ପେଡା

ଉଇକିପିଡ଼ିଆ‌ରୁ
ପେଡ଼ା
ଅନ୍ୟ ନାମPeda, Pedha, Pera
ପରଷାମିଠା, ପ୍ରସାଦ
ମୂଳ ସ୍ଥାନଭାରତ
ମୁଖ୍ୟ ଉପାଦାନଖୁଆ, ଚିନି

ପେଡ଼ା ଏକ ପ୍ରକାର ମିଠା ଜାତୀୟ ଖାଦ୍ୟ ଅଟେ ଯାହା ଖୁଆ ତଥା ଚିନିରୁ ପ୍ରସ୍ତୁତ ହୋଇଥାଏ । ଏହାର ଆକାର ଗୋଲାକାର ଅଟେ । ଏଥିରେ ପାରମ୍ପରିକ ସ୍ୱାଦ ପାଇଁ ଅଳେଇଚ ଦାନା , କେଶର, ତଥା ପେସ୍ତା ମିଶାଯାଏ । ପେଡ଼ା ଶବ୍ଦର ଉପଯୋଗ ସାଧାରଣତଃ କୌଣସି ନରମ ଗୋଲାକାର ଜିନିଷକୁ ନେଇ କରାଯାଏ ଯେପରି ଅଟା ଏବଂ ଖୁଆ । ଏହି ମିଠା ପାଇଁ ଅନେକ ପ୍ରକାର ଶବ୍ଦ ଏବଂ ନାମ ଯେପରି Pedha, penda (ଗୁଜୁରାଠୀ ରେ) ଏବଂ ପେରା ବ୍ୟବହାର କରାଯାଏ ।

ବିଧି[ସମ୍ପାଦନା]

ପେଡ଼ା ବନେଇବା ପାଇଁ ଖୁଆକୁ ଭଲ ଭାବେ କୋରି କଢ଼ାଇରେ ପକାଯାଏ । ତା'ସହିତ ଚିନି ମିଶେଇ ଏହାକୁ ମଧ୍ୟମ ଆଞ୍ଚରେ ରନ୍ଧା ଯାଏ । ଯେତେବେଳେ ଚିନି ସମ୍ପୂର୍ଣ୍ଣ ରୂପେ ମିଶିଯିବ ସେତେବେଳେ ଏଥିରେ କେଶର ମିଶ୍ରିତ କ୍ଷୀର (ପ୍ରଥମେ ଛୋଟ ପାତ୍ରରେ କ୍ଷୀର ନେଇ କିଛି କେଶର ଦାନା ମିଶ୍ରିତ ହୋଇଥିବ) ଏବଂ ଅଳେଇଚ ପାଉଡର ପକେଇ ଗାଢ଼ା ହେବା ପର୍ଯ୍ୟନ୍ତ ରନ୍ଧା ଯାଏ । ପରେ ଆଞ୍ଚରୁ ଓଲ୍ହେଇ ଦିଆଯାଏ । ଥଣ୍ଡା ହେବା ପରେ ହାଥରେ ଘିଅ ଲଗାଇ ମଧ୍ୟମ ଆକାରର ପେଡ଼ା ତିଆରି କରାଯାଏ ।[୧]

ବିଭିନ୍ନ ପୂଜାପର୍ବରେ ବିଶେଷ ବ୍ୟଞ୍ଜନ ରୂପେ ବ୍ୟବହାର କରାଯାଏ । ଯେପରି ଜନ୍ମାଷ୍ଟମୀ, ଶିବରାତ୍ରି, ନବରାତ୍ରୀ ଇତ୍ୟାଦି ।

ସଜାସଜି[ସମ୍ପାଦନା]

ପେସ୍ତା ସାଧାରଣତଃ ପେସ୍ତା ଗୁଣ୍ଡ ଏବଂ ଅଳେଇଚ ଦାନାରେ ସଜା ଯାଏ । ପେଡ଼ାର କିଛି ରେସିପିରେ କେବଳ ବାଦାମରେ ସଜାଯାଏ ।[୨]

ଇତିହାସ[ସମ୍ପାଦନା]

ପେଡ଼ାର ଉଦ୍ଭବ ଉତ୍ତର ପ୍ରଦେଶର ମଥୁରା ସହରରୁ ହୋଇଥିଲା ।[୩] ମଥୁରା ପେଡ଼ା, ମଥୁରା ସହରର ବିବିଧ ମିଠାମାନଙ୍କ ମଧ୍ୟରୁ ସବୁଠାରୁ ବିଶିଷ୍ଟ ଅଟେ । ପେଡ଼ା ଉତ୍ତର ପ୍ରଦେଶରୁ ନେଇ ଭାରତୀୟ ଉପ ମହାଦ୍ୱୀପର ବିଭିନ୍ନ ଭାଗରେ ଖେଳି ଯାଇଛି ।

ଲଖନଉର ଠାକୁର ରାମ ରତନ ସିଂ 1850 ଦଶକରେ ପେଡ଼ାର ଆରମ୍ଭ କରିଥିଲେ । ଏହି ପେଡ଼ା ଏବେ ଧାରବଡ଼ ପେଡ଼ା ନାମରେ ପ୍ରସିଦ୍ଧ ।[୪][୫] ମହାରାଷ୍ଟ୍ରରେ ମଧ୍ୟ ସତାରାର କାନ୍ଦି ପେଡ଼ା ନାମରେ ମଧ୍ୟ ପ୍ରସିଦ୍ଧ ।[୬][୭]

ଆଧାର[ସମ୍ପାଦନା]

  1. "ପେଡ଼ା ରେସିପି ଭିଡ଼ିଓ".
  2. "ବାଦାମ ପେଡ଼ା ରେସିପି".
  3. Sanjeev Kapoor. Mithai. Popular. ISBN 9788179917121.
  4. "Pedas, anyone?". Deccan Herald. 13 May 2008. Archived from the original on 2016-04-19. Retrieved 2008-10-16.
  5. Ashwin Rajagopalan (26 January 2016). Dharwad Peda: A Regional Favourite From Karnataka's Sweet Repertoire, NDTV.
  6. 13 products have potential for GI registration
  7. 13 products have potential for GI registration