Jump to content

ନିମୋନିକ ପ୍ଲେଗ

ଉଇକିପିଡ଼ିଆ‌ରୁ
ନିମୋନିକ ପ୍ଲେଗ
ଇଲେକ୍ଟ୍ରନ ମାଇକ୍ରୋଗ୍ରାଫ ସ୍କାନରେ ଜୀବାଣୁ ।
ବିଭାଗସଂକ୍ରାମକ ରୋଗ
ଲକ୍ଷଣଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ, ଛାତି ଯନ୍ତ୍ରଣା ଓ କାଶ ।[]
ଆକ୍ରାନ୍ତ ସମୟ୩ରୁ ୭ ଦିନ[]
କାରଣୟେରସିନିଆ ପେସ୍ଟିସ[]
ବିପଦ କାରକମୂଷା ଜାତୀୟ ପ୍ରାଣୀ (Rodents)[]
ରୋଗ ନିର୍ଣ୍ଣୟ ପଦ୍ଧତିଖଙ୍କାର (Sputum) ପରୀକ୍ଷା[]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics)[]
ପୁନଃପୌନିକକ୍ୱଚିତ[]

ନିମୋନିକ ପ୍ଲେଗ (Pneumonic plague) ଏକ ସାଂଘାତିକ ଫୁସଫୁସ ସଂକ୍ରମଣ (lung infection) ଯାହା ଏକ ପ୍ରକାର ଜୀବାଣୁ (bacterium) ୟେରସିନିଆ ପେସ୍ଟିସ (Yersinia pestis) କୃତ ହୁଏ ।[] ଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain) ଓ କାଶ ଇତ୍ୟଦି ଲକ୍ଷଣମାନ ଏହି ରୋଗରେ ପ୍ରକାଶ ପାଏ ।[] ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଏହା ଆରମ୍ଭ ହୁଏ ।[] ତିନି ପ୍ରକାର ପ୍ଲେଗ (plague) ରୋଗ ମଧ୍ୟରୁ ଏହା ଗୋଟିଏ: ଅନ୍ୟ ଦୁଇଟି ଯଥାକ୍ରମେ ସେପ୍ଟିସେମିକ ପ୍ଲେଗ (septicemic plague) ଓ ବୁବୋନିକ ପ୍ଲେଗ (bubonic plague) ।[]

ପ୍ରାରମ୍ଭିକ ବୁବୋନିକ ବା ସେପ୍ଟିସେମିକ ପ୍ରେଗ ପରେ ନିମୋନିକ ପ୍ଲେଗ ହୋଇପାରେ ।[] ଅନ୍ୟ ରୋଗୀଠାରୁ ବାୟୁବାହିତ (airborne) କ୍ଷୁଦ୍ରବିନ୍ଦୁ ପ୍ରଶ୍ୱାସରେ ଯାଇ ବା ନିମୋନିକ ପ୍ଲେଗ ସଂକ୍ରମିତ ବିଲେଇଠାରୁ ଏହା ସଂକ୍ରମିତ ହୁଏ ।[] ଏହି ରୋଗ ଫୁସଫୁସରେ ହେଲେ ନିମୋନିକ, ଲସିକା ଗ୍ରନ୍ଥିରେ ହେଲେ ବୁବୋନିକ ଓ ରକ୍ତରେ ହେଲେ ସେପ୍ଟିସେମିକ ପ୍ଲେଗ କୁହାଯାଏ ।[] ରକ୍ର, ଖଙ୍କାର ବା ଲସିକା ଗ୍ରନ୍ଥିରୁ ନିଆଯାଇଥିବା ତରଳ ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । []

ଏହାର ଟିକା (vaccine) ଉପରେ କାର୍ଯ୍ୟ ଚାଲିଥିଲେ ମଧ୍ୟ ଅଧିକାଂଶ ଦେଶରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି ।[][] ମୂଷା ଜାତୀୟ ଜୀବଙ୍କଠାରୁ (rodents) ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ ।[] ସଂକ୍ରମିତ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଏ ଯାହାକୁ ଆଇସୋଲେସନ (isolated) କୁହାଯାଏ ।[] ଏହି ରୋଗ ଆଣ୍ଟିବାୟୋଟିକ (antibiotics) ସାହାଯ୍ୟରେ ଚିକିତ୍ସା କରାଯାଏ ।[]

ଆଫ୍ରିକା, ଆମେରିକା ଓ ଏସିଆର ଦେଶମାନଙ୍କରେ ମୂଷା ଜାତୀୟ ଜୀବଙ୍କଠାରେ ଏହି ରୋଗ ଦେଖାଯାଏ ।[] ବୁବୋନିକ ପ୍ଲେଗ ଅପେକ୍ଷା ନିମୋନିକ ପ୍ଲେଗ ଅଧିକ ସାଂଘାତିକ ଓ କମ୍ ଦେଖାଯାଏ ।[] ସନ ୨୦୧୩ରେ ସମୁଦାୟ ପ୍ଲେଗ ରୋଗୀ ସଂଖ୍ୟା ଥିଲା ୭୮୩ ।[] ଅଣଚିକିତ୍ସିତ ନିମୋନିକ ରୋଗୀ ୧୦୦% ମୃତ୍ୟୁ ବରଣ କରନ୍ତି ।[] କେତେକ ହାଇପୋଥେସିସ ଅନୁସାରେ ୧୩୦୦ ଶତାବ୍ଦୀରେ ହୋଇଥିବା କଳା ମୃତ୍ୟୁ ନିମୋନିକ ପ୍ଲେଗ ଯୋଗୁ ହୋଇଥିଲା ଯାହା ପ୍ରାୟ ୫୦,୦୦୦,୦୦୦ ଲୋକଙ୍କର ପ୍ରାଣ ନେଇଥିଲା ।[][]

  1. 1 2 3 4 5 6 7 8 9 "FAQ Plague". www.cdc.gov (in ଆମେରିକୀୟ ଇଂରାଜୀ). Retrieved 13 March 2017.
  2. 1 2 3 4 5 6 "Plague". World Health Organization. September 2016. Retrieved 14 March 2017.
  3. 1 2 3 4 5 6 7 8 9 10 "Plague". www.who.int. Retrieved 14 March 2017.
  4. McCoy, Terrence (31 March 2014). "Everything you know about the Black Death is wrong". Washington Post. The Washington Post. Retrieved 14 March 2017.