Jump to content

ଫିଲିପ ପୁଲମ୍ୟାନ

ଉଇକିପିଡ଼ିଆ‌ରୁ
(ଫିଲିପ୍ ପୁଲ୍'ମ୍ୟାନ୍ରୁ ଲେଉଟି ଆସିଛି)


ଫିଲିପ ପୁଲମ୍ୟାନ
ପୁଲମ୍ୟାନ - ଏପ୍ରିଲ ୨୦୦୫
ପୁଲମ୍ୟାନ - ଏପ୍ରିଲ ୨୦୦୫
ଜନ୍ମ ଓ ଜନ୍ମସ୍ଥାନ (1946-10-19) ୧୯ ଅକ୍ଟୋବର ୧୯୪୬ (ବୟସ ୭୮)
ନରୱିଚ୍ , ନୋର୍ଫଲକ , ଇଂଲଣ୍ଡ , ୟୁ.କେ
ବୃତ୍ତିଔପନ୍ୟାସିକ
ଶିକ୍ଷାଇଂରାଜୀ ସାହିତ୍ୟିକ
ଶିକ୍ଷାନୁଷ୍ଠାନଏକ୍ସଟର କଲେଜ , ଅକ୍ସଫୋର୍ଡ
ଶୈଳୀଫାଣ୍ଟାସି
ସାହିତ୍ୟ କୃତି
ପୁରସ୍କାରCarnegie Medal
1995
Guardian Prize
1996
Astrid Lindgren Award
2005
ୱେବସାଇଟ
www.philip-pullman.com

ବ୍ରିଟେନର ଜଣେ ବେଷ୍ଟ ସେଲିଂ ଲେଖକ ହେଉଛନ୍ତି ଫିଲିପ ପୁଲମ୍ୟାନ। ତାଙ୍କର ଏମିତି କିଛି ପୁସ୍ତକ ନାହିଁ ଯାହାକୁ ବେଷ୍ଟ ସେଲିଂ ଘୋଷଣା କରା ନ ଯାଇଛି । ସେଥିପାଇଁ ଏକଦା କୁହାଯାଇଥିଲା ଯେ , ପାଠକମାନଙ୍କୁ କିଭଳି ପୁସ୍ତକ ଆଡକୁ ଆକୃଷ୍ଟ କରାଯାଇପାରିବ ସେ କଥା "ପୁଲମ୍ୟାନ"ଙ୍କୁ ଭଲଭାବେ ଅବଗତ ଅଛି । ତାଙ୍କ ବହିଗୁଡିକ କେବଳ ପାଠକଙ୍କ ମଧ୍ୟରେ ସୀମିତ ହୋଇରହିନାହିଁ ; ବରଂ ତାଙ୍କର ଅଧିକାଂଶ ପୁସ୍ତକ ଫିଲ୍ମ ଆକାରରେ ଦର୍ଶକଙ୍କ ନିକଟକୁ ଯାଇଛି ଓ ସେମାନଙ୍କ ଭରପୂର ମନୋରଞ୍ଜନ କରାଇଛି । ତାଙ୍କ ଉପନ୍ୟାସରୁ ଚଳଚ୍ଚିତ୍ର ମଧ୍ୟ ତିଆରି କରାଯାଇଛି । ଏକାଧିକ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି 【ଦି ଗୋଲ୍ଡେନ୍ କମ୍ପାସ୍】। ମୁଖ୍ୟତଃ 'ଫାଣ୍ଟାସୀ' ବା କାଳ୍ପନିକ କାହାଣୀକୁ ଆଧାର ଭାବେ ନେଉଥିବା "ପୁଲମ୍ୟାନ" ପ୍ରକୃତରେ ହେଉଛନ୍ତି ଜଣେ ବାସ୍ତବବାଦୀ ମଣିଷ । ସେଥିଲାଗି ସେ ଏକଦା ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ , ପ୍ରତ୍ୟେକ ଲେଖକ ତାଙ୍କ ଜୀବନକାଳ ମଧ୍ୟରେ କେବଳ କାହାଣୀ ଚୋରାଇବାରେ ଲାଗିଥାନ୍ତି । କାରଣ ସେମାନେ ଯାହାବି ଲେଖୁଛନ୍ତି ତାହା ସେମାନଙ୍କର ବହୁ ଆଗରୁ ଅନେକଥର ଲେଖା ହୋଇସାରିଛି । ତାଙ୍କର ଏକ ପ୍ରସିଦ୍ଧ "ଫାଣ୍ଟାସୀ ଟ୍ରାଇୟୋଲୋଜୀ" ହେଉଛି (ହିଜ୍ ଡାର୍କ ମ୍ୟାଟେରିଆଲ୍ସ) । "ଦି ଗୁଡ୍ ମ୍ୟାନ୍ ଜେସସ୍ ଆଣ୍ଡ ଦି ସ୍କାଉଣ୍ଡରେଲ୍ ଖ୍ରୀଷ୍ଟ" ପୁସ୍ତକ ରଚନା କରି ସେ ବିବାଦୀୟ ହେବ ସହିତ ବହୁ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲେ । ୨୦୦୮ ମସିହାରେ "ଦି ଟାଇମ" ପକ୍ଷରୁ ତାଙ୍କୁ ୧୯୪୫ [] ପରବର୍ତ୍ତୀ ବ୍ରିଟେନର ଶ୍ରେଷ୍ଠ ଲେଖକଙ୍କ ତାଲିକାରେ ସ୍ଥାନ ଦିଆଯାଇଥିଲା ।

ଜୀବନ ବୃତ୍ତାନ୍ତ

[ସମ୍ପାଦନା]

୧୯୪୬ ମସିହା ଅକ୍ଟୋବର ୧୯ ତାରିଖରେ ଇଂଲଣ୍ଡର "ନରୱିଚ"ରେ ଫିଲିପ ପୁଲମ୍ୟାନଙ୍କ ଜନ୍ମ । ତାଙ୍କ ମା'ଙ୍କ ନାମ "ଇଭଲିନ ପୁଲମ୍ୟାନ" ଏବଂ ବାପାଙ୍କ ନାମ "ଆଲଫ୍ରେଣ୍ଡ ପୁଲମ୍ୟାନ" । "ଆଲଫ୍ରେଣ୍ଡ" ଜଣେ ରୟାଲ ଏୟାରଫୋର୍ସ ପାଇଲଟ ଥିଲେ । ସମଗ୍ର ଦେଶରେ ତାଙ୍କ ବାପାଙ୍କର ବହୁ ଖାତିର ଥିଲା । ତେବେ ବାପାଙ୍କ ସହିତ ବେଶିଦିନ ବିତେଇବାର ସୁଯୋଗ ମିଳି ନଥିଲା ପୁଲମ୍ୟାନଙ୍କୁ । ତାଙ୍କୁ ଯେତେବେଳେ ୭ବର୍ଷ ହୋଇଥିଲା ତାଙ୍କ ବାପାଙ୍କର ଦେହାନ୍ତ ଘଟିଲା । କେନିଆରେ ଥିବା ଏକ ପ୍ଲେନକ୍ରାସ୍ ହିଁ ଥିଲା ତାଙ୍କ ଦେହାନ୍ତର କାରଣ । ମୃତ୍ୟୁ ପରେ ତାଙ୍କ ବାପାଙ୍କୁ ଜଣେ ଦୁଃସାହସୀ ବୈମାନିକ ଭାବେ ପୁରସ୍କୃତ କରାଯାଇଥିଲା । ବଡ଼ ହେବା ପରେ ମା'ଙ୍କଠାରୁ ବାପାଙ୍କ ସାହସିକତାର କାହାଣୀ ଶୁଣି ବଡ଼ହୋଇଥିଲେ ପୁଲମ୍ୟାନ । ବାପା କିପରି ଦୁର୍ଗମ ତଥା ଶତ୍ରୁ ଅଧ୍ୟୁଷିତ ଅଞ୍ଚଳକୁ ସାହସର ସହିତ ବିମାନ ନେଇ ଯାଇପାରୁଥିଲେ ତାହାକୁ ଜାଣି ତାଙ୍କ ଛାତି ଗର୍ବରେ ଫୁଲିଉଠୁଥିଲା ।

ବାପାଙ୍କ ଦେହାନ୍ତ ପରେ ତାଙ୍କ ମା' ଆଉଥରେ ବିବାହ କରିଥିଲେ ଓ ତାଙ୍କ ୨ୟ ସ୍ୱାମୀଙ୍କ ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଛୋଟ ପିଲା ହୋଇଥିବା ହେତୁ ପୁଲମ୍ୟାନଙ୍କୁ ତାଙ୍କ ମା'ଙ୍କ ସହ ଯିବାକୁ ପଡ଼ିଥିଲା । ଅବଶ୍ୟ ଅଷ୍ଟ୍ରେଲିଆ ଯିବା ପୁଲମ୍ୟାନଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ଥିଲା । କାରଣ ଅଷ୍ଟ୍ରେଲିଆର ନିଆରା ପରିବେଶ ହିଁ ତାଙ୍କ ଭିତରେ ଜଣେ ଲେଖକକୁ ତିଆରି କରିଥିଲା । ପିଲାବେଳେ ସେ ଖୁବ୍ କାହାଣୀ ଶୁଣିବାକୁ ଭଲ ପାଉଥିଲେ । ବିଶେଷ କରି ଦୁଃସାହସିକତାରେ ଭରପୁର କାହାଣୀ ତାଙ୍କୁ ଅସୀମ ଆନନ୍ଦ ପ୍ରଦାନ କରୁଥିଲା । ସେ ସୁପରମ୍ୟାନ , ବ୍ୟାଟମ୍ୟାନଙ୍କ କାହାଣୀ ସବୁକୁ ମନଯୋଗ ଦେଇ ପଢୁଥିଲେ । ମାତ୍ର କିଛି ବର୍ଷ ପରେ ସେ ପୁଣିଥରେ ବ୍ରିଟେନ ଫେରିଆସିଲେ ଓ ନିଜ ଜେଜେବାପାଙ୍କ ନିକଟରେ ତାଙ୍କ ନିଜସ୍ୱ ଜୀବନ ଆରମ୍ଭ କଲେ ।

ଜନ୍ ମିଲଟନଙ୍କ ପ୍ରସିଦ୍ଧ କାବ୍ୟ "ପାରାଡ଼ାଇଜ ଲଷ୍ଟ" ହେଉଛି ପୁଲମ୍ୟାନଙ୍କ ଏକ ଅତିପ୍ରିୟ ପୁସ୍ତକ । ଏହି ପୁସ୍ତକଦ୍ୱାରା ସେ ବହୁ ଭାବରେ ଅନୁପ୍ରାଣିତ ହୋଇଥିବା କଥା ସ୍ୱୀକାର କରିଛନ୍ତି । ବିଶେଷକରି , ଜୀବନ ଦର୍ଶନକୁ ବୁଝିବାରେ ତାଙ୍କୁ ଏହି ପୁସ୍ତକ ସହାୟକ ହୋଇଛି । ଆଜି ବିଶ୍ୱରେ ଜଣେ ଲୋକ ପ୍ରିୟ ଇଂରାଜୀଲେଖକ ଭାବେ ମାନ୍ୟତା ଅର୍ଜନ କରିଥିବା ପୁଲମ୍ୟାନ ବାସ୍ତବରେ ଜଣେ ଭଲ ଛାତ୍ର ନଥିଲେ । ତାଙ୍କର ଇଂରାଜୀ ସାହିତ୍ୟଆଦୌ ହେଉନଥିଲା । ସେ ଅନେକ ଥର ଏହି ବିଷୟରେ ପାସ ମଧ୍ୟ କରିପାରି ନଥିଲେ । ସେ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ , ସେ ଇଂରାଜୀକୁ ଠିକ ଭାବରେ ଉପଭୋଗ କରିପାରୁ ନଥିଲେ । ସେଥିପାଇଁ ତାଙ୍କୁ ସ୍ନାତକରେ ତୃତୀୟ ଶ୍ରେଣୀ ପାଇ ସନ୍ତୁଷ୍ଟ ହୋଇ ରହିବାକୁ ପଡୁଥିଲା । ସେତିକି ନୁହେଁ , ସେ ଯୋଉଦିନ ଥାର୍ଡ କ୍ଲାସ ପାଇ ପାସ କରିଯାଇଛନ୍ତି ବୋଲି ଶୁଣିଲେ ସେଦିନ ସେ ଖୁବ୍ ଖୁସି ହୋଇଯାଇଥିଲେ । ସେ ଯେ ଏହି ବିଷୟରେ ପାସ କରିବେ ସେଥିରେ ମଧ୍ୟ ତାଙ୍କର ବିଶ୍ୱାସ ନ ଥିଲା । ଖେଳକୁଦରେ ତାଙ୍କର ଖୁବ୍ ରୁଚି ଥିଲା । ଅବସର ସମୟରେ ସେ ତାଙ୍କ ପ୍ରିୟ ଲେଖକମାନଙ୍କ ଲେଖା ପଢୁଥିଲେ ।

୧୯୭୦ ମସିହାରେ ଫିଲିପ ପୁଲମ୍ୟାନ ଜୁଡିଥ୍ ସ୍ପେଲରଙ୍କୁ ବିବାହ କରିଥିଲେ ।

ଲେଖାଲେଖି

[ସମ୍ପାଦନା]

ପୁଲମ୍ୟାନ ୧୯୭୦ ମସିହା , ବିବାହ ପରେ ଏକ ବିଶପ୍ ବିଦ୍ୟାଳୟରେ ୯ରୁ ୧୩ ବର୍ଷର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ସେଇଠୁ ହିଁ ପୁଲମ୍ୟାନଙ୍କ ଲେଖାଲେଖି ଜୀବନ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଇଁ ପୁଲମ୍ୟାନ ପ୍ରଥମେ ଡ୍ରାମା ଲେଖିଲେ । ସେ ବିଦ୍ୟାଳୟ ପିଲାଙ୍କ ପାଇଁ ଲେଖିଥିବା ଏକ ଫାଣ୍ଟାସୀ ଡ୍ରାମା ହେଉଛି "ଦି ହଣ୍ଟେଡ଼ ଷ୍ଟର୍ମ" ଯାହା ୧୯୭୨ ମସିହାରେ ନ୍ୟୁ ଇଂଲିଶ ଲାଇବ୍ରେରୀଦ୍ୱାରା ପ୍ରଦାନ କରାଯାଇଥିବା ଯୁବଲେଖକ ପୁରସ୍କାର ପାଇଥିଲେ । ଏହି ଘଟଣା ହିଁ ପୁଲମ୍ୟାନଙ୍କୁ ଲେଖାଲେଖି ପାଇଁ ଅନୁପ୍ରେରିତ କରିଥିଲା । ସେ ବୟସ୍କଙ୍କ ପାଇଁ ଲେଖିଥିବା ପ୍ରଥମ ଫାଣ୍ଟାସୀ ଉପନ୍ୟାସ ହେଉଛି "ଗାଲାଟିଆ" । ୧୯୭୮ ମସିହାରେ ଏହି ଉପନ୍ୟାସର ଲୋକାର୍ପଣ ହୋଇଥିଲା ଓ ଏହା ତାଙ୍କୁ ଲେଖକୀୟ ଖ୍ୟାତି ଆଣିଦେବାରେ ସହାୟକ ହୋଇଥିଲା ।

୧୯୮୮ ଏବଂ ୧୯୯୬ ମସିହା ମଧ୍ୟରେ ପୁଲମ୍ୟାନ କ୍ରମାଗତ ଭାବେ ପିଲାଙ୍କ ଗଳ୍ପ ଲେଖିବା ପାଇଁ "ୱେଷ୍ଟ ମିନିଷ୍ଟର କଲେଜ", ଅକ୍ସଫୋର୍ଡରେ କିଛି ଅଂଶକାଳିନ ସମୟ ଦେଇଥିଲେ । ୧୯୩୩ ମସିହାରେ ସେ "ହିଜ୍ ଡାର୍କ ମ୍ୟାଟେରିଆଲ୍ସ" ବିଷୟରେ ଲେଖା ଆରମ୍ଭ କଲେ । ୧୯୯୫ ମସିହାରେ ତାଙ୍କର ପ୍ରଥମ ପୁସ୍ତକ "ନର୍ଥନ୍ ଲାଇଟ୍ସ" ପ୍ରକାଶିତ ହେଲା (ୟୁ.ଏସର ହକଦାର "ଦି ଗୋଲ୍ଡେନ କମ୍ପାସ୍", ୧୯୯୬) । ପୁଲମ୍ୟାନ ଉଭୟ ବାର୍ଷିକ "ଚର୍ନେଜିଏ ମେଡାଲ"[] ଏବଂ ପିଲାମାନଙ୍କର ତତ୍ତ୍ୱବଧାୟକ ଉପନ୍ୟାସ ପୁରସ୍କାର ପାଇଥିଲେ । ଏକ ତଦନୁରୂପ ପୁରସ୍କାର ଯାହା ରଚୟିତାମାନେ ଦୁଇଥର ଜିତି ପାରିଲେ ନାହିଁ ।[]

୨୦୦୮ ମସିହାରେ , ସେ ଦି ବୁକ୍ ଅଫ୍ ଡଷ୍ଟରେ କାମ କରିବା ଆରମ୍ଭ କଲେ । ଏହି ପୁସ୍ତକଟି ତାଙ୍କର ପରସ୍ପର ସମ୍ପୃକ୍ତ ନାଟକ ହିଜ୍ ଡାର୍କ ମ୍ୟାଟେରିଆଲ୍ସର ଏକ ଅଂଶ , ଏବଂ "ଦି ଆଡ଼ଭେଞ୍ଚର ଅଫ୍ ଜନ୍ ବ୍ଲାକେ", ଏହି ଗଳ୍ପଟି ବ୍ରିଟେସ ପିଲାଙ୍କର ହାସ୍ୟଗଳ୍ପ "ଜନ୍ ଆଗ୍ସ"ଙ୍କ ଦି ଡ଼ିଏଫସିରୁ ଲିଖିତ ।[][][]

ଗ୍ରନ୍ଥ ବିବରଣୀ

[ସମ୍ପାଦନା]

ଅପର୍ଯ୍ୟାୟ ପୁସ୍ତକ

[ସମ୍ପାଦନା]
  • ୧୯୭୨ - ଦି ହଣ୍ଟେଡ଼ ଷ୍ଟର୍ମ
  • ୧୯୭୬ - ଗଲାଟି
  • ୧୯୮୨ - କାଉଣ୍ଟ କାର୍ଲଷ୍ଟେଇନ
  • ୧୯୮୭ - ହାଓ ଟୁ ବି କୁଲ
  • ୧୯୮୯ - ସ୍ପ୍ରିଙ୍ଗ-ହୀଲେଡ୍ ଜ୍ୟାକ
  • ୧୯୯୦ - ଦି ବ୍ରୋକେନ ବ୍ରିଜ୍
  • ୧୯୯୨ - ଦି ହ୍ୱାଇଟ ମର୍ସେଡିସ୍
  • ୧୯୯୩ - ଦି ୱଣ୍ଡରଫୁଲ୍ ଷ୍ଟୋରି ଅଫ୍ ଆଲାଦିନ୍ ଆଣ୍ଡ ଦି ଏଞ୍ଚାଣ୍ଟେଡ଼ ଲ୍ୟାମ୍ପ
  • ୧୯୯୫ - କ୍ଲକୱର୍କ, ଅର୍, ଅଲ୍ ୱଣ୍ଡ ଅପ୍
  • ୧୯୯୫ - ଦି ଫାୟାରୱର୍କ-ମେକର'ସ୍ ଡଟର
  • ୧୯୯୮ - ଦି ବଟରଫ୍ଲାଏ ଟାଟ୍ଟୁ
  • ୧୯୯୯ - ଆଇ ୱାଜ୍ ଏ ରାଟ୍ ! ଅର୍ ଦି ସ୍କାରଲେଟ୍ ସ୍ଲିପର୍ସ
  • ୨୦୦୦ - ପୁସ୍ ଇନ୍ ବୁଟ୍ସ : ଦି ଆଡ଼ଭେଞ୍ଚରସ୍ ଅଫ୍ ଦାଟ୍ ମୋଷ୍ଟ ଏଣ୍ଟରପ୍ରାଇଜିଙ୍ଗ ଫେଲିନେ

ହିଜ୍ ଡାର୍କ ମ୍ୟାଟେରିଆଲ୍ସ

[ସମ୍ପାଦନା]
  • ୧୯୯୫ - ନର୍ଥନ୍ ଲାଇଟ୍ସ ; ୟୁଏସ ଟାଇଟଲ , ଦି ଗୋଲ୍ଡେନ କମ୍ପାସ୍
  • ୧୯୯୭ - ଦି ସବଟାଇଟଲ ନାଇଫ୍
  • ୨୦୦୦ - ଦି ଅମ୍ବର ସ୍ପେଗ୍ଲାସ

ହିଜ୍ ଡାର୍କ ମ୍ୟାଟେରିଆଲ୍ସ କମ୍ପାନିଅନ

[ସମ୍ପାଦନା]
  • ୨୦୦୩ - ଲ୍ୟରା'ସ୍ ଅକ୍ସଫୋର୍ଡ
  • ୨୦୦୮ - ୱାନ୍ସ ଅପନ ଏ ଟାଇମ ଇଂ ଦି ନର୍ଥ
  • ୨୦୧୪ - ଦି କଲେକ୍ଟର (ଅଡିଓ ବୁକ୍)
  • ଦି ବୁକ୍ ଅଫ୍ ଡଷ୍ଟ (ଏ ପର୍ଯ୍ୟନ୍ତ ପ୍ରକାଶ ହୋଇନାହିଁ)

ସଲୀ ଲକହାର୍ଟ

[ସମ୍ପାଦନା]
  • ୧୯୮୫ - ଦି ରୁବୀ ଇଂ ଦି ସ୍ମୋକ
  • ୧୯୮୬ - ଦି ଶ୍ୟାଡୋ ଇଂ ଦି ନର୍ଥ (ପ୍ରଥମ ପ୍ରକାଶିତ)
  • ୧୯୯୦ - ଦି ଟାଇଗର ଇନ୍ ଦି ୱେଲ
  • ୧୯୯୪ - ଦି ଟିନ ପ୍ରିନ୍ସେସ୍

ଦି ନିଉ-କଟ୍ ଗ୍ୟାଙ୍ଗ

[ସମ୍ପାଦନା]
  • ୧୯୯୪ - ଥଣ୍ଡେରବୋଲ୍ଟ'ସ୍ ୱାକ୍ସୱାର୍କ
  • ୧୯୯୫ - ଦି ଗାସଫିଟର'ସ୍ ବଲ୍

ଚାଲୁଥିବା ପୁସ୍ତକ

[ସମ୍ପାଦନା]

Plays

  • ୧୯୯୦ - ଫ୍ରାଙ୍କେନଷ୍ଟେନ
  • ୧୯୯୨ - ଶେରଲୋକ ହଲମେସ ଆଣ୍ଡ ଦି ଲାଇମହାଉସ ହରର୍

ବାସ୍ତବ ସାହିତ୍ୟ

[ସମ୍ପାଦନା]
  • ୧୯୭୮ - ଆନସିଏଣ୍ଟ ସିଭିଲାଇଜେସନ
  • ୧୯୭୮ - ୟୁସିଙ୍ଗ ଦି ଅକ୍ସଫୋର୍ଡ ଜୁନିଅର ଡିକ୍ସିନାରୀ

ହାସ୍ୟ ଗଳ୍ପ

[ସମ୍ପାଦନା]
  • ୨୦୦୮ - ଦି ଅଡ଼ଭେଞ୍ଚର୍ସ ଅଫ୍ ଜନ୍ ବ୍ଲକ ଇଂ ଦି ଡ଼ି.ଏଫ.ସି
  1. "The 50 greatest British writers since 1945". The Times. 5 January 2008. Retrieved on 2016-01-03.
  2. name=medal1995
  3. name=relaunch[୧]
  4. Philip Pullman writes comic strip Archived 15 June 2011 at the Wayback Machine., The Times, 11 May 2008
  5. Deep stuff, The Guardian, 24 May 2008
  6. Pullman's page at the DFC website, The DFC