ପୁଲ୍ଲେଲା ଗୋପୀଚାନ୍ଦ

ଉଇକିପିଡ଼ିଆ‌ରୁ
ପୁଲ୍ଲେଲା ଗୋପୀଚାନ୍ଦ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1973-11-16) ୧୬ ନଭେମ୍ବର ୧୯୭୩ (ବୟସ ୫୦)
ନାଗଣ୍ଡଲା, ଆନ୍ଧ୍ର ପ୍ରଦେଶ, ଭାରତ
ଉଚ୍ଚତା1.82 m (6 ft 0 in)[୧]
ଓଜନ୬୮ କିଲୋ
ଦେଶଭାରତ
କେଉଁ ହାତ ବ୍ୟବହାର କରନ୍ତିଡାହାଣ
ପୁରୁଷ ଏକଳ
ସର୍ବୋଚ୍ଚ ରାଙ୍କ[୨]
BWF Profile

ପୁଲ୍ଲେଲା ଗୋପୀଚାନ୍ଦ (ଜନ୍ମ: ୧୬ ନଭେମ୍ବର ୧୯୭୩) ଜଣେ ପ୍ରାକ୍ତନ ଭାରତୀୟ ବାଡ଼ମିଣ୍ଟନ ଖେଳାଳୀ । ବର୍ତ୍ତମାନ ସେ ଭାରତୀୟ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟରତ । ୨୦୦୧ ମସିହାରେ ସେ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ ।[୩] ପ୍ରକାଶ ପାଦୁକୋନଙ୍କ ପରେ ଏହି ଉପଲବ୍ଧୀ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଥିଲେ ।[୪][୫] ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡେମୀ ନାମରେ ସେ ନିଜର ଏକ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ସୃଷ୍ଟିକରି ଅନେକ ଅଲିମ୍ପିକ ଖେଳାଳୀ ଓ ପଦକ ବିଜେତା ସୃଷ୍ଟି କରିପାରିଛନ୍ତି ।[୫] ସେ ୧୯୯୯ ମସିହାରେ ଅର୍ଜ୍ଜୁନ ପୁରସ୍କାର, ୨୦୦୯ ମସିହାରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ୨୦୧୪ ମସିହାରେ ପଦ୍ମ ଭୂଷଣ ସମ୍ମାନପ୍ରାପ୍ତ ହୋଇଛନ୍ତି ।[୬][୭]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋପୀଚାନ୍ଦ ୧୯୭୩ ମସିହା ନଭେମ୍ବର ୧୬ ତାରିଖରେ ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାର ଚିରାଲାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୁଲ୍ଲେଲା ସୁବାସ ଚନ୍ଦ୍ର ଓ ମାତାଙ୍କ ନାମ ପୁଲ୍ଲେଲା ସୁବ୍ବାରାଭାମ୍ମା ।[୮] ପ୍ରଥମେ ସେ କ୍ରିକେଟ ଖେଳ ପ୍ରତି ଆକର୍ଷିତ ଥିଲେ କିନ୍ତୁ ବଡ଼ଭାଇଙ୍କ କଥାମାନି ସେ ବ୍ୟାଡ଼ମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ।[୮] ତାଙ୍କ ପରିବାର ନିଜାମାବାଦଠାରେ ରହୁଥିଲେ । ସେ ହାଇଦ୍ରାବାଦର ସେଣ୍ଟ ପଲ ହାଇସ୍କୁଲରେ ପାଠ ପଢୁଥିଲେ ଓ ପରେ ହାଇଦ୍ରାବାଦର ଏ ଭି କଲେଜରୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନରେ ସ୍ନାତକ ପାଠ୍ୟକ୍ରମ ସମାପ୍ତ କରିଥିଲେ । ୧୯୯୦ ଓ ୯୧ ମସିହାରେ ସେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର କ୍ୟାପଟେନ ଥିଲେ ।

ଖେଳ ଜୀବନ[ସମ୍ପାଦନା]

ପୁଲ୍ଲେଲା ପ୍ରଥମେ ଏସ ଏମ ଆରିଫଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପରେ ପ୍ରକାଶ ପାଦୁକୋନ ତାଙ୍କୁ ନିଜ ଏକାଡେମୀରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । [୧][permanent dead link]. ସେ ଜାତୀୟ କ୍ରୀଡ଼ା ପ୍ରାଧିକରଣଠାରେ ଗାଙ୍ଗୁଲି ପ୍ରସାଦଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[୯][୧୦] ୧୯୯୬ ମସିହାରେ ପୁଲ୍ଲେଲା ନିଜର ପ୍ରଥମ ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ ଓ ସେବେଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବରେ ୫ଥର ଏହି ଚମ୍ପିୟାନସିପ ଜିତିଥିଲେ । ୧୯୯୮ ମସିହାରେ ଇମ୍ଫାଲଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସେ ୨ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟପଦକ ଜିତିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଥମାସ କପରେ ସେ ୩ଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୬ ମସିହାରେ ହିଁ ସେ ବିଜୟୱାଡ଼ାଠାରେ ଅନୁଷ୍ଠିତ ସାର୍କ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ଜିତିଥିଲେ ଓ ୧୯୯୭ ମସିହାରେ କଲମ୍ବୋଠାରେ ଏହି ପ୍ରଦର୍ଶନ ଦୋହରାଇଥିଲେ । ୧୯୯୮ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଦଳଗତ ପ୍ରତିଯୋଗୀତାରେ ରୌପ୍ୟ ଓ ଏକକ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ଜିତିଥିଲେ ।

୧୯୯୯ ମସିହାରେ ସେ ଫ୍ରାନ୍ସରେ ଅନୁଷ୍ଠିତ ଟାଉଲୁଜ ଓପନ ଚମ୍ପିୟାନସିପ ଓ ସ୍କଟଲାଣ୍ଡରେ ଅନୁଷ୍ଠିତ ସ୍କଟିଶ ଓପନ ଚମ୍ପିୟାନସିପ ଜିତିଥିଲେ । ସେହି ବର୍ଷ ସେ ହାଇଦ୍ରାବାଦଠାରେ ଏସୀଅ ସାଟେଲାଇଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତିଥିଲେ ଓ ଜର୍ମାନ ଗ୍ରାଣ୍ଡ ପ୍ରିକ୍ସ ଚମ୍ପିୟାନସିପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ

୨୦୦୧ ମସିହାରେ ସେ ବର୍ମିଂହାମଠାରେ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ । ଏହି ପ୍ରତିଯୋଗୀତାର ସେମିଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳୀ ପିଟର ଗେଡ଼େଙ୍କୁ ହରାଇଥିଲେ ଓ ଫାଇନାଲରେ ଚିନର ଚେଙ୍ଗ ହଙ୍ଗଙ୍କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ ।[୧୧] ପ୍ରକାଶ ପାଦୁକନଙ୍କ(୧୯୮୦) ପରେ ଦ୍ୱିତୀୟ ଭାରତୀୟ ଭାବରେ ସେ ଏହି ପ୍ରତିଯୋଗୀତା ଜିତିଥିଲେ ।[୧୨]

ସଫଳତା[ସମ୍ପାଦନା]

ଏସୀୟ ଚମ୍ପିୟାନସିପ[ସମ୍ପାଦନା]

ପୁରୁଷ ଏକଳ

ବର୍ଷ ସ୍ଥାନ ପ୍ରତିଦ୍ୱନ୍ଦୀ ସ୍କୋର ଫଳ
୨୦୦୦ ଏସୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଇଷ୍ଟୋର ସେନ୍ୟାନ, ଜାକର୍ତ୍ତା, ଇଣ୍ଡୋନେସିଆ ଇଣ୍ଡୋନେସିଆ ତୌଫିକ ହିଦାୟତ ୪-୧୫, ୧୨-୧୫ Bronze ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ା[ସମ୍ପାଦନା]

ପୁରୁଷ ଏକଳ

ବର୍ଷ ସ୍ଥାନ ପ୍ରତିଦ୍ୱନ୍ଦୀ ସ୍କୋର ଫଳ
୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତା କୁଆଲାଲାମପୁର ବ୍ୟାଡ଼ମିଣ୍ଟନ ଷ୍ଟାଡ଼ିୟମ, କୁଆଲାଲୁମ୍ପୁର, ମାଲେସିଆ Malaysia ୱଙ୍ଗ ଚୁଙ୍ଗ ହାନ ୧-୧୫, ୧୧-୧୫ Bronze ବ୍ରୋଞ୍ଜ

ଆଇବିଏଫ ୱାର୍ଲ୍ଡ଼ ଗ୍ରାଣ୍ଦ ପ୍ରିକ୍ସ[ସମ୍ପାଦନା]

ଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଫେଡ଼େରେସନଦ୍ୱାରା ଅନୁମୋଦିତ ୧୯୮୩ରୁ ୨୦୦୬

ପୁରୁଷ ଏକଳ

ବର୍ଷ ସ୍ଥାନ ପ୍ରତିଦ୍ୱନ୍ଦୀ ସ୍କୋର ଫଳ
୧୯୯୭ ଇଣ୍ଡିଆ ଓପନ ଇଣ୍ଡୋନେସିଆ ହାରିୟାଣ୍ଟୋ ଆର୍ବୀ ୪-୧୫, ୭-୧୫[୧୩] 2nd, silver medalist(s) ଉପବିଜେତା
୧୯୯୯ ଫ୍ରେଞ୍ଚ ଓପନ ଚୀନ ଚେନ ଗାଙ୍ଗ ୮-୧୫, ୧୫-୧୦, ୧୦-୧୫[୧୪] 2nd, silver medalist(s) ଉପବିଜେତା
୧୯୯୯ ଜର୍ମାନ ଓପନ ଚୀନ ଜିଆ ଜୁଆଞ୍ଜେ ୩-୧୫, ୧୫-୧୩, ୪-୧୫[୧୫] 2nd, silver medalist(s) ଉପବିଜେତା
୨୦୦୧ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଚୀନ ଚେନ ହଙ୍ଗ ୧୫-୧୨, ୧୫-୬[୧୬] 1st, gold medalist(s) ବିଜେତା

ଆଇବିଏଫ ଇଣ୍ଟରନେସନାଲ[ସମ୍ପାଦନା]

ପୁରୁଷ ଏକଳ

ବର୍ଷ ସ୍ଥାନ ପ୍ରତିଦ୍ୱନ୍ଦୀ ସ୍କୋର ଫଳାଫଳ
୧୯୯୯ ଲେ ଭୋଲାଣ୍ଡ ଡି'ଓ ଡେ ଟୌଲୁଜ Wales ରିଚାର୍ଡ଼ ଭୌଗାନ ୧୫-୧୩, ୧୪-୧୫, ୧୫-୬[୧୭] 1st, gold medalist(s) ବିଜେତା
୧୯୯୯ ସ୍କଟିଶ ଓପନ India ସିଦ୍ଧାର୍ଥ ଜେନ ୧୫-୭, ୧୫-୧୯[୧୮] 1st, gold medalist(s) ବିଜେତା
୧୯୯୯ ଇଣ୍ଡିଆ ଇଣ୍ଟରନେସନାଲ ଚାଲେଞ୍ଜ India ଅଜିତ ୱିଜେତିଲେକ ୧୫-୬, ୧୫-୧୩[୧୯] 1st, gold medalist(s) ବିଜେତା
୨୦୦୪ ଇଣ୍ଡିଅ ଏସିଆନ ସାଟେଲାଇଟ India ଜେ ବି ଏସ ବିଦ୍ୟାଧର ୧୫-୬, ୧୫-୧[୨୦] 1st, gold medalist(s) ବିଜେତା

ପ୍ରଶିକ୍ଷକ ଭୂମିକାରେ[ସମ୍ପାଦନା]

ପୁଲ୍ଲେଲା(ବାମ) ଓ କିଦାମ୍ବୀ ଶ୍ରୀକାନ୍ତ ଖେଳ ମନ୍ତ୍ରୀ ବିଜୟ ଗୋୟଲଙ୍କ ସହିତ ୨୦୧୭ ମସିହାରେ

ଖେଳରୁ ଅବସର ଗ୍ରହଣ କରିବା ପରେ ପୁଲ୍ଲେଲା ୨୦୦୮ ମସିହାରେ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡ଼େମୀ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ତାଙ୍କୁ ନିଜ ଘରକୁ ବନ୍ଧା ପକେଇବାକୁ ପଡ଼ିଥିଲା ।[୨୧] ନିମ୍ମଗଡ୍ଡା ପ୍ରସାଦ ନାମକ ବ୍ୟବସାୟୀ ତାଙ୍କୁ ୫୦ଲକ୍ଷ ଟଙ୍କା ଦାନସୂତ୍ରରେ ଏହି ଲକ୍ଷରେ ଦେଇଥିଲେ ଯେ, ଗୋପୀଚାନ୍ଦଙ୍କ ଏକାଡ଼େମୀରୁ କେହି ଜଣେ ଛାତ୍ର ଅଲିମ୍ପିକ ପଦକ ଜିତୁ ।[୨୨] ଗୋପୀଚାନ୍ଦ ଏକାଡ଼େମୀରୁ ସାୟିନା ନେହୱାଲ, ପି. ଭି. ସିନ୍ଧୁ, ସାଈ ପ୍ରଣୀଥ, ପାରପଲ୍ଲୀ କଶ୍ୟପ, କିଦାମ୍ବୀ ଶ୍ରୀକାନ୍ତ, ଅରୁନ୍ଧତି ପଣ୍ଟାୱନେ, ଗୁରୁସାଈ ଦତ୍ତ, and ଅରୁଣ ବିଷ୍ଣୁ ଆଦି ଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ବାହାରିଛନ୍ତି ।[୨୩] ସାଇନା ୨୦୧୨ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ସିନ୍ଧୁ ୨୦୧୬ ଅଲିମ୍ପିକରେ ବ୍ରୋଞ୍ଜ ଓ ୨୦୨୦ ଅଲିମ୍ପିକରେ ରୌପ୍ୟପଦକ ଜିତିଥିଲେ । ୨୦୧୬ ଅଲିମ୍ପିକରେ ଗୋପୀଚାନ୍ଦ ଭାରତୀୟ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨୧]


ଆଧାର[ସମ୍ପାଦନା]

  1. "Pulella Gopichand". Sports Reference. Archived from the original on 18 April 2020. Retrieved 6 March 2016.
  2. "Historical Ranking". Badminton World Federation. Retrieved 7 February 2010.[permanent dead link]
  3. "Pulella Gopichand". mapsofindia.com. Retrieved 7 February 2010.
  4. "P Gopichand". The Times of India. 11 December 2002. Retrieved 7 February 2010.
  5. ୫.୦ ୫.୧ "Pullela Gopichand – The Founder". Gopichand Badminton Academy. Archived from the original on 24 ଫେବୃଆରୀ 2010. Retrieved 7 ଫେବୃଆରୀ 2010.
  6. "LIST OF ARJUNA AWARD WINNERS". Archived from the original on 25 December 2007. Retrieved 12 February 2010.
  7. "Pullela Gopichand thanks Badminton Fraternity for Padma Bhushan". IANS. Biharprabha News. Retrieved 25 January 2014.
  8. ୮.୦ ୮.୧ "Pullela Gopichand – Badminton Player". webindia123.com. Retrieved 7 February 2010.
  9. "His hard work and dedication has paid off". The Tribune. 11 March 2001. Retrieved 12 February 2010.
  10. "Still a crusader". The Tribune. 15 April 2001. Retrieved 12 February 2010.
  11. Our Correspondent in Birmingham (10 March 2001). "Gopichand enters All-England final". rediff.com. Retrieved 2019-07-28.
  12. "Randhawa's wait for Padma Shri ends". The Tribune. 26 January 2005. Retrieved 12 February 2010.
  13. "India Open 1997 (I): Draws: MS". Badminton World Federation. Retrieved 30 January 2016.
  14. "French Open 1999 (I): Draws: MS". Badminton World Federation. Retrieved 1 February 2016.
  15. "German Open 1999 (I): Draws: MS". Badminton World Federation. Retrieved 30 January 2016.
  16. "All England Open 2001 (I): Draws: MS". Badminton World Federation. Retrieved 30 January 2016.
  17. "Open de Toulouse Int 99 (I): Draws: MS". Badminton World Federation. Retrieved 30 January 2016.
  18. "Scottish Int 1999 (I): Draws: MS". Badminton World Federation. Retrieved 30 January 2016.
  19. "India International 99 (I): Draws: MS". Badminton World Federation. Retrieved 30 January 2016.
  20. "Indian Asian Satellite 2004: Draws: MS". Badminton World Federation. Retrieved 30 January 2016.
  21. ୨୧.୦ ୨୧.୧ "How Indian badminton rocketed on the Gopichand shuttle". The Hindu. 20 August 2016. Retrieved 20 August 2016.
  22. "All that went into the making of Gopichand Academy". The Hindu. 28 August 2016. Retrieved 25 August 2021.
  23. Dua, Aarti (1 August 2010). "Star maker". The Telegraph. Archived from the original on 3 February 2013. Retrieved 15 October 2010.