ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ
ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ (Prelabor rupture of membranes) | |
---|---|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Obstetrics) |
ଲକ୍ଷଣ | ଯୋନୀପଥରୁ (vagina) ଯନ୍ତ୍ରଣା ବିହୀନ ଆମ୍ନିଓଟିକ ତରଳ ପଦାର୍ଥ ଲିକ [୧] |
ବିପଦ କାରକ | କୋରିଓଆମ୍ନିଓନାଇଟିସ (Infection of the amniotic fluid), prior PROM, ଅବସ୍ଟେଟ୍ରିକାଲ ରକ୍ତସ୍ରାବ (bleeding in the later parts of pregnancy), ଧୂମ୍ରପାନ, ସ୍ୱଳ୍ପ ଓଜନ ବିଶିଷ୍ଟ (underweight) ମାତା [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ପରୀକ୍ଷା କରି ସନ୍ଦେହ, ଓ ଅଲଟ୍ରାସାଉଣ୍ଡ (ultrasound) ସୁନିଶ୍ଚିତ [୨] |
ସଠିକ ରୋଗ ନିର୍ଣ୍ଣୟ | ୟୁରିନାରି ଇନକଣ୍ଟିନେନ୍ସ (Urinary incontinence), ଜୀବାଣୁ ଜନିତ ଭାଜିନୋସିସ (bacterial vaginosis)[୩] |
ଚିକିତ୍ସା | ଗର୍ଭର ସମୟ ଓ ଜଟିଳତା ଉପସ୍ଥିତି ଅନୁସାରେ ଚିକିତ୍ସା [୨] |
ପୁନଃପୌନିକ | ~ପୂର୍ଣ୍ଣଗର୍ଭର ୮%,[୨] ~ପୂର୍ଣ୍ଣ ଗର୍ଭ ପୂର୍ବ ୩୦% [୪] |
ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ ବା ପିଆରଓଏମ (ଇଂରାଜୀ ଭାଷାରେ Prelabor rupture of membranes/ PROM, ଅନ୍ୟ ନାମ premature rupture of membranes) ନାମ ଦିଆଯାଏ ଯେତେବେଳେ ପ୍ରସବ ଯନ୍ତ୍ରଣା (labor) ଆରମ୍ଭ ହେବା ପୂର୍ବରୁ ଫୁଲର ଝିଲ୍ଲି ଫାଟିଯାଇ (breakage of the amniotic sac) ଗର୍ଭଜଳ ବାହାରିଯାଏ ।[୨] ଏପରି ହେଲେ ମହିଳାମାନେ ଯୋନୀପଥରୁ (vagina) ଅଧିକ ବା ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ବୋହିଯିବା ଅନୁଭବ କରିପାରନ୍ତି ।[୧] ରୋଗ ଜଟିଳ ହେଲେ ଶିଶୁର ଶିଶୁ ଅପକ୍ୱ ଜନ୍ମ (Premature birth), ନାହି ନାଡ଼ ସଙ୍କୋଚନ (cord compression ଓ ସଂକ୍ରମଣ ହୋଇପାରେ ।[୨][୧] ସେହିପରି ମାତାର ପ୍ଳାସେଣ୍ଟାଲ ଆବରପସନ ଓ ପୋଷ୍ଟପାର୍ଟମ ଏଣ୍ଡୋମେଟ୍ରାଇଟିସ (postpartum endometritis) ହୋଇପାରେ । [୨]
ପୁର୍ବରୁ ଏହି ରୋଗ ଇତିହାସ, କୋରିଓଆମ୍ନିଓନାଇଟିସ (Infection of the amniotic fluid), ପୂର୍ବତନ ଏହି ରୋଗ, ଅବସ୍ଟେଟ୍ରିକାଲ ରକ୍ତସ୍ରାବ (bleeding in the later parts of pregnancy), ଧୂମ୍ରପାନ ଓ ସ୍ୱଳ୍ପ ଓଜନ ବିଶିଷ୍ଟ (underweight) ମାତା ହୋଇଥିଲେ ରୋଗ ହେବା ସମ୍ଭାବନା ଥାଏ ।[୨] ଲକ୍ଷଣ ଦେଖି ଓ ସ୍ପେକୁଲମ ପରୀକ୍ଷାକରି (speculum exam) ରୋଗ ସନ୍ଦେହ କରାଯାଏ; ଯୋନୀପଥ ତରଳ ପଦାର୍ଥ ପରୀକ୍ଷା କରି ଓ ଆବଶ୍ୟକ ସ୍ଥଳେ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା (ultrasound) କରି ରୋଗ ସୁନିଶ୍ଚିତ କରାଯାଏ । [୨] ୩୭ ମାସ ପୂର୍ବରୁ ଏହି ରୋଗ ହେଲେ ପ୍ରିଟର୍ମ ଓ ପରେ ହେଲେ ଟର୍ମ ଭାବରେ ବର୍ଗୀକରଣ କରାଯାଏ । [୨]
ଗର୍ଭର ସମୟ ଓ ଜଟିଳତା ଉପସ୍ଥିତି ଉପରେ ଚିକିତ୍ସା ନିର୍ଭର କରେ ।[୨] କୋଣସି ଜଟିଳତା ନଥାଇ ଗର୍ଭ ସମୟ ଶେଷ ହୋଇଥିଲେ ବା ସରିଆସୁଥିଲେ ପ୍ରସବ ପ୍ରେରଣ (induction of labor) କରାଯାଏ ।[୨] ପ୍ରସବ ସ୍ୱୟଂ ହେବାପାଇଁ ସମୟ ଦେବା ଆବଶ୍ୟକ ।[୧][୨] ଜଟିଳତା ନଥାଇ ୨୪ରୁ ୩୬ ସପ୍ତାହ ଗର୍ଭ (gestation) ଥିଲେ କର୍ଟିକୋସ୍ଟିରଏଡ (corticosteroids) ଦିଆଯାଇ ନିରୀକ୍ଷଣ କରାଯାଏ ।[୨] ଗ୍ରୁପ ବି ସ୍ଟ୍ରେପ୍ଟୋକୋକସ (Group B streptococcus) ସଙ୍କଟ ଥିଲେ ଆଣ୍ଟିବାୟୋଟିକସ (Antibiotics) ଦିଆଯାଏ ।[୨] ଜଟିଳତା ସହିତ ଏହି ଅବସ୍ଥା ଉପୁଜିଲେ ଗର୍ଭ ସମୟ ଯାହା ହୋଇଥାଉ, ତୁରନ୍ତ ପ୍ରସବ କରିବାକୁ ଉପଦେଶ ଦିଆଯାଏ । [୨]
ପୂର୍ଣ୍ଣ ଗର୍ଭ ସମୟ ହୋଇଯାଇଥିଲେ ୮% ଓ ତା ପୂର୍ବରୁ ହୋଇଥିଲେ ୩୦% ଗର୍ଭାବସ୍ଥା ଜଟିଳ ହୋଇ ପିଆରଓଏମ ହୋଇପାରେ ।[୨][୪][୫] ଗର୍ଭର ୨୪ ସପ୍ତାହ ପୂର୍ବରୁ ପିଆରଓଏମ ୧% ମହିଳାଙ୍କର ହୁଏ ।[୨] ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotizing enterocolitis), ଇଣ୍ଟ୍ରାଭାସ୍କୁଲାର ହେମୋରେଜ (intraventricular hemorrhage) ଓ ସେରେବ୍ରାଲ୍ ପାଲ୍ସି ଭଳି ସମୟପୂର୍ବ ଜଟିଳତା ଥିଲେ ପୂର୍ବାନୁମାନ ସେଇ ଅନୁସାରେ କରାଯାଏ ।[୨][୬]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- Placental alpha microglobulin-1
- IGFBP1 (Insulin-like growth factor binding protein-1)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Norwitz, Errol R.; Arulkumaran, S.; Symonds, I. (2007). Oxford American Handbook of Obstetrics and Gynecology (in ଇଂରାଜୀ). Oxford University Press, USA. p. 268. ISBN 9780195189384.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Committee on Practice, Bulletins-Obstetrics. (January 2018). "ACOG Practice Bulletin No. 188: Prelabor Rupture of Membranes". Obstetrics and gynecology. 131 (1): e1–e14. doi:10.1097/AOG.0000000000002455. PMID 29266075.
- ↑ Desai, Shyam V.; Tank, Parikshit (2012). Handbook on Preterm Prelabor Rupture of Membranes in a Low Resource Setting (in ଇଂରାଜୀ). JP Medical Ltd. p. 22. ISBN 9789350255803.
- ↑ ୪.୦ ୪.୧ Keeling, Jean W. (2013). Fetal and Neonatal Pathology (in ଇଂରାଜୀ). Springer Science & Business Media. p. 325. ISBN 9781447136828.
- ↑ Duff, Patrick (2016). "Management of Premature Rupture of the Membranes in Term Patients". The Global Library of Women's Medicine. doi:10.3843/GLOWM.10119.
- ↑ Mercer, Brian M. (2009). "Preterm Premature Rupture of the Membranes". The Global Library of Women's Medicine. doi:10.3843/GLOWM.10120.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |