Jump to content

ପ୍ରମୋଦ କୁମାର ମଲ୍ଲିକ

ଉଇକିପିଡ଼ିଆ‌ରୁ
ପ୍ରମୋଦ କୁମାର ମଲ୍ଲିକ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୨୪
ପର ଅଧିକାରୀଛବି ମଲିକ
ନିର୍ବାଚନ ମଣ୍ଡଳୀନିଆଳି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-11-15) ୧୫ ନଭେମ୍ବର ୧୯୪୯ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକନକଲତା ମଲ୍ଲିକ
ବାପା/ବୋଉପଞ୍ଚୁ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରମୋଦ କୁମାର ମଲ୍ଲିକ (ଜନ୍ମ: ୧୫ ନଭେମ୍ବର ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରମୋଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନିଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରମୋଦ କୁମାର ମଲ୍ଲିକ ୧୯୪୯ ମସିହାର ନଭେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଞ୍ଚୁ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କନକଲତା ମଲ୍ଲିକ ।[୧] ପ୍ରମୋଦଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ବି.ଏ. ଏବଂ ପରେ ସେ ସର୍ଜରୀରେ ସ୍ନାତକୋତ୍ତର କରିଥିଲେ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରମୋଦ କୁମାର ମଲ୍ଲିକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ନିଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୮,୭୩୯ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଛବି ମଲିକଙ୍କ ଠାରୁ ୧,୪୫୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

  1. ୧.୦ ୧.୧ ୧.୨ ୧.୩ "Shri Pramod Kumar Mallick". odishaassembly.nic.in. Odisha Assembly. Retrieved 1 March 2020.
  2. "General Election to Assembly Constituencies 2024: Niali (Odisha)". Election Commission of India. Retrieved 27 June 2024.