ପ୍ଲେଗ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ଲେଗ (Plague)
Yersinia pestis fluorescent.jpeg
ୟେରସିନିଆ ପେସ୍ଟିସ (Yersinia pestis) ୨୦୦ ଗୁଣ ବୃହତ (seen at 200× magnification with a fluorescent label).
ବିଭାଗ ସଂକ୍ରାମକ ରୋଗ (Infectious disease)
ଲକ୍ଷଣ ଜ୍ୱର, ଦୁର୍ବଳ, ମୁଣ୍ଡ ବିନ୍ଧା[୧]
ଆକ୍ରାନ୍ତ ସମୟ ସଂସ୍ପର୍ଶର ୧-୭ ଦିନ ପରେ [୨]
କାରଣ ୟେରସିନିଆ ପେସ୍ଟିସ (Yersinia pestis)[୨]
ରୋଗ ନିର୍ଣ୍ଣୟ ପଦ୍ଧତି ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାରରେ (sputum) ଜୀବାଣୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]
ପ୍ରତିକାର ପ୍ଲେଗ ଟିକା (Plague vaccine)[୨]
ଔଷଧ ଜେଣ୍ଟାମାଇସିନGentamicin and a ଫ୍ଲୋରୋକୁଇନୋଲିନ (fluoroquinolone)[୩]
ଚିକିତ୍ସା ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care)[୨]
ପୌନଃପୁନିକ ବର୍ଷକୁ ୬୦୦[୨]

ପ୍ଲେଗ (ଇଂରାଜୀ ଭାଷାରେ Plague) ଏକ ସଂକ୍ରାମକ (infectious disease) ରୋଗ ଯାହା ୟେରସିନିଆ ପେସ୍ଟିସ (Yersinia pestis) ନାମକ ଏକ ଜୀବାଣୁଦ୍ୱାରା (bacterium) ହୁଏ ।[୨] ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଦୁର୍ବଳ ଲାଗେ ।[୧] ଜୀବାଣୁ ସଂସ୍ପର୍ଶରେ ଆସିବାର ସଂସ୍ପର୍ଶର ୧-୭ ଦିନ ପରେ ରୋଗ ଆରମ୍ଭ ହୁଏ । [୨] ବୁବୋନିକ ପ୍ଲେଗରେ (Bubonic plague) ଲସିକା ଗ୍ରନ୍ଥି ଫୁଲିଯାଏ, ସେପ୍ଟିସେମିକ ପ୍ଲେଗରେ (septicemic plague) ତନ୍ତୁମାନଙ୍କ ମୃତ୍ୟୁ ହୋଇ କଳା ପଡ଼ିଯାଏ ଓ ନିମୋନିକ ପ୍ଲେଗରେ (pneumonic plague) ଛାତି ଯନ୍ତ୍ରଣା, କାଶ ହେବା ସ‌ହିତ ରୋଗୀକୁ ଅଣନିଶ୍ୱାସୀ ଲାଗେ । [୧]

ଫ୍ଲି (flea) କାମୁଡ଼ା ଯୋଗୁ ଓ ସଂକ୍ରମିତ ପଦାର୍ଥକୁ ବ୍ୟବ‌ହାର କରିବାଦ୍ୱାରା ବୁବୋନିକ ଓ ସେପ୍ଟିସେମିକ ପ୍ଲେଗ ବ୍ୟାପିଥାଏ ।[୧] ନିମୋନିକ ପ୍ଲେଗ ସାଧାରଣତଃ ବାୟୁ ମାଧ୍ୟମରେ (through the air) ସଂକ୍ରାମକ କଣିକାଦ୍ୱାରା ବ୍ୟାପିଥାଏ ।[୧] ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାର (sputum) ପରୀକ୍ଷା କରିବାପରେ ସେଥିରେ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।[୨]

ରୋଗ ସଙ୍କଟ ଅଧିକ ଥିଲେ ଟିକା (vaccinated) ଦିଆଯାଏ ।[୨] ବୁବୋନିକ ପ୍ଲେଗ ସଂସ୍ପର୍ଶରେ ଆସିଥିଲେ ପ୍ରତିଷେଧକ ଭାବରେ ଔଷଧ ଦେବା ଆବଶ୍ୟକ ।[୨] ରୋଗ ଆରମ୍ଭ ହୋଇଗଲେ ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care) ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ସାଧାରଣତଃ ଜେଣ୍ଟାମାଇସିନGentamicinଫ୍ଲୋରୋକୁଇନୋଲିନ (fluoroquinolone) ଆଣ୍ଟିବାୟୋଟିକ ଦିଆଯାଏ । [୩] ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମଧ୍ୟ ପ୍ରାୟ ୧୦% ରୋଗୀଙ୍କର ମୃତ୍ୟୁ ହୁଏ ଓ ଅଣଚିକିତ୍ସିତ ହେଲେ ୭୦% ରୋଗୀଙ୍କର ମୃତ୍ୟୁ ହୁଏ ।[୪]

ରିପୋର୍ଟ ଅନୁସାରେ ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୬୦୦ ଲୋକଙ୍କର ଏହି ରୋଗ ଯୋଗୁ ମୃତ୍ୟୁ ହୁଏ ।[୨] ସନ ୨୦୧୭ରେ ଅଧିକାଂଶ ରୋଗୀ ଡେମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋ (Democratic Republic of the Congo), ମାଡାଗାସ୍କର (Madagascar) ଓ ପେରୁ (Peru) ଭଳି ଦେଶମାନଙ୍କରେ ଦେଖାଯାଇଥିଲେ ।[୨] ଯୁକ୍ତରାଷ୍ଟ୍ର ଆମେରିକାର ମଫସଲ ଅଞ୍ଚଳରେ ଏହି ରୋଗ ଦେଖାଯାଏ ।[୫] ଏହି ରୋଗ ଐତିହାସିକ ମହାମାରୀ (outbreaks) ରୂପ ଧାରଣ କରିପାରେ ଯେପରିକି ୧୪ଶ ଶତାବ୍ଦୀର କଳ ମୃତ୍ୟୁ ବା ବ୍ଲାକ ଡେଥ (Black Death) ଯେଉଁଥିରେ ୫୦ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Symptoms Plague". CDC (in ଇଂରାଜୀ). September 2015. Retrieved 8 November 2017. 
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Plague". World Health Organization. October 2017. Retrieved 8 November 2017. 
  3. ୩.୦ ୩.୧ "Resources for Clinicians Plague". CDC (in ଇଂରାଜୀ). October 2015. Retrieved 8 November 2017. 
  4. "FAQ Plague". CDC (in ଇଂରାଜୀ). September 2015. Retrieved 8 November 2017. 
  5. "Transmission Plague". CDC (in ଇଂରାଜୀ). September 2015. Retrieved 8 November 2017. 

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ