ପ୍ରେଟୋମାନିଡ

ଉଇକିପିଡ଼ିଆ‌ରୁ
ପ୍ରେଟୋମାନିଡ
Clinical data
Trade namesDovprela
SynonymsPretomanid FGK, PA-824
AHFS/Drugs.commonograph
MedlinePlusa619056
data
Routes of
administration
By mouth
Legal status
Legal status
Identifiers
  • (6S)-2-Nitro-6-{[4-(trifluoromethoxy)benzyl]oxy}-6,7-dihydro-5H-imidazo[2,1-b][1,3]oxazine
Chemical and physical data
FormulaC14H12F3N3O5
Molar mass୩୫୯.୨୬ g·mol−1
3D model (JSmol)
  • [O-][N+](=O)c1cn2C[C@@H](COc2n1)OCc3ccc(OC(F)(F)F)cc3
  • InChI=1S/C14H12F3N3O5/c15-14(16,17)25-10-3-1-9(2-4-10)7-23-11-5-19-6-12(20(21)22)18-13(19)24-8-11/h1-4,6,11H,5,7-8H2/t11-/m0/s1 ☒N
  • Key:ZLHZLMOSPGACSZ-NSHDSACASA-N ☒N

ପ୍ରେଟୋମାନିଡ (ଇଂରାଜୀ ଭାଷାରେ Pretomanid), ଡୋଭପ୍ରେଲା ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ବହୁ ଔଷଧ ପ୍ରତିରୋଧ ପ୍ରଭାବିତ ଯକ୍ଷ୍ମା ଫୁସଫୁସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ସାଧାରଣତଃ ବେଡାକୁଇଲିନ୍ ଏବଂ ଲିନେଜୋଲିଡ ସହିତ ଏକତ୍ର ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ନାୟୁ କ୍ଷତି, ବ୍ରଣ, ବାନ୍ତି, ମୁଣ୍ଡବିନ୍ଧା, କମ୍ ରକ୍ତ ଶର୍କରା, ତରଲ ଝାଡ଼ା ଏବଂ ଯକୃତ ପ୍ରଦାହ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ଅପ୍ଟିକ୍ ନ୍ୟୁରୋପାଥି (optic neuropathy) ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ । [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହା ନାଇଟ୍ରୋଇମିଡାଜୋଲ ଶ୍ରେଣୀର ଏକ ଔଷଧ ।[୬]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରେଟୋମାନିଡ ଅନୁମୋଦିତ ହୋଇଥିଲା ।[୩] [୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଅଛି ।[୭] ବିକାଶଶୀଳ ଦେଶରେ ୨୦୧୯ରେ ୬ ମାସର ଚିକିତ୍ସା ପାଇଁ ଏହାର ମୂଲ୍ୟ ୩୬୪ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ୨୦୨୧ ସୁଦ୍ଧା ପ୍ରାୟ ୩,୮୦୦ ଡଲାର ଅଟେ ।[୯] ଏହାକୁ ଟିବି ଆଲିଆନ୍ସଦ୍ୱାରା ବିକଶିତ କରାଯାଇଥିଲା ।[୬] [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Pretomanid FGK EPAR". European Medicines Agency (EMA). 24 March 2020. Archived from the original on 20 October 2020. Retrieved 25 September 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Pretomanid tablet". DailyMed. 15 September 2019. Archived from the original on 21 October 2021. Retrieved 25 September 2020.
  3. ୩.୦ ୩.୧ ୩.୨ ୩.୩ "FDA approves new drug for treatment-resistant forms of tuberculosis that affects the lungs" (Press release). 14 August 2019. Archived from the original on 19 August 2019. Retrieved 28 August 2019.
  4. "Pretomanid Monograph for Professionals". Drugs.com (in ଇଂରାଜୀ). Retrieved 29 October 2021.
  5. "Pretomanid Use During Pregnancy". Drugs.com (in ଇଂରାଜୀ). Retrieved 29 October 2021.
  6. ୬.୦ ୬.୧ "Our Pipeline". TB Alliance. Archived from the original on 7 April 2019. Retrieved 18 April 2019.
  7. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  8. "Price announced for new lifesaving TB drug pretomanid still too high". Médecins Sans Frontières Access Campaign (in ଇଂରାଜୀ). Archived from the original on 3 March 2021. Retrieved 29 October 2021.
  9. "Pretomanid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 29 October 2021.