ଫ୍ରେଡରିକ ଆଟାକ୍ସିଆ

ଉଇକିପିଡ଼ିଆ‌ରୁ
Friedreich's ataxia
Spinocerebellar ataxia, FRDA, FA
ବିଭାଗNeurology
ଲକ୍ଷଣDifficulty walking, loss of sensation, impaired speech that worsens over time[୧]
ଆକ୍ରାନ୍ତ ସମୟ5–15 years[୨]
ଅବଧିLong-term[୧]
କାରଣGenetic (autosomal-recessive)[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical history, examination, genetic testing[୨]
ସଠିକ ରୋଗ ନିର୍ଣ୍ଣୟSpinocerebellar ataxia, Charcot Marie Tooth disease, Ataxia telangiectasia[୩]
ଚିକିତ୍ସାSupportive care[୪]
PrognosisLife expectancy ~ 37 years[୫]
ପୁନଃପୌନିକ1 in 50,000 (United States)[୨]

ଫ୍ରେଡରିକ ଆଟାକ୍ସିଆ (ଇଂରାଜୀ ଭାଷାରେ Friedreich ataxia ବା FRDA କିମ୍ବା FA) ଏକ ଅନୁବଂଶିକ ରୋଗ ଅଟେ ଯେଉଁଥିରେ ଚାଲି ଅସୁବିଧା, ସ୍ନାୟୁ ଅନୁଭୁତି ଓ ବାକ୍‌‌ଶକ୍ତି କମିଯିବା ଇତ୍ୟାଦି ଅସୁବିଧା କ୍ରମଶଃ ଅଧିକ ଖରାପ ଦିଗକୁ ଯାଇଯାଏ । [୧] ମାନସିକ କାର୍ଯ୍ୟ ଅନ୍ୟଥା ସ୍ୱାଭାବିକ ରହେ | [୨] ଲକ୍ଷଣ ସାଧାରଣତଃ 5ରୁ 15 ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [୨] ଏହି ରୋଗ ଆଗକୁ ବଢ଼ିଲେ ଅନେକ ରୋଗୀଙ୍କ ହାଇପର୍ଟ୍ରୋଫିକ୍ କାର୍ଡିଓମାଇଓପାଥି ରୋଗ ହୁଏ ଓ ସେମାନେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ହରାନ୍ତି | [୧] ଅନ୍ୟାନ୍ୟ ଜଟିଳତାରେ ମଧ୍ୟରେ ସ୍କୋଲିଓସିସ୍ ଏବଂ ମଧୁମେହ ଅନ୍ତର୍ଭୁକ୍ତ ହୋଇପାରେ। [୧]

ଏହି ଅବସ୍ଥା ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଅଟୋସୋମାଲ-ରିସେସିଭ ଆକାରରେ ମିଳେ ।[୧] କ୍ରୋମୋଜୋମ ୯ର ଏଫଏକ୍ସଏନ ଗୁଣସୂତ୍ରର ମ୍ୟୁଟେସନ ଯୋଗୁ ଫାଟାକ୍ସିନ ପୁଷ୍ଟିସାର କମ୍ ହୋଇଯାଏ ଓ ଏହି ରୋଗ ହୁଏ । [୧] ଏହ ଫଳରେ ଅତି ସକ୍ରିୟ ନିଉରନ, ହୃତ୍‌ପିଣ୍ଡ ଓ ଅଗ୍ନାଶ‌ୟମାନଙ୍କରେ ଥିବା ଜୀବକୋଷ ଗୁଡ଼ିକର କ୍ଷତି ସାଧନ ହୁଏ | [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଏବଂ ଜେନେଟିକ ପରୀକ୍ଷା କରି ସୁନିଶ୍ଚିତ କରାଯାଇଥାଏ | [୨]

ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଲକ୍ଷଣ ଏବଂ ଜଟିଳତା ଅନୁସାରେ ପରିଚାଳନା କରାଯାଏ | [୨] ଏଥିରେ ହୁଇଲ ଚେୟାର, ଶ୍ରବଣ ଉପକରଣ ସ‌ହିତ ଫିଜିଓଥେରାପି କରାଯାଏ । [୧] [୨] ଏହି ରୋଗର ଆୟୁଷ ପ୍ରାୟ ୩୭ ବର୍ଷକୁ ହ୍ରାସ ହୋଇଥାଏ, [୫] ଯଦିଓ ସେମାନଙ୍କ ମଧ୍ୟରୁ କେତେକ ୬୦ ଦଶକ କିମ୍ବା ତଦୁର୍ଦ୍ଧ୍ୱ ପର୍ଯ୍ୟନ୍ତ ବଞ୍ଚିରହନ୍ତି | [୨]

ଏହି ରୋଗ ଯୁକ୍ତରାଷ୍ଟ୍ରର ପ୍ରତି ୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ଏବଂ ଏହା ହେଉଛି ସବୁଠାରୁ ଅଧିକ ଉତ୍ତରାଧିକାରୀ ଆଟାକ୍ସିଆ ରୋଗ | [୨] ୟୁରୋପ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆଫ୍ରିକା ଓ ଉତ୍ତର ଆଫ୍ରିକାରେ ଏହି ରୋଗ ହାର ସର୍ବୋଚ୍ଚ ରହିଛି । [୩] ୧୮୬୩ ମସିହାରେ ଜର୍ମାନ ଚିକିତ୍ସକ ନିକୋଲାସ ଫ୍ରେଡରିକ ଏହି ରୋଗ ବିଷୟ ପ୍ରଥମ ଥର ନିମନ୍ତେ ବର୍ଣ୍ଣନା କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗ ନାମକରଣ ହୋଇଛି । [୧] ଅନେକ ସମ୍ଭାବ୍ୟ ଚିକିତ୍ସା ଉପରେ ଅନୁସନ୍ଧାନ ଜାରି ରହିଛି। [୫]

ଆଧା[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Williams, CT; De Jesus, O (January 2021). "Friedreich Ataxia". PMID 33085346. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Friedreich Ataxia Fact Sheet". www.ninds.nih.gov. National Institute of Neurological Disorders and Stroke. Retrieved 11 May 2021.
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Friedreich's Ataxia". NORD (National Organization for Rare Disorders). Retrieved 11 May 2021.
  5. ୫.୦ ୫.୧ ୫.୨ Cook, A; Giunti, P (1 December 2017). "Friedreich's ataxia: clinical features, pathogenesis and management". British medical bulletin. 124 (1): 19–30. doi:10.1093/bmb/ldx034. PMID 29053830.