ପ୍ୟାମେଲା ଚୋପ୍ରା

ଉଇକିପିଡ଼ିଆ‌ରୁ
ପ୍ୟାମେଲା ଚୋପ୍ରା
୨୦୧୧ ମସିହାରେ ସ୍ୱାମୀ ୟଶ ଚୋପ୍ରା (ଡାହାଣ) ସହିତ ପାମେଲା ଚୋପ୍ରା
ଜନ୍ମ
ପ୍ୟାମେଲା ଚୋପ୍ରା

(1948-02-19)୧୯ ଫେବୃଆରୀ ୧୯୪୮
ମୃତ୍ୟୁ୨୦ ଅପ୍ରେଲ ୨୦୨୩(2023-04-20) (ବୟସ ୭୫)
ଜାତୀୟତାଭାରତୀୟ
ଅନ୍ୟ ନାମପାମ ଚୋପ୍ରା
ବୃତ୍ତି(ସମୂହ)ପ୍ଲେକ୍ ଗାୟକ, ଚଳଚ୍ଚିତ୍ର ନିର୍ମାତା, ଲେଖକ
ବୈବାହିକ-ସାଥୀୟଶ ଚୋପ୍ରା
ସନ୍ତାନଆଦିତ୍ୟ ଚୋପ୍ରା
ଉଦୟ ଚୋପ୍ରା
ସମ୍ପର୍କୀୟସିମି ଗାରେୱାଲ (ପ୍ରଥମ ସମ୍ପର୍କୀୟ)

ପ୍ୟାମେଲା ଚୋପ୍ରା (୧୯ ଫେବୃଆରୀ ୧୯୪୮ - ୨୦ ଏପ୍ରିଲ ୨୦୨୩) ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ ଥିଲେ । ସେ ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପତ୍ନୀ ଥିଲେ ଏବଂ ନିଜେ ଚଳଚ୍ଚିତ୍ର ଲେଖକ ତଥା ନିର୍ମାତା ମଧ୍ୟ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ୟାମେଲା ସିଂହ ୧୯ ଫେବୃଆରୀ ୧୯୪୮ ମସିହାରେ ପଞ୍ଜାବ (ଭାରତ)ର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ସେନାର ଜଣେ ଅଧିକାରୀ ମୋହିନ୍ଦର ସିଂହଙ୍କ ଝିଅ ଥିଲେ । ତିନି ପିଲାଙ୍କ ମଧ୍ୟରୁ ସେ ଜ୍ୟେଷ୍ଠ ସନ୍ତାନ ଥିଲେ ଏବଂ ତାଙ୍କର ଦୁଇଟି ସାନ ଭାଇ ଥିଲେ । ଯେହେତୁ ତାଙ୍କ ପିତା ଭାରତର ବିଭିନ୍ନ ଦୂରସ୍ଥ ସ୍ଥାନରେ ଚାକିରୀ ହୋଇଥିଲେ ସେଥିପାଇଁ ଚୋପ୍ରା ଅନେକ ସେନା ବିଦ୍ୟାଳୟରେ ଶିକ୍ଷିତ ହୋଇଥିଲେ । ସେ ଅଭିନେତ୍ରୀ ସିମି ଗାରେୱାଲଙ୍କ ସମ୍ପର୍କୀୟ ଥିଲେ । ଚୋପ୍ରାଙ୍କ ପିତା ମୋହିନ୍ଦର ସିଂହ ଏବଂ ଗରେୱାଲଙ୍କ ମା ଦର୍ଶୀ ଗରେୱାଲ ଭାଇଭଉଣୀ ଥିଲେ ।[୧]

ବୃତ୍ତି[ସମ୍ପାଦନା]

ଚୋପ୍ରା ଚଳଚ୍ଚିତ୍ର ସହିତ ସଂଯୁକ୍ତ ଅନେକ କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ । ସେ କଭି କଭି (୧୯୭୬) ଏବଂ ମୁଝସେ ଦୋସ୍ତି କରୋଗେ! (୨୦୦୨) ସମେତ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ ।[୨] ତାଙ୍କ ସ୍ୱାମୀଙ୍କଦ୍ୱାରା ନିର୍ମିତ କିଛି ଚଳଚ୍ଚିତ୍ରର କ୍ରେଡିଟରେ ତାଙ୍କ ନାମ 'ପ୍ରଡ୍ୟୁସର' ଭାବରେ ମଧ୍ୟ ଦେଖାଦେଇଥିଲା । ପ୍ୟାମେଲା ତାଙ୍କ ସ୍ୱାମୀଙ୍କ ୧୯୯୭ ମସିହା ଚଳଚ୍ଚିତ୍ର "ଦିଲ ତୋ ପାଗଲ ହେ!"ର ସ୍କ୍ରିପ୍ଟ ତାଙ୍କ ସ୍ୱାମୀ ୟଶ ଚୋପ୍ରା, ପୁଅ ଆଦିତ୍ୟ ଚୋପ୍ରା ଏବଂ ବୃତ୍ତିଗତ ଲେଖକ ତନୁଜା ଚନ୍ଦ୍ରଙ୍କ ସହ ଲେଖିଥିଲେ ।

ପବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ୟାମେଲା ଚୋପ୍ରା ୧୯୭୦ ମସିହାରେ ଚଳଚ୍ଚିତ୍ର ନିର୍ମାତା ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ । ଏହି ବିବାହକୁ ସେମାନଙ୍କ ପରିବାର ପାରମ୍ପାରିକ ଭାରତୀୟ ଢ଼ଙ୍ଗରେ ଆୟୋଜନ କରିଥିଲେ । ଉଭୟ ପରିବାରର ଜଣେ ସାଧାରଣ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା ରୋମେଶ ଶର୍ମା ଥିଲେ । ଶର୍ମା ବି.ଆର ଚୋପ୍ରାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରି ପାମେଲା ସିଂହଙ୍କ ପାଇଁ ବି.ଆରଙ୍କ ସାନଭାଇ ୟଶ ଚୋପ୍ରା 'ଆଦର୍ଶ ବର' ହେବେ ବୋଲି ପରାମର୍ଶ ଦେଇଥିଲେ ।[୩]

ଏହି ଦମ୍ପତି ପ୍ରଥମ ଥର ପାଇଁ ଏକ ଆନୁଷ୍ଠାନିକ ସେଟିଂରେ ପରସ୍ପରକୁ ଭେଟି ପରସ୍ପରକୁ ବିବାହ ପାଇଁ ନିଜ ନିଜର ମତ ପ୍ରକାଶ କରିଥିଲେ । ୧୯୭୦ ମସିହାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସେମାନଙ୍କର ଆଦିତ୍ୟ (୧୯୭୧) ଏବଂ ଉଦୟ (୧୯୭୩) ନାମକ ଦୁଇଜଣ ପୁତ୍ର ଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

୨୦ ଏପ୍ରିଲ ୨୦୨୩ ମସିହାରେ ପ୍ୟାମେଲା ଚୋପ୍ରା ୭୫ ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ନିମୋନିଆରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା ସେଥିପାଇଁ ତାଙ୍କୁ ମୃତ୍ୟୁ ବେଳକୁ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. Parker, Shaheen (24 October 2012). "Yashji was always Pam's priority: Simi Garewal". Mid-Day. Mumbai. Archived from the original on 17 May 2013. Retrieved 24 January 2013.
  2. Vijayakar, Rajiv (25 October 2012). "Women in Yash Chopra's films". Bollywood Hungama. Archived from the original on 28 October 2012. Retrieved 24 January 2013.
  3. N, PATCY. "'I was told Yash and Mumtaz were 'just friends.' That wasn't the truth!'". Rediff (in ଇଂରାଜୀ). Retrieved 2023-04-27.
  4. "The life and times of Yash Chopra". Pune Mirror. 22 ଅକ୍ଟୋବର 2012. Archived from the original on 13 ଡିସେମ୍ବର 2013. Retrieved 24 ଜାନୁଆରୀ 2013.
  5. "Yash Chopra's wife Pamela Chopra passes away at 74". The Times of India. ISSN 0971-8257. Retrieved 2023-04-20.