ଲିନେଜୋଲିଡ

ଉଇକିପିଡ଼ିଆ‌ରୁ
ଲିନେଜୋଲିଡ
Skeletal formula of linezolid
Clinical data
Pronunciation/lɪˈnɛzəlɪd/ li-NEZ-ə-lid, /lɪˈnzəlɪd/
Trade namesZyvox, Zyvoxid, others
AHFS/Drugs.commonograph
MedlinePlusa602004
data
Pregnancy
category
  • AU: C
  • US: C (Risk not ruled out)
Routes of
administration
intravenous infusion, by mouth
ATC code
Legal status
Legal status
Pharmacokinetic data
Bioavailability~100% (oral)
Protein bindingLow (31%)
Metabolismliver (50–70%, CYP not involved)
Elimination half-life4.2–5.4 hours (shorter in children)
Excretionnon-kidney, kidney, and fecal
Identifiers
  • (S)-N-({3-[3-fluoro-4-(morpholin-4-yl)phenyl]-2-oxo-1,3-oxazolidin-5-yl}methyl)acetamide
CAS Number
PubChem CID
DrugBank
ChemSpider
UNII
KEGG
ChEMBL
NIAID ChemDB
ECHA InfoCard100.121.520 Edit this at Wikidata
Chemical and physical data
FormulaC16H20FN3O4
Molar mass337.346 g/mol
3D model (JSmol)
  • O=C1O[C@@H](CNC(=O)C)CN1c3cc(F)c(N2CCOCC2)cc3
  • InChI=1S/C16H20FN3O4/c1-11(21)18-9-13-10-20(16(22)24-13)12-2-3-15(14(17)8-12)19-4-6-23-7-5-19/h2-3,8,13H,4-7,9-10H2,1H3,(H,18,21)/t13-/m0/s1 checkY
  • Key:TYZROVQLWOKYKF-ZDUSSCGKSA-N checkY
 ☒NcheckY (what is this?)  (verify)

ଲିନେଜୋଲିଡ (ଇଂରାଜୀ ଭାଷାରେ Linezolid) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନ୍ୟାନ୍ୟ ଆଣ୍ଟିବାୟୋଟିକ ପ୍ରତିରୋଧୀ (resistant) ଗ୍ରାମ ପଜିଟିଭ ଜୀବାଣୁ (Gram-positive bacteria) ସଂକ୍ରମଣରେ (infection) ଦିଆଯାଏ ।[୧][୨] ସ୍ଟ୍ରେପ୍ଟୋକୋକାଇ (streptococci), ଭାଙ୍କୋମାଇସିନ ରେଜିସ୍ଟାଣ୍ଟ ଏଣ୍ଟେରୋକୋକାଇ (vancomycin-resistant enterococci ବା VRE) ଓ ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକାଇ (methicillin-resistant Staphylococcus aureus ବା MRSA) ଇତ୍ୟାଦି ଗ୍ରାମ ପଜିଟିଭ ଜୀବାଣୁମାନଙ୍କ ନିମନ୍ତେ ଲିନେଜୋଲିଡ ଦିଆଯାଏ । [୩] ମୂଖ୍ୟତଃ ଚର୍ମ ସଂକ୍ରମଣ ଓ ନିମୋନିଆ ରୋଗରେ ଦିଆଯିବା ସ‌ହିତ ଔଷଧ ପ୍ରତିରୋଧୀ ଯକ୍ଷ୍ମା (drug resistant tuberculosis) ତ‌ଥା ଅନ୍ୟାନ୍ୟ ଅନେକ ସଂକ୍ରମଣରେ ଏହି ଔଷଧ ଦିଆଯାଏ ।[୨][୪] ଏହା ପାଟିରେ ଓ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨] 2-ଅକ୍‌ସାଜୋଲିଡୋନ (oxazolidinone) ଶ୍ରେଣୀର ଏହା ଏକ ଔଷଧ ।[୨]

ସ୍ୱଳ୍ପ କାଳୀନ ଭିତ୍ତିରେ ଲିନେଜୋଲିଡ ଏକ ଅପେକ୍ଷାକୃତ ନିରାପଦ ଆଣ୍ଟିବାୟୋଟିକ ।[୧] ଏହା ସବୁ ବୟସର ଲୋକଙ୍କୁ ଓ ଯକୃତ ରୋଗ (liver disease) ତ‌ଥା ବୃକ୍‌କ ରୋଗ (poor kidney function) ଥିଲେ ମଧ୍ୟ ବ୍ୟବ‌ହାର କରିହୁଏ । ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ରାସ୍ ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଅସ୍ଥିମଜ୍ଜା ଦମନ (bone marrow suppression) ଓ ଲାକ୍ଟିକ ଏସିଡୋସିସ (high blood lactate levels) ହୁଏ ବିଶେଷତଃ ୨ ସପ୍ତାହରୁ ଅଧିକ ସମୟ ଧରି ଏହା ବ୍ୟବ‌ହାର କଲେ ।[୨][୫] ଏହାଠାରୁ ଅଧିକ ବ୍ୟବ‌ହାର କଲେ କେମୋଥେରାପି ଜନିତ ନିଉରୋପାଥି (nerve damage) ହୁଏ ବିଶେଷତଃ ଅପଟିକ ସ୍ନାୟୁ ନଷ୍ଟ (optic nerve damage) ହୋଇଯାଏ ।[୫]

ଲିନେଜୋଲିଡ ଏକ ପ୍ରୋଟିନ ପ୍ରସ୍ତୁତି ବାଧାକାରୀ (protein synthesis inhibitor) ଯାହା ଜୀବାଣୁର ଜୈବ ପ୍ରୋଟିନ ପ୍ରସ୍ତୁତିର (produce protein) ଶକ୍ତିକୁ ପ୍ରଭାବିତ କରେ ।[୬] ଏହା ବୃଦ୍ଧି ନିବାରଣକାରୀ (stops growth) ବା ଜୀବାଣୁ ମୃତ୍ୟୁକାରୀ (bacterial death) ହୋଇପାରେ ।[୨] ଅନେକ ଆଣ୍ଟିବାୟୋଟିକ ଏହିଭଳି କାମ କରୁଥିଲେ ମଧ୍ୟ ଲିନେଜୋଲିଡର ଏହ ବିଶେଷ କାର୍ଯ୍ୟବିଧି (mechanism of action) ଅଛି ଯଦ୍ୱାରା ଏହା ପ୍ରୋଟିନ ତିଆରିର ମଧ୍ୟବର୍ତ୍ତୀ ପଦକ୍ଷେପରେ ବାଧା ନ ଦେଇ ଆରମ୍ଭରୁ ବାଧା ସୃଷ୍ଟି କରେ ।[୬] ସନ ୨୦୧୪ ସୁଦ୍ଧା ଏହାର ଜୀବାଣୁ ଅବରୋଧ (bacterial resistance) କମ୍ ଅଛି ।[୭]

ଲିନେଜୋଲିଡ ସନ ୧୯୯୦ରେ ଆବିଷ୍କୃତ ହୋଇ ସନ ୨୦୦୦ରେ ସ୍ୱୀକୃତିପ୍ରାପ୍ତ ହେଲା ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୨.୯୦ ଆମେରିକୀୟ ଡଲାର ।[୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଦିନ ଡୋଜର ମୂଲ୍ୟ ସନ ୨୦୧୬ରେ ୧୩.୭୯ ଥିଲା ।[୧୨] ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଦେବା ପରେ ପାଟିରେ ଦେବାରୁ ଅନ୍ୟାନ୍ୟ ଔଷଧ ଯେପରିକି ଭାଙ୍କୋମାଇସିନ ଅପେକ୍ଷା ଖର୍ଚ୍ଚ କମ ହୁଏ । [୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Marino PL, Sutin KM (2007). "Antimicrobial therapy". The ICU book. Hagerstown, MD: Lippincott Williams & Wilkins. p. 817. ISBN 0-7817-4802-X.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Linezolid". The American Society of Health-System Pharmacists. Retrieved 8 December 2016.
  3. Pfizer (2010-07-16). "Zyvox (linezolid) Label Information" (PDF). Retrieved 2011-04-02.
  4. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. pp. 31–33. ISBN 978-92-4-069494-1. Retrieved 8 December 2016.
  5. ୫.୦ ୫.୧ "Linezolid Side Effects in Detail - Drugs.com". www.drugs.com. Retrieved 11 December 2016.
  6. ୬.୦ ୬.୧ Swaney SM, Aoki H, Ganoza MC, Shinabarger DL (December 1, 1998). "The Oxazolidinone Linezolid Inhibits Initiation of Protein Synthesis in Bacteria" (PDF). Antimicrobial Agents and Chemotherapy. 42 (12): 3251–5. ISSN 0066-4804. PMC 106030. PMID 9835522.
  7. Mendes, RE; Deshpande, LM; Jones, RN (April 2014). "Linezolid update: stable in vitro activity following more than a decade of clinical use and summary of associated resistance mechanisms". Drug resistance updates : reviews and commentaries in antimicrobial and anticancer chemotherapy. 17 (1–2): 1–12. PMID 24880801. Emergence of resistance has been limited ... It is still uncertain whether the occurrences of such isolates are becoming more prevalent.
  8. Li, Jie Jack; Corey, E. J. (2013). Drug Discovery: Practices, Processes, and Perspectives (in ଇଂରାଜୀ). John Wiley & Sons. p. 6. ISBN 978-1-118-35446-9.
  9. Torok, Estee; Moran, Ed; Cooke, Fiona (2009). "Chapter 2 Antimicrobials". Oxford Handbook of Infectious Diseases and Microbiology (in ଇଂରାଜୀ). OUP Oxford. ISBN 978-0-19-103962-1.
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  11. "Global Drug Facility Product Catalogue" (PDF). 2016. Retrieved 4 January 2017.
  12. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 11 December 2016.
  13. Grau S, Rubio-Terrés C (April 2008). "Pharmacoeconomics of linezolid". Expert Opinion on Pharmacotherapy. 9 (6): 987–1000. doi:10.1517/14656566.9.6.987. ISSN 1465-6566. PMID 18377341.