ପ୍ରାଲିଡୋକ୍ସାଇମ
| Clinical data | |
|---|---|
| Trade names | ATNAA, DuoDote, Protopam, others |
| Synonyms | 2-pyridine aldoxime methyl chloride, 1-methylpyridine-6-carbaldehyde oxime |
| AHFS/Drugs.com | monograph |
| Pregnancy category |
|
| Legal status | |
| Legal status |
|
| Identifiers | |
| |
| ECHA InfoCard | 100.027.080 |
| Chemical and physical data | |
| Formula | C7H9N2O+ |
| Molar mass | ୧୩୭.୧୬ g·mol−1 |
| 3D model (JSmol) | |
| |
| |
| (verify) | |
ପ୍ରାଲିଡୋକ୍ସାଇମ ( 2-PAM ) ହେଉଛି ଏକ ଔଷଧ ଯାହା ଅର୍ଗାନୋଫସଫେଟ, ଆଣ୍ଟିକୋଲିନେଷ୍ଟେରେଜ୍ ଏବଂ ସ୍ନାୟୁ ଏଜେଣ୍ଟ ବିଷକ୍ରିୟା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଟ୍ରୋପିନ୍ ସହିତ ଏକତ୍ର ବ୍ୟବହୃତ ହୁଏ । [୧] ଏହା କାର୍ବାମେଟ ବିଷକ୍ରିୟା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ନାହିଁ ।[୨] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ମୁଣ୍ଡବିନ୍ଧା, ନିଦ୍ରାଳୁ ଭାବ, ଅଇ, ଦ୍ରୁତ ହୃଦସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଏହା ଅକ୍ସାଇମ୍ ପରିବାରର ଏକ ଔଷଧ ।[୧]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରାଲିଡକ୍ସାଇମକୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୧ ସୁଦ୍ଧା ଏହାର ଏକ ଗ୍ରାମ ପିଛା ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[୩] ଆଟ୍ରୋପାଇନ୍ ଏବଂ ଡାଏଜେପାମ ସହିତ ଏକ ଅଟୋ ଇଞ୍ଜେକ୍ଟର ମଧ୍ୟ ଉପଲବ୍ଧ ।[୪] କେତେକ ମିଲିଟାରୀ ସେମାନଙ୍କର ସୈନିକମାନଙ୍କୁ ଏହି ଅଟୋ ଇଞ୍ଜେକ୍ଟର ଯୋଗାନ୍ତି ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Pralidoxime Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 29 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1422. ISBN 978-0857114105.
- ↑ "Protopam Chloride Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 29 October 2021.
- ↑ ୪.୦ ୪.୧ Gupta, R; Parmar, M (January 2021). "Pralidoxime". PMID 32644334.
{{cite journal}}: Cite journal requires|journal=(help)