Jump to content

ପି. ଭି. ବାଳକୃଷ୍ଣ ରାଓ

ଉଇକିପିଡ଼ିଆ‌ରୁ
(ପି. ଭି. ବାଲକ୍ରିଷ୍ଣା ରାଓରୁ ଲେଉଟି ଆସିଛି)

ପି. ଭି. ବାଳକୃଷ୍ଣ ରାଓ (ପରମ କୁସୁମ ଭେଙ୍କେଟ ବାଳକୃଷ୍ଣ ରାଓ) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ପରମକୁସୁମ ଭେଙ୍କେଟ ବାଳକୃଷ୍ଣ ରାଓଙ୍କ ଜନ୍ମ ୨୮ ସେପ୍ଟମ୍ବର ୧୮୯୯ରେ ଓଡ଼ିଶାର ବ୍ରହ୍ମପୁରରେ ହୋଇଥିଲା । ୧୯୨୩ ମସିହାରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏଲ୍ ପାସ୍ କରି ସେ ଓକିଲାତି ଆରମ୍ଭ କରିଥିଲେ । ମାଡ୍ରାସର ଜଣାଶୁଣା ଆଇନଜୀବୀ ସ୍ଵର୍ଗତ ଜି.ଲକ୍ଷ୍ମଣଙ୍କ ଅଧୀନରେ କନିଷ୍ଠ ଓକିଲ ଶିକ୍ଷାର୍ଥୀ ଭାବେ କାମ କରିବା ପରେ, ସେ ୧୯୨୫ ମସିହାରେ ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଲେ । ୧୯୫୨ ମସିହାରେ ସେ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ ।

ଅଗଷ୍ଟ ୧୯୫୪ରେ ତାଙ୍କୁ ଆଡଭୋକେଟ୍‌ ଜେନେରାଲ୍ ଭାବେ ନିଯୁକ୍ତ କରାଯାଇଥିଲା ।

ସେ ୨୬.୦୮.୧୯୫୪ ଠାରୁ ୨୮.୦୧.୧୯୫୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.