ପିଟିରିଆସିସ ରୋଜିଆ

ଉଇକିପିଡ଼ିଆ‌ରୁ
ପିଟିରିଆସିସ ରୋଜିଆ (Pityriasis rosea)
ପିଟିରିଆସିସ ରୋଜିଆ ଗିଲବର୍ଟ (Pityriasis rosea Gibert)[୧]
ପିଠିରେ ପିଟିରିଆସିସ ରୋଜିଆ ଦେଖାଯାଉଛି
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology), ସଂକ୍ର।ମକ ରୋଗ (infectious disease)
ଲକ୍ଷଣଏକ‌କ ଲାଲ ଓ କାତି ସମ୍ପନ୍ନ ସ୍ଥାନ
ଆକ୍ରାନ୍ତ ସମୟ୧୦ରୁ ୩୫ ବର୍ଷ ବୟସ [୨]
ଅବଧି୩ମାସରୁ କମ [୨]
କାରଣଅସ୍ପଷ୍ଟ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ [୨]
ସଠିକ ରୋଗ ନିର୍ଣ୍ଣୟଟିନିଆ କର୍ପୋରିସ (Tinea corporis‌), ଭାଇରାଲ ରାସ (viral rash), ପିଟିରିଆସିସ ଭର୍ସିକଲର (pityriasis versicolor), ନୁମ୍ମୁଲାର ଏକଜିମା (nummular eczema)[୩]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)[୩][୨]
ପୁନଃପୌନିକ୧.୩% [୩]

ପିଟିରିଆସିସ ରୋଜିଆ (ଇଂରାଜୀ ଭାଷାରେ Pityriasis rosea) ରୋଗ ଏକ ପ୍ରକାର ଚର୍ମ ରାସ (skin rash) ।[୨] ପ୍ରଥମେ ଏହା ଗୋଟିସ ପ୍ୟାଚ ଆକାରରେ ବାହାରେ ଲାଲ ଓ କାତି ସମ୍ପନ୍ନ ହୋଇଥାଏ ଯାହାକୁ ହେରାଲ୍ଡ ପ୍ୟାଚ କୁହାଯାଏ । [୨] ଏହା ପରେ ଧୀରେ ଧୀରେ ଦିନ ଓ ସପ୍ତାହ ଧରି ସାରା ଶରୀରରେ ରାସ ବ୍ୟପିଯାଏ ।[୩] ଏହା ପ୍ରାୟ ୩ମାସ ରହେ ଓ ବିନା ଚିକିତ୍ସାରେ ଭଲ ହୋଇଯାଏ ।[୩] ବେଳେ ବେଳେ ଆରମ୍ଭ ହେବା ପୂର୍ବରୁ ଜ୍ୱର ହୋଇପାରେ ବା ଗଲୁ ଥାଇପାରେ । [୩]

ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶ୍ୱାସ କରାଯାଏ, ଏହାର ହ୍ୟୁମାନ ହର୍ପିସଭାଇରସ ୬ (human herpesvirus 6 ବା HHV6) ବା ହ୍ୟୁମାନ ହର୍ପିସଭାଇରସ ୭ (human herpesvirus 7 ବା HHV7) ସ‌ହିତ ସମ୍ପର୍କ ଅଛି ।[୩] ଏହା ଛୁଆଁ (contagious) ରୋଗ ନୁହେଁ ।[୩] କେତେକ ଔଷଧ ଏହିପରି ରାସ ଉତ୍ପନ୍ନ କରିପାରେ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]

ନିର୍ଦ୍ଦଷ୍ଟ ଚିକିତ୍ସାର କୌଣସି ପ୍ରମାଣ ନାହିଁ ।[୩] ପ୍ରାୟ ୧.୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି । [୩] ବୟସ ୧୦ରୁ ୩୫ ମଧ୍ୟରେ ରୋଗ ହେବା ଦେଖାଯାଏ ।[୨] ସନ ୧୭୯୮ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିବା ଦେଖାଯାଇଛି । [୧]

ଏହାକୁ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Bolognia, Jean L.; Jorizzo, Joseph L.; Rapini, Ronald P. (2003). Dermatology (in ଇଂରାଜୀ). Mosby. p. 183. ISBN 9789997638991.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pityriasis Rosea". NORD (National Organization for Rare Disorders). 2015. Retrieved 10 November 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ Eisman, S; Sinclair, R (29 October 2015). "Pityriasis rosea". BMJ (Clinical research ed.). 351: h5233. doi:10.1136/bmj.h5233. PMID 26514823.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ