mohta passes away". The Pioneer (in ଇଂରାଜୀ). Retrieved 18 December 2024.