ପ୍ରୁସିଆନ ବ୍ଲୁ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
ପ୍ରୁସିଆନ ବ୍ଲୁ
Prussian blue
Clinical data
Trade namesRadiogardase, others
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
by mouth
ATC code
Identifiers
CAS Number
PubChem CID
ChemSpider
UNII
Chemical and physical data
Molar mass859.24

ପ୍ରୁସିଆନ ବ୍ଲୁ (ଡାକ୍ତରୀ ବ୍ୟବ‌ହାର) (ଇଂରାଜୀ ଭାଷାରେ Prussian blue) ଅନ୍ୟ ନାମ ପୋଟାସିଅମ ଫେରିକ ହେକ୍ସାସ୍ୟାନୋଫେରେଟ/ potassium ferric hexacyanoferrate) ଏକ ଔଷଧ ଭାବରେ ଥାଲିଅମ ବିଷକ୍ରିୟା (thallium poisoning) ବା ରେଡିଓଆକ୍ଟିଭ ସେସିଅମ ବିଷକ୍ରିୟା (radioactive cesium poisoning) ନିମନ୍ତେ ଦିଆଯାଏ ।[୧][୨] ଥାଲିଅମ ବିଷକ୍ରିୟାରେ ପାକସ୍ଥଳୀ ଧୁଆ (gastric lavage), ଆକ୍ଟିଭେଟେଡ ଚାରକୋଲ (activated charcoal), ବଳପୂର୍ବକ ମୂତ୍ରତ୍ୟାଗ ବା ଫୋର୍ସଡ ଡାଇୟୁରେସିସ (forced diuresis) ଓ ହେମୋଡାଏଲିସିସ (hemodialysis) ସ‌ହିତ ପ୍ରୁସିଆନ ବ୍ଲୁ ଦିଆଯାଏ ।[୩][୪] ନାସାପାକସ୍ଥଳୀ ନଳୀ (nasogastric tube) ସାହାଯ୍ୟରେ ଏହା ପାଟିବାଟେ ଦିଆଯାଏ ।[୨][୪] ଆଉ ମଧ୍ୟ ଜି୬ପିଡି ଅଭାବ (G6PD deficiency) ଚିହ୍ନଟ ନିମନ୍ତେ ପରିସ୍ରାରେ ପ୍ରୁସିଆନ ବ୍ଲୁ ବ୍ୟବ‌ହାର କରାଯାଏ ।[୫]

ପ୍ରୁସିଆନ ବ୍ଲୁ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ଅଳ୍ପ ରକ୍ତ ପୋଟାସିଅମ (low blood potassium) ଓ କଳା ମଳ ଦେଖାଯାଇପାରେ ।[୧][୩] ଦୀର୍ଘକାଳୀନ ବ୍ୟବ‌ହାର ଫଳରେ ଝାଳର ରଙ୍ଗ ବଦଳି ନୀଳ ହୋଇଯାଇପାରେ ।[୩] ଥାଲିଅମ ସ‌ହିତ ଅନ୍ତନଳୀରେ (intestines) ଅନୁବନ୍ଧିତ ହେବାଦ୍ୱାରା ଏହାର ଅବଶୋଷଣ ହୋଇପାରେନାହିଁ ।[୩]

ପ୍ରାୟ ୧୭୦୬ ମସିହାରେ ପ୍ରୁସିଆନ ବ୍ଲୁ ବିକଶିତ ହୋଇଥିଲା । [୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭]ସନ ୨୦୧୬ ସୁଦ୍ଧା ଏହା କେବଳ ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତିପ୍ରାପ୍ତ ହୋଇଛି ।[୮][୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ଦାମ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୨] ପୃଥିବୀର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହା ମିଳିବା କଷ୍ଟକର ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 65. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 472. ISBN 9781284057560.
  3. ୩.୦ ୩.୧ ୩.୨ ୩.୩ "Prussian Blue". The American Society of Health-System Pharmacists. Retrieved 8 January 2017.
  4. ୪.୦ ୪.୧ Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. p. 248,279. ISBN 9780781728454.
  5. "Glucose-6-phosphate dehyrogenase deficiency — Medlibes: Online Medical Library". medlibes.com. Retrieved 2017-05-03.
  6. Hall, Alan H.; Isom, Gary E.; Rockwood, Gary A. (2015). Toxicology of Cyanides and Cyanogens: Experimental, Applied and Clinical Aspects (in ଇଂରାଜୀ). John Wiley & Sons. p. 43. ISBN 9781118628942.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. Goyer, Robert A. (2016). Metal Toxicology: Approaches and Methods (in ଇଂରାଜୀ). Elsevier. p. 93. ISBN 9781483288567.
  9. Dobbs, Michael R. (2009). Clinical Neurotoxicology: Syndromes, Substances, Environments (in ଇଂରାଜୀ). Elsevier Health Sciences. p. 280. ISBN 0323052606.
  10. Archiver, Truthout (27 June 2011). "Fukushima's Cesium Spew - Deadly Catch-22s in Japan Disaster Relief". Truthout. Archived from the original on 16 January 2017. Retrieved 15 January 2017.