ପେଡା
ଅନ୍ୟ ନାମ | Peda, Pedha, Pera |
---|---|
ପରଷା | ମିଠା, ପ୍ରସାଦ |
ମୂଳ ସ୍ଥାନ | ଭାରତ |
ମୁଖ୍ୟ ଉପାଦାନ | ଖୁଆ, ଚିନି |
|
ପେଡ଼ା ଏକ ପ୍ରକାର ମିଠା ଜାତୀୟ ଖାଦ୍ୟ ଅଟେ ଯାହା ଖୁଆ ତଥା ଚିନିରୁ ପ୍ରସ୍ତୁତ ହୋଇଥାଏ । ଏହାର ଆକାର ଗୋଲାକାର ଅଟେ । ଏଥିରେ ପାରମ୍ପରିକ ସ୍ୱାଦ ପାଇଁ ଅଳେଇଚ ଦାନା , କେଶର, ତଥା ପେସ୍ତା ମିଶାଯାଏ । ପେଡ଼ା ଶବ୍ଦର ଉପଯୋଗ ସାଧାରଣତଃ କୌଣସି ନରମ ଗୋଲାକାର ଜିନିଷକୁ ନେଇ କରାଯାଏ ଯେପରି ଅଟା ଏବଂ ଖୁଆ । ଏହି ମିଠା ପାଇଁ ଅନେକ ପ୍ରକାର ଶବ୍ଦ ଏବଂ ନାମ ଯେପରି Pedha, penda (ଗୁଜୁରାଠୀ ରେ) ଏବଂ ପେରା ବ୍ୟବହାର କରାଯାଏ ।
ବିଧି
[ସମ୍ପାଦନା]ପେଡ଼ା ବନେଇବା ପାଇଁ ଖୁଆକୁ ଭଲ ଭାବେ କୋରି କଢ଼ାଇରେ ପକାଯାଏ । ତା'ସହିତ ଚିନି ମିଶେଇ ଏହାକୁ ମଧ୍ୟମ ଆଞ୍ଚରେ ରନ୍ଧା ଯାଏ । ଯେତେବେଳେ ଚିନି ସମ୍ପୂର୍ଣ୍ଣ ରୂପେ ମିଶିଯିବ ସେତେବେଳେ ଏଥିରେ କେଶର ମିଶ୍ରିତ କ୍ଷୀର (ପ୍ରଥମେ ଛୋଟ ପାତ୍ରରେ କ୍ଷୀର ନେଇ କିଛି କେଶର ଦାନା ମିଶ୍ରିତ ହୋଇଥିବ) ଏବଂ ଅଳେଇଚ ପାଉଡର ପକେଇ ଗାଢ଼ା ହେବା ପର୍ଯ୍ୟନ୍ତ ରନ୍ଧା ଯାଏ । ପରେ ଆଞ୍ଚରୁ ଓଲ୍ହେଇ ଦିଆଯାଏ । ଥଣ୍ଡା ହେବା ପରେ ହାଥରେ ଘିଅ ଲଗାଇ ମଧ୍ୟମ ଆକାରର ପେଡ଼ା ତିଆରି କରାଯାଏ ।[୧]
ବିଭିନ୍ନ ପୂଜାପର୍ବରେ ବିଶେଷ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ । ଯେପରି ଜନ୍ମାଷ୍ଟମୀ, ଶିବରାତ୍ରି, ନବରାତ୍ରୀ ଇତ୍ୟାଦି ।
ସଜାସଜି
[ସମ୍ପାଦନା]ପେସ୍ତା ସାଧାରଣତଃ ପେସ୍ତା ଗୁଣ୍ଡ ଏବଂ ଅଳେଇଚ ଦାନାରେ ସଜା ଯାଏ । ପେଡ଼ାର କିଛି ରେସିପିରେ କେବଳ ବାଦାମରେ ସଜାଯାଏ ।[୨]
ଇତିହାସ
[ସମ୍ପାଦନା]ପେଡ଼ାର ଉଦ୍ଭବ ଉତ୍ତର ପ୍ରଦେଶର ମଥୁରା ସହରରୁ ହୋଇଥିଲା ।[୩] ମଥୁରା ପେଡ଼ା, ମଥୁରା ସହରର ବିବିଧ ମିଠାମାନଙ୍କ ମଧ୍ୟରୁ ସବୁଠାରୁ ବିଶିଷ୍ଟ ଅଟେ । ପେଡ଼ା ଉତ୍ତର ପ୍ରଦେଶରୁ ନେଇ ଭାରତୀୟ ଉପ ମହାଦ୍ୱୀପର ବିଭିନ୍ନ ଭାଗରେ ଖେଳି ଯାଇଛି ।
ଲଖନଉର ଠାକୁର ରାମ ରତନ ସିଂ 1850 ଦଶକରେ ପେଡ଼ାର ଆରମ୍ଭ କରିଥିଲେ । ଏହି ପେଡ଼ା ଏବେ ଧାରବଡ଼ ପେଡ଼ା ନାମରେ ପ୍ରସିଦ୍ଧ ।[୪][୫] ମହାରାଷ୍ଟ୍ରରେ ମଧ୍ୟ ସତାରାର କାନ୍ଦି ପେଡ଼ା ନାମରେ ମଧ୍ୟ ପ୍ରସିଦ୍ଧ ।[୬][୭]
ଆଧାର
[ସମ୍ପାଦନା]- ↑ "ପେଡ଼ା ରେସିପି ଭିଡ଼ିଓ".
- ↑ "ବାଦାମ ପେଡ଼ା ରେସିପି".
- ↑ Sanjeev Kapoor. Mithai. Popular. ISBN 9788179917121.
- ↑ "Pedas, anyone?". Deccan Herald. 13 May 2008. Archived from the original on 2016-04-19. Retrieved 2008-10-16.
- ↑ Ashwin Rajagopalan (26 January 2016). Dharwad Peda: A Regional Favourite From Karnataka's Sweet Repertoire, NDTV.
- ↑ 13 products have potential for GI registration
- ↑ 13 products have potential for GI registration