ପୀତାମ୍ବର ପଣ୍ଡା
ପୀତାମ୍ବର ପଣ୍ଡା | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ହରପ୍ରସାଦ ମହାପାତ୍ର |
ପର ଅଧିକାରୀ | ଯଦୁନାଥ ଦାସ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ସୋର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଅପ୍ରେଲ ୧୯୪୧ |
ମୃତ୍ୟୁ | ୨୫ ମାର୍ଚ୍ଚ ୨୦୦୪ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
ଜୀବନ ସାଥୀ | ସୁଶ୍ରୀ ପଣ୍ଡା |
ବାପା/ବୋଉ | ଜଗବନ୍ଧୁ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପୀତାମ୍ବର ପଣ୍ଡା (୨୪ ମାର୍ଚ୍ଚ ୧୯୪୧ - ୨୫ ମାର୍ଚ୍ଚ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ପୀତାମ୍ବର ପଣ୍ଡା ୧୯୪୧ ମସିହାର ଜୁଲାଇ ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଜଗବନ୍ଧୁ ପଣ୍ଡା । ହରପ୍ରସାଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ସୁଶ୍ରୀ ପଣ୍ଡା ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ପୀତାମ୍ବର ପଣ୍ଡା ୧୯୬୪ ମସିହାରେ କମ୍ଯୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୀତାମ୍ବର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ପୀତାମ୍ବର ୨୦୦୪ ମସିହାର ମାର୍ଚ୍ଚ ମାସ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Pitamber Panda". odishaassembly.nic.in. Odisha Assembly. Retrieved 11 May 2019.
- ↑ "MLA Pitamber Panda Profile | SORO Constituency". naveenpatnaik.com. Archived from the original on 2019-05-08. Retrieved 2019-05-11.
- ↑ ୩.୦ ୩.୧ "MLA Pitamber Panda Profile | SORO Constituency". www.odishahelpline.com. Retrieved 2019-05-11.
- ↑ "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-11.