ପିଠା ଯୋଜନା
ପ୍ରକାର | ସରକାର |
---|---|
ଶିଳ୍ପ | ସାମଜିକ ସଚେତନତା ଓ ସୁବିଧା |
ପ୍ରତିଷ୍ଠିତ ସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ (03 December 2018 ) |
ମୁଖ୍ୟ କାର୍ଯ୍ୟାଳୟ | , ଭାରତ |
Area served | ଓଡ଼ିଶା |
ପିଠା ବା ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ ଓଡ଼ିଶା ଇନିସିଏଟିଭ୍ସ(Peoples Empowerment - Enabling Transparency and Accountability of Odisha Initiatives (PEETHA)) ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୟନ କରା ଯାଇଥିବା ଏକ ଯୋଜନା । ଏହା ଆମ ଗାଁ ଆମ ବିକାଶ ଯୋଜନାର ଏକ ଉପ ଯୋଜନା । ସରକାରୀ ଯୋଜନାର ସ୍ୱଚ୍ଛତା ବଜାୟ ରଖିବା, ଲୋକଙ୍କୁ ସଶକ୍ତ କରିବା, ଏବଂ ସରକାରୀ ଯୋଜନାଗୁଡ଼ିକ ସହ ଲୋକଙ୍କୁ ସୁଚାଇ ରଖିବା ଏହି ଯୋଜନାର ମୂଳ ଲକ୍ଷ ।[୧]
କାର୍ଯକାରୀ ପ୍ରଣାଳୀ
[ସମ୍ପାଦନା]ପ୍ରତି ମାସ ୧୫ରୁ ୨୦ ତାରିଖରେ ଭିତରେ ଗ୍ରାମ ପଞ୍ଚାୟତ ଗୁଡିକରେ ବୈଠକ ବସାଯାଇ ଏହି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ ଏବଂ ସୁବିଧା ସୁଯୋଗ ଦିଆଯିବ । [୨]
ସୁବିଧା ସୁଯୋଗ
[ସମ୍ପାଦନା]ଏହି ଯୋଜନାରେ ପଞ୍ଚାୟତ ଗୁଡିକରେ ହେଉଥିବା ବୈଠକରେ ଆମ ଏଲଇଡି, ମିଶନ ଶକ୍ତି, ମଧୁବାବୁ ପେନସନ, କଳାକାର ପେନସନ, ନିର୍ମାଣ ଶ୍ରମିକ ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନା ଆଦିର ସୁବିଧା ଯୋଗାଇ ଦିଆଯିବ । ଏହାସହିତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ଥ୍ରୀଟି (3T) ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ ମନ୍ତ୍ରର ଅଂଶବିଶେଷ ହେବ।[୩]
ପୁରସ୍କାର
[ସମ୍ପାଦନା]ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।[୪]
ଆଧାର
[ସମ୍ପାଦନା]- ↑ "ଆରମ୍ଭ ହେଲା ଆମ ଗାଁ ଆମ ବିକାଶର 'ପିଠା ଯୋଜନା'". OTV Khabar. 4 December 2018. Archived from the original on 20 June 2021. Retrieved 10 December 2018.
- ↑ "ସଚେତନ କରାଇବ 'ପିଠା' ଯୋଜନା !". Kanak News. 4 December 2018.
- ↑ "ନବୀନ ସରକାରଙ୍କ ଆଉ ଏକ ଭେଳିକି: 'ପିଠା' ଯୋଜନା | Odisha Reporter". odishareporter.in.
- ↑ "ପଞ୍ଚାୟତ ପାଇଁ ନବୀନଙ୍କ 'ପିଠା' ଯୋଜନା".