Jump to content

ପିଟିରିଆସିସ ରୋଜିଆ

ଉଇକିପିଡ଼ିଆ‌ରୁ
ପିଟିରିଆସିସ ରୋଜିଆ (Pityriasis rosea)
ପିଟିରିଆସିସ ରୋଜିଆ ଗିଲବର୍ଟ (Pityriasis rosea Gibert)[]
ପିଠିରେ ପିଟିରିଆସିସ ରୋଜିଆ ଦେଖାଯାଉଛି
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology), ସଂକ୍ର।ମକ ରୋଗ (infectious disease)
ଲକ୍ଷଣଏକ‌କ ଲାଲ ଓ କାତି ସମ୍ପନ୍ନ ସ୍ଥାନ
ଆକ୍ରାନ୍ତ ସମୟ୧୦ରୁ ୩୫ ବର୍ଷ ବୟସ []
ଅବଧି୩ମାସରୁ କମ []
କାରଣଅସ୍ପଷ୍ଟ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ []
ସଠିକ ରୋଗ ନିର୍ଣ୍ଣୟଟିନିଆ କର୍ପୋରିସ (Tinea corporis‌), ଭାଇରାଲ ରାସ (viral rash), ପିଟିରିଆସିସ ଭର୍ସିକଲର (pityriasis versicolor), ନୁମ୍ମୁଲାର ଏକଜିମା (nummular eczema)[]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)[][]
ପୁନଃପୌନିକ୧.୩% []
Patient UKପିଟିରିଆସିସ ରୋଜିଆ (Pityriasis rosea)

ପିଟିରିଆସିସ ରୋଜିଆ (ଇଂରାଜୀ ଭାଷାରେ Pityriasis rosea) ରୋଗ ଏକ ପ୍ରକାର ଚର୍ମ ରାସ (skin rash) ।[] ପ୍ରଥମେ ଏହା ଗୋଟିସ ପ୍ୟାଚ ଆକାରରେ ବାହାରେ ଲାଲ ଓ କାତି ସମ୍ପନ୍ନ ହୋଇଥାଏ ଯାହାକୁ ହେରାଲ୍ଡ ପ୍ୟାଚ କୁହାଯାଏ । [] ଏହା ପରେ ଧୀରେ ଧୀରେ ଦିନ ଓ ସପ୍ତାହ ଧରି ସାରା ଶରୀରରେ ରାସ ବ୍ୟପିଯାଏ ।[] ଏହା ପ୍ରାୟ ୩ମାସ ରହେ ଓ ବିନା ଚିକିତ୍ସାରେ ଭଲ ହୋଇଯାଏ ।[] ବେଳେ ବେଳେ ଆରମ୍ଭ ହେବା ପୂର୍ବରୁ ଜ୍ୱର ହୋଇପାରେ ବା ଗଲୁ ଥାଇପାରେ । []

ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶ୍ୱାସ କରାଯାଏ, ଏହାର ହ୍ୟୁମାନ ହର୍ପିସଭାଇରସ ୬ (human herpesvirus 6 ବା HHV6) ବା ହ୍ୟୁମାନ ହର୍ପିସଭାଇରସ ୭ (human herpesvirus 7 ବା HHV7) ସ‌ହିତ ସମ୍ପର୍କ ଅଛି ।[] ଏହା ଛୁଆଁ (contagious) ରୋଗ ନୁହେଁ ।[] କେତେକ ଔଷଧ ଏହିପରି ରାସ ଉତ୍ପନ୍ନ କରିପାରେ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । []

ନିର୍ଦ୍ଦଷ୍ଟ ଚିକିତ୍ସାର କୌଣସି ପ୍ରମାଣ ନାହିଁ ।[] ପ୍ରାୟ ୧.୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି । [] ବୟସ ୧୦ରୁ ୩୫ ମଧ୍ୟରେ ରୋଗ ହେବା ଦେଖାଯାଏ ।[] ସନ ୧୭୯୮ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିବା ଦେଖାଯାଇଛି । []

ଏହାକୁ ଦେଖନ୍ତୁ

[ସମ୍ପାଦନା]
  1. 1 2 Bolognia, Jean L.; Jorizzo, Joseph L.; Rapini, Ronald P. (2003). Dermatology (in ଇଂରାଜୀ). Mosby. p. 183. ISBN 9789997638991.
  2. 1 2 3 4 5 6 7 8 "Pityriasis Rosea". NORD (National Organization for Rare Disorders). 2015. Retrieved 10 November 2017.
  3. 1 2 3 4 5 6 7 8 9 10 11 12 Eisman, S; Sinclair, R (29 October 2015). "Pityriasis rosea". BMJ (Clinical research ed.). 351: h5233. doi:10.1136/bmj.h5233. PMID 26514823.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ