ଫୁଲନ୍ ଦେବୀ
ଫୁଲନ୍ ଦେବୀ | |
---|---|
Member of Parliament (11th Lok Sabha) | |
In office 1996–1998 | |
ନିର୍ବାଚନ ମଣ୍ଡଳୀ | Mirzapur |
Member of Parliament (13th Lok Sabha) | |
ଅଫିସରେ 1999–2001 | |
ନିର୍ବାଚନ ମଣ୍ଡଳୀ | Mirzapur |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅଗଷ୍ଟ ୧୯୬୩ Ghura Ka Purwa, Uttar Pradesh, India |
ମୃତ୍ୟୁ | ୨୫ ଜୁଲାଇ ୨୦୦୧ (୩୭ ବର୍ଷ) New Delhi, India |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | Samajwadi Party |
ଜୀବନ ସାଥୀ | Putti Lal |
ବୃତ୍ତି | Dacoit (bandit), politician |
ଫୁଲନ୍ ଦେବୀ (୧୦ ଅଗଷ୍ଟ ୧୯୬୩-୨୫ ଜୁଲାଇ ୨୦୦୧) "ଡାକୁରାଣୀ" ନାମରେ ଲୋକପ୍ରିୟ । ସେ ଜଣେ ଡାକୁ ଥିଲେ ଓ ପରେ ସେ ଭାରତର ଲୋକ ସଭାର ସଦସ୍ୟା ହେଲେ ।[୧] ଫୁଲନ୍ ଉତ୍ତର ପ୍ରଦେଶର ଏକ ନିମ୍ନ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଓ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ବଢିଥିଲେ । ପ୍ରଥମ ସ୍ୱାମୀଙ୍କଦ୍ୱାରା ନିର୍ଯ୍ୟାତିତ ହୋଇ ନିଜ ସମାଜ ଓ ପରିବାର ଠାରୁ ପରିତ୍ୟକ୍ତା ହେବା ପରେ ସେ ଅପରାଧର ଦୁନିଆକୁ ଆପଣେଇ ନେଇଥିଲେ । ସେହି ଗ୍ରାମର ପ୍ରଧାନ ଜଣେ ଗଣ୍ଡଗୋଳକାରୀ ବ୍ୟକ୍ତିଙ୍କୁ ମାରିଦେବା ପାଇଁ କହିବା ପରେ ଏକ ଡାକୁ ଦଳଦ୍ୱାରା ଫୁଲନ୍ ଅପହରଣ ହୋଇଥିଲେ, ସେତେବେଳେ ଫୁଲନ୍ ତରୁଣୀ ଥିଲେ । ଡାକୁ ଦଳର ଲୋକେ ଏହି ଯୁବତୀଙ୍କୁ ଦେଖି ଆଚମ୍ବିତ ହୋଇଥିଲେ ଓ ଫୁଲନ୍ଙ୍କୁ ମାରିବାକୁ ମନା କରିଦେଇଥିଲେ । ଫୁଲନ୍ ଜଙ୍ଗଲରେ ଡାକୁ ଦଳର ସଦସ୍ୟା ପରି ବାସ କଲେ । ପରିମାଣତଃ ଦଳର ମୂଖିଆ ଓ ଫୁଲନ୍ ପ୍ରେମରେ ପଡି ପରେ ପରସ୍ପରକୁ ବିବାହ କରିଥିଲେ । ଦଳର ଜଣେ ଲୋକ ସହ ଫୁଲନ୍ଙ୍କ ସଂପର୍କରେ ବିଦ୍ୱେଷ ଭାବ ଦେଖାଯାଇଥିଲା, ଏହା ଚରମ ସୀମାରେ ପହଞ୍ଚିବା ଫଳରେ ଫୁଲନ୍ଙ୍କ ସ୍ୱାମୀ ବନ୍ଧୁକ ଯୁଦ୍ଧରେ ପ୍ରାଣତ୍ୟାଗ କଲେ । ଏହାପରେ ଫୁଲନ୍ ଦଳର ପ୍ରତିଦ୍ୱନ୍ଦୀମାନଙ୍କଦ୍ୱାରା ଧର୍ଷଣର ଶିକାର ହୋଇଥିଲେ । ପୁନଶ୍ଚ ଉତ୍ତମ ସ୍ୱାସ୍ଥ୍ୟ ଲାଭ କଲାପରେ ଦଳର ବିଶ୍ୱାସ କରୁଥିବା କିଛି ଲୋକଙ୍କୁ ଏକଜୁଟ କରିଥିଲେ। ପ୍ରତିହିଂସା ପରାୟଣ ହୋଇ, ତାଙ୍କ ପ୍ରତି ଅନ୍ୟାୟ କରିଥିବା ଲୋକଙ୍କୁ ଖୋଜିବା ପାଇଁ ଧର୍ଷଣ ହୋଇଥିବା ବେହମାଇ ଗ୍ରାମକୁ ଫେରିଲେ ।
ପ୍ରାଥମିକ ଜୀବନ[ସମ୍ପାଦନା]
ଉତ୍ତର ପ୍ରଦେଶର ଜାଲାଉନ ଜିଲ୍ଲାର "ଘୁରା କା ପୁର୍ୱା" ନାମକ ଏକ ଛୋଟ ଗାଁରେ ମହ୍ଲ (ନାଉରୀଆ) ପରିବାରରେ ଫୁଲନ୍ ଜନ୍ମ ଗ୍ରହଣ କରିଥିଲେ। ସେ ଦେବୀ ଦିନ୍ ଓ ମୂଲାଙ୍କ ଚତୁର୍ଥତମ ସନ୍ତତି ଥିଲେ। ଫୁଲନ୍ଙ୍କ ପରିବାର ବହୁତ ଗରିବ ଥିଲେ । ଫୁଲନ୍ଙ୍କ କେବଳ ପାଖାପାଖି ଏକ ଏକରର ଚାଷ ଜମି ଥିଲା ଯେଉଁଥିରେ ଏକ ପୁରୁଣା ନିମ୍ବ ଗଛଟିଏ ଥିଲା । ତାଙ୍କ ପରିବାର ଏକ ଯୌଥ ପରିବାର ଥିଲା ଓ ପାରମ୍ପାରିକ ଚଳଣୀ ଥିଲା । ଫୁଲନ୍ଙ୍କ ବାପା, ତାଙ୍କ ବାପାଙ୍କ ଭାଇ ଓ ତାଙ୍କ ବାପାଙ୍କ ଭାଇଙ୍କ ପୁଅ ତାଙ୍କ ଏକ ଏକରର ଜମିରେ ଚାଷ କରୁଥିଲେ ଯାହାଦ୍ୱାରା ତାଙ୍କ ବଡ ପରିବାରର ପେଟ ପୋଷଣ ହେଉଥିଲା।
ଯେତେବେଳେ ଫୁଲନ୍ଙ୍କୁ ୧୧ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ଘଟିଥିଲା । ତେଣୁ ତାଙ୍କ ବାପାଙ୍କ ବଡ ଭାଇ ଘରର ମୂଖିଆ ସାଜିଲେ । ଫୁଲନ୍ଙ୍କ ପରିବାର ତାଙ୍କ ପାଇଁ ଏକ ବରପାତ୍ର ଖୋଜିଲେ ଯାହାଙ୍କର ନାମ ପୁତ୍ତି ଲାଲ୍ । ପୁତ୍ତି ଲାଲ୍ ଫୁଲନ୍ଙ୍କ ପରିବାରରୁ ୧୦୦ ମାଇଲ ଦୂରରେ ରହୁଥିଲେ ଏବଂ ସେ ଫୁଲନ୍ଙ୍କ ଠାରୁ ୧୨ ବର୍ଷ ବଡ ଥିଲା । ବିବାହ ଜୀବନରେ ଅତ୍ୟାଚାରିତ ହେବାରୁ ସେ ତାଙ୍କ ବାପା ଘରକୁ ଫେରି ଆସିଥିଲେ କିନ୍ତୁ ତାଙ୍କ ବାପଘର ଲୋକେ ତାଙ୍କୁ ପୁଣି ଶାଶୁଘରକୁ ପଠାଇଦେଇଥିଲେ। କିଛି ମାସପରେ ସେ ପୁନର୍ବାର ତାଙ୍କ ବାପାଘରକୁ ଫେରି ଆସିଥିଲେ । ସେ ସମୟରେ ତାଙ୍କ ଶାଶୁଘର ଲୋକେ ତାଙ୍କ ବାପାଘର ଲୋକଙ୍କୁ ତାଙ୍କ(ଫୁଲନ୍ଙ୍କ ବାପଘର ଲୋକ) ପାଖେ ଫୁଲନ୍ଙ୍କୁ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ, ଅନ୍ତତଃ ସେପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସେ ଘରୋଇ କାମଦାମ ଠିକ୍ ସେ ଶିଖି ନାହାନ୍ତି।
ଆଧାର[ସମ୍ପାଦନା]
- ↑ "Phoolan Devi Biography". Retrieved 3 July 2018.