ପ୍ରିୟନାଥ ନନ୍ଦୀ
ପ୍ରିୟନାଥ ନନ୍ଦି | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ଦାସ |
ପର ଅଧିକାରୀ | ବିଜୟ କୃଷ୍ଣ ଦେ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଡିସେମ୍ବର ୧୯୧୨ |
ମୃତ୍ୟୁ | ୨ ଫେବୃଆରୀ ୧୯୯୦ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପୂର୍ଣ୍ଣ କୁମାରୀ ନନ୍ଦି |
ସନ୍ତାନ | ୫ ପୁଅ, ୩ ଝିଅ |
ବାପା/ବୋଉ | ଗୋବିନ୍ଦ ପ୍ରସାଦ ନନ୍ଦି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରିୟନାଥ ନନ୍ଦୀ (୧୨ ଡିସେମ୍ବର ୧୯୧୨ - ୨ ଫେବୃଆରୀ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ପ୍ରିୟନାଥ ନନ୍ଦୀ ୧୯୧୨ ମସିହାର ଡିସେମ୍ବର ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପ୍ରସାଦ ନନ୍ଦୀ । ପ୍ରିୟନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପୂର୍ଣ୍ଣ କୁମାରୀ ଦେବୀ
ରାଜନୈତି ଜୀବନ
[ସମ୍ପାଦନା]ପ୍ରିୟନାଥ ୧୯୫୫ ମସିହାରେ ବିଧିବଦ୍ଧ ଭାବରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ବାଲେଶ୍ୱର ପୌରପାଳିକାକୁ ଲଗାତର ତିନିଥର ନିର୍ବାଚିତ ହୋଇଥିଲେ ।[୧] ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମୃତ୍ୟୁ
[ସମ୍ପାଦନା]ପ୍ରିୟନାଥ ୧୯୯୦ ମସିହାର ଫେବୃଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ସ ବୟସ ହୋଇଥିଲା ।