ଫିଫା ବିଶ୍ଵକପ

ଉଇକିପିଡ଼ିଆ ରୁ
Jump to navigation Jump to search
ଫିଫା ବିଶ୍ଵକପ
Founded ୧୯୩୦
Region ଅନ୍ତର୍ଜାତୀୟ ପ୍ରତିଯୋଗିତା (ଆୟୋଜକ : ଫିଫା)
Number of teams ୨୧୧ରୁ ଉର୍ଦ୍ଧ୍ଵ ସଂଖ୍ୟକ ଦେଶଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ (ପ୍ରତିଯୋଗୀ ଦେଶ)
Current champions ଫ୍ରାନ୍ସ
Most successful team(s) ବ୍ରାଜିଲ (୫ ଥର ବିଶ୍ଵବିଜେତା ଦଳ)
Website fifa.com/worldcup/
୨୦୧୮ ଫିଫା ବିଶ୍ଵକପ

ଫିଫା ବିଶ୍ଵକପ (ଈଂରାଜୀରେ FIFA World Cup) ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘ ଦ୍ଵାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ଵକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ଵର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା (Fédération Internationale de Football Association - FIFA)ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ଵକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା ‍(୨୦୧୮ ମସିହାରେ ଋଷିଆରେ ଅନୁଷ୍ଠିତ) ବିଶ୍ଵକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ଵବିଜେତା ଦଳ ହେବାର ଗୌରବ ଲାଭ କରିଥିଲା ।

ବର୍ତ୍ତମାନ ସମୟରେ ବିଶ୍ଵକପ ପୂର୍ବରୁ ସେଥିରେ କେଉଁ କେଉଁ ଦଳ ଖେଳିବେ ତାହା ନିର୍ଣ୍ଣୟ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକ ଯୋଗ୍ୟତା ଲାଭ ସ୍ତର ଦେଇ ଗତି କରିବାକୁ ହୁଏ । ବିଶ୍ଵକପ ଆୟୋଜନ ବର୍ଷର ପୂର୍ବ ତିନି ବର୍ଷ ମଧ୍ୟରେ ବିଭିନ୍ନ ଯୋଗ୍ୟତା ହାସଲକାରୀ ପ୍ରତିଯୋଗିତା ହୁଏ ଓ ସେଥିରୁ ୩୨ ଗୋଟି ଦଳ ବିଶ୍ଵକପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯେଉଁ ଦେଶରେ ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହୁଏ, ସେ ଦେଶ ସ୍ଵତଃ ଯୋଗ୍ୟତା ହାସଲ କରେ ଓ ବିଶ୍ଵକପରେ ଅଂଶ ଗ୍ରହଣ କରିଥାଏ । ପ୍ରାୟ ୧ ମାସ ଧରି ଏହି ଫୁଟବଲ ମହାସମାରୋହ ଅନୁଷ୍ଠିତ ହୋଇଥାଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ଦେଶ ୨୦ ଥର ବିଶ୍ଵକପ ହାସଲ କରିଛନ୍ତି । ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ଵବିଜୟୀ ହୋଇଛି ଏବଂ ଏହି ଏକମାତ୍ର ଦଳ ସମସ୍ତ ବିଶ୍ଵକପ ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ଉଭୟ ଜର୍ମାନୀଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା,ଉରୁଗୁଏଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ଵବିଜୟୀ ହୋଇଛନ୍ତି । ୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ଵକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା । ଏହା ବ୍ୟତୀତ ଲଂଲଣ୍ଡସ୍ପେନ୍ ଗୋଟିଏ ଥର ଲେଖାଏଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

ଫିଫା ବିଶ୍ଵକପ ବିଶ୍ଵର ସବୁଠାରୁ ଅଧିକ ଆଦୃତ ଓ ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା । ଏହାର ଲୋକପ୍ରିୟତା ଓ ବିଶ୍ଵବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ । ୨୦୦୬ ଫିଫା ବିଶ୍ଵକପର ସର୍ବମୋଟ ଦର୍ଶକ ସଂଖ୍ୟା ୨୬୨୯୦ କୋଟି ଏବଂ ୨୦୦୬ ବିଶ୍ଵକପ ଫାଇନାଲ୍ ୭୧.୫୧ କୋଟି ଦର୍ଶକ ଉପଭୋଗ କରିଥିଲେ । ଏହି ସଂଖ୍ୟା ସମୁଦାୟ ବିଶ୍ଵର ଜନସଂଖ୍ୟାର ୯ ଭାଗରୁ ଏକ ଭାଗ ।[୧][୨][୩][୪]

ବିଷୟସୂଚୀ

ଇତିହାସ[ସମ୍ପାଦନା]

ପୂର୍ବରୁ ଖେଳାଯାଇଥିବା ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା[ସମ୍ପାଦନା]

୧୮୭୨ ମସିହାରେ ବିଶ୍ଵର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଫୁଟବଲ୍ ମ୍ୟାଚ୍ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଗ୍ଲାସ୍‍ଗୋଠାରେ ଖେଳାଯାଇଥିଲା ।[୫] ଏହି ମ୍ୟାଚ୍‍ରେ ଉଭୟ ଦଳ କୌଣସି ଗୋଲ୍ କରିପାରି ନଥିଲେ ଓ ମ୍ୟାଚ୍‍ଟି ଡ୍ର ହୋଇଯାଇଥିଲା । ବିଶ୍ଵର ପ୍ରଥମ ବହୁଦଳୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ୧୮୮୪ ମସିହାରେ ଅନୁଷ୍ଠିତ ହୋଇଥିଲା ଓ ଏହାର ନାମ ଥିଲା "ବ୍ରିଟିଶ୍ ଘରୋଇ ପ୍ରତିଯୋଗିତା" (British Home Championship) ।[୬] ଦ୍ଵାଦଶ ଶତାବ୍ଦୀର ଆରମ୍ଭ ବେଳକୁ ସମଗ୍ର ବିଶ୍ଵରେ ଫୁଟବଲ୍ ଖେଳର ଲୋକପ୍ରିୟତା କ୍ରମଶଃ ବଢ଼ି ଚାଲିଥିଲା । ତେଣୁ ୧୯୦୦, ୧୯୦୪ ଓ ୧୯୦୬ ମସିହାର ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ପ୍ରଦର୍ଶନୀ ଫୁଟବଲ୍‍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା ଓ ପୁରସ୍କାର ରୂପେ କୌଣସି ପଦକ ଦିଆଯାଉନଥିଲା । ତେବେ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି (IOC) ପରବର୍ତ୍ତୀ ସମୟରେ ଏହି ଖେଳମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିକତାମୂଳକ ଖେଳର ମାନ୍ୟତା ମିଳିଥିଲା ।[୭]

୧୯୦୪ ମସିହାରେ ଫିଫା ପ୍ରତିଷ୍ଠିତ ହେବା ପରେ ଅଲମ୍ପିକ୍ ସଭ୍ୟ ପରିସରରୁ ବାହାରେ ଥିବା ରାଷ୍ଟ୍ରମାନଙ୍କୁ ମିଶାଇ ୧୯୦୬ ମସିହାରେ ସ୍ଵିଜରଲ୍ୟାଣ୍ଡଠାରେ ଏକ ଅନ୍ତର୍ଜାତୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନିଆଗଲା । ଅନ୍ତର୍ଜାତୀୟ ସ୍ତରର ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଏହା ପ୍ରାରମ୍ଭିକ ସମୟ ଥିଲା ଓ ଫିଫା ଏହି ପ୍ରତିଯୋଗିତାକୁ ଏକ ଅସଫଳ ପ୍ରୟାସ ଭାବେ ଗଣନା କରେ ।[୮]

ଲଣ୍ଡନରେ ଅନୁଷ୍ଠିତ ୧୯୦୮ ମସିହା ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଫୁଟବଲ୍ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ରୂପେ ଉଭା ହେଲା । ଇଂଲଣ୍ଡର ଫୁଟବଲ୍ ପରିଚାଳକ ସମିତି "ଦ ଫୁଟବଲ୍ ଏଶୋସିଏସନ୍" ଏହାର ଆୟୋଜନ କରିଥିଲା । ଏଥିରେ ଗ୍ରେଟ୍ ବ୍ରିଟେନ୍ ସ୍ଵର୍ଣ୍ଣ ପଦକ ଲାଭ କରିଥିଲା । ଷ୍ଟକ୍‍ହୋମ୍‍ରେ ଅନୁଷ୍ଠିତ ୧୯୧୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମଧ୍ୟ ଗ୍ରେଟ୍ ବ୍ରିଟେନ୍ ବିଜୟ ଲାଭ କରିଥିଲା ।

ଅଲମ୍ପିକ୍ ପ୍ରତିଯୋଗିତାରେ ଖେଳୁଥିବା ସମସ୍ତ ଫୁଟବଲ୍ ଖେଳାଳୀମାନେ ଉନ୍ନତମାନର କ୍ରୀଡ଼ାଜୀବୀ ନଥିଲେ ବରଂ ସାମୟିକ ଖେଳାଳୀ ଥିଲେ । ଏହି ସମୟରେ ୧୯୦୯ ମସିହାରେ ତୁରିନ୍‍ଠାରେ ସାର୍ ଥୋମାସ୍ ଲିପ୍ଟନ୍ ସାର୍ ଲିପ୍ଟନ୍ ଥୋମାସ୍ ଟ୍ରଫି ନାମକ ଏକ ପ୍ରତିଯୋଗିତାର ଆୟୋଜନ କଲେ । ଲିପ୍ଟନ୍ ପ୍ରତିଯୋଗିତାରେ ବିଭିନ୍ନ ଦେଶର ଜାତୀୟ ଦଳ ଖେଳୁନଥିଲେ । ବରଂ ବିଭିନ୍ନ ଦେଶର କିଛି ଫୁଟବଲ୍ କ୍ଲବ୍ ଅଂଶଗ୍ରହଣ କରୁଥିଲେ । ପ୍ରତି କ୍ଲବ୍‍କୁ ନିଜ ନିଜ ଦେଶର ପ୍ରତିନିଧି ଭାବେ ଗଣନା କରାଯାଉଥିଲା । ବେଳେବେଳେ ଏହି ପ୍ରତିଯୋଗିତାକୁ ପ୍ରଥମ ବିଶ୍ଵକପ ବୋଲି ଅଭିହିତ କରାଯାଏ ।[୯] ଏହି ପ୍ରତିଯୋଗିତାରେ ଇଟାଲୀ, ଜର୍ମାନୀସ୍ଵିଜରଲ୍ୟାଣ୍ଡର ପ୍ରଖ୍ୟାତ କ୍ଲବ୍‍ମାନେ ଅଂଶଗ୍ରହଣ କରିଥିଲେ; କିନ୍ତୁ ଇଂଲଣ୍ଡର ଫୁଟବଲ୍ ଏଶୋସିଏସନ୍ ଏହି ପ୍ରତିଯୋଗିତାକୁ ଏକ ଈଂରାଜୀ କ୍ଲବ୍ ଦଳ ପଠାଇବାକୁ ମନା କରିଦେଇଥିଲା । ଲିପ୍ଟନ୍ ପରେ ଇଂଲଣ୍ଡର ପ୍ରତିନିଧିତ୍ଵ କରିବା ପାଇଁ ଡର୍‍ହାମ୍ କାଉଣ୍ଟିର ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍‍କୁ ଆମନ୍ତ୍ରଣ କରିଥିଲେ । ପଶ୍ଚିମ ଅକ୍‍ଲାଣ୍ଡ କ୍ଲବ୍ ୧୯୦୯ରେ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲା ଓ ପୁଣି ୧୯୧୧ ମସିହାରେ ନିଜ ବିଜେତା ପଦବୀ ବଜାୟ ରଖିବାରେ ସଫଳ ହୋଇଥିଲା ।

ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍ଗୁଡ଼ିକୁ ଅନୌପଚାରିକ ବିଶ୍ଵ ଫୁଟବଲ୍ ଚାମ୍ପିୟନ୍‍ଶିପ୍ ଭାବେ ୧୯୧୪ ମସିହାରେ ଫିଫା ମାନ୍ୟତା ଦେଲା ଓ ଏହି ସବୁ ଖେଳର ଆୟୋଜନର ଦାୟିତ୍ତ୍ଵ ନିଜ ହାତକୁ ନେଲା ।[୧୦] ବିଭିନ୍ନ ମହାଦେଶର ଦଳମାନେ ଭାଗ ନେବା ଫଳରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ମୂଳଦୁଆ ପଡ଼ିଥିଲା । ୧୯୨୦ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ମିଶର ସମେତ ୧୩ଟି ଦଳ ଫୁଟବଲ୍ ପ୍ରତିଯୋଗିତାରେ ଖେଳିଥିଲେ ଏବଂ ଏହି ପ୍ରତିଯୋଗିତାରେ ବେଲ୍‍ଜିୟମ୍ ଦଳ ବିଜୟୀ ହୋଇଥିଲା ।[୧୧] ୧୯୨୪ ଓ ୧୯୨୮ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରେ ଉରୁଗୁଏ ଦଳ ବିଜୟୀ ହୋଇଥିଲା । ୧୯୨୪କୁ ଫିଫାର ଔପଚାରିକ କାର୍ଯ୍ୟକାଳର ଆରମ୍ଭ ଭାବେ ଗଣନା କରାଯାଇଥାଏ ଏବଂ ଏହି ଦୁଇ ଚାମ୍ପିୟନ୍‍ଶିପ୍‍କୁ ବିଶ୍ଵର ପ୍ରଥମ ଦୁଇ ମୁକ୍ତ ପ୍ରତିଯୋଗିତା କୁହାଯାଇଥାଏ ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ଅନୁଷ୍ଠିତ ବିଶ୍ଵକପ[ସମ୍ପାଦନା]

ଉରୁଗୁଏର ମଣ୍ଟେଭିଡ଼ିଓ ସ୍ଥିତ ଏଷ୍ଟାଡ଼ିଓ ସେଣ୍ଟେନାରିଓ ଯେଉଁଠାରେ ୧୯୩୦ ମସିହାର ପ୍ରଥମ ବିଶ୍ଵକପ୍ ଫାଇନାଲ୍ ଖେଳାଯାଇଥିଲା

ଅଲମ୍ପିକ୍‍ରେ ଖେଳାଯାଉଥିବା ଫୁଟବଲ୍‍ର ସଫଳତା ଓ ଲୋକପ୍ରିୟତା ଯୋଗୁଁ ଫିଫା ସଭାପତି ଜୁଲ୍‍ସ୍ ରିମେଟ୍ ଫିଫାର ଏକ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ମନ ବଳାଇଲେ । ୧୯୨୮ ମସିହା ମଇ ୨୮ ତାରିଖ ଦିନ ଆମ୍‍ଷ୍ଟରଡାମ୍ ସହରରେ ଏକତ୍ରିତ ହୋଇଥିବା ଫିଫା କଂଗ୍ରେସ୍‍ର ସଦସ୍ୟମାନେ ଏକ ସ୍ଵତନ୍ତ୍ର ବିଶ୍ଵ ଚାମ୍ପିୟନ୍‍ଶିପ୍ ଆୟୋଜନ କରିବା ନିଷ୍ପତ୍ତିକୁ ଅନୁମୋଦନ ପ୍ରଦାନ କଲେ ।[୧୨] ମଣ୍ଟେଭିଡ଼ିଓ ଚୁକ୍ତିନାମା (୧୯୨୮) ଓ ଉରୁଗୁଏର ସ୍ଵାଧୀନତା ଉତ୍ସବ ପାଳନ କରିବା ଅବସରରେ ୧୯୩୦ ମସିହାରେ ଫିଫା ଉରୁଗୁଏକୁ ପ୍ରଥମ ଆୟୋଜକ ଭାବେ ଚୟନ କଲା । ଉରୁଗୁଏରେ ୧୯୩୦ ମସିହାର ପ୍ରଥମ ଫିଫା ବିଶ୍ଵକପ୍ ଖେଳାଯାଇଥିଲା ।

କିଛି ନିର୍ଦ୍ଦିଷ୍ଟ ଦେଶରୁ ଗୋଟିଏ ଲେଖାଏଁ ଜାତୀୟ ଦଳ ପଠାଇବାକୁ ଅନୁରୋଧ କରାଗଲା । କିନ୍ତୁ ଉରୁଗୁଏ ପହଞ୍ଚିବା ପାଇଁ ୟୁରୋପୀୟ ଦଳମାନଙ୍କୁ ଆଟ୍‍ଲାଣ୍ଟିକ୍ ମହାସାଗର ଅତିକ୍ରମ କରି ଏକ ଲମ୍ୱା ଓ ବ୍ୟୟବହୁଳ ଯାତ୍ରାରେ ଯିବାକୁ ପଡ଼ୁଥିଲା । ଏହି କାରଣରୁ ବିଶ୍ଵକପ୍ ଆରମ୍ଭ ହେବାକୁ ମାତ୍ର ୨ ମାସ ରହିଥିଲେ ହେଁ କୌଣସି ୟୁରୋପୀୟ ଦେଶ ନିଜ ଦଳ ପଠାଇବାକୁ ରାଜି ହେଲେନାହିଁ । ଜୁଲ୍‍ସ୍ ରିମେଟ୍ ବେଲ୍‍ଜିୟମ୍, ଫ୍ରାଂସ୍, ରୋମେନିଆ ଓ ୟୁଗୋସ୍ଲାଭିଆ ଦଳମାନଙ୍କୁ ପରେ ମନାଇବାରେ ସଫଳ ହେଲେ ଓ ଏହି ଦଳ ସବୁ ବିଶ୍ଵକପ୍ ଖେଳିବା ପାଇଁ ଯାତ୍ରା କଲେ । ଏହି ବିଶ୍ଵକପ୍‍ରେ ସର୍ବମୋଟ ୧୩ଟି ଦଳ (ଦକ୍ଷିଣ ଆମେରିକାରୁ ୭, ୟୁରୋପ୍‍ରୁ ୪ ଓ ଉତ୍ତର ଆମେରିକାରୁ ୨) ଭାଗ ନେଇଥିଲେ ।

୧୯୩୦ ମସିହା ଜୁଲାଇ ୧୩ ତାରିଖ ଦିନ ପ୍ରଥମ ବିଶ୍ଵକପର ଦୁଇଟି ମ୍ୟାଚ୍ ଖେଳାଗଲା ଏବଂ ଏହି ମ୍ୟାଚ୍‍ଗୁଡ଼ିକରେ ଫ୍ରାଂସ୍ (ମେକ୍ସିକୋକୁ ୪-୧ ଗୋଲ୍‍ରେ ହରାଇ) ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ବେଲ୍‍ଜିୟମ୍‍କୁ ୩-୦ ଗୋଲ୍‍ରେ ହରାଇ) ବିଜୟ ଲାଭ କରିଥିଲେ । ଫ୍ରାଂସ୍‍ର ଲୁସିଏନ୍ ଲରେଣ୍ଟ୍ ଫିଫା ବିଶ୍ଵକପର ପ୍ରଥମ ଗୋଲ୍ କରିଥିଲେ ।[୧୩] ୧୯୩୦ ମସିହାରେ ମଣ୍ଟେଭିଡ଼ିଓ ସହରର ୯୩ ହଜାର ଦର୍ଶକଙ୍କ ସାମନାରେ ଫିଫା ବିଶ୍ଵକପ ଫାଇନାଲ୍ ମ୍ୟାଚ୍ ଖେଳାଗଲା ଯେଉଁଥିରେ ଉରୁଗୁଏ ୪-୨ ଗୋଲ୍‍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା ଓ ପ୍ରଥମ ଦେଶ ଭାବେ ଫିଫା ବିଶ୍ଵକପ ବିଜୟୀ ହୋଇଥିଲା ।[୧୪]

ଏହି ବିଶ୍ଵକପ ପରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍‍ରେ ସଉକ ଦୃଷ୍ଟିରୁ ଖେଳାଯାଉଥିବା ଫୁଟବଲ୍ ମ୍ୟାଚ୍‍କୁ ନେଇ ଫିଫା ଓ ଅନ୍ତର୍ଜାତୀୟ ଅଲମ୍ପିକ୍ ସମିତି ମଧ୍ୟରେ ମତାନ୍ତର ସୃଷ୍ଟି ହେଲା । ତେଣୁ ୧୯୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଖେଳରୁ ଫୁଟବଲ୍ ବାଦ୍ ପଡ଼ିଥିଲା ।[୧୫] ପୁଣି ୧୯୩୬ ଅଲମ୍ପିକ୍ ଖେଳରେ ଫୁଟବଲ୍ ସ୍ଥାନ ପାଇଲା କିନ୍ତୁ ସେତେବେଳକୁ ଅଲମ୍ପିକ୍ ଫୁଟବଲ୍ ତୁଳନାରେ ବିଶ୍ଵକପର ଲୋକପ୍ରିୟତା ଓ ଚାହିଦା ବଢ଼ି ସାରିଥିଲା ।

ସେ ସମୟରେ ଲାଗି ରହୁଥିବା ଯୁଦ୍ଧ ଓ ଏକ ମହାଦେଶରୁ ଅନ୍ୟ ମହାଦେଶକୁ ଖେଳିବା ପାଇଁ କରିବାକୁ ପଡ଼ୁଥିବା ଲମ୍ଵା ଯାତ୍ରା ପ୍ରାରମ୍ଭିକ ବିଶ୍ଵକପ ଆୟୋଜନରେ ବାଧା ସୃଷ୍ଟି କରୁଥିଲେ । ୧୯୩୪ ବିଶ୍ଵକପ ପାଇଁ ଅଳ୍ପସଂଖ୍ୟକ ଉତ୍ତର ଓ ଦକ୍ଷିଣ ଆମେରିକୀୟ ଦଳ ରାଜିଥିଲେ । ବ୍ରାଜିଲ୍ ଓ କ୍ୟୁବାକୁ ଛାଡ଼ି ଅଧିକାଂଶ ଦକ୍ଷିଣ ଆମେରିକୀୟ ଏବଂ ଉତ୍ତର ଆମେରିକୀୟ ଦଳ ୧୯୩୮ ଫିଫା ବିଶ୍ଵକପର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କେବଳ ବ୍ରାଜିଲ୍ ଏହି ଉଭୟ ବର୍ଷ ଭାଗ ନେଇଥିଲା । ୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ଵକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ[୧୬] କିନ୍ତୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଅନୁଷ୍ଠିତ ବିଶ୍ଵକପ[ସମ୍ପାଦନା]

୧୯୫୦ ଫିଫା ବିଶ୍ଵକପର ଅବ୍ୟବହିତ ପୂର୍ବରୁ ମାରାକାନା ଷ୍ଟାଡ଼ିୟମରେ ଖେଳାଯାଇଥିବା ଉଦ୍‍ଘାଟନୀ ମ୍ୟାଚ୍ । ବ୍ରାଜିଲ୍‍ର ଜାତୀୟ ଅଭିଲେଖାଗାରରୁ ଉଦ୍ଧୃତ ।

୧୯୫୦ ମସିହାର ଫିଫା ବିଶ୍ଵକପ ବ୍ରାଜିଲ ଦ୍ଵାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ପ୍ରଥମ ଥର ପାଇଁ ବ୍ରିଟିଶ୍ ଦଳ ଅଂଶଗ୍ରହଣ କରିଥିଲା । ୧୯୨୦ ମସିହାରେ ବ୍ରିଟିଶ୍ ଦଳଗୁଡ଼ିକ ଫିଫାରୁ ଓହରି ଯାଇଥିଲେ । ଏହି ବିରୋଧର ମୁଖ୍ୟ କାରଣ ହେଲା - ଏକଦା ବ୍ରିଟିଶ୍‍ମାନେ ଯୁଦ୍ଧରେ ହରାଇଥିବା ଦେଶମାନଙ୍କ ସହିତ ଖେଳିବା, ଫୁଟବଲରେ ଅନ୍ୟ ଦେଶମାନଙ୍କ ପ୍ରଭାବ ବଢ଼ୁଥିବା ବ୍ରିଟେନ୍‍କୁ ପସନ୍ଦ ନଥିଲା ।[୧୭] ତେବେ ପରେ ୧୯୪୬ ମସିହାରେ ଫିଫାର ଆମନ୍ତ୍ରଣରେ ବ୍ରିଟେନ୍ ପୁଣି ଫିଫାରେ ଯୋଗ ଦେଲା ।[୧୮] ପୂର୍ବ ଦୁଇ ବିଶ୍ଵକପକୁ ପ୍ରତ୍ୟାଖ୍ୟାନ କରିଥିବା ଓ ୧୯୩୦ ମସିହାର ବିଶ୍ଵବିଜୟୀ ଦଳ ଉରୁଗୁଏ ମଧ୍ୟ ଏକ ଅନ୍ତରାଳ ପରେ ଏହି ପ୍ରତିଯୋଗିତାରେ ପୁନଃ ଯୋଗଦାନ କଲା । ଆୟୋଜକ ବ୍ରାଜିଲ୍‍କୁ ଫାଇନାଲରେ ପରାସ୍ତ କରି ଉରୁଗୁଏ ପୁଣି ବିଶ୍ଵବିଜେତା ଉପାଧି ମଣ୍ଡିତ କରିଥିଲା ।

୧୯୩୪ ଓ ୧୯୭୮ ମଧ୍ୟରେ ପ୍ରତି ବିଶ୍ଵକପରେ ୧୬ଟି ପ୍ରତିଯୋଗୀ ଦଳ ରହିଥିଲେ । କେବଳ ୧୯୩୮ ମସିହାରେ ଏକ ବ୍ୟତିକ୍ରମ ଦେଖାଯାଇଥିଲା ଯେଉଁଥିରେ ଯୋଗ୍ୟତା ହାସଲ କରିଥିବା ଅଷ୍ଟ୍ରିଆ ଦଳକୁ ନାଜି ଜର୍ମାନୀ ଦଳରେ ମିଶାଇ ଦିଆଯାଇଥିଲା । ତେଣୁ ପ୍ରତିଯୋଗିତାର ଦଳ ସଂଖ୍ୟା ୧୫ ହୋଇଯାଇଥିଲା । ସେହିପରି ୧୯୫୦ରେ ମଧ୍ୟ ଭାରତ, ସ୍କଟଲ୍ୟାଣ୍ଡତୁର୍କୀ ପ୍ରତିଯୋଗିତାରୁ ଓହରି ଯାଇଥିଲେ ଏବଂ ସମୁଦାୟ ଦଳ ସଂଖ୍ୟା ୧୩ ହୋଇଯାଇଥିଲା ।[୧୯] ବିଶ୍ଵକପରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ଦଳ ୟୁରୋପ୍ କିମ୍ଵା ଦକ୍ଷିଣ ଆମେରିକାର ଦେଶ ଥିଲେ । ଉତ୍ତର ଆମେରିକା, ଏସିଆ, ଆଫ୍ରିକା ବା ଓସେନିଆରୁ ଖୁବ୍ କମ୍ ଦଳ ଏହି ସବୁ ପ୍ରତିଯୋଗିତାରେ ଖେଳୁଥିଲେ । ୟୁରୋପ୍ ଓ ଦକ୍ଷିଣ ଆମେରିକାର ଦଳଗୁଡ଼ିକ ଏମାନଙ୍କୁ ସହଜରେ ହରାଇ ଦେଉଥିଲେ । ୧୯୮୨ ପର୍ଯ୍ୟନ୍ତ ୟୁରୋପୀୟ ବା ଦକ୍ଷିଣ ଆମେରିକୀୟ ବ୍ୟତୀତ ଯେଉଁ ଅଳ୍ପ କିଛି ଦଳ ପ୍ରଥମ ପର୍ଯ୍ୟାୟରୁ ଆଗକୁ ଯାଇପାରିଥିଲେ, ସେମାନେ ହେଲେ – ଯୁକ୍ତରାଷ୍ଟ୍ର ଆମେରିକା (୧୯୩୦ରେ ଶ୍ରେଷ୍ଠ ୪ ପର୍ଯ୍ୟନ୍ତ), କ୍ୟୁବା (୧୯୩୮ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ଉତ୍ତର କୋରିଆ (୧୯୬୬ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ମେକ୍ସିକୋ (୧୯୭୦ରେ ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ।

୩୨ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା[ସମ୍ପାଦନା]

ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୧୦ ବିଶ୍ଵକପ ବେଳେ ଜୋହାନସ୍‍ବର୍ଗ୍‍ର ସକର୍ ସିଟିର ଅଭ୍ୟନ୍ତରର ଏକ ଦୃଶ୍ୟ

୧୯୮୨ ମସିହାରେ ବିଶ୍ଵକପର ପ୍ରତିଦ୍ଵନ୍ଦୀ ସଂଖ୍ୟା ୨୪ଟି ଦଳକୁ[୨୦] ଓ ତାହା ପରେ ୧୯୯୮ରେ ୩୨କୁ ବଢ଼ାଇ ଦିଆଗଲା ।[୨୧] ଉତ୍ତର ଆମେରିକା, ଏସିଆ ଓ ଆଫ୍ରିକାରୁ ଅଧିକ ଦଳ ଖେଳିବାର ସୁଯୋଗ ମଧ୍ୟ ଦିଆଗଲା । ଏହା ପରଠାରୁ ଅନେକ ନୂତନ ଦଳ ବିଶ୍ଵକପରେ ଭଲ ପ୍ରଦର୍ଶନ କରି ନିଜ ଦେଶର ଯଶ ବୃଦ୍ଧି କରିଛନ୍ତି । ୧୯୮୬ରେ ମେକ୍ସିକୋ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୧୯୯୦ରେ କ୍ୟାମେରୁନ୍ (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୦୨ରେ ଦକ୍ଷିଣ କୋରିଆ, ସେନେଗାଲ୍ ଓ ଯୁକ୍ତରାଷ୍ଟ୍ର ଆମେରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୦ରେ ଘାନା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ), ୨୦୧୪ରେ କୋଷ୍ଟାରିକା (ଶ୍ରେଷ୍ଠ ୮ ପର୍ଯ୍ୟନ୍ତ) ଉନ୍ନୀତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ । ତେବେ ମଧ୍ୟ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳଗୁଡ଼ିକ ନିଜର ପ୍ରଭୁତ୍ଵ ବଜାୟ ରଖିପାରିଛନ୍ତି । ୧୯୯୪, ୧୯୯୮ ଓ ୨୦୦୬ ମସିହାର ଶ୍ରେଷ୍ଠ ୮ ସ୍ଥାନକୁ ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦଳମାନେ ଅକ୍ତିଆର କରିପାରିଥିଲେ ।

ଫିଫା ବିଶ୍ଵକପରେ ଯୋଗ୍ୟତା ପାଇଁ ୨୦୦୨ ମସିହାରେ ୨୦୦ଟି ଦଳ, ୨୦୦୬ରେ ୧୯୮ଟି ଦଳ ଏବଂ ୨୦୧୦ ମସିହାରେ ୨୦୪ଟି ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।[୨୨]

୪୮ଟି ପ୍ରତିଯୋଗୀ ଦଳ ବ୍ୟବସ୍ଥା[ସମ୍ପାଦନା]

୨୦୧୩ ମସିହା ଅକ୍ଟୋବର ମାସରେ ସେପ୍ ବ୍ଲାଟର୍ ବିଶ୍ଵକପରେ କ୍ୟାରିବିଆନ୍ ଫୁଟବଲ୍ ସଂଘକୁ ସ୍ଥାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।[୨୩] ୨୦୧୩ ମସିହା ଅକ୍ଟୋବର ୨୫ ତାରିଖରେ ପ୍ରକାଶିତ ଫିଫା ସାପ୍ତାହିକୀର (FIFA Weekly) ସଂସ୍କରଣରେ ବ୍ଲାଟର୍ ଲେଖିଥିଲେ ଯେ: "ଖେଳୁଆଡ଼ ମନୋଭାବ ଦୃଷ୍ଟିରୁ ମୁଁ କ୍ରୀଡ଼ାର ଭୂମଣ୍ଡଳୀକରଣ (globalisation) ପ୍ରତି ଜୋର ଦେବାକୁ ଚାହେଁ । ମୁଁ ଚାହେଁ ଯେ ଆଫ୍ରିକୀୟ ଓ ଏସୀୟ ଦେଶର ସଂଘମାନଙ୍କୁ ଫିଫା ବିଶ୍ଵକପରେ ସେମାନଙ୍କ ପ୍ରାପ୍ୟ ସ୍ଥାନ ଓ ମାନ ମିଳୁ । ୟୁରୋପୀୟ ଓ ଦକ୍ଷିଣ ଆମେରିକୀୟ ଦେଶର ସଂଘମାନେ ଏକଚାଟିଆ ବିଶ୍ଵକପରେ ସର୍ବାଧିକ ସ୍ଥାନ ଅଧିକାର କରୁଥାନ୍ତୁ – ଏହା ଠିକ୍ ନୁହେଁ ।"[୨୪] ଅଧିକ ଲୋକଙ୍କୁ ଖୁସି କରାଇଥିବା ଏପରି ମତରୁ କିଛି ବିଶ୍ଳେଷକଙ୍କୁ ମନେ ହେଲା ଯେ ବ୍ଲାଟର୍ ଫିଫାର ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି ।[୨୫]

ପତ୍ରିକା ପ୍ରକାଶିତ ହେବା ପରେ ବ୍ଲାଟର୍‍ଙ୍କ ଭବିଷ୍ୟତର ପ୍ରତିଦ୍ଵନ୍ଦୀ ଓ ୟୁରୋପୀୟ ଫୁଟବଲ୍ ସଂଘର ତତ୍କାଳୀନ ସଭାପତି ମିସେଲ୍ ପ୍ଲାଟିନି ବିଶ୍ଵକପରେ ୪୦ଟି ଦଳ ଭାଗ ନେବା ସପକ୍ଷରେ ମତ ପୋଷଣ କରିଥିଲେ । ପ୍ଲାଟିନି କହିଲେ ଯେ ସେ ୟୁରୋପୀୟ ସଂଘକୁ ଅତିରିକ୍ତ ୧ଟି, ଏସୀୟ ଓ ଆଫ୍ରିକୀୟ ସଂଘକୁ ଅତିରିକ୍ତ ୨ଟି ଲେଖାଏଁ, CONCACAF ଓ CONMEBOL ମଧ୍ୟରେ ୨ଟି, ଓସେନିଆ ସଂଘକୁ ଏକ ସ୍ଥାୟୀ ସ୍ଥାନ ଦେଇ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ୩୨ରୁ ବଢ଼ାଇ ୪୦ କରିବେ ।[୨୬] ବିଶ୍ଵକପରେ ଦଳ ସଂଖ୍ୟା ବୃଦ୍ଧି କରିବା ବିଷୟରେ ପ୍ଲାଟିନି ସ୍ପଷ୍ଟ ମତ ରଖି କହିଥିଲେ ଯେ – ବିଶ୍ଵକପରେ ପ୍ରତିଯୋଗିତାର ମାନ ବୃଦ୍ଧି ଉପରେ ଜୋର୍ ଦିଆଯାଏ ନାହିଁ କାରଣ ୩୨ଟି ପ୍ରତିଯୋଗୀ ଦଳଙ୍କ ମଧ୍ୟରୁ ସମସ୍ତେ ବିଶ୍ଵର ଶ୍ରେଷ୍ଠ ଓ ଉନ୍ନତ ଦଳ ବୋଲି କହିହେବ ନାହିଁ । କାମ ଚଳାଇବା ଦୃଷ୍ଟିରୁ ଏହା ଏକ ଉତ୍ତମ ପନ୍ଥା ମାତ୍ର । ଅଧିକ ଆଫ୍ରିକୀୟ ବା ଅନ୍ୟ ଦଳ ଭାଗ ନେବା ଏକ ରାଜନୈତିକ ପ୍ରଶ୍ନ ହୋଇପାରେ । କିନ୍ତୁ ପ୍ରତିଯୋଗିତାର ଲକ୍ଷ୍ୟ ହେଲା ସମଗ୍ର ବିଶ୍ଵବାସୀଙ୍କୁ ନିକଟତର କରାଇବା । ଯଦି ଅନ୍ୟ ଦଳମାନଙ୍କୁ ଭାଗ ନେବାର ସୁଯୋଗ ଦିଆ ନଯାଏ, ସେମାନଙ୍କ ଖେଳରେ ଉନ୍ନତି ଆଣିବା ଅସମ୍ଭବ ।"[୨୬]

୨୦୧୬ ମସିହା ଅକ୍ଟୋବରରେ ଫିଫା ସଭାପତି ଜିଆନି ଇନ୍‍ଫାଣ୍ଟିନୋ ୨୦୨୬ ବିଶ୍ଵକପକୁ ଏକ ୪୮ ଦଳୀୟ ପ୍ରତିଯୋଗିତା କରିବା ସପକ୍ଷରେ ମତ ପୋଷଣ କଲେ ।[୨୭] ୨୦୧୭ ମସିହା ଜାନୁଆରୀ ୧୦ ତାରିଖ ଦିନ ଫିଫା ଘୋଷଣା କଲା ଯେ ୨୦୨୬ ବିଶ୍ଵକପରେ ୪୮ଟି ଦଳ ଭାଗ ନେବେ ।[୨୮]

୨୦୧୫ ଫିଫା ଦୁର୍ନୀତି ବିବାଦ[ସମ୍ପାଦନା]

ମଇ ୨୦୧୫ ବେଳକୁ ଫିଫାରେ ଲାଞ୍ଚ, ଠକେଇ ଓ ପ୍ରସାରଣ ଅଧିକାରର ଆବଣ୍ଟନରେ ଦୁର୍ନିତି, କଳାଧନକୁ ଧଳା କରିବା – ଏପରି ଅନେକ ଅଭିଯୋଗ ଯୋଗୁଁ ଫିଫା ଆୟୋଜିତ ପ୍ରତିଯୋଗିତା ସବୁ ଲୋକଙ୍କ ଆଶଙ୍କାର କଳା ବାଦଲ ଘୋଡ଼ାଇ ହୋଇଯାଇଥିଲା ।[୨୯] ୨୪ ବର୍ଷରେ ଫିଫା ଅଧିକାରୀମାନେ ୧୫ କୋଟି ଆମେରିକୀୟ ଡଲାର୍‍ରୁ ଅଧିକ ଲାଞ୍ଚ ଗ୍ରହଣ କରିଥିବାର ଅଭିଯୋଗ ହୋଇଥିଲା । ମଇ ମାସର ଶେଷ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ୧୪ ଜଣ ଫିଫା ଅଧିକାରୀଙ୍କ ବିରୁଦ୍ଧରେ ୪୭ଟି ବିଭିନ୍ନ ପ୍ରକାରର ଅପରାଧିକ ମାମଲା ରୁଜୁ କରିଥିଲା । ପରେ ମଇ ୨୯ ଓ ଡିସେମ୍ଵର ୩ ତାରିଖରେ ୧୨ ଜଣ ଫିଫା ଅଧିକାରୀ ଗିରଫ ମଧ୍ୟ ହୋଇଥିଲେ ।[୩୦] ୨୦୧୫ ମସିହାର ଶେଷ ବେଳକୁ ୯ ଜଣ ଫିଫା ଅଧିକାରୀ, ୫ ଜଣ କ୍ରୀଡ଼ା ପ୍ରସାରଣ ସଂସ୍ଥାର କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତିର ମାମଲା ରୁଜୁ କରାଯାଇ ସାରିଥିଲା । ଏହି ସମୟରେ ଫିଫା ସଭାପତି ସେପ୍ ବ୍ଲାଟର୍ ୨୦୧୬ ମସିହା ଫେବୃଆରୀ ମାସରେ ଇସ୍ତଫା ଦେବାର ଘୋଷଣା କରିଥିଲେ।[୩୧]

୨୦୧୫ ମସିହା ଜୁନ୍ ୪ ତାରିଖରେ ଚକ୍ ବ୍ଲେଜର୍ ପଚରାଉଚରା ବେଳେ ସେ ଏବଂ ଅନେକ ଫିଫା ଅଧିକାରୀ ୧୯୯୮ ଓ ୨୦୧୦ ବିଶ୍ଵକପର ଆୟୋଜନକୁ ନେଇ ଲାଞ୍ଚ ଗ୍ରହଣ କରିଥିବା ବିଷୟ ଏଫ୍. ବି. ଆଇ. ଓ ସ୍ଵିସ୍ ଅନୁସନ୍ଧାନକାରୀ ସଂସ୍ଥାଙ୍କ ସମ୍ମୁଖରେ ମାନିଥିଲେ ।[୩୨] ୨୦୧୫ ମସିହା ଜୁନ୍ ୧୦ ତାରିଖରେ ସ୍ଵିସ୍ ଅନୁସନ୍ଧାନକାରୀ ସଂସ୍ଥା ସେପ୍ ବ୍ଲାଟର୍‍ଙ୍କ ସମସ୍ତ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ବହୁ ତଥ୍ୟ ବରାମତ କରିଥିଲେ ।[୩୩] ୨୦୧୮ ଓ ୨୦୨୨ ବିଶ୍ଵକପର ଆୟୋଜନକୁ ନେଇ ପୁଣି ଦୁର୍ନୀତି ଅଭିଯୋଗ (ଗାର୍ସିଆ ରିପୋର୍ଟ୍) ପ୍ରକାଶ ପାଇବାରୁ ସେହିଦିନ ଫିଫା ୨୦୨୬ର ଆୟୋଜନ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାକୁ ଘୁଞ୍ଚାଇ ଦେଇଥିଲା । ଫିଫାର ତତ୍କାଳୀନ ସେକ୍ରେଟାରୀ ଜେନେରାଲ୍ ଜେରୋମ୍ ୱାଲ୍‍କେ କହିଥିଲେ ଯେ "ବର୍ତ୍ତମାନର ପରିସ୍ଥିତିରେ କୌଣସି ପ୍ରକାରର ନିଲାମ ପ୍ରକ୍ରିୟା ଆରମ୍ଭ କରିବା ଠିକ୍ ହେବନାହିଁ ।"[୩୪] ୨୦୧୫ ଅକ୍ଟୋବର ୨୮ ତାରିଖରେ ବ୍ଲାଟର୍ ଓ ଫିଫା ଉପସଭାପତି ମିସେଲ୍ ପ୍ଲାଟିନି ୯୦ଦିନ ପାଇଁ ନିଲମ୍ଵିତ ହୋଇଥିଲେ । ତେବେ ଗଣମାଧ୍ୟମ ସମ୍ମୁଖରେ ଉଭୟ ନିଜକୁ ନିର୍ଦ୍ଦୋଷ ବୋଲି ମତ ରଖିଥିଲେ ।[୩୫]

୨୦୧୫ ମସିହା ଡିସେମ୍ଵର ୩ ତାରିଖରେ ଜୁରିକ୍ ସହରର ଏକ ହୋଟେଲ୍‍ରୁ ଆଉ ୨ ଜଣ ଫିଫା ଉପସଭାପତିଙ୍କୁ ଗିରଫ କରାଯାଇଥିଲା । ପୂର୍ବେ ମଇ ମାସରେ ଏହି ହୋଟେଲ୍‍ରୁ ୭ ଜଣ ଫିଫା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।[୩୬] ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ତରଫରୁ ପୁଣି ୧୬ଟି ଅପରାଧିକ ମାମଲା ଯୋଡ଼ା ଯାଇଥିଲା ।[୩୭]

ଅନ୍ୟ ଫିଫା ପ୍ରତିଯୋଗିତା[ସମ୍ପାଦନା]

ବିଶ୍ଵକପ ଟ୍ରଫି[ସମ୍ପାଦନା]

୧୯୩୦ରୁ ୧୯୭୦ ପର୍ଯ୍ୟନ୍ତ ବିଶ୍ଵକପ ବିଜେତା ଦଳକୁ ଜୁଲ୍‍ସ୍ ରିମେଟ୍ ଟ୍ରଫି ପ୍ରଦାନ କରାଯାଉଥିଲା । ଏହି ଟ୍ରଫିକୁ ବିଶ୍ଵକପ (World Cup) ବା କୁପେ ଡୁ ମୋଣ୍ଡେ (Coupe du Monde) ବୋଲି କୁହାଯାଉଥିଲା । ପ୍ରଥମ ଫିଫା ବିଶ୍ଵକପର ପ୍ରାରମ୍ଭ କରାଇଥିବାରୁ ୧୯୪୬ ମସିହା ପରଠାରୁ ଏହାକୁ ଜୁଲ୍‍ସ୍ ରିମେଟ୍‍ଙ୍କ ନାମରେ ନାମିତ କରାଯାଇଥିଲା । ୧୯୭୦ ମସିହା ତୃତୀୟ ଥର ପାଇଁ ଫିଫା ବିଶ୍ଵକପ ଜିତିବା ପରେ ବ୍ରାଜିଲ ଦଳକୁ ବିଶ୍ଵକପ ଟ୍ରଫି ସବୁ ଦିନ ପାଇଁ ରଖିଦେବାର ଅନୁମତି ମିଳିଲା । ଅବଶ୍ୟ ୧୯୮୩ ମସିହାରେ ଏହି ଟ୍ରଫି ଚୋରି ହୋଇଯାଇଥିଲା । ଚୋରମାନେ ଏହି ଟ୍ରଫିଟିକୁ ତରଳାଇ ଦେଇଥିବାରୁ ଏହି ଟ୍ରଫି ସେମାନଙ୍କଠାରୁ ଜବତ କରାଯାଇପାରିଲା ନାହିଁ ।[୩୮]

୧୯୭୦ ମସିହା ପରେ ଏକ ନୂଆ ଫିଫା ବିଶ୍ଵକପ ଟ୍ରଫିର ପ୍ରଚଳନ କରାଗଲା । ୭ଟି ଦେଶର ଫିଫା ପ୍ରତିନିଧିଙ୍କ ଦେଖରେଖରେ ୫୩ଟି ବିଭିନ୍ନ ମଡେଲ୍‍ ମଧ୍ୟରୁ ଇଟାଲୀୟ ଶିଳ୍ପୀ ସିଲ୍‍ଭିଓ ଗାଜ୍ଜାନିଗାଙ୍କ ବିଶ୍ଵକପ ଟ୍ରଫି ମଡେଲ୍‍ଟିକୁ ଚୟନ କରାଯାଇଥିଲା । ନୂଆ ବିଶ୍ଵକପ ଟ୍ରଫିଟିର ଉଚ୍ଚତା ୩୬ ସେଣ୍ଟିମିଟର୍ ଓ ଏହା ୧୮ କ୍ୟାରେଟ୍ (୭୫%) ଶୁଦ୍ଧ ସୁନାରେ ନିର୍ମିତ । ଏହାର ଓଜନ ପ୍ରାୟ ୬.୧୭୫ କିଲୋଗ୍ରାମ୍ । ଟ୍ରଫିର ତଳଭାଗରେ ଦୁଇଟି ସ୍ତର ମାଲାକାଇଟ୍ ରହିଥାଏ । ୧୯୭୪ ମସିହା ପରଠାରୁ ବିଶ୍ଵକପ ପ୍ରତିଯୋଗିତାର ଆୟୋଜନ ବର୍ଷ ଓ ସେହି ବର୍ଷର ବିଜେତାମାନଙ୍କ ନାମ ଟ୍ରଫିର ନିମ୍ନ ଭାଗରେ ଖୋଦିତ ହୋଇ ଲେଖାଯାଇଥାଏ । ଏହି ଟ୍ରଫିର ବ୍ୟାଖ୍ୟା ପ୍ରଦାନ କରି ଗାଜ୍ଜାନିଗା ଲେଖିଛନ୍ତି : "The lines spring out from the base, rising in spirals, stretching out to receive the world. From the remarkable dynamic tensions of the compact body of the sculpture rise the figures of two athletes at the stirring moment of victory."[୩୯]

ବର୍ତ୍ତମାନ ସମୟରେ ବିଶ୍ଵବିଜେତା ଦଳକୁ ଟ୍ରଫିଟିଏ ସବୁବେଳ ପାଇଁ ପ୍ରଦାନ କରିଦିଆଯାଉଛି । ବିଶ୍ଵକପ ଜିତିବା ପରେ ହେଉଥିବା ବିଜୟ ସମ୍ଵର୍ଦ୍ଧନା ଉତ୍ସବ ପର୍ଯ୍ୟନ୍ତ ବିଜୟୀ ଦଳ ମୁଖ୍ୟ ଟ୍ରଫିଟି ଧରିବାର ସୁଯୋଗ ପାଆନ୍ତି । ତାହା ପରେ ସେମାନଙ୍କୁ ସୁନା ଚଢ଼ା ହୋଇଥିବା ଏକ ଅବିକଳ ନକଲ ଟ୍ରଫିଟିଏ ସବୁ ବେଳ ପାଇଁ ପ୍ରଦାନ କରାଯାଇଥାଏ ।[୪୦]

ବର୍ତ୍ତମାନ ସମୟରେ ବିଜୟୀ ଦଳର ଖେଳାଳୀ, ପ୍ରଶିକ୍ଷକ ଓ ମୁଖ୍ୟ ତତ୍ତ୍ଵାବଧାରକଙ୍କୁ ଫିଫା ବିଶ୍ଵକପ ଟ୍ରଫିର ଚିତ୍ର ରହିଥିବା ଏକ ପଦକ ପ୍ରଦାନ କରାଯାଇଥାଏ । ବିଜେତା, ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନର ଦଳମାନଙ୍କୁ ଯଥାକ୍ରମେ ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ନିର୍ମିତ ଏହି ପଦକ ପ୍ରଦାନ କରାଯାଏ । ୨୦୦୨ ବିଶ୍ଵକପରେ ଚତୁର୍ଥ ସ୍ଥାନରେ ରହିଥିବା ଆୟୋଜକ ଦକ୍ଷିଣ କୋରିଆ ଦଳକୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା । ୧୯୭୮ ବିଶ୍ଵକପ ପୂର୍ବରୁ ଫାଇନାଲ୍ ମ୍ୟାଚ୍ ଓ ତୃତୀୟ ସ୍ଥାନ ପାଇଁ ଉଦ୍ଦିଷ୍ଟ ମ୍ୟାଚ୍ ଶେଷରେ ଦଳର ୧୧ ଖେଳାଳୀଙ୍କୁ ପଦକ ପ୍ରଦାନ କରାଯାଉଥିଲା । ୨୦୦୭ ନଭେମ୍ଵରରେ ୧୯୩୦ରୁ ୧୯୭୪ ବିଜେତା ସମସ୍ତ ଦଳକୁ ପଦକ ଦିଆଯିବା ନେଇ ଫିଫା ନିଷ୍ପତ୍ତି ନେଇଥିଲା ।[୪୧][୪୨][୪୩]

ବିଶ୍ୱକପକୁ ରାସ୍ତା[ସମ୍ପାଦନା]

ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ[ସମ୍ପାଦନା]

ମୁଖ୍ୟ ବିଶ୍ଵକପ ପ୍ରତିଯୋଗିତା[ସମ୍ପାଦନା]

ଆୟୋଜକ[ସମ୍ପାଦନା]

୧୯୩୦ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ଫିଫା ବିଶ୍ଵକପ ଆୟୋଜକ ଦେଶ । ସବୁଜ: ଗୋଟିଏ ଥର; ଗାଢ଼ ସବୁଜ: ଦୁଇ ଥର; ଫିକା ସବୁଜ: ପ୍ରସ୍ତାବିତ ଆୟୋଜକ

ଚୟନ ପ୍ରକ୍ରିୟା[ସମ୍ପାଦନା]

ରାଷ୍ଟ୍ରମାନଙ୍କ ପ୍ରଦର୍ଶନ[ସମ୍ପାଦନା]

ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ[ସମ୍ପାଦନା]

ବର୍ଷ ଆୟୋଜକ ଷ୍ଟାଡ଼ିୟମ୍/
ସହର
ଦର୍ଶକ ଉପସ୍ଥିତି ମ୍ୟାଚ୍ ସଂଖ୍ୟା ହାରାହାରି ଉପସ୍ଥିତି ସର୍ବାଧିକ ଦର୍ଶକ ଉପସ୍ଥିତି
ସର୍ବାଧିକ ଦର୍ଶକ ଉପସ୍ଥିତି † ସର୍ବାଧିକ ଦର୍ଶକ ହୋଇଥିବା ମ୍ୟାଚ୍‍ର ସ୍ଥାନ † ସର୍ବାଧିକ ଦର୍ଶକ ଦେଖିଥିବା ମ୍ୟାଚ୍ †
୧୯୩୦ ଉରୁଗୁଏ ୩/୧ ୫୯୦୫୪୯ ୧୮ ୩୨୮୦୮ ୯୩୦୦୦ ଏଷ୍ଟାଡ଼ିଓ ସେଣ୍ଟେନାରିଓ, ମଣ୍ଟେଭିଡ଼ିଓ ଉରୁଗୁଏ ୬-୧ ୟୁଗୋସ୍ଲାଭିଆ (ସେମି ଫାଇନାଲ୍)
୧୯୩୪ ଇଟାଲୀ ୮/୮ ୩୬୩୦୦୦ ୧୭ ୨୧୩୫୩ ୫୫୦୦୦ ଷ୍ଟାଡ଼ିଓ ନାଜିଓନାଲେ ପି.ଏନ୍.ଏଫ୍, ରୋମ୍ ଇଟାଲୀ ୨-୧ ଚେକୋସ୍ଲୋଭାକିଆ (ଫାଇନାଲ୍)
୧୯୩୮ ଫ୍ରାଂସ୍ ୧୦/୯ ୩୭୫୭୦୦ ୧୮ ୨୦୮୭୨ ୫୮୪୫୫ ଷ୍ଟାଡେ ଓଲାଇମ୍ପ୍ ଡି କୋଲୋମ୍ଵେସ୍, ପ୍ୟାରିସ୍ ଫ୍ରାଂସ୍ ୧-୩ ଇଟାଲୀ, କ୍ଵାର୍ଟର୍ ଫାଇନାଲ୍
୧୯୫୦ ବ୍ରାଜିଲ୍ ୬/୬ ୧୦୪୫୨୪୬ ୨୨ ୪୭୫୧୧ ୧୭୧୭୭୨ ମାରାକାନା ଷ୍ଟାଡ଼ିୟମ୍, ରିଓ ଡି ଜେନିରୋ ବ୍ରାଜିଲ୍ ୧-୨ ଉରୁଗୁଏ, ଫାଇନାଲ୍
୧୯୫୪ ସ୍ଵିଜରଲ୍ୟାଣ୍ଡ ୬/୬ ୭୬୮୬୦୭ ୨୬ ୨୯୫୬୨ ୬୩୦୦୦ ୱାଂକ୍‍ଡୋର୍ଫ୍ ଷ୍ଟାଡ଼ିୟମ୍, ବର୍ଣ୍ଣ୍ ପଶ୍ଚିମ ଜର୍ମାନୀ ୩-୨ ହଙ୍ଗେରୀ, ଫାଇନାଲ୍
୧୯୫୮ ସ୍ଵିଡେନ୍ ୧୨/୧୨ ୮୧୯୮୧୦ ୩୫ ୨୩୪୨୩ ୫୦୯୨୮ ଉଲ୍ଲେୱି ଷ୍ଟାଡ଼ିୟମ୍, ଗୋଥେନ୍‍ବର୍ଗ୍ ବ୍ରାଜିଲ୍ ୨-୦ ସୋଭିଏତ୍ ରାଷ୍ଟ୍ରସଂଘ, ଗ୍ରୁପ୍ ମ୍ୟାଚ୍
୧୯୬୨ ଚିଲି ୪/୪ ୮୯୩୧୭୨ ୩୨ ୨୭୯୧୨ ୬୮୬୭୯ ଏଷ୍ଟାଡିଓ ନାସିଓନାଲ୍, ସାଣ୍ଟିଆଗୋ ବ୍ରାଜିଲ୍ ୪-୨ ଚିଲି, ସେମି ଫାଇନାଲ୍
୧୯୬୬ ଇଂଲଣ୍ଡ ୮/୭ ୧୫୬୩୧୩୫ ୩୨ ୪୮୮୪୮ ୯୮୨୭୦ ୱେମ୍ଵ୍‍ଲି ଷ୍ଟାଡ଼ିୟମ୍, ଲଣ୍ଡନ୍ ଇଂଲଣ୍ଡ ୪-୨ ପଶ୍ଚିମ ଜର୍ମାନୀ, ଫାଇନାଲ୍
୧୯୭୦ ମେକ୍ସିକୋ ୫/୫ ୧୬୦୩୯୭୫ ୩୨ ୫୦୧୨୪ ୧୦୮୧୯୨ ଏଷ୍ଟାଡ଼ିଓ ଆଜ୍‍ଟେକା, ମେକ୍ସିକୋ ସିଟି ମେକ୍ସିକୋ ୧-୦ ବେଲ୍‍ଜିୟମ୍, ଗ୍ରୁପ୍ ମ୍ୟାଚ୍
୧୯୭୪ ପଶ୍ଚିମ ଜର୍ମାନୀ ୯/୯ ୧୮୬୫୭୫୩ ୩୮ ୪୯୦୯୯ ୮୩୧୬୮ ଓଲିମ୍ପିଆଷ୍ଟାଡ଼ିଓନ୍, ପଶ୍ଚିମ ବର୍ଲିନ୍ ପଶ୍ଚିମ ଜର୍ମାନୀ ୧-୦ ଚିଲି, ଗ୍ରୁପ୍ ମ୍ୟାଚ୍
୧୯୭୮ ଆର୍ଜେଣ୍ଟିନା ୬/୫ ୧୫୪୫୭୯୧ ୩୮ ୪୦୬୭୯ ୭୧୭୧୨ ରିଭର୍ ପ୍ଲେଟ୍ ଷ୍ଟାଡ଼ିୟମ୍, ବୁଏନୋସ୍ ଏଇରିସ୍ ଇଟାଲୀ ୧-୦ ଆର୍ଜେଣ୍ଟିନା, ଗ୍ରୁପ୍ ମ୍ୟାଚ୍
୧୯୮୨ ସ୍ପେନ୍ ୧୭/୧୪ ୨୧୦୯୭୨୩ ୫୨ ୪୦୫୭୨ ୯୫୫୦୦ କ୍ୟାମ୍ପ୍ ନୋଆ, ବାର୍ସେଲୋନା ଆର୍ଜେଣ୍ଟିନା ୦-୧ ବେଲ୍‍ଜିୟମ୍, ଉଦ୍‍ଘାଟନୀ ମ୍ୟାଚ୍
୧୯୮୬ ମେକ୍ସିକୋ ୧୨/୧୧ ୨୩୯୪୦୩୧ ୫୨ ୪୬୦୩୯ ୧୧୪୬୦୦ ଏଷ୍ଟାଡ଼ିଓ ଆଜ୍‍ଟେକା, ମେକ୍ସିକୋ ସିଟି ମେକ୍ସିକୋ ୧-୧ ପାରାଗୁଏ, ଗ୍ରୁପ୍ ମ୍ୟାଚ୍
ଆର୍ଜେଣ୍ଟିନା ୩-୨ ପଶ୍ଚିମ ଜର୍ମାନୀ, ଫାଇନାଲ୍
୧୯୯୦ ଇଟାଲୀ ୧୨/୧୨ ୨୫୧୬୨୧୫ ୫୨ ୪୮୩୯୮ ୭୪୭୬୫ ସାନ୍ ସିରୋ, ମିଲାନ୍ ପଶ୍ଚିମ ଜର୍ମାନୀ ୪-୧ ୟୁଗୋସ୍ଲାଭିଆ, ଗ୍ରୁପ୍ ମ୍ୟାଚ୍
୧୯୯୪ ଯୁକ୍ତରାଷ୍ଟ୍ର ଆମେରିକା ୯/୯ ୩୫୮୭୫୩୮ ୫୨ ୬୮୯୯୧ ୯୪୧୯୪ ରୋଜ୍ ବାଓଲ୍, ପାସାଡେନା, କାଲିଫୋର୍ଣ୍ଣିଆ ବ୍ରାଜିଲ୍ ୦ (୩)-(୨)୦ ଇଟାଲୀ, ଫାଇନାଲ୍
୧୯୯୮ ଫ୍ରାଂସ୍ ୧୦/୧୦ ୨୭୮୫୧୦୦ ୬୪ ୪୩୫୧୭ ୮୦୦୦୦ ଷ୍ଟାଡେ ଡି ଫ୍ରଁସ୍, ସେଣ୍ଟ୍ ଡେନିସ୍ ବ୍ରାଜିଲ୍ ୦-୩ ଫ୍ରାଂସ୍, ଫାଇନାଲ୍
୨୦୦୨ ଦକ୍ଷିଣ କୋରିଆ
ଜାପାନ
୧୦/୧୦
୧୦/୧୦
୨୭୦୫୧୯୭ ୬୪ ୪୨୨୬୯ ୬୯୦୨୯ ଇଣ୍ଟର୍‍ନ୍ୟାସ୍‍ନାଲ୍ ଷ୍ଟାଡ଼ିୟମ୍ ୟୋକୋହାମା, ଜାପାନ ବ୍ରାଜିଲ୍ ୨-୦ ଜର୍ମାନୀ, ଫାଇନାଲ୍
୨୦୦୬ ଜର୍ମାନୀ ୧୨/୧୨ ୩୩୫୯୪୩୯ ୬୪ ୫୨୪୯୧ ୭୨୦୦୦ ଓଲିମ୍ପିଆଷ୍ଟାଡ଼ଓନ୍, ବର୍ଲିନ୍ ଜର୍ମାନୀ ୧(୪)-(୨)୧ ଆର୍ଜେଣ୍ଟିନା, କ୍ଵାର୍ଟର୍ ଫାଇନାଲ୍
୨୦୧୦ ଦକ୍ଷିଣ ଆଫ୍ରିକା ୧୦/୯ ୩୧୭୮୮୫୬ ୬୪ ୪୯୬୭୦ ୮୪୪୯୦ ସକର୍ ସିଟି, ଜୋହାନସ୍‍ବର୍ଗ୍ ସ୍ପେନ୍ ୧-୦ ନେଦର୍‍ଲ୍ୟାଣ୍ଡ୍‍ସ୍, ଫାଇନାଲ୍
୨୦୧୪ ବ୍ରାଜିଲ୍ ୧୨/୧୨ ୩୪୨୯୮୭୩ ୬୪ ୫୩୫୯୨ ୭୪୭୩୮ ମାରାକାନା ଷ୍ଟାଡ଼ିୟମ୍, ରିଓ ଡି ଜେନିଏରୋ ଜର୍ମାନୀ ୧-୦ ଆର୍ଜେଣ୍ଟିନା, ଫାଇନାଲ୍
୨୦୧୮ ଋଷ୍ ୧୨/୧୧ ୬୪ ଲୁଝନୀକୀ ଷ୍ଟାଡିୟମ୍, ମସ୍କୋ ଫ୍ରାନ୍ସ ୪-୨ କ୍ରୋଟିଆ, ଫାଇନାଲ୍
୨୦୨୨ କାତାର୍ ୮/୫ ୬୪
୨୦୨୬ କାନାଡ଼ା
ମେକ୍ସିକୋ
ଯୁକ୍ତରାଷ୍ଟ୍ର ଆମେରିକା
୩/୩
୩/୩
୧୦/୧୦
୮୦
ସର୍ବାଧିକ ୩୭୫୦୦୭୧୦ ୮୩୬ ୪୪୮୫୭ ୧୭୧୭୭୨ ମାରାକାନା ଷ୍ଟାଡ଼ିୟମ୍, ରିଓ (୧୯୫୦)

ବେତାର ଓ ଟେଲିଭିଜନ୍ ପ୍ରସାରଣ[ସମ୍ପାଦନା]

ବିଶ୍ଵକପମାନଙ୍କରେ ଫଳାଫଳ[ସମ୍ପାଦନା]

ପ୍ରଥମ ଚାରୋଟି ସ୍ଥାନ ଅକ୍ତିଆର କରିଥିବା ଦଳସମୂହ[ସମ୍ପାଦନା]

ଦଳ ବିଜେତା ଦ୍ଵିତୀୟ ସ୍ଥାନ ତୃତୀୟ ସ୍ଥାନ ଚତୁର୍ଥ ସ୍ଥାନ ଶ୍ରେଷ୍ଠ ୪
ସ୍ଥାନ
ଶ୍ରେଷ୍ଠ ୩
ସ୍ଥାନ
ଶ୍ରେଷ୍ଠ ୨
ସ୍ଥାନ
ବ୍ରାଜିଲ୍ ୫ (୧୯୫୮, ୧୯୬୨, ୧୯୭୦, ୧୯୯୪, ୨୦୦୨) ୨ (୧୯୫୦*, ୧୯୯୮) ୨ (୧୯୩୮, ୧୯୭୮) ୨ (୧୯୭୪, ୨୦୧୪*) ୧୧
ଜର୍ମାନୀ ^ ୪ (୧୯୫୪, ୧୯୭୪*, ୧୯୯୦, ୨୦୧୪) ୪ (୧୯୬୬, ୧୯୮୨, ୧୯୮୬, ୨୦୦୨) ୪ (୧୯୩୪, ୧୯୭୦, ୨୦୦୬ *, ୨୦୧୦) ୧ (୧୯୫୮) ୧୩ ୧୨
ଇଟାଲୀ ୪ (୧୯୩୪ *, ୧୯୩୮, ୧୯୮୨, ୨୦୦୬) ୨ (୧୯୭୦, ୧୯୯୪) ୧ (୧୯୯୦ *) ୧ (୧୯୭୮)
ଆର୍ଜେଣ୍ଟିନା ୨ (୧୯୭୮ *, ୧୯୮୬) ୩ (୧୯୩୦, ୧୯୯୦, ୨୦୧୪) - -
ଉରୁଗୁଏ ୨ (୧୯୩୦ *, ୧୯୫୦) - - ୩ (୧୯୫୪, ୧୯୭୦, ୨୦୧୦)
ଫ୍ରାଂସ୍ ୨ (୧୯୯୮ *, ୨୦୧୮) ୧ (୨୦୦୬) ୨ (୧୯୫୮, ୧୯୮୬) ୧ (୧୯୮୨)
ଇଂଲଣ୍ଡ ୧ (୧୯୬୬ *) - - ୧ (୧୯୯୦)
ସ୍ପେନ୍ ୧ (୨୦୧୦) - - ୧ (୧୯୫୦)
ନେଦରଲ୍ୟାଣ୍ଡ୍‍ସ୍ - ୩ (୧୯୭୪, ୧୯୭୮, ୨୦୧୦) ୧ (୨୦୧୪) ୧ (୧୯୯୮)
ହଙ୍ଗେରୀ - ୨ (୧୯୩୮, ୧୯୫୪) - -
ଚେକୋସ୍ଲୋଭାକିଆ# - ୨ (୧୯୩୪, ୧୯୬୨) - -
ସ୍ଵିଡେନ୍ - ୧ (୧୯୫୮*) ୨ (୧୯୫୦, ୧୯୯୪) ୧ (୧୯୩୮)
ପୋଲାଣ୍ଡ୍ - - ୨ (୧୯୭୪, ୧୯୮୨) - -
ଅଷ୍ଟ୍ରିଆ - - ୧ (୧୯୫୪) ୧ (୧୯୩୪) -
ପର୍ତ୍ତୁଗାଲ୍ - - ୧ (୧୯୬୬) ୧ (୨୦୦୬) -
ଯୁକ୍ତରାଷ୍ଟ୍ର ଆମେରିକା - - ୧ (୧୯୩୦) - -
ଚିଲି - - ୧ (୧୯୬୨ *) - -
କ୍ରୋଏସିଆ - - ୧ (୧୯୯୮) - -
ତୁର୍କୀ - - ୧ (୨୦୦୨) - -
ୟୁଗୋସ୍ଲାଭିଆ# - - - ୨ (୧୯୩୦, ୧୯୬୨) - -
ସୋଭିଏତ୍ ସଂଘ# - - - ୧ (୧୯୬୬) - -
ବେଲ୍‍ଜିୟମ୍ - - - ୧ (୧୯୮୬) - -
ବୁଲ୍‍ଗେରିଆ - - - ୧ (୧୯୯୪) - -
ଦକ୍ଷିଣ କୋରିଆ - - - ୧ (୨୦୦୨ *) - -
* = ଆୟୋଜକ ଦେଶ
^ = ସମ୍ମିଳିତ ଦେଶମାନଙ୍କ ଫଳାଫଳକୁ ମିଶାଇ (ଯଥା – ୧୯୫୪ରୁ ୧୯୯୦ ପର୍ଯ୍ୟନ୍ତ ପଶ୍ଚିମ ଜର୍ମାନୀ)
# = ବିଭକ୍ତ ଦେଶମାନଙ୍କ ଫଳାଫଳକୁ ମିଶାଇ[୪୫]

ମହାଦେଶ ଅନୁଯାୟୀ ରାଷ୍ଟ୍ରମାନଙ୍କ ପ୍ରଦର୍ଶନ[ସମ୍ପାଦନା]

କେଉଁ ଦଳ କେତେଥର ଯୋଗ୍ୟତା ହାସଲ କରିଛି (ରାଜ୍ୟସଂଘ ଅନୁଯାୟୀ ତାଲିକା)
ଏସୀୟ ଫୁଟବଲ୍ ରାଷ୍ଟ୍ରସଂଘ ଆଫ୍ରିକୀୟ ଫୁଟବଲ୍ ରାଷ୍ଟ୍ରସଂଘ ଉତ୍ତର ଓ କେନ୍ଦ୍ରୀୟ ଆମେରିକା ଓ କ୍ୟାରିବିୟାନ୍ ଫୁଟବଲ୍ ରାଷ୍ଟ୍ରସଂଘ ଦକ୍ଷିଣ ଆମେରିକୀୟ ଫୁଟବଲ୍ ରାଷ୍ଟ୍ରସଂଘ ଓସେନିଆ ଫୁଟବଲ୍ ରାଷ୍ଟ୍ରସଂଘ ୟୁରୋପୀୟ ରାଷ୍ଟ୍ରସଂଘ ସର୍ବମୋଟ
ଦଳ ୩୨ ୩୯ ୩୯ ୮୦ ୨୩୧ ୪୨୫
ଶ୍ରେଷ୍ଠ ୧୬ରେ ସ୍ଥାନ ୧୩ ୩୧ ୮୧ ୧୪୦[୪୬]
ଶ୍ରେଷ୍ଠ ୮ରେ ସ୍ଥାନ ୩୨ ୯୪ ୧୩୬[୪୬]
ଶ୍ରେଷ୍ଠ ୪ରେ ସ୍ଥାନ ୨୨ ୫୬ ୮୦
ଶ୍ରେଷ୍ଠ ୨ରେ ସ୍ଥାନ ୧୪ ୨୬ ୪୦
ପ୍ରଥମ ୧୧ ୨୦
ଦ୍ଵିତୀୟ ୧୫ ୨୦
ତୃତୀୟ ୧୬ ୨୦
ଚତୁର୍ଥ ୧୪ ୨୦

ବିଶ୍ଵକପରେ ଦିଆଯାଉଥିବା ଅନ୍ୟ ପୁରସ୍କାର[ସମ୍ପାଦନା]

ପ୍ରତି ବିଶ୍ଵକପର ସମାପନରେ ବିଭିନ୍ନ ଦଳ ଓ ଖେଳାଳୀମାନଙ୍କୁ ବିଶେଷ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଥାଏ । ଖେଳାଳୀଙ୍କ ଦଳର କ୍ରମ ଉପରେ ଏହି ପୁରସ୍କାର ନିର୍ଭର କରେନାହିଁ । ଫିଫା ବିଶ୍ଵକପରେ ଦିଆଯାଉଥିବା ୬ଟି ବିଭିନ୍ନ ପୁରସ୍କାର ହେଲା :[୪୭]

  • ସୁନେଲି ବଲ୍ (ଗୋଲ୍ଡେନ୍ ବଲ୍ - Golden Ball) : ଏହି ପୁରସ୍କାର ସବୁଠାରୁ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀକୁ ମିଳିଥାଏ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ମତାନୁସାରେ ଏହି ପୁରସ୍କାର ନିର୍ଣ୍ଣୟ କରାଯାଏ । ୧୯୮୨ ମସିହାରେ ପ୍ରଥମେ ଏହି ପୁରସ୍କାର ଦିଆଯାଇଥିଲା । ଭୋଟିଂ ଅନୁସାରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ବଲ୍ ଓ କାଂସ୍ୟ ବଲ୍ ପ୍ରଦାନ କରାଯାଇଥାଏ ।[୪୮]
  • ସୁନେଲି ଯୋତା (ଗୋଲ୍ଡେନ୍ ବୁଟ୍ - Golden Boot) : ବିଶ୍ଵକପରେ ସର୍ବାଧିକ ଗୋଲ୍ କରିଥିବା ଖେଳାଳୀକୁ ଏହି ପୁରସ୍କାର ଦିଆଯାଇଥାଏ । ପ୍ରଥମେ ୧୯୮୨ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା । କିନ୍ତୁ ପିଛିଲା ଭାବେ ୧୯୩୦ ବିଶ୍ଵକପରୁ ସର୍ବାଧିକ ଗୋଲ୍ କରିଥିବା ସବୁ ଖେଳାଳୀଙ୍କୁ ମଧ୍ୟ ଏହି ପୁରସ୍କାର ମଧ୍ୟ ଦିଆଯାଇଥିଲା । କିଛି ବର୍ଷ ହେଲା ୨ୟ ଓ ୩ୟ ସ୍ଥାନରେ ରହିଥିବା ଖେଳାଳୀଙ୍କୁ ଯଥାକ୍ରମେ ରୌପ୍ୟ ଯୋତା ଓ କାଂସ୍ୟ ଯୋତା ଦିଆଯାଉଛି ।[୪୯]
  • ସୁନେଲି ହାତମୌଜା (ଗୋଲ୍ଡେନ୍ ଗ୍ଲଭ୍ - Golden Glove) : ଏହାକୁ ପୂର୍ବେ ୟାସିନ୍ ଏୱାର୍ଡ଼୍ ବୋଲି କୁହାଯାଉଥିଲା । ବିଶ୍ଵକପର ଶ୍ରେଷ୍ଠ ଗୋଲ୍ କିପର୍‍କୁ ଏହି ପୁରସ୍କାର ମିଳିଥାଏ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ଏହି ପୁରସ୍କାର ୧୯୯୪ ମସିହାରେ ପ୍ରଥମ ଥର ପାଇଁ ଦିଆଯାଇଥିଲା ।[୫୦]
  • ଶ୍ରେଷ୍ଠ ଯୁବ ଖେଳାଳୀ (ବେଷ୍ଟ୍ ୟଂଗ୍ ପ୍ଲେୟାର୍ - Best Young Player) : ୨୧ ବର୍ଷରୁ କମ୍ ବୟସ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଏହି ପୁରସ୍କାର ମିଳେ । ଫିଫାର ଟେକ୍‍ନିକାଲ୍ ଷ୍ଟଡ଼ିଦଳ ଏହି ପୁରସ୍କାରର ବିଜେତା ଚୟନ କରନ୍ତି । ୨୦୦୬ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା ।[୫୧]
  • ଶ୍ରେଷ୍ଠ କ୍ରୀଡ଼ା ମନୋଭାବ ପୁରସ୍କାର (ଫିଫା ଫେଆର୍ ପ୍ଲେ ଟ୍ରଫି - FIFA Fair Play Trophy) : ଉତ୍ତମ କ୍ରୀଡ଼ାବିତ୍ ମନୋଭାବ ପ୍ରଦର୍ଶନ କରିଥିବା ଦଳକୁ ଏହି ପୁରସ୍କାର ମିଳିଥାଏ । ଫିଫା ଫେଆର୍ ପ୍ଲେ ସମିତି ଏହି ପୁରସ୍କାର ପାଇଁ ଆବଶ୍ୟକୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତି । ୧୯୭୮ ମସିହାରୁ ଏହି ପୁରସ୍କାର ଦିଆଯାଉଛି ।[୫୧]
  • ଶ୍ରେଷ୍ଠ ମନୋରଞ୍ଜକ ଦଳ (ମୋଷ୍ଟ୍ ଏଣ୍ଟର୍ଟେନିଂ ଟିମ୍ - Most Entertaining Team) : ଦର୍ଶକଙ୍କୁ ସବୁଠାରୁ ଅଧିକ ମନୋରଞ୍ଜନ ଯୋଗାଇ ଦେଇଥିବା ଦଳ ଏହି ପୁରସ୍କାର ପାଇଥାଏ । ସାଧାରଣ ଜନତାଙ୍କ ପାଇଁ ଉଦ୍ଦୀଷ୍ଟ ଭୋଟିଂ ବ୍ୟବସ୍ଥାରୁ ଏହି ପୁରସ୍କାରର ବିଜେତା ନିର୍ଦ୍ଧାରଣ କରାଯାଏ । ପ୍ରଥମେ ୧୯୯୪ ମସିହାରେ ଏହି ପୁରସ୍କାର ଦିଆଯାଇଥିଲା ।[୫୧]

ପ୍ରତିଯୋଗିତାର ସମସ୍ତ ଶ୍ରେଷ୍ଠ ଖେଳାଳୀଙ୍କୁ ଫିଫାର ସର୍ବ-ତାରକା ଦଳରେ ସ୍ଥାନୀତ କରାଯାଇଥାଏ । ୧୯୯୮ରୁ ଏହି ପୁରସ୍କାର ଦିଆଯାଇ ଆସୁଛି ।

କିର୍ତ୍ତୀମାନ ଓ ପରିସଂଖ୍ୟାନ[ସମ୍ପାଦନା]

ଲୋଥାର୍ ମାଟ୍‍ହେଉସ୍ ୫ଟି ବିଶ୍ଵକପ ପ୍ରତିଯୋଗିତାରେ ସର୍ବାଧିକ ୨୫ଟି ମ୍ୟାଚ୍ ଖେଳି କିର୍ତ୍ତୀମାନ ସ୍ଥାପନ କରିଥିଲେ

ବିଶ୍ଵକପରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର କିର୍ତ୍ତୀମାନ ମିଳିତ ଭାବେ ୩ ଜଣଙ୍କ ନାମରେ ରହିଛି । ସେମାନେ ହେଲେ – ମେକ୍ସିକୋର ଆଣ୍ଟୋନିଓ କାର୍ବାୟାଲ୍ (୧୯୫୦-୧୯୬୬) ଓ ରାଫାଏଲ୍ ମାର୍କ୍ଵେଜ୍ (୨୦୦୨-୨୦୧୮) ଏବଂ ଜର୍ମାନୀର ଲୋଥାର୍ ମାଟ୍‍ହେଉସ୍ (୧୯୮୨-୧୯୯୮) ।[୫୨] ସର୍ବାଧିକ ୨୫ଟି ମ୍ୟାଚ୍ ସହିତ ମାଟ୍‍ହେଉସ୍ ହେଉଛନ୍ତି ସବୁଠାରୁ ଅଧିକ ବିଶ୍ଵକପ ମ୍ୟାଚ୍ ଖେଳିଥିବା ଖେଳାଳୀ ।[୫୩] ବ୍ରାଜିଲର ଡେଲ୍‍ମା ସାଣ୍ଟୋସ୍ (୧୯୫୪, ୧୯୫୮, ୧୯୬୨), ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ (୧୯୬୬, ୧୯୭୦, ୧୯୭୪) ଓ ଜର୍ମାନୀର ଫିଲିପ୍ ଲାମ୍ (୨୦୦୬, ୨୦୦୮, ୨୦୧୪) ତିନି ବର୍ଷ ଧରି ଫିଫା ବିଶ୍ଵକପର ସର୍ବ-ତାରକା ଦଳରେ (ଅଲ୍ ଷ୍ଟାର୍ ଟିମ୍) ସ୍ଥାନ ପାଇଥିଲେ । ଏପରି କୀର୍ତ୍ତିମାନ କେବଳ ଏହି ତିନିଜଣଙ୍କ ନାମରେ ରହିଛି ।[୫୪]

ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା ୨୦୦୨ରୁ ୨୦୧୪ ବିଶ୍ଵକପ ଯାଏଁ ନିଜ ଦେଶର ପ୍ରତିନିଧିତ୍ଵ କରି ଆସିଛନ୍ତି ଏବଂ ବିଶ୍ଵକପରେ ସର୍ବାଧିକ ୧୬ଟି ଗୋଲ୍ କରିଛନ୍ତି । ୧୯୯୮ର ୨୦୦୬ ବିଶ୍ଵକପ ଖେଳିଥିବା ବ୍ରାଜିଲର ଫୁଟବଲ୍ ତାରକା ରୋନାଲ୍‍ଡୋ ତାହା ପୂର୍ବରୁ ୧୫ଟି ଗୋଲ୍ କରି ରେକର୍ଡ଼୍ କରିଥିଲେ । ୨୦୧୪ ମସିହା ବ୍ରାଜିଲ୍ ବନାମ ଜର୍ମାନୀ ସେମିଫାଇନାଲ୍ ମ୍ୟାଚ୍‍ରେ କ୍ଲୋଜା ରୋନାଲ୍‍ଡୋଙ୍କ ରେକର୍ଡ଼୍ ଅତିକ୍ରମ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ଖେଳାଳୀ ହେଲେ ପଶ୍ଚିମ ଜର୍ମାନୀର ଗେର୍ଡ୍ ମ୍ୟୁଲର୍ । ସେ ୧୯୭୦ ଓ ୧୯୭୪ ବିଶ୍ଵକପ ଖେଳି ୧୪ଟି ଗୋଲ୍ କରିଛନ୍ତି ।[୫୫] ଫ୍ରାଂସ୍‍ର ଜଷ୍ଟ୍ ଫୋଣ୍ଟେନ୍ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ୧୯୫୮ ବିଶ୍ଵକପରେ ସମୁଦାୟ ୧୩ଟି ଗୋଲ୍ କରିଛନ୍ତି । ଗୋଟିଏ ବିଶ୍ଵକପ ପ୍ରତିଯୋଗିତାରେ ସର୍ବାଧିକ ଗୋଲ କରିବାର କୀର୍ତ୍ତିମାନ ଫୋଣ୍ଟେନ୍‍ଙ୍କ ନାମରେ ରହିଛି ।[୫୬]

୧୯୩୦ରୁ ୧୯୭୪ ମସିହା ମଧ୍ୟରେ ଖେଳାଯାଇଥିବା ସମସ୍ତ ବିଜେତା ଦଳଙ୍କୁ ପଦକ ଦେବାକୁ ଫିଫା ୨୦୦୭ ମସିହା ନଭେମ୍ଵର ମାସରେ ନିଷ୍ପତ୍ତି ନେଇଥିଲା ।[୪୧] ଏହି ନିଷ୍ପତ୍ତି ଫଳରେ ବ୍ରାଜିଲର ପେଲେ ୧୯୫୮, ୧୯୬୨ ଓ ୧୯୭୦ ମସିହାର ବିଶ୍ଵକପ ପାଇଁ ପଦକ ପାଇଥିଲେ । ଏପରି ଭାବେ ତିନି ବର୍ଷ ବିଜେତା ପଦକ ପାଇଥିବାର ସମ୍ମାନ ହାସଲ କରିବାରେ ପେଲେ ହେଉଛନ୍ତି ଏକମାତ୍ର ଖେଳାଳୀ । ୧୯୬୨ ମସିହାର ବିଶ୍ଵକପରେ ପେଲେ ଆଘାତ ଯୋଗୁଁ ଖେଳିପାରି ନଥିଲେ କିନ୍ତୁ ଦଳର ସଦସ୍ୟ ହୋଇଥିବାରୁ ପଦକ ପାଇଥିଲେ ।[୫୭] ଦୁଇ ବର୍ଷ ବିଜେତା ପଦକ ପାଇଥିବା ଅନେକ ଖେଳାଳୀ ରହିଛନ୍ତି । ଏବେ ପର୍ଯ୍ୟନ୍ତ ୭ ଜଣ ଖେଳାଳୀ ସମସ୍ତ ଭିନ୍ନ ପଦକ (ବିଜେତା, ଦ୍ୱିତୀୟ ଓ ତୃତୀୟ ଦଳର ପଦକ) ପାଇଛନ୍ତି । ସେମାନେ ହେଲେ – ପଶ୍ଚିମ ଜର୍ମାନୀର ବେକେନ୍‍ବାଉଅର୍ (୧୯୬୬-୧୯୭୪), ୟୁର୍ଗେନ୍ ଗ୍ରାବୋସ୍କି, ହୋର୍ଷ୍ଟ୍-ଡିଟର୍ ହୋଟ୍‍ଗେସ୍, ସେପ୍ ମାୟର୍ ଓ ୱୁଲ୍‍ଫ୍‍ଗାଂଗ୍ ଓଭେରାଥ୍ (୧୯୬୬-୧୯୭୪), ଇଟାଲୀର ଫ୍ରାଂକୋ ବାରେସି (୧୯୮୨, ୧୯୯୦, ୧୯୯୪) ଓ ଜର୍ମାନୀର ମିରୋସ୍ଲାଭ୍ କ୍ଲୋଜା (୨୦୦୨-୨୦୧୪) ।[୫୮]

ଖେଳାଳୀ ଓ ପ୍ରଶିକ୍ଷକ (କୋଚ୍) ଭାବେ ବିଶ୍ଵକପ ଜିତିଥିବା ମାତ୍ର ଦୁଇ ଜଣ ଖେଳାଳୀ ହେଲେ ବ୍ରାଜିଲର ମାରିଓ ଜାଗାଲୋ ଓ ପଶ୍ଚିମ ଜର୍ମାନୀର ଫ୍ରାଂଜ୍ ବେକେନ୍‍ବାଉଅର୍ । ଜାଗାଲୋ ଖେଳୁଥିବା ବେଳେ ବ୍ରାଜିଲ୍ ୧୯୫୮ ଓ ୧୯୬୨ ମସିହାରେ ଏବଂ କୋଚ୍ ଥିବା ସମୟରେ ୧୯୭୦ ମସିହାରେ ବିଜେତା ହୋଇଥିଲା ।[୫୯] ବେକେନ୍‍ବାଉଅର୍ ଖେଳୁଥିବା ବେଳେ ୧୯୭୪ ଓ କୋଚ୍ ଥିବା ବେଳେ ୧୯୯୦ ମସିହାରେ ଜର୍ମାନୀ ବିଶ୍ଵବିଜେତା ହୋଇଥିଲା ।[୬୦] ନିଜ ଦଳକୁ ଦୁଇଟି ବିଶ୍ଵକପରେ (୧୯୩୪ ଓ ୧୯୩୮) ବିଜୟୀ କରାଇଥିବା ବିଶ୍ଵର ଏକମାତ୍ର କୋଚ୍ ହେଲେ ଇଟାଲୀର ଭିଟ୍ଟୋରିଓ ପୋଜ୍ଜୋ ।[୬୧] ସମସ୍ତ ବିଶ୍ଵବିଜେତା ଦଳର କୋଚ୍ ତାଙ୍କ ନିଜ ଦେଶର । ଅନ୍ୟ ପ୍ରକାରରେ କହିଲେ କୌଣସି ବିଦେଶୀ କୋଚ୍‍ଙ୍କ ଦଳ କେବେ ବିଶ୍ଵକପ ଜିତିପାରି ନାହିଁ ।[୬୨]

ଜାତୀୟ ଦଳମାନଙ୍କ ମଧ୍ୟରେ ଜର୍ମାନୀ ସବୁଠାରୁ ଅଧିକ ୧୦୬ଟି ବିଶ୍ଵକପ ମ୍ୟାଚ୍ ଖେଳିଛି, ୮ ଥର ଫାଇନାଲ୍, ୧୩ ଥର ସେମିଫାଇନାଲ୍ ଓ ୧୬ ଥର କ୍ଵାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଉନ୍ନୀତ ହୋଇଛି ଏବଂ ବିଶ୍ଵକପରେ ସର୍ବାଧିକ ୨୨୪ଟି ଗୋଲ୍ ମାରିଛି । ଅପର ପକ୍ଷରେ ବ୍ରାଜିଲ୍ ସର୍ବାଧିକ ଥର (୨୦ଟି) ବିଶ୍ଵକପରେ ଖେଳିଛି ।[୬୩] ବ୍ରାଜିଲ ଓ ଜର୍ମାନୀ ପରସ୍ପରକୁ ବିଶ୍ଵକପରେ ଦୁଇଥର ଭେଟିଛନ୍ତି । ୨୦୦୨ ମସିହାର ବିଶ୍ଵକପ ଫାଇନାଲରେ ବ୍ରାଜିଲ୍ ବିଜୟୀ ହୋଇଥିବା ବେଳେ ୨୦୧୪ ବିଶ୍ଵକପ ସେମିଫାଇନାଲ୍‍ରେ ଜର୍ମାନୀ ବିଜୟୀ ହୋଇଥିଲା ।[୬୪]

ସର୍ବାଧିକ ଗୋଲ୍ କରିଥିବା ଖେଳାଳୀ[ସମ୍ପାଦନା]

ଜର୍ମାନୀର ଖେଳାଳୀ ମିରୋସ୍ଲାଭ୍ କ୍ଲୋଜା ୪ଟି ବିଶ୍ଵକପରେ ନିଜ ଦେଶ ପାଇଁ ୧୬ଟି ଗୋଲ୍ କରିଛନ୍ତି
ବିଶ୍ଵକପ ପ୍ରତିଯୋଗିତାମାନଙ୍କରେ ୧୦ରୁ ଅଧିକ ଗୋଲ୍ କରିଥିବା ଖେଳାଳୀ
କ୍ରମ ଦେଶ ଖେଳାଳୀ କରିଥିବା ଗୋଲ୍ ସଂଖ୍ୟା
ଜର୍ମାନୀ ମିରୋସ୍ଲାଭ୍ କ୍ଲୋଜା ୧୬
ବ୍ରାଜିଲ୍ ରୋନାଲ୍‍ଡୋ ୧୫
ପଶ୍ଚିମ ଜର୍ମାନୀ ଗେର୍ଡ୍ ମ୍ୟୁଲର୍ ୧୪
ଫ୍ରାଂସ୍ ଜଷ୍ଟ୍ ଫୋଣ୍ଟେନ୍ ୧୩
ବ୍ରାଜିଲ୍ ପେଲେ ୧୨
ଜର୍ମାନୀ ୟୁର୍ଗେନ୍ କ୍ଲିନ୍ସମାନ୍ନ୍ ୧୧
ହଙ୍ଗେରୀ ସାଣ୍ଡୋର୍ କୋସିସ୍ ୧୧

ବିଶ୍ଵବିଜେତାଙ୍କ ତାଲିକା[ସମ୍ପାଦନା]

ସ୍ଥାନ ଦଳ ଅଂଶଗ୍ରହଣ ଖେଳିଛନ୍ତି ଜିତିଛନ୍ତି ଡ୍ର ରହିଛି ହାରିଛନ୍ତି ଗୋଲ୍ ଦେଇଛନ୍ତି ଗୋଲ୍ ଖାଇଛନ୍ତି ଗୋଲ୍ ବ୍ୟବଧାନ ପଏଣ୍ଟ୍ ହାରାହାରି
ପଏଣ୍ଟ୍
ଟ୍ରଫି
ବ୍ରାଜିଲ୍ ୨୦ ୧୦୪ ୭୦ ୧୭ ୧୭ ୨୨୧ ୧୦୨ ୧୧୯ ୨୨୭ ୨.୧୮
ଜର୍ମାନୀ[୬୫] ୧୮ ୧୦୬ ୬୬ ୨୦ ୨୦ ୨୨୪ ୧୨୧ ୧୦୩ ୨୧୮ ୨.୦୬
ଇଟାଲୀ ୧୮ ୮୩ ୪୫ ୨୧ ୧୭ ୧୨୮ ୭୭ ୫୧ ୧୫୬ ୧.୮୮
ଆର୍ଜେଣ୍ଟିନା ୧୬ ୭୭ ୪୨ ୧୪ ୨୧ ୧୩୧ ୮୪ ୪୭ ୧୪୦ ୧.୮୨
ସ୍ପେନ୍ ୧୪ ୫୯ ୨୯ ୧୨ ୧୮ ୯୨ ୬୬ ୨୬ ୯୯ ୧.୬୮
ଇଂଲଣ୍ଡ ୧୪ ୬୨ ୨୬ ୨୦ ୧୬ ୭୯ ୫୬ ୨୩ ୯୮ ୧.୫୮
ଫ୍ରାଂସ୍ ୧୪ ୫୯ ୨୮ ୧୨ ୧୯ ୧୦୬ ୭୧ ୩୫ ୯୬ ୧.୬୩
ଉରୁଗୁଏ ୧୨ ୫୧ ୨୦ ୧୨ ୧୯ ୮୦ ୭୧ ୭୨ ୧.୪୧

ଆହୁରି ଦେଖନ୍ତୁ[ସମ୍ପାଦନା]

ଦ୍ରଷ୍ଟବ୍ୟ ଓ ଟୀକା[ସମ୍ପାଦନା]

  1. "2006 FIFA World Cup broadcast wider, longer and farther than ever before". FIFA.com. Fédération Internationale de Football Association. 6 February 2007. Retrieved 11 October 2009. 
  2. Tom Dunmore, Historical Dictionary of Soccer, page 235, quote "The World Cup is now the most-watched sporting event in the world on television, above even the Olympic Games."
  3. Stephen Dobson and John Goddard, The Economics of Football, page 407, quote "The World Cup is the most widely viewed sporting event in the world: the estimated cumulative television audience for the 2006 World Cup in Germany was 26.2 billion, an average of 409 million viewers per match.”
  4. Glenn M. Wong, The Comprehensive Guide to Careers in Sports, page 144, quote "The World Cup is the most-watched sporting event in the world. In 2006, more than 30 billion viewers in 214 countries watched the World Cup on television, and more than 3.3 million spectators attended the 64 matches of the tournament."
  5. "England National Football Team Match No. 1". England Football Online. Retrieved 19 November 2007. 
  6. "British PM backs return of Home Nations championship". Agence France-Presse. Retrieved 16 December 2007. 
  7. Elbech, Søren; Stokkermans, Karel (26 June 2008). "Intermediate Games of the IV. Olympiad". rec.sport.soccer Statistics Foundation. 
  8. "History of FIFA – FIFA takes shape". FIFA.com. Fédération Internationale de Football Association. Retrieved 12 July 2014. 
  9. "'The First World Cup'. The Sir Thomas Lipton Trophy". Shrewsbury and Atcham Borough Council. 10 October 2003. Archived from the original on 29 November 2003. Retrieved 11 April 2006. 
  10. "History of FIFA – More associations follow". FIFA.com. Fédération Internationale de Football Association. Retrieved 12 July 2014. 
  11. Reyes, Macario (18 October 1999). "VII. Olympiad Antwerp 1920 Football Tournament". rec.sport.soccer Statistics Foundation. Retrieved 10 June 2006. 
  12. "History of FIFA – The first FIFA World Cup". FIFA.com. Fédération Internationale de Football Association. Retrieved 12 July 2014. 
  13. Molinaro, John F. "The World Cup's 1st goal scorer". CBC. http://www.cbc.ca/sports/soccer/the-world-cup-s-1st-goal-scorer-1.825335. Retrieved 12 July 2014. 
  14. "FIFA World Cup Origin" (PDF). FIFA.com. Fédération Internationale de Football Association. Archived from the original (PDF) on 14 June 2010. Retrieved 19 November 2007. 
  15. "The Olympic Odyssey so far ... (Part 1: 1908–1964)". FIFA.com. Fédération Internationale de Football Association. 9 June 2004. Retrieved 12 July 2014. 
  16. "Los datos más curiosos de la Fiesta del Fútbol - Brasil 1950". Archived from the original on 1 July 2012. Retrieved 17 April 2012. 
  17. "Scotland and the 1950 World Cup". BBC. http://www.bbc.co.uk/scotland/sportscotland/asportingnation/article/0001/index.shtml. Retrieved 13 May 2007. 
  18. Glanville
  19. Glanville, p45
  20. Glanville, p238
  21. Glanville, p359
  22. "Record number of 204 teams enter preliminary competition". FIFA.com. Fédération Internationale de Football Association. Retrieved 12 July 2014. 
  23. Whittaker, James (23 October 2013). "Caribbean pro league can work". Cayman Islands: CompassCayman.com. Retrieved 28 October 2013. 
  24. Blatter, Sepp (25 October 2013). "A level playing field for Africa!" (PDF). FIFA Weekly. p. 29. Retrieved 28 October 2013. 
  25. Morley, Gary (25 October 2013). "Sepp Blatter calls for more African nations at World Cup finals". CNN. Retrieved 28 October 2013. 
  26. ୨୬.୦ ୨୬.୧ Dickinson, Matt (28 October 2013). "Michel Platini sets out his plan for the new world order". The Times. Retrieved 28 October 2013. 
  27. World Cup could expand to 48 teams, Fifa’s Gianni Infantino suggests - The Guardian, 3 October 2016
  28. "Ab 2026: 48 Teams - Fifa vergrößert die WM". SPIEGEL ONLINE. 
  29. No byline (3 December 2015). "The FIFA Investigation, Explained". New York Times (New York, NY, USA). https://www.nytimes.com/2015/12/04/sports/soccer/fifa-investigation.html?ribbon-ad-idx=5&rref=sports/soccer&module=ArrowsNav&contentCollection=Soccer&action=swipe&region=FixedRight&pgtype=article. 
  30. McLaughlin, Eliott C.; Botelho, Greg (28 May 2015). "FIFA corruption probe targets 'World Cup of fraud,' IRS chief says". CNN. Cable News Network. Turner Broadcasting System, Inc. Retrieved 3 December 2015. 
  31. "Fifa crisis: US charges 16 more officials after earlier Zurich arrests". BBC News. 4 December 2015. 
  32. "Blazer: Bribes accepted for 1998 and 2010 World Cups - Telegraph". Telegraph.co.uk. 3 June 2015. 
  33. "Swiss police seize IT data from Fifa headquarters", The BBC, 10 June 2015[permanent dead link]. Retrieved 10 June 2015
  34. "Fifa World Cup 2026 bidding process delayed". BBC Sport. 10 June 2015. Retrieved 10 June 2015. 
  35. Associated Press (8 October 2015). "Sepp Blatter, Michel Platini handed 90-day FIFA suspensions". CBC Sports. CBC/Radio Canada. Retrieved 3 December 2015. 
  36. Ruiz, Rebecca (3 December 2015). "FIFA Corruption: Top Officials Arrested at Zurich Hotel". New York Times (New York, USA). https://www.nytimes.com/2015/12/03/sports/fifa-scandal-arrests-in-switzerland.html. 
  37. no byline (3 December 2015). "Fifa crisis: US charges 16 more officials after earlier Zurich arrests". BBC Sport. BBC. Retrieved 3 December 2015. 
  38. "Jules Rimet Cup". FIFA.com. Fédération Internationale de Football Association. Retrieved 12 July 2014. 
  39. "FIFA World Cup Trophy". FIFA.com. Fédération Internationale de Football Association. Retrieved 12 July 2014. 
  40. "FIFA Assets – Trophy". FIFA.com. Fédération Internationale de Football Association. Archived from the original on 4 November 2007. Retrieved 19 November 2007. 
  41. ୪୧.୦ ୪୧.୧ "122 forgotten heroes get World Cup medals". ESPNSoccernet.com (ESPN). 25 November 2007. http://soccernet.espn.go.com/news/story?id=484715&cc=4716. 
  42. "World Cup 1966 winners honoured". BBC Sport. 10 June 2009. http://news.bbc.co.uk/sport2/hi/football/8093891.stm. 
  43. "Jimmy Greaves finally gets his 1966 World Cup medal". Mirror.co.uk (MGN). https://www.mirror.co.uk/news/top-stories/2009/06/11/greavsie-gets-66-medal-115875-21431367/. 
  44. "FIFA World Cup competition records" (PDF). FIFA.com. Fédération Internationale de Football Association. p. 2. Retrieved 30 January 2013. 
  45. ଆଧାର ଭୁଲ: ଅଚଳ <ref> ଚିହ୍ନ; successor ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  46. ୪୬.୦ ୪୬.୧ The 1982 edition in Spain had a format with a second round consisting of 12 teams instead of 16, 4 of which qualified to the semi-finals.
  47. "FIFA World Cup awards" (PDF). FIFA.com. Fédération Internationale de Football Association. Archived from the original (PDF) on 30 June 2016. Retrieved 5 March 2009. 
  48. "Golden Ball for Zinedine Zidane". Soccerway. 10 July 2006. Retrieved 31 December 2007. 
  49. "adidas Golden Shoe – FIFA World Cup Final". FIFA.com. Fédération Internationale de Football Association. Retrieved 12 July 2014. 
  50. "Kahn named top keeper". BBC Sport. 30 June 2002. http://news.bbc.co.uk/sport3/worldcup2002/hi/team_pages/germany/newsid_2075000/2075695.stm. Retrieved 31 December 2007. 
  51. ୫୧.୦ ୫୧.୧ ୫୧.୨ Pierrend, José Luis (18 May 2007). "FIFA Awards". rec.sport.soccer Statistics Foundation. Archived from the original on 12 January 2016. Retrieved 8 January 2008. 
  52. Yannis, Alex (10 November 1999). "Matthaus Is the Latest MetroStars Savior". New York Times. https://query.nytimes.com/gst/fullpage.html?res=9C00EFD8103AF933A25752C1A96F958260. Retrieved 23 December 2007. 
  53. "World Cup Hall of Fame: Lothar Matthaeus". CNN. Archived from the original on 27 December 2013. https://web.archive.org/web/20131227051806/http://sportsillustrated.cnn.com/soccer/world/2002/world_cup/hof/matthaeus/. Retrieved 23 December 2007. 
  54. Downie, Andrew (24 July 2013). "Brazil's twice World Cup winner Djalma Santos dies at 84". Reuters. https://www.reuters.com/article/2013/07/24/us-soccer-brazil-djalmasantos-idUSBRE96N0ZO20130724. Retrieved 12 July 2014. 
  55. Chowdhury, Saj (27 June 2006). "Ronaldo's riposte". BBC Sport. http://news.bbc.co.uk/sport1/hi/football/world_cup_2006/teams/brazil/5112982.stm. Retrieved 23 December 2007. 
  56. "Goal machine was Just superb". BBC Sport. 4 April 2002. http://news.bbc.co.uk/sport3/worldcup2002/hi/team_pages/france/newsid_1752000/1752740.stm. Retrieved 23 December 2007. 
  57. Kirby, Gentry (5 July 2006). "Pele, King of Futbol". ESPN. Archived from the original on 16 December 2008. https://web.archive.org/web/20081216151353/http://sports.espn.go.com/espn/classic/bio/news/story?page=Pele. Retrieved 23 December 2007. 
  58. "Brazil, Germany & Every World Cup Winner from 1930 to 2014". Goal. 13 May 2018. http://www.goal.com/en-gb/lists/brazil-germany-every-world-cup-winner-from-1930-to-2014/1elichzqoj1py1xvzpnd3ykw7m. 
  59. Hughes, Rob (11 March 1998). "No Alternative to Victory for National Coach : 150 Million Brazilians Keep Heat on Zagalo". International Herald Tribune. Archived from the original on 26 February 2008. https://web.archive.org/web/20080226063509/http://www.iht.com/articles/1998/03/11/soccer.t_7.php. Retrieved 31 December 2007. 
  60. Brewin, John (21 December 2001). "World Cup Legends – Franz Beckenbauer". ESPNSoccernet.com (ESPN). Archived from the original on 19 November 2009. https://web.archive.org/web/20091119134454/http://soccernet.espn.go.com/archive/worldcup/editorial/legends_beckenbauer.html. Retrieved 31 December 2007. 
  61. "1938 World Cup: Italy repeats as champions". CBC. 21 November 2009. http://www.cbc.ca/sports/soccer/1938-world-cup-italy-repeats-as-champions-1.853724. Retrieved 12 July 2014. 
  62. "The Curse of the Foreign-Born Coach". Wall Street Journal. 13 May 2018. https://www.wsj.com/articles/SB10001424052748704366504575278893868082062. 
  63. "World Football – All time table". World Football. Retrieved 13 July 2014. 
  64. "Five Aside: Germany - Brazil preview". ESPN. 13 May 2018. http://www.espn.com/soccer/blog/name/77/post/1936258/headline. 
  65. includes results of ଛାଞ୍ଚ:Fb from 1954 to 1990

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]