ପ୍ରେମଲତା ବାରିକ

ଉଇକିପିଡ଼ିଆ‌ରୁ
ପ୍ରେମଲତା ବାରିକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିସ୍ୱାସ୍ଥ୍ୟ ସେବା
ଉଲ୍ଲେଖନୀୟ କୃତିପ୍ରେମାଞ୍ଜଳି
ବୈବାହିକ-ସାଥୀଧ୍ରୁବଚରଣ ସାହୁ
ପିତାମାତା(s)ଧର୍ମାନନ୍ଦ ବାରିକ, ହେନାମଣି
ପୁରସ୍କାରଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ୨୦୨୦

ପ୍ରେମଲତା ବାରିକ, ଓଡ଼ିଶା ସରକାରଙ୍କ ଅଧିନରେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ୱାସ୍ଥ୍ୟ ପରିଦର୍ଶିକା । ୨୦୨୦ ମସିହା ପାଇଁ ତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧] ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କର୍ ସେବା, ସମର୍ପଣ ଓ କର୍ତ୍ତବ୍ଯର ପରାକାଷ୍ଠାପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।[୨] ଏହାବ୍ୟତୀତ ସେ ଅନ୍ୟ ୫୦ଟିରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ପୁରସ୍କାରରେ ସମ୍ମାନୀତ ।

ବୃତ୍ତିଗତ ଜୀବନ[ସମ୍ପାଦନା]

କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ପଞ୍ଚାୟତର ୪ଟି ଗାଁ ଏବଂ ସହରାଅଞ୍ଚଳର ୪ଟି ବସ୍ତିରେ ପ୍ରେମଲତା କାମ କରନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ପ୍ରେମଲତାଙ୍କ ପ୍ରୟାସର ସୁଫଳ ଦେଖାଯାଇଛି । ସରକାରଙ୍କ ନେସନାଲ ହେଲ୍ଥ ମିଶନ ଅଧିନରେ ଚାଲିଥିବା ବିଭିନ୍ନ ପ୍ରୋଜେକ୍ଟ ସେ ଗର୍ଭବତୀ ମହିଳାମାନଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟ କରୁଛନ୍ତି ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରେମଲତାଙ୍କ ପୈତୃକ ଘର ଜଗତସିଂହପୁର ଜିଲ୍ଲାର ଦେଉଳିସାହି । ତାଙ୍କ ପିତାଙ୍କ ନାମ ଧର୍ମାନନ୍ଦ ବାରିକ ଓ ମାତାଙ୍କ ନାମ ହେନାମଣି । ୧୯୮୦ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ସେ ଧ୍ରୁବଚରଣ ସାହୁଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ଜଣ ସନ୍ତାନ୍ତ ଅଛନ୍ତି ।

ଜଣେ କବି ଭାବରେ ମଧ୍ୟ ପ୍ରେମଲତା ପରିଚିତ । ୧୯୯୨ରେ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରେମାଞ୍ଜଳି ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ୬ଟି ପୁସ୍ତକ ପ୍ରକାଶ ପାଇଛି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର - ୨୦୨୦
  • ମଦର ଟେରେସା ସମ୍ମାନ
  • ସ୍ୱାସ୍ଥ ହିଁ ସମ୍ପଦ ସମ୍ମାନ[୪]

ଆଧାର[ସମ୍ପାଦନା]

  1. "Odisha health worker on a 'zero maternal mortality' mission". www.newindianexpress.com. The Indian Express. Retrieved 16 September 2021.
  2. "ପ୍ରେମଲତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା". www.etvbharat.com. ଇ ଟିଭି. Archived from the original on 16 September 2021. Retrieved 16 September 2021.
  3. "ସ୍ବାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ବାରିକଙ୍କୁ ମର୍ଯ୍ୟାଦାଜନକ ସମ୍ମାନ, ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲ ଆୱାର୍ଡ-୨୦୨୦". www.prameyanews7.com/. ପ୍ରମେୟ. Retrieved 16 September 2021.
  4. "ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା". www.dharitri.com. ଧରିତ୍ରୀ. Archived from the original on 16 September 2021. Retrieved 16 September 2021.