ପେରିଅରବିଟାଲ ସେଲ୍ଲ୍ୟୁଲାଇଟିସ
Periorbital cellulitis | |
---|---|
Preseptal cellulitis | |
ଲକ୍ଷଣ | Tender, red, and swollen eyelid[୧] |
ଆକ୍ରାନ୍ତ ସମୟ | Sudden[୨] |
କାରଣ | Breaks in the skin around the eye, sinusitis[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, medical imaging in unclear cases[୩] |
ସଠିକ ରୋଗ ନିର୍ଣ୍ଣୟ | Orbital cellulitis, hay fever, chalazion, hordeolum[୩][୪] |
ଚିକିତ୍ସା | Antibiotics, such as amoxicillin/clavulanate[୫] |
ପୁନଃପୌନିକ | Relatively common[୩] |
ପେରିଅରବିଟାଲ ସେଲ୍ଲ୍ୟୁଲାଇଟିସ, ଯାହାକୁ ପ୍ରିସେପ୍ଟାଲ ସେଲ୍ଲ୍ୟୁଲାଇଟିସ ମଧ୍ୟ କୁହାଯାଏ, ହେଉଛି ଆଖି ପତା ଓ ଅରବିଟାଲ ସେପ୍ଟମ ଆଗରେ ଥିବା ତନ୍ତୁମାନଙ୍କର ସଂକ୍ରମଣ ଅଟେ ।[୩] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଆଖିପତାରେ ଦରଜ, ନାଲି ରଙ୍ଗ ଏବଂ ଫୁଲିଯାଇଥାଏ । [୧] ଜ୍ୱର ସାଧାରଣତ କମ୍ ଥାଏ ।[୩] ଦୃଷ୍ଟି ଶକ୍ତି ସାଧାରଣ ହେବା ଉଚିତ ଏବଂ ବିନା କଷ୍ଟରେ ଆଖିର ଚଳନ ହୋଇପାରେ ।[୧] ଜଟିଳତା ବିରଳ, କିନ୍ତୁ ବେଳେବେଳେ ଅର୍ବିଟାଲ୍ ସେଲ୍ଲ୍ୟୁଲାଇଟିସ ହୋଇପାରେ ।[୪]
ଏହା ସାଧାରଣତ ଆଖିର ଚର୍ମରେ ଏକ କ୍ଷତ ପରେ ଘଟିଥାଏ, ଯେପରିକି ସ୍କ୍ରାଚ୍ କିମ୍ବା କୀଟ କାମୁଡ଼ିବା ।[୧] ଏହା ଏକ କାଲାଜିଅନ କିମ୍ବା ସାଇନୁସାଇଟିସର ଜଟିଳତା ଭାବରେ ମଧ୍ୟ ହୋଇପାରେ ।[୩] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ, ଅସ୍ପଷ୍ଟ କ୍ଷେତ୍ରରେ ମେଡିକାଲ୍ ଇମେଜିଙ୍ଗ୍ କରାଯାଏ ।[୩]
ସାମାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆମୋକ୍ସିସିଲିନ/କ୍ଲାଭୁଲାନିକ ଏସିଡ ଭଳି ଆଣ୍ଟିବାୟୋଟିକ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଦିଆଯାଇପରେ । [୨] [୫] ଯଦି ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଥାଏ ତେବେ କ୍ଲିଣ୍ଡାମାଇସିନ୍ କିମ୍ବା ଟ୍ରାଇମେଥୋପ୍ରିମ/ ସଲଫାମେଟୋକ୍ସାଜୋଲ ଯୋଗ କରାଯାଇପାରେ ।[୩] ଉପଯୁକ୍ତ ଚିକିତ୍ସାରେ ଏହା ଏକ ସପ୍ତାହ ମଧ୍ୟରେ ଉପଶମ ହେବା ଉଚିତ ।[୪]
ଅର୍ବିଟାଲ୍ ସେଲ୍ଲ୍ୟୁଲାଇଟିସ ତୁଳନାରେ ପେରିଅରବିଟାଲ ସେଲ୍ଲ୍ୟୁଲାଇଟିସ ଅପେକ୍ଷାକୃତ ସାଧାରଣ ରୋଗ ଅଟେ ।[୩] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୪] ପିଲାମାନଙ୍କର ଆଖି ଫୁଲାର ପ୍ରାୟ ୮୫% ଏହି ରୋଗର ପ୍ରତିନିଧିତ୍ୱ କରେ | [୨] ଏହି ଶବ୍ଦର ଅର୍ଥ ଆଖିର ଯେ କୌଣସି ଫୁଲାକୁ ବୁଝାଇଲେ ମଧ୍ୟ ଏହା କେବଳ ସଂକ୍ରମଣ ସମ୍ବନ୍ଧୀୟ କ୍ଷେତ୍ରରେ ବ୍ୟବହୃତ ହୁଏ । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Baiu, Ioana; Melendez, Elliot (14 January 2020). "Periorbital and Orbital Cellulitis". JAMA. 323 (2): 196. doi:10.1001/jama.2019.18211.Baiu, Ioana; Melendez, Elliot (14 January 2020). "Periorbital and Orbital Cellulitis". JAMA. 323 (2): 196. doi:10.1001/jama.2019.18211.
- ↑ ୨.୦ ୨.୧ ୨.୨ ୨.୩ Williams, Katherine J.; Allen, Richard C. (September 2019). "Paediatric orbital and periorbital infections". Current Opinion in Ophthalmology. 30 (5): 349–355. doi:10.1097/ICU.0000000000000589.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Preseptal and Orbital Cellulitis - Eye Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 1 December 2022. Retrieved 2 July 2023."Preseptal and Orbital Cellulitis - Eye Disorders". Merck Manuals Professional Edition. Archived from the original on 1 December 2022. Retrieved 2 July 2023.
- ↑ ୪.୦ ୪.୧ ୪.୨ ୪.୩ Bae, C; Bourget, D (January 2023). "Periorbital Cellulitis". StatPearls. PMID 29261970.
- ↑ ୫.୦ ୫.୧ Gordon, Abigail A.; Phelps, Paul O. (October 2020). "Management of preseptal and orbital cellulitis for the primary care physician". Disease-a-Month. 66 (10): 101044. doi:10.1016/j.disamonth.2020.101044. PMID 32622679.