ପି. ଭି. ବାଳକୃଷ୍ଣ ରାଓ
ଦେଖଣା
ପି. ଭି. ବାଳକୃଷ୍ଣ ରାଓ (ପରମ କୁସୁମ ଭେଙ୍କେଟ ବାଳକୃଷ୍ଣ ରାଓ) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ପରମକୁସୁମ ଭେଙ୍କେଟ ବାଳକୃଷ୍ଣ ରାଓଙ୍କ ଜନ୍ମ ୨୮ ସେପ୍ଟମ୍ବର ୧୮୯୯ରେ ଓଡ଼ିଶାର ବ୍ରହ୍ମପୁରରେ ହୋଇଥିଲା । ୧୯୨୩ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏଲ୍ ପାସ୍ କରି ସେ ଓକିଲାତି ଆରମ୍ଭ କରିଥିଲେ । ମାଡ୍ରାସର ଜଣାଶୁଣା ଆଇନଜୀବୀ ସ୍ଵର୍ଗତ ଜି.ଲକ୍ଷ୍ମଣଙ୍କ ଅଧୀନରେ କନିଷ୍ଠ ଓକିଲ ଶିକ୍ଷାର୍ଥୀ ଭାବେ କାମ କରିବା ପରେ, ସେ ୧୯୨୫ ମସିହାରେ ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଲେ । ୧୯୫୨ ମସିହାରେ ସେ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ ।
ଅଗଷ୍ଟ ୧୯୫୪ରେ ତାଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ କରାଯାଇଥିଲା ।
ସେ ୨୬.୦୮.୧୯୫୪ ଠାରୁ ୨୮.୦୧.୧୯୫୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |