ନିମୋନିକ ପ୍ଲେଗ

ଉଇକିପିଡ଼ିଆ ରୁ
Jump to navigation Jump to search
ନିମୋନିକ ପ୍ଲେଗ
Yersinia pestis.jpg
ଇଲେକ୍ଟ୍ରନ ମାଇକ୍ରୋଗ୍ରାଫ ସ୍କାନରେ ଜୀବାଣୁ ।
ବିଭାଗସଂକ୍ରାମକ ରୋଗ
ଲକ୍ଷଣଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ, ଛାତି ଯନ୍ତ୍ରଣା ଓ କାଶ ।[୧]
ଆକ୍ରାନ୍ତ ସମୟ୩ରୁ ୭ ଦିନ[୨]
କାରଣୟେରସିନିଆ ପେସ୍ଟିସ[୩]
ବିପଦ କାରକମୂଷା ଜାତୀୟ ପ୍ରାଣୀ (Rodents)[୩]
ରୋଗ ନିର୍ଣ୍ଣୟ ପଦ୍ଧତିଖଙ୍କାର (Sputum) ପରୀକ୍ଷା[୧]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics)[୧]
ପୌନଃପୁନିକକ୍ୱଚିତ[୨]

ନିମୋନିକ ପ୍ଲେଗ (Pneumonic plague) ଏକ ସାଂଘାତିକ ଫୁସଫୁସ ସଂକ୍ରମଣ (lung infection) ଯାହା ଏକ ପ୍ରକାର ଜୀବାଣୁ (bacterium) ୟେରସିନିଆ ପେସ୍ଟିସ (Yersinia pestis) କୃତ ହୁଏ ।[୩] ଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain) ଓ କାଶ ଇତ୍ୟଦି ଲକ୍ଷଣମାନ ଏହି ରୋଗରେ ପ୍ରକାଶ ପାଏ ।[୧] ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଏହା ଆରମ୍ଭ ହୁଏ ।[୨] ତିନି ପ୍ରକାର ପ୍ଲେଗ (plague) ରୋଗ ମଧ୍ୟରୁ ଏହା ଗୋଟିଏ: ଅନ୍ୟ ଦୁଇଟି ଯଥାକ୍ରମେ ସେପ୍ଟିସେମିକ ପ୍ଲେଗ (septicemic plague) ଓ ବୁବୋନିକ ପ୍ଲେଗ (bubonic plague) ।[୩]

ପ୍ରାରମ୍ଭିକ ବୁବୋନିକ ବା ସେପ୍ଟିସେମିକ ପ୍ରେଗ ପରେ ନିମୋନିକ ପ୍ଲେଗ ହୋଇପାରେ ।[୩] ଅନ୍ୟ ରୋଗୀଠାରୁ ବାୟୁବାହିତ (airborne) କ୍ଷୁଦ୍ରବିନ୍ଦୁ ପ୍ରଶ୍ୱାସରେ ଯାଇ ବା ନିମୋନିକ ପ୍ଲେଗ ସଂକ୍ରମିତ ବିଲେଇଠାରୁ ଏହା ସଂକ୍ରମିତ ହୁଏ ।[୧] ଏହି ରୋଗ ଫୁସଫୁସରେ ହେଲେ ନିମୋନିକ, ଲସିକା ଗ୍ରନ୍ଥିରେ ହେଲେ ବୁବୋନିକ ଓ ରକ୍ତରେ ହେଲେ ସେପ୍ଟିସେମିକ ପ୍ଲେଗ କୁହାଯାଏ ।[୩] ରକ୍ର, ଖଙ୍କାର ବା ଲସିକା ଗ୍ରନ୍ଥିରୁ ନିଆଯାଇଥିବା ତରଳ ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଏହାର ଟିକା (vaccine) ଉପରେ କାର୍ଯ୍ୟ ଚାଲିଥିଲେ ମଧ୍ୟ ଅଧିକାଂଶ ଦେଶରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି ।[୧][୩] ମୂଷା ଜାତୀୟ ଜୀବଙ୍କଠାରୁ (rodents) ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ ।[୩] ସଂକ୍ରମିତ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଏ ଯାହାକୁ ଆଇସୋଲେସନ (isolated) କୁହାଯାଏ ।[୨] ଏହି ରୋଗ ଆଣ୍ଟିବାୟୋଟିକ (antibiotics) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧]

ଆଫ୍ରିକା, ଆମେରିକା ଓ ଏସିଆର ଦେଶମାନଙ୍କରେ ମୂଷା ଜାତୀୟ ଜୀବଙ୍କଠାରେ ଏହି ରୋଗ ଦେଖାଯାଏ ।[୩] ବୁବୋନିକ ପ୍ଲେଗ ଅପେକ୍ଷା ନିମୋନିକ ପ୍ଲେଗ ଅଧିକ ସାଂଘାତିକ ଓ କମ୍ ଦେଖାଯାଏ ।[୧] ସନ ୨୦୧୩ରେ ସମୁଦାୟ ପ୍ଲେଗ ରୋଗୀ ସଂଖ୍ୟା ଥିଲା ୭୮୩ ।[୨] ଅଣଚିକିତ୍ସିତ ନିମୋନିକ ରୋଗୀ ୧୦୦% ମୃତ୍ୟୁ ବରଣ କରନ୍ତି ।[୩] କେତେକ ହାଇପୋଥେସିସ ଅନୁସାରେ ୧୩୦୦ ଶତାବ୍ଦୀରେ ହୋଇଥିବା କଳା ମୃତ୍ୟୁ ନିମୋନିକ ପ୍ଲେଗ ଯୋଗୁ ହୋଇଥିଲା ଯାହା ପ୍ରାୟ ୫୦,୦୦୦,୦୦୦ ଲୋକଙ୍କର ପ୍ରାଣ ନେଇଥିଲା ।[୪][୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "FAQ Plague". www.cdc.gov (in ଇଂରାଜୀ). Retrieved 13 March 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Plague". World Health Organization. September 2016. Retrieved 14 March 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ୩.୯ "Plague". www.who.int. Retrieved 14 March 2017.
  4. McCoy, Terrence (31 March 2014). "Everything you know about the Black Death is wrong". Washington Post. The Washington Post. Retrieved 14 March 2017.