ବଂଶୀଧର ଭୁୟାଁ
ବଂଶୀଧର ଭୁୟାଁ ଥିଲେ ଜଣେ ଓଡ଼ିଆ ଭାଷାର ସାମ୍ବାଦିକ ଓ ଲେଖକ। ତାଙ୍କ ସମ୍ପାଦିତ ଜନ ସାହିତ୍ୟ ଓ ଇନ୍ଦ୍ରଧନୁ (ପତ୍ରିକା) ପତ୍ରିକା ଦୁଇଟି ଲୋକପ୍ରିୟ ଥିଲେ। ଅନେକ ପୁସ୍ତକର ରଚୟିତା ସେ ଯଥା ସାମଜିକ ଉପନ୍ୟାସ ‘ପ୍ରେମ ଓ ପ୍ରତିମା’, ଅସତ୍ୟ ସହର, ଘାତ ପ୍ରତିଘାତ, ଛାୟା ସଙ୍ଗିନୀ ଏବଂ ରହସ୍ୟଧର୍ମୀ ଉପନ୍ୟାସ ‘କାଳଫାଶ’।
ଯେଣୁ ଚଳଚ୍ଚିତ୍ରକୁ ନେଇ ଆଗ୍ରହ ଓ ଉତ୍ସାହ ଓଡ଼ିଆଙ୍କ ମନରେ ଅଧିକରୁ ଅଧିକ ଖେଳୁଥିଲା, ଏଣୁ ଏହାର ପ୍ରଭାବ ସ୍ୱରୂପ ପତ୍ରପତ୍ରିକା ପୃଷ୍ଠାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ମଧ୍ୟ କିଛି ଅଂଶ ଦଖଲ କଲା । ହଉ ପଛେ ସାହିତ୍ୟ ପତ୍ରିକା, ଚଳଚ୍ଚିତ୍ର ସମ୍ବନ୍ଧିତ କିଛି ଲେଖା ସେଥିରେ ନିଶ୍ଚୟ ରହିଲା । ତାହା ବମ୍ବେରୁ ପ୍ରକାଶିତ ହାତଲେଖା ପତ୍ରିକା ‘କୁଙ୍କୁମ’ ହେଉ ବା କଲିକତାରୁ ପ୍ରକାଶିତ ‘ଆସନ୍ତାକାଲି’ ହେଉ ବା ହେଉ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’ ବା ମନୋଜ ଦାସଙ୍କ ସମ୍ପାଦିତ ‘ଦିଗନ୍ତ’ ବା ବଂଶୀଧର ଭୁୟାଁଙ୍କ ‘ଜନସାହିତ୍ୟ’ ।
ଲକ୍ଷ୍ୟ କରିବାର କଥାଯେ ୧୯୪୮ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ ମୁକ୍ତିଲାଭ ପରେ ସାହିତ୍ୟ ପତ୍ରିକା ‘କୁଙ୍କୁମ’ରେ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କରେ ବିଶେଷ ସଂଯୋଜନା ସ୍ଥାନିତ ହେଲା ଓ ଏହି ଧାରା ପରେ ପରେ ଅନ୍ୟ ସାହିତ୍ୟ ପତ୍ରିକାଦ୍ୱାରା ଅନୁସୃତ ହେଲା । ତତ୍କାଳୀନ ସାହିତ୍ୟ ପତ୍ରିକାରେ ଚଳଚ୍ଚିତ୍ର ପୃଷ୍ଠା ପାଇଁ ଚର୍ଚ୍ଚିତ ଥିଲେ ଅନ୍ତତଃ ତିନିଟି ପତ୍ରିକା: ଆସନ୍ତାକାଲି, ଜନସାହିତ୍ୟ ଓ ଦିଗନ୍ତ ।
‘ଆସନ୍ତାକାଲି’ର ଚଳଚ୍ଚିତ୍ର ପୃଷ୍ଠା ପାଇଁ ଲେଖୁଥିଲେ ଗାଳ୍ପିକ ଓ ଔପନ୍ୟାସିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ‘ଦିଗନ୍ତ’ ପାଇଁ ଲେଖୁଥିଲେ ନିଜେ ସମ୍ପାଦକ ତଥା ଓଡ଼ିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକ, ଔପନ୍ୟାସିକ ମନୋଜ ଦାସ ଏବଂ ‘ଜନସାହିତ୍ୟ’ ପାଇଁ ‘ବାଣୀଦୂତ’ ଛଦ୍ମନାମରେ ଲେଖୁଥିଲେ ବଂଶୀଧର ଭୁୟାଁ ଓ ଗଣେଶ ମହାପାତ୍ର ।... ସେହି ପଚାଶ ଦଶକରେ ବଂଶୀଧର ଭୁୟାଁ ସମ୍ପାଦିତ ‘ଜନ ସାହିତ୍ୟ’ ଥିଲା ଅନ୍ୟତମ ଲୋକପ୍ରିୟ ସାହିତ୍ୟ ପତ୍ରିକା ।
ସମ୍ପାଦକ ବଂଶୀଧର ଭୁୟାଁ ଓଡ଼ିଶାର ଅନ୍ୟତମ ଔପନ୍ୟାସିକ ଭାବରେ ପାଠକୀୟ ସ୍ୱୀକୃତି ପାଇଥିଲେ, ଯଥେଷ୍ଟ ଖ୍ୟାତି ବି ଅର୍ଜିଥିଲେ । ତାଙ୍କ ରଚିତ ସାମଜିକ ଉପନ୍ୟାସ ‘ପ୍ରେମ ଓ ପ୍ରତିମା’, ଅସତ୍ୟ ସହର, ଘାତ ପ୍ରତିଘାତ, ଛାୟା ସଙ୍ଗିନୀ ଏବଂ ରହସ୍ୟଧର୍ମୀ ଉପନ୍ୟାସ ‘କାଳଫାଶ’ ସେହି ସମୟରେ ଚହଳ ପକାଇଥିଲା । ଏହି ଉପନ୍ୟାସତକ ପ୍ରକାଶ ପାଇଥିଲା ‘ଜନ ସାହିତ୍ୟ’ରେ । ‘ଜନ ସାହିତ୍ୟ’ ଥିଲା ଓଡ଼ିଶାର ପ୍ରଥମ ସାହିତ୍ୟ ପତ୍ରିକା ଯାହର ପ୍ରତି ସଂଖ୍ୟାରେ ଗୋଟିଏ ଉପନ୍ୟାସ ହିଁ କେବଳ ରହୁଥିଲା । ପ୍ରଥମେ ତାହାକୁ ‘ମାସିକ ଉପନ୍ୟାସ ସିରଜ୍’ ଆଖ୍ୟା ଦିଆଗଲା, ପରେ ଆଉ କେତେକ ସଂଖ୍ୟାରେ ଲେଖାଗଲା ‘ଏକମାତ୍ର ଉପନ୍ୟାସ ମାସିକ’ । ଗୋଟିଏ ଉପନ୍ୟାସ ପାଇଁ ଗୋଟିଏ ସଂଖ୍ୟା । କିନ୍ତୁ ସେଥିରେ ଦୁଇ ବା ତିନି ପୃଷ୍ଠା ଓଡ଼ିଆ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ପାଇଁ ନିଶ୍ଚୟ ରହୁଥିଲା । By ସୂର୍ଯ୍ୟ ଦେଓ On Sep 6, 2021 [୧]
ଇନ୍ଦଧନୁ’ ସବୁଠାରୁ ଗାମ୍ଭୀର୍ଯ୍ୟପୂର୍ଣର୍ ପୃଷ୍ଠା ଥିଲା ଏହାର ସମ୍ପାଦକୀୟ । ‘ପ୍ରଥମ ପୃଷ୍ଠା’ ଶୀର୍ଷକରେ ଓ ସମ୍ପାଦକ ବଂଶୀଧର ଭୁୟାଁଙ୍କ ଦସ୍ତଖତ ସହ ପତ୍ରିକାରେ ଆରମ୍ଭ ପ୍ରକାଶିତ ଏହି ପୃଷ୍ଠାରେ କେବେ ଓଡ଼ିଆ ଚଳଚ୍ଚିତ୍ର ବିତରଣ ଓ ପ୍ରଦର୍ଶନ ସମସ୍ୟା କଥା ରହୁଥିଲା ତ କେବେ ସୀମାନ୍ତରେ ପାକିସ୍ତାନର ନିର୍ଲଜ୍ଜ ଆକ୍ରମଣ ଚର୍ଚ୍ଚା ଓ ସ୍ୱାଧୀନତା ଲାଭ ଓ ସ୍ୱାଧୀନତା ରକ୍ଷା ସମ୍ବନ୍ଧରେ ଅନୁଶୀଳନ ରହୁଥିଲା । ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିତର୍କର ସୂତ୍ରପାତ ‘ଇନ୍ଦ୍ରଧନୁ’ର ପ୍ରଥମ ପୃଷ୍ଠାରେ ହୋଇଥିଲା ଆଉ ‘ଚଳଚ୍ଚିତ୍ରରେ କଳାଧନ’ ସମ୍ବନ୍ଧରେ ବିମର୍ଶ ବି ରହିଥିଲା । ‘ଇନ୍ଦ୍ରଧନୁ’ର ଆୟୁଷ ଦୀର୍ଘ ନ ଥିଲା, ୧୯୬୩ ମସିହା ସେପ୍ଟେମ୍ବର ମାସରୁ ଆତ୍ମପ୍ରକାଶ କରିଥିବା ଓଡ଼ିଶାର ଏକମାତ୍ର ସଚିତ୍ର ମନୋରଞ୍ଜନ ପାକ୍ଷକ ବାରଟି ସଂଖ୍ୟା ପରେ ମାସିକକୁ ପରିବର୍ତ୍ତନ ହେଲା ଏବଂ ଦ୍ୱିତୀୟ ଭାଗର ବାରତମ ସଂଖ୍ୟା ପରେ ବନ୍ଦ ହୋଇଗଲା । ସ୍ୱଳ୍ପ ଆୟୁରେ ବି ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାଧାରାକୁ ଦୀର୍ଘ ଅବଦାନ ଦେଇଥିଲା ‘ଇନ୍ଦ୍ରଧନୁ’ । By ସୂର୍ଯ୍ୟ ଦେଓ On Sep 26, 2021 [୨]
Sahitya Akademi · Preview
... Bhuyan, Bansidhar; b. 23.4.1923, Satbatia, Dt. Cuttack; mt. Oriya; Journalist; has published about 12 books; Pub. Prem o Pratima (novel) 1949; Barnard Shaw (biography) 1950; Prem oprayojana, 1954; Asatya Sahara, 1955 (both novels); Ghata Pratighata (fiction) 1957; ed. Jaura (short stories) 1948; etc.; Add. Satbatia, P.O. Padampur, Cuttack, Orissa [୩]
- ↑ "'ଇନ୍ଦ୍ରଧନୁ' ପଛରେ ଜନ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-06. Retrieved 2023-11-24.
- ↑ "'ଇନ୍ଦ୍ରଧନୁ'ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-26. Retrieved 2023-11-24.
- ↑ Akademi, Sahitya. Whos Who Of Indian Writers (in ଇଂରାଜୀ). Dalcassian Publishing Company.