ଫିରୋଜ ଶାହ କୋଟଲା ପଡିଆ
ଫିରୋଜ ଶାହ କୋଟଲା ଏକ କ୍ରିକେଟ ପଡ଼ିଆ ଯାହା ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଅବସ୍ଥିତ । ଏହା 1883 ମସିହାରେ ନିର୍ମିତ ଓ ଏହା କଲିକତାର ଇଡେନ ଗାର୍ଡେନ ପରେ ଭାରତର ଦ୍ୱିତୀୟ ସର୍ବ ପୁରାତନ କ୍ରିକେଟ ଅନ୍ତର୍ଜାତିକ ପ୍ରାନ୍ତର । 2016 ସୁଦ୍ଧା ବିଗତ 28 ବର୍ଷ ଧରି ଭାରତୀୟ ଜାତୀୟ ଦଳ ଏହି ପଡ଼ିଆରେ ଟେଷ୍ଟ ମ୍ୟାଚରେ ପରାସ୍ତ ହେଇନାହିଁ ଓ ଗତ 10 ବର୍ଷରୁ କୌନଶୀ ଏକଦିବାସୀୟରେ ମଧ୍ୟ ହାରି ନାହିଁ । ଏହି ପଡ଼ିଆ ଦର୍ଶକଙ୍କ ପାଇଁ ଖୁବ ରୋଚକ ମୁହୂର୍ତ ସବୁ ଦେଇଛି । ଏଠାରେ ପାକିସ୍ଥାନ ସହ ଟେଷ୍ଟ ମେଚରେ ସ୍ପିନର ଅନିଲ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ 10ଟି ଜକ ୱିକେଟ ନେବାର ବିଶ୍ୱ ରେକର୍ଡ ସହ , ସଚିନ ତେନ୍ଦୁଲକରଙ୍କ 35 ତମ ଶତକ ହାସଲ ତଥା ସୁନୀଲ ଗାଭାସ୍କରଙ୍କ 29 ତମ ଶତକଦ୍ୱାରା ସେ ଡନ ବ୍ରାଡମାନଙ୍କ ରେକର୍ଡର ସମକକ୍ଷ ହେବା ସ୍ମରଣୀୟ ଘଟଣା ବଳି ହେଇ ରହିଛି ।
ଇତିହାସ [ସମ୍ପାଦନା]
ଏଠାରେ ପ୍ରଥମ ଅନୁଷ୍ଠାନିକ ଟେଷ୍ଟ 10 ନଭେମ୍ବର , 1948ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେଇଥିଲା । 1952ରେ ପାକିସ୍ତାନ ସହ ମ୍ୟାଚରେ ହେମୁ ଅଧିକାରୀ ଓ ଗୁଲାମ ଆଜାଦରେ ସମୟର ରେକର୍ଡ 10 ମ ୱିକେଟ ଭାଗୀଦାରୀରେ 109 ରଣ କରିଥିଲେ । 1965ରେ ନବାଗତ ସ୍ପିନର ଏସ . ଭେଙ୍କଟରାଘବନ ଏଠରେ ପଦାର୍ପଣ ମେଚରେ ନିଉଜିଲାଣ୍ଡ ବିରୁଦ୍ଧରେ 8/72 04/80 ନେଇ ସେମାନଙ୍କୁ ଦ୍ୱଷ୍ଟ କରିଥିଲେ । 1969-70 ସିରିଜରେ ବିଷାନ ସିଂହ ବେଦୀ ଓ ଏରାପଲ୍ଲୀ ପ୍ରସନ୍ନା ତାଙ୍କର ସ୍ପିନ ଆକ୍ରମଣଦ୍ୱାରା ଅଷ୍ଟ୍ରେଲିଆକୁ ପରାଜିତ କରିଥିଲେ । ସେହି ମେଚରେ ସେ ଦୁହେଁ ମିଶି 18ଟି ୱିକେଟ ନେଇଥିଲେ । ଏଠରେ ଜେଫ ବୟକଟ ଗଋ ସୋବର୍ସଙ୍କ ସର୍ବାଧିକ ଟେଷ୍ଟ ରଣର ବିଶ୍ୱ ରେକର୍ଡ ଭାଙ୍ଗି ଥିଲେ । ଅନିଲ କୁମ୍ବଲେ ପାକିସ୍ତାନ ସହ ମେଚରେ ଏକ ଇନିଂସରେ 10ଟି ୱିକେଟ ନେଇ 2005/6ରୁ ଥିବା ଜିମ ଲକରଙ୍କ ରେକର୍ଡର ସମକକ୍ଷ ହେଇଥିଲେ । ସଚିନ ତେନ୍ଦୁଲକର ତାଙ୍କ ଜୀବନର 35 ତମ ଶତକ ଏହିଠାରେ ହାସଲ କରିଥିଲେ ।
27 ଡିସେମ୍ବର , 2009ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏକଦିବସୀୟ ମ୍ୟାଚକୁ ରେଫରି ପଡ଼ିଆ ଖେଳ ପାଇଁ ଅନୁପଯୁକ୍ତ କହି ବାତିଲ କରିଦେଇଥିଲେ ଓ ଏହି ପଡ଼ିଆ12 ମାସ ପାଇଁ ବାସନ୍ଦ ହେଇଥିଲା । ତେବେ 2011 ବିଶ୍ୱ କପରେ ଏଠାରେ ପୁଣି ମ୍ୟାଚ ହେଇଥିଲା । ଏହି ପଡ଼ିଆ ଆଇପିଏଲରେ ଦିଲ୍ଲୀ ଡେୟର ଦେଭିଲ ଦଳର ଘରେଇ ପଡ଼ିଆ ଭାବେ ରହିଛି ।
ପରିସଙ୍ଖ୍ୟାନ [ସମ୍ପାଦନା]
ଭାରତୀୟ ଦଳ ଏଠାରେ ସର୍ବମୋଟ 10ଟି ଟେଷ୍ଟରେ ବିଜଯ ହାସଲ କରିଛି । ଏହି ପଡ଼ିଆର ରେକର୍ଡ ସମୂହ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା ,
- ସବୁଠୁ ସଫଳ ଦଳ - ଭାରତ 10ଟି ଟେଷ୍ଟ ବିଜୟ
- ସବୁଠୁ ସଫଳ ବିଦେଶୀ ଦଳ - ଇଂଲଣ୍ଡ 3ଟି ମେଚ ବିଜୟ
- ସର୍ବାଧିକ ସ୍କୋର - ୱେଷ୍ଟ ଇଣ୍ଡିଜ 644/8 , 6 ଫେବୃଆରୀ , 1959[୧]
- ସର୍ବନିମ୍ମ୍ସ୍କୋର -ଭାରତ , 75 ଅଲ ଆଉଟ , 25 ନଭେମ୍ବର 1987[୨]
- ପ୍ରଥମ ବ୍ୟାଟିଂ କରି ବିଜୟ-5
- ପ୍ରଥମ ବୋଲିଂ କରି ବିଜୟ-5
- ହାରାହାରି ସ୍କୋର -288
- ସର୍ବାଧିକ ରନ - ଦିଲୀପ ଭେଙ୍ଗସରକାର -671
- ସର୍ବାଧିକ ସ୍କୋର (ବ୍ୟକ୍ତିଗତ )- ବାର୍ଟ ସଟକ୍ଲିଫ-230 ନଟ ଆଉଟ
- ସଫଳତମ ବୋଲର - ଅନିଲ କୁମ୍ବଲେ ( 58 ୱିକେଟ )
ଏକଦିବସୀୟ ରେ ୱେଷ୍ଟ ଇଣ୍ଡିଜ ଏଠାରେ ସର୍ବାଧିକ 330/8 କରିଥିଲା , 2011 ବିଶ୍ୱ କପରେ ଯାହା ଏଠରେ ରେକର୍ଡ ।[୩]
କ୍ରିକେଟ ବିଶ୍ୱ କପ [ସମ୍ପାଦନା]
ଭାରତରେ ଆୟୋଜିତ ହେଇଥିବା ବିଶ୍ୱ କପ ଏକଦିବାସୀୟ ଟୁର୍ଣ୍ଣାମେଣ୍ଟ 1987, 1996 ଓ 2011ରେ କେତେକ ଗୁରୁତ୍ୱପୂର୍ଣ ମେଚ ଏହି ପଡ଼ିଆରେ ଖେଳା ଯାଇଥିଲା ।
T20 ଅନ୍ତର୍ଜାତିକ ମେଚ ସମୂହ [ସମ୍ପାଦନା]
ଏହି ପଡ଼ିଆରେ 2016 ବିଶ୍ୱ ଟି20ର ଗୃପ Aର ମେଚ ହେବ ଅସହ ଏଠାରେ ସେମିଫାଇନାଲର ଏକ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା । ଏହି ପଡ଼ିଆରେ ବିଶ୍ୱ କପର ପ୍ରଥମ ମେଚ ଇଂଲଣ୍ଡ ଓ ଅଫଗାନିସ୍ତାନ ମଧ୍ୟରେ ହେଇଥିଲା ।
ଫିରୋଜ ଶାହ କୋଟଲାରେ ଖେଳା ଯାଇଥିବା T20I ମେଚ ସବୁ :
No. | Winner | Loser | Result | Date | Scorecard |
---|---|---|---|---|---|
1 | ![]() |
![]() |
![]() |
23 March 2016 | Scorecard |
2 | ![]() |
![]() |
![]() |
26 March 2016 | Scorecard |
3 | ![]() |
![]() |
![]() |
28 March 2016 | Scorecard |
4 | ![]() |
![]() |
![]() |
30 March 2016 | Scorecard |
Last updated: 21 October 2016. [୪] |
ଆଧାର [ସମ୍ପାଦନା]
- ↑ "West Indies tour of India, 5th Test: India v West Indies at Delhi, Feb 6-11, 1959".
- ↑ "West Indies tour of India, 1st Test: India v West Indies at Delhi, Nov 25-29, 1987".
- ↑ "ICC Cricket World Cup, 13th Match, Group B: Netherlands v West Indies at Delhi, Feb 28, 2011".
- ↑ "T20Is played in Kotla, Delhi".