ପ୍ରକାଶ ପାଦୁକୋନ

ଉଇକିପିଡ଼ିଆ‌ରୁ

ପ୍ରକାଶ ପାଦୁକୋନ ( ଜନ୍ମ ୧୦ ଜୁନ ୧୯୫୫) ଜଣେ ପ୍ରାକ୍ତନ ଭାରତୀୟ ବେଡମିଣ୍ଟନ ଖେଳାଳି । କର୍ଣାତକରେ ଜନ୍ମିତ ଏହି ଖେଳାଳି ଦେଶ ପାଇଁ ବହୁ ଅନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଦେଶ ଭିତରେ ବହୁତ ପ୍ରସିଦ୍ଧି ହାସଲ କରିଥିଲେ । ସେ ଖେଳ ଜଗତରେ ଶ୍ରେଷ୍ଠତା ପାଇଁ ଦିଅ ଯାଉଥିବା  ଅର୍ଜୁନ ପୁରସ୍କାର ୧୯୭୨ ମସିହାରେ ପାଇଥିଲେ । ପରେ ୧୯୮୨ରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ନାଗରିକ ପୁରସ୍କାର ପଦ୍ମଶ୍ରୀ ମଧ୍ୟ ପାଇଥିଲେ ।  

ଜୀବନ[ସମ୍ପାଦନା]

କର୍ଣାଟକର ପାଦୁକୋନ ଗ୍ରାମରେ ଜନ୍ମ ଗ୍ରହଣ କରି ପ୍ରକାଶ ଉଜ୍ଜଳାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଦୀପିକା ଓ ଅନିଶା ଅଛନ୍ତି । ଦୀପିକା ହିନ୍ଦୀ ଫିଲ୍ମର ଜଣେ ଆଗଧାଡିର ଅଭିନେତ୍ରୀ । କିନ୍ତୁ ଅନିଶା ଜଣେ ଗଲ୍ଫ ଖେଳାଳି । ବର୍ତ୍ତମାନ ପ୍ରକାଶ ତାଙ୍କ ପତ୍ନୀ ଓ ସାନ ଝିଅ ଅନିଶାଙ୍କ ସହ ବାଙ୍ଗାଲୋରରେ ରହନ୍ତି । 

ଖେଳ ଜୀବନୀ [ସମ୍ପାଦନା]

ପିତା ରମେଶ ପାଦୁକୋନଙ୍କଦ୍ୱାରା ଶିକ୍ଷିତ ଓ ଅନୁପ୍ରାଣିତ ହୋଇ ପ୍ରକାଶ ବେଡମିଣ୍ଟନ ଦିଗରେ ଅଗ୍ରସର ହେଇଥିଲେ ।  

ନିଜ ରାଜ୍ୟ କର୍ଣାଟକରେ ସେ ଜୁନିୟର ସ୍ତରରେ ୧୯୬୨ରେ ଖେଳିବା ପରେ ସେ ୧୯୭୨ରେ ଜାତୀୟ ଜୁନିଅର ଚମ୍ପିୟାନ ହେଇଥିଲେ । ସେହି ବର୍ଷ ହିଁ ସେ ସିନିୟର ଚମ୍ପିୟାନ ମଧ୍ୟ ହେଇ ଚମକ ଖେଳାଇ ଦେଇଥିଲେ । ପରବର୍ତ୍ତୀ ୭ ବର୍ଷ ପାଇଁ ସେ ଜାତୀୟ ଚମ୍ପିୟାନ ରହିଥିଲେ । ୧୯୭୮ କମନୱେଲଥ ଖେଳରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ । ୧୯୮୦ରେ ଡାନିସ ଓପନ , ସୁଇସ ଓପନ , ଓ ପରେ ସମ୍ମାନଜନକ " All England Open "ଜିତିଥିଲେ । 

ଅନ୍ୟ ଅବଦାନ [ସମ୍ପାଦନା]

ସକ୍ରିୟ ଖେଳରୁ ୧୯୯୧ରେ ଅବସର ନେବା ପରେ ପ୍ରକାଶ ଭାରତୀୟ ବେଦମିଣ୍ଟନ ଆସୋସିଏସନର ଚେୟାରମ୍ୟାନ ହିସାବରେ ଖେଳର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଲେ । ସେ ଭାରତୀୟ ବେଦମିଣ୍ଟନ ଜାତୀୟ ଦଳର କୋଚ ହିସାବରେ ୧୯୯୩ରୁ ୧୯୯୬ ଯାଏ କାର୍ଯ୍ୟ କରିଥିଲେ ।  

ଅଲିମ୍ପିକ ସ୍ୱରନା ପାଇଁ ଉଦ୍ୟମ [ସମ୍ପାଦନା]

ଅବସର ନେବା ପରେ ପ୍ରକାଶ ତରୁଣ ଖେଳାଳିମାନଙ୍କୁ ଉତ୍ଶାହିତ କରି ସେମାନେ ଯେପରି ଭବିଷ୍ୟତରେ ଅଲିମ୍ପିକ ପରି ଟୁର୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇ ପାରିବେ ସେଥିପାଇଁ ନିରଳସ ଉଦ୍ୟମ ଜାରି ରଖିଲେ । ଏଥି ପାଇଁ ସେ ବିଲିଆର୍ଡ ଚମ୍ପିୟାନ ଗୀତ ଶେଠୀଙ୍କ ସହ ମିଶି " Olympic Gold Quest " ନାମକ ଏକ ଅନୁଷ୍ଠାନ ଗଢିଛନ୍ତି । 

Major achievements[ସମ୍ପାଦନା]

Rank Event Date Venue
World Championships
3 Singles 1983 Copenhagen, DEN
Commonwealth Games
1 Singles 1978 Edmonton, CAN
Asian Games
3 Team 1974 Tehran, IRAN
3 Team 1986 Seoul, SOUTH KOREA
World Cup
1 Singles 1981
World Grand Prix
1 Singles 1979 Denmark Open
1 Singles 1980 All England Open

References[ସମ୍ପାଦନା]

ଆଧାର[ସମ୍ପାଦନା]

[୧] [୨]

  1. [୧]
  2. [୨]